୬୦ ବର୍ଷ ବୟସରୁ ଉର୍ଦ୍ଧ୍ବ ବୟସ ପରେ ବି କମିନି କ୍ରେଜ୍, ଶହେ କୋଟି କ୍ଲବରେ ସାମିଲ ହୋଇଥିବା ଅଭିନେତା  

ନନ୍ଦିଘୋଷ ବ୍ୟୁରୋ: ବଲିଉଡର ଅେନକ ଷ୍ଟାର ଅଛନ୍ତି ଯେଉଁମାନେ ୬୦ ବର୍ଷରୁ ଅଧିକ ବୟସର ହୋଇଥିଲେ ସୁଦ୍ଧା ଆଜିଯାଏଁ ସ୍କ୍ରିନରେ ହିରୋଭାବେ ନଜର ଆସିଛନ୍ତି । ଏପରିକି ସେମାନଙ୍କ ଫିଲ୍ମ ଶହେ କୋଟି କ୍ଲବରେ ମଧ୍ୟ ସାମିଲ ହୋଇଛି । ଯେଉଁଥିରେ ଅମିତାଭ ବଚ୍ଚନ ଅନିଲ କପୁରଙ୍କ ଭଳି ଅଭିନେତାମାନେ ଅଛନ୍ତି । ତେବେ ଆସନ୍ତୁ ନଜର ପକାଇବା ଏଭଳି କିଛି କଳାକାରଙ୍କ ଉପରେ ଯେଉଁମାନେ ବିଳମ୍ବରେ ଶହେ କୋଟି କ୍ଲବରେ ସାମିଲ ହୋଇଛନ୍ତି । ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ’ବ୍ରହ୍ମାସ୍ତ୍ର’ ବକ୍ସ ଅଫିସରେ ହିଟ୍ ହେବା ସହ ଶହେ କୋଟି କ୍ଲବରେ ସାମିଲ ହୋଇଥିଲା ।

ସେହିପରି ଅନୁପମ ଖେରଙ୍କ ’କାଶ୍ମୀର ଫାଇଲ’ ଫିଲ୍ମ ଦର୍ଶକଙ୍କ ମହଲରେ ଆଦୃତ ହେବା ସହ ଭଲ ରୋଜଗାର କରିଛି । ଶହେ କୋଟି କ୍ଲବରେ ଏହି ଫିଲ୍ମ ସାମିଲ ହେବା ସହ ଚର୍ଚ୍ଚାରେ ରହିଥିଲା । ଅନିଲ କପୁର । ବୟସ ଆାଜି ମଧ୍ୟ କମ ଲାଗିଥାଏ । ’ଜଗ୍ ଜଗ୍ ଜିଓ’ ଚଳଚ୍ଚିତ୍ର ହିଟ୍ ସାବ୍ୟସ୍ତ ହେବା ସହ ଶହେ କୋଟି କ୍ଲବରେ ସାମିଲ ହୋଇପାରିଛି ।

ବଲିଉଡର ଜଣାଶୁଣା ଅଭିନେତା ସଞ୍ଜୟ ଦତ୍ତଙ୍କ କ୍ୟାରିୟରରେ ଅେନକ ଉତଥାନ ପତ୍ତନ ଘଟିଥିବାବେଳେ ତାଙ୍କ ଅଭିନୀତ ଫିଲ୍ମ କେଜିଏଫ ୨ ଶହେ କୋଟି କ୍ଲବରେ ସାମିଲ ହୋଇଛି । ଅନ୍ୟପଟେ ସନ୍ନି ଦେଓ୍ବଲଙ୍କ ’ଗଦର ୨’ ଏବେ ବକ୍ସ ଅଫିସରେ ବୋବାଲ ମଚାଇବା ସହ ୨ଶହ କୋଟି କ୍ଲବରେ ସାମିଲ ହୋଇଛି । ସନ୍ନି ଦେଓ୍ବଲଙ୍କ କ୍ୟାରିୟରର ଏହା ସବୁଠାରୁ ବଡ଼ ହିଟ୍ ଫିଲ୍ମ ବୋଲି ମଧ୍ୟ କୁହାଯାଇପାରେ ।