spot_img
Home Blog Page 2736

ମହାକାଶ ବିଜ୍ଞାନ ଇତିହାସରେ ଯୋଡ଼ି ହେବ ନୂଆ ଫର୍ଦ୍ଦ, ସନ୍ଧ୍ୟା ୬ଟାରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ

ବେଙ୍ଗାଲୁରୁ: ଆଉ କେଇ ଘଣ୍ଟାର ଅପେକ୍ଷା । ଭାରତ ଲେଖିବ ଚନ୍ଦ୍ର କାହାଣୀ । ଚନ୍ଦ୍ରରେ ଗୃହପ୍ରବେଶ କରିବ ଚନ୍ଦ୍ରୟାନ-୩ । ମହାକାଶ ବିଜ୍ଞାନ ଇତିହାସରେ ଯୋଡ଼ି ହେବ ନୂଆ ଫର୍ଦ୍ଦ । ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ପାର୍ଟସ ଚେକିଂ ସହ ଚାଲିଛି ସିଷ୍ଟମ ଭେରିଫେକେସନ ।

କଣ୍ଟ୍ରୋଲ ରୁମରେ ଅନବରତ ପ୍ରଚେଷ୍ଟା କରାଯାଉଛି । ପ୍ରତିକୂଳ ପରିସ୍ଥିତି ପାଇଁ ପ୍ଲାନ-ବି ମଧ୍ୟ ପ୍ରସ୍ତୁତ ରହିଛି । ପ୍ରତିକୂଳ ପରିସ୍ଥିତିରେ ଲ୍ୟାଣ୍ଡିଂ ପ୍ରକ୍ରିୟା ଘୁଞ୍ଚାଇବାକୁ ଯୋଜନା ରଖିଛି ଇସ୍ରୋ । ସମସ୍ୟା ଉପୁଜିଲେ ଆସନ୍ତା ୨୭ ତାରିଖରେ ଲ୍ୟାଣ୍ଡିଂ କରାଯିବାକୁ ଯୋଜନା କରାଯାଇଛି । ଆଜି ସଫ୍ଟ ଲ୍ୟାଣ୍ଡିଂ କରିବାରେ ଭାରତ ସଫଳ ହେଲେ ଋଷ, ଆମେରିକା, ଚୀନ ପରେ ଭାରତ ସାଜିବ ଚତୁର୍ଥ ସୁପର ପାଓ୍ବାର ।

ମୁନ ମିଶନର ସଫଳତା ପାଇଁ ସାରା ଦେଶରେ ହୋମଯଜ୍ଞ କରାଯାଉଛି । ମନ୍ଦିରରେ ଜଳଲାଗି ସହ ହୋମଯଜ୍ଞ କରି ଐତିହାସିକ ମିଶନର ସଫଳତା କାମନା କରିଛନ୍ତି ଦେଶବାସୀ । ବାରାଣସୀର କାମାକ୍ଷା ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ଇସ୍ରୋ ପ୍ରୋଜେକ୍ଟର ସଫଳତା କାମନା କରାଯାଉଛି ।

ରାସନ କାର୍ଡରେ ନାଁ ଚଢ଼େଇବାକୁ ଡାକି ଦୁଷ୍କର୍ମ, କଏଦ ଭିଡିଓକୁ ଦେଖାଇ ମହିଳାଙ୍କୁ ବ୍ଲାକମେଲ ଅଭିଯୋଗ

ପାରାଦୀପ: ଲଜ୍ଜା । ପୁଣି ସାମନାକୁ ଆସିଲା ଲଜ୍ଜା ଖବର ।  ରାସନ୍ କାର୍ଡରେ ପୁଅର ନାଁ ଚଢାଇବାକୁ ଡାକି ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ଦୁଷ୍କର୍ମର ଭିଡିଓ କରି ଦେଢ ବର୍ଷରୁ ଅଧିକ ସମୟ ଧରି ବ୍ଲାକମେଲ କରୁଥିଲା ଅଭିଯୁକ୍ତ । ଏନେଇ ପାରାଦୀପ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି ପୀଡିତା  । ଅଭିଯୁକ୍ତ ବ୍ଲାକମେଲ କରି ବିଭିନ୍ନ ସମୟରେ ଦୁଷ୍କର୍ମ କରିବା ସହିତ ବିଭିନ୍ନ ପର୍ଯ୍ୟାୟରେ ୬ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୀଡିତାଙ୍କ ଡାକ୍ତରୀ ମାଇନା କରିବା ସହ ଅଭିଯୁକ୍ତକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି  ।

ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଲଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡା ଉପଖଣ୍ଡ ଖମାର ସ୍ଥିତ ଉତ୍କଳମଣୀ ଗୋପବନ୍ଧୁ ମହାବିଦ୍ୟାଳୟ ଛାତ୍ରୀ ନିବାସରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଛାତ୍ରୀ ହେଲେ ବିଦୁଶ୍ମିତା ଖିଲାର । ତାଙ୍କ ଘର ତାଳଚେର ରାଧାରମଣ ଅଞ୍ଚଳରେ । ସେ ଯୁକ୍ତଦୁଇ ବିଜ୍ଞାନର ଦ୍ଵିତୀୟ ବର୍ଷରେ ପଢନ୍ତି । ଗତ ଦୁଇଦିନ ତଳେ ଛାତ୍ରୀଙ୍କ ବାପା ମା ଛାତ୍ରୀଙ୍କୁ ଦେଖା କରିବାକୁ ଆସିଥିବା ବେଳେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିବା ତାଙ୍କ ସହପାଠୀ କହିଛନ୍ତି I ଖମାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି I

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଚାଷୀ

ବରଗଡ଼: ବରଗତ ବ୍ଲକ ଅନ୍ତର୍ଗତ ବେହେରା ବଜାରଠାରେ ନବ ନିର୍ମିତ ଶୀତଳ ଭଣ୍ଡାର ଲୋକାର୍ପଣ ହୋଇଯାଇଛି । ଉତ୍ସବରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ମନୀଷା ବାନାର୍ଜୀ ଯୋଗଦେଇ ଏହାର ଲୋକାର୍ପଣ କରିଥିଲେ । ୧୦ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଏହି ଭଣ୍ଡାରଟି ଚାଷୀମାନଙ୍କ ଆର୍ଥିକ ବିକାଶ କରିବ । RMC ପକ୍ଷରୁ ଏହାକୁ ନିର୍ମାଣ କରାଯାଇଥିବା ବେଳେ ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶୀତଳ ଭଣ୍ଡାର ନିର୍ମାଣ କରାଯିବ ବୋଲି କୁହାଯାଇଛି । ଚାଷୀ ମାନେ ନିଜ ଅଞ୍ଚଳରେ ଶୀତଳ ଭଣ୍ଡାର ପାଇଥିବାରୁ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହେଉଛି ସିଆରସିସି-ପ୍ରଧାନଶିକ୍ଷକଙ୍କ ଖଣ୍ଡଯୁଦ୍ଧ ଭିଡିଓ

ଚାନ୍ଦବାଲି: ରାସ୍ତା ମଝିରେ ସିଆରସିସି ଏବଂ ପ୍ରଧାନ ଶିକ୍ଷକ ମଧ୍ୟରେ ଖଣ୍ଡଯୁଦ୍ଧ । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି । ଚାନ୍ଦବାଲି ବ୍ଲକର ମାଣିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏପରି ଘଟଣା । ଦୀର୍ଘଦିନ ହେଲା ମାଣିପୁର ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମେନ୍ଦ୍ର ମହାନ୍ତି ସ୍କୁଲର ମଧ୍ୟାହ୍ନ ଭୋଜନ ଏବଂ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆସୁଥିବା ପୋଷାକ ଦେଇ ନାହାନ୍ତି । ପ୍ରତିବାଦ କରିବାରୁ ଅବିଭାବକ ଏବଂ ସିଆରସିସିଙ୍କୁ ନାଲିଆଖି ଦେଖାଇବା ସହିତ ପୋଲିସର ଭୟ ଦେଖାଉଥିଲେ । ଏବିଷୟରେ ସିଆରସିସି ଲମ୍ବୋଦର ସାହୁ ଶିକ୍ଷକଙ୍କୁ ପଚାରିବାରୁ ସେ ଉତ୍ୟକ୍ତ ହୋଇ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପ୍ରଧାନ ଶିକ୍ଷକଙ୍କ ବିରୋଧରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଉ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ସମ୍ବଲପୁର ମହାନଗର ନିଗମରେ କାର୍ଯ୍ୟରତ କିନ୍ନରଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମରେ କାର୍ଯ୍ୟରତ ଜଣେ କିନ୍ନରଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ମହାନଗର ନିଗମରେ କାର୍ଯ୍ୟରତ ଷ୍ଟେନୋ ମିନତି ପଣ୍ଡାଙ୍କ ବ୍ୟକ୍ତିଗତ ଡ୍ରାଇଭର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି l ଏନେଇ କିନ୍ନର ଯୋଗେଶ୍ବର ଓରାମ ଡେପୁଟି କମିଶନରଙ୍କ ନକଟରେ ଲିଖିତ ଅଭିଯୋଗ କରିବା ସହ କ୍ଷେତରାଜପୁର ଥାନାରେ FIR ଦେଇଛନ୍ତି । ଜିଲ୍ଲା କିନ୍ନର ସଂଘ ସଭାପତିଙ୍କ ସହ ଜିଲ୍ଲାପାଳଙ୍କୁ ମଧ୍ୟ ଏକ ଲିଖିତ ଅଭିଯୋଗ କରିଛନ୍ତି । ନିଧି ମେହେତା ଓରାମ ସମ୍ବଲପୁର ସିଟି ମିଶନ ମେନେଜର ପୋଷ୍ଟରେ କାର୍ଯ୍ୟ କରନ୍ତି  । ମହାନଗର ନିଗମର ଷ୍ଟେନୋ ମିନତି ପଣ୍ଡାଙ୍କ ବ୍ୟକ୍ତିଗତ ଡ୍ରାଇଭର ତାଙ୍କ କାର୍ଯ୍ୟାଳୟକୁ ଆସି ନିଧିଙ୍କ ଫୋଟ ଉଠାଉଥିଲା  l ନିଧି ତାର ପ୍ରତିବାଦ କରିବାରୁ ତାଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ସହ ଅଶ୍ଳୀଳ ଭିଡିଓ ଦେଖେଇବାକୁ ଚେଷ୍ଟା କରିଥିଲା l ଘଟଣା ବିଷୟରେ ଷ୍ଟେନୋ ମିନତି ପଣ୍ଡାଙ୍କୁ ଜଣାଇଥିଲେ ନିଧି । ତେବେ ଏନେଇ ପାଟି ନକରି ଚୁପ ରହିବାକୁ ସେ କହିବା ସହ ଅଭିଯୋଗ କଲେ ଚାକିରି ନେଇଯିବାକୁ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି ।

ଖାଉଟିଙ୍କୁ ମିଳିଲା ଆଶ୍ବସ୍ତି, ଖସୁଛି ଟମାଟୋ ଦର

ଭୁବନେଶ୍ବର: ଖାଉଟିଙ୍କୁ ମିଳିଲା ଆଶ୍ବସ୍ତି । ଧିରେ ଧିରେ ଖସୁଛି ଟମାଟୋ ଦର । ମହଙ୍ଗା ଟମାଟୋ ଏବେ କ୍ରମାଗତ ଭାବରେ ଶସ୍ତା ହେଉଛି । ଗତ ୨ ମାସ ହେଲା ଟମାଟୋ ଦର ଲୋକଙ୍କୁ କନ୍ଦାଉଥିଲା  । ବର୍ତ୍ତମାନ ବଜାରରେ ଟମାଟର କିଲୋଗ୍ରାମ୍ ପ୍ରତି ୫୦ ଟଙ୍କାରେ ମିଳୁଛି । କିଛି ସ୍ଥାନରେ ପରିବହନ ଖର୍ଚ୍ଚ କାରଣରୁ ଦାମ ୬୦ ଟଙ୍କା କିମ୍ବା ୭୦ ଟଙ୍କା ପର୍ଯ୍ୟନ୍ତ ରହୁଛି । କିଛି ସ୍ଥାନରେ ଏହା ୮୦ ଟଙ୍କାରେ ମଧ୍ୟ ରହିଛି । ଏହାରି ମଧ୍ୟରେ ଆଉ ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଦେଶରେ ଟମାଟୋର ଦାମ୍ ସାମାନ୍ୟ ସ୍ତରକୁ ନଆସିବା ଯାଏଁ ସବସିଡି ହାରରେ ଟମାଟୋ ବିକ୍ରି ଜାରି ରହିବ । ବିଗତ ଦିନରେ ବର୍ଷା ଓ  ବନ୍ୟା କାରଣରୁ ଫସଲ ନଷ୍ଟ ହୋଇଥିଲା  । ଦେଶର ଅନେକ ରାଜ୍ୟରେ ଟମାଟୋ କେଜି ପିଛା ୨୫୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ରୋଷେଇ ଘରୁ ଟମାଟୋ ଉଭାନ୍ ହୋଇଯାଇଥିଲା  । ମଧ୍ୟବିତ୍ତ, ଧନୀ ସବୁ ବର୍ଗର ଲୋକଙ୍କୁ ପ୍ରଭାବିତ କରିଥିଲା ଟମାଟୋ ଦର ।

ଡିଏମଏଫ କାର୍ଯ୍ୟକାରିତାର ସମୀକ୍ଷା

ଭୁବନେଶ୍ବର: ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି (ଡିଏମ୍‌ଏଫ୍‌)ର କାର୍ଯ୍ୟକାରିତା ସମ୍ପର୍କରେ ତଦାରଖ ଓ ସମୀକ୍ଷା ବୈଠକ ରାଜ୍ୟସ୍ତରୀୟ କମିଟି ଦ୍ୱାରା ସୋମବାର ଅପରାହ୍ନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଡିଏମ୍ଏଫ୍ପାଣ୍ଠି ଦ୍ୱାରା ଯେପରି ଖଣିଜ ଅଂଚଳର ଲୋକେ ଅଧିକ ଉପକୃତ ହେବେ, ମୁଖ୍ୟ ଶାସନ ସଚିବ ସେଥିପ୍ରତି ଗୁରୁତ୍ୱ ଦେଇଥିଲେ ପାନୀୟଜଳ, ଅଙ୍ଗନୱାଡିକେନ୍ଦ୍ର, ଜୀବିକାର୍ଜନ କାର୍ଯ୍ୟକ୍ରମ, ଭିତ୍ତିଭୂମି ବିକାଶ ପ୍ରକଳ୍ପ ଆଦିଗୁଡ଼ିକ ଉପରେ ଗୁରୁତ୍ୱ ଦେଇଛନ୍ତି ଡିଏମଏଫ୍ ପାଣ୍ଠିରେ ସଂପୃକ୍ତ ଅଂଚଳରେ ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ ଓ ପଞ୍ଚାୟତ ସଡ଼କଗୁଡିକୁ ଭଲ ଭାବରେ କରାଯାଇପାରିବ, ସେ ସଂପର୍କରେ ଗୁରୁତ୍ୱାରୋପ କରାଯାଇଥିଲା ଫସଲ ଅମଳ ପରବର୍ତ୍ତୀ ସଂରକ୍ଷଣ ଏବଂ  “ମା ଗୃହ” ପ୍ରକଳ୍ପ ଉପରେ  ସେ ଗୁରୁତ୍ୱ ଦେଇଛନ୍ତି   ପାଣ୍ଠି ପ୍ରଦାନ ଓ ଖର୍ଚ୍ଚ ସଂବନ୍ଧୀୟ ତଥ୍ୟ ଓ ପ୍ରକଳ୍ପ ପରିଚାଳନା ତଥ୍ୟକୁ ସଠିକ ରଖି  ଯୋଜନା ଅନୁମୋଦନ ମୁତାବକ କାର୍ଯ୍ୟକରି ଖର୍ଚ୍ଚ ବୃଦ୍ଧି କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି ଜଳସେଚନ ଉତ୍ସର ସୁବିଧା ନିଆଯାଇ ସଂପୃକ୍ତ ଅଂଚଳରେ ଜଳସେଚନ ସୁବିଧା ପ୍ରକଳ୍ପକୁ ଗୁରୁତ୍ୱ ଦେଇଛନ୍ତି  ଅନୁଗୋଳ, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର ଓ ସୁନ୍ଦରଗଡ଼ ଆଦିରେ  ପ୍ରମୁଖ ଡିଏମ୍ଏଫ୍ଜିଲ୍ଲାଗୁଡିକୁ ଓଏଏସ୍ ଏବଂ  ଓଡ଼ିଶା ଅର୍ଥସେବା ବା ଓଟିଏସ୍ରୁ ଅଧିକାରୀମାନେ ନିୟୋଜିତ କରିବାକୁ ପରାମର୍ଶ ଦେଇଛନ୍ତି । ସଂପୃକ୍ତ ସଚିବ ଓ ଜିଲ୍ଲାପାଳମାନଙ୍କ ଉପସ୍ଥିତିରେ ଆଗାମୀ ସେପ୍ଟେମ୍ବର ୨ୟ ସପ୍ତାହରେ ଡିଏମ୍ଏଫ୍  ଏବଂ ଓମ୍ବାଡସି ଅଂଚଳର ବିକାଶ ପାଇଁ ବ୍ୟାପକ ଯୋଜନା ସଂପର୍କରେ ସ୍ୱତନ୍ତ୍ର ବୈଠକରେ  ଆଲୋଚନା କରିବାକୁ ସେ କହିଥିଲେ ଜିଲ୍ଲାଗୁଡ଼ିକର ଡିଏମ୍ସ୍ପାଣ୍ଠି ଉପଯୋଗର ଅଡିଟ୍ରିପୋର୍ଟ ଓ ବାର୍ଷିକ ରିପୋର୍ଟ ପ୍ରଦାନ ପାଇଁ ଗୁରୁତ୍ୱାରୋପ କରାଯାଇଥିଲା

          ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ,  ଗ୍ରାମ୍ୟ ଉନ୍ନୟନ ତଥା ସୂଚନା ଓ ଲୋକସଂପର୍କ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ , ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ , ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଆଶ୍ୱତୀ ଏସ୍, ଯୋଜନା ଓ ସଂଯୋଜନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମାଙ୍କ ସମେତ କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ

 

ନିଯୁକ୍ତି ହେବେ ୨୦ ହଜାର କନିଷ୍ଠ ଶିକ୍ଷକ

ଭୁବନେଶ୍ବର: କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ନିଯୁକ୍ତି ହେବେ ୨୦ ହଜାର କନିଷ୍ଠ ଶିକ୍ଷକ । କନିଷ୍ଠ ଶିକ୍ଷକ ନିଯୁକ୍ତି ନିୟମାବଳୀରେ ସଂଶୋଧନ ହୋଇଛି । ଏନେଇ ବିଦ୍ୟାଳୟ ଗଣଶିକ୍ଷା ବିଭାଗରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଘର ସଜାଡ଼ିବାକୁ କଂଗ୍ରେସର ପ୍ରୟାସ ଆରମ୍ଭ

ଭୁବନେଶ୍ବର: ଘର ସଜାଡ଼ିବାକୁ ପ୍ରୟାସ ଆରମ୍ଭ କରିଛି କଂଗ୍ରେସ । କିପରି ତୃଣମୂଳସ୍ତରରୁ ସଂଗଠନ ସଜଡ଼ାଯିବ ସେ ନେଇ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ CWC ସଦସ୍ୟ କେ. ରାଜୁ ଜିଲ୍ଲା ସଭାପତିଙ୍କ ଠାରୁ ନେଇ ରାଜ୍ୟ ମଙ୍ଗୁଆଳ ମାନଙ୍କ ସହ ଆଲୋଚନା କରିଛନ୍ତି । ଆଉ ଏହାରି ଭିତରେ କେ. ରାଜୁଙ୍କ ଆଗରେ  ପିସିସି ସଭାପତିଙ୍କ ନେତୃତ୍ବକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଦଳୀୟ ନେତା ।  ସମସ୍ତଙ୍କୁ ନେଇ ଦଳ ଆଗକୁ ବଢିବା କଥା କେନ୍ଦ୍ରୀୟ ନେତାଙ୍କୁ କଥାକୁ  ସୁର ରାଉତରାୟ ଦୋହରାଇଥିବା ବେଳେ ସଂଗଠନ ନୂଆ ରୂପ ନେବାକୁ ଯାଉଥିବା ସଙ୍କେତ ଦେଇଛନ୍ତି ତାରା ବାହିନୀପତି । ଯାହା ଶରତଙ୍କ ପାଇଁ ଅଡୁଆ ସୃଷ୍ଟି କରିବ  ।

ସମସ୍ତଙ୍କୁ ନେଲେ ଦଳ ଜିତିବ, ନହେଲେ ହାରିବ । କଂଗ୍ରେସ ଏକଜୁଟ ହେବା ଆବଶ୍ୟକ  । CWC ସଦସ୍ୟ କେ. ରାଜୁ ଦୁଇଦିନ ଧରି ଦଳୀୟ ନେତାଙ୍କୁ ଦେଇଥିବା ଏପରି ଏକ ମନ୍ତବ୍ୟ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବକୁ ଆଡକୁ ଉଠାଇଛି ଆଙ୍ଗୁଳି  । କଂଗ୍ରେସ ଏବେ ବିଜେପିର ବି-ଟିମ ହୋଇ କାମ କରୁଥିବା ଅଭିଯୋଗ ହୋଇଛି  । ପିସିସି ସଭାପତିଙ୍କ ଏକପାଖିଆ ନିଷ୍ପତ୍ତିକୁ ନେଇ ଦଳ ଭିତରେ ଥିବା ଅସନ୍ତୋଷ, କେନ୍ଦ୍ରୀୟ ନେତା କେଉଁଠି ନା କେଉଁଠଟି ଅନୁଭବ କରିଥିବା ସୁରଙ୍କ ବୟାନରୁ ସ୍ପଷ୍ଟ ଜଣାପଡ଼ୁଛି  । ଅନ୍ୟପଟେ କଂଗ୍ରେସର ଅସନ୍ତୋଷ ନେତା ମଧ୍ୟ ଗଣମାଧ୍ୟମ ଆଗରେ ଖୋଲାଖୋଲି ଭାବେ ପିପିସି ସଭାପତି ବିଜେପି କଥାରେ ପରିଚାଳିତ ବୋଲି ଅଭିଯୋଗ କରିଛନ୍ତି । ଏ ବିଷୟରେ ହାଇକମାଣ୍ଡ ଅବଗତ ଥିବାରୁ ଖୁବଶୀଘ୍ର ଓଡ଼ିଶା କଂଗ୍ରେସରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଥିବା କହିଛନ୍ତି  ଅସନ୍ତୋଷ କଂଗ୍ରେସ ନେତା  ।

ଅନ୍ୟପଟେ କଂଗ୍ରେସ  ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା  ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି  । ସବୁ ଜିଲ୍ଲା ସଭାପତିଙ୍କୁ ନେଇ କଂଗ୍ରେସ ଭବନରେ ତାଲିମ ଦିଆଯାଉଛି। ଲକ୍ଷ୍ୟ ରହିଛି, କେମିତି ତୃଣମୂଳସ୍ତରରୁ ସଂଗଠନକୁ ସଜଡ଼ା  ଯିବ ।  କଂଗ୍ରେସକୁ ନୂଆ ରୂପ ଦେବାକୁ ହାଇକମାଣ୍ଡ ଫୋକସ କରିଥିବା ତାରା କହିଛନ୍ତି  ।  ସେ ପିସିସି ସଭାପତି ରେସରେ ନାହାନ୍ତି  । ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଯାହାକୁ ଚାହିବେ ସେ ପିସିସି ସଭାପତି ହେବେ ବୋଲି ତାରା କହିଛନ୍ତି  ।

ପିସିସି ସଭାପତିଙ୍କ ବିଜେପି ସହ ଭିତିରିଆ ସମ୍ପର୍କ ଏବଂ କଂଗ୍ରେସ ସଂଗଠନ କୋମାକୁ ଚାଲିଯାଉଥିବା ଅଭିଯୋଗ କରି ଦଳର ହେଭିଓ୍ବେଟ ଗୋଷ୍ଠୀ ଭୁବେନଶ୍ବରରୁ  ଦିଲ୍ଲୀ ଯାଏ ମାନସ ମନ୍ଥନ କରୁଛନ୍ତି  । ଏହାରି ଭିତର ଏଆଇସିସି ଅଧ୍ୟକ୍ଷ ଖଡ଼ଗେଙ୍କ ୩୯ ଜଣିଆ ଟିମରେ ଓଡ଼ିଶାରେ କେହିନେତା ସାମିଲ ନହେବାକୁ ନେଇ ରାଜ୍ୟ କଂଗ୍ରେସରେ ଅସନ୍ତୋଷ ଉଗ୍ରରୂପ ନେଇଛି । କେ. ରାଜୁଙ୍କ ଗସ୍ତ ରାଜ୍ୟ କଂଗ୍ରେସରେ ବଡ଼ ଧରଣର ପରିବର୍ତ୍ତନର ବାଟ ଫିଟାଉଛି ବୋଲି କଂଗ୍ରେସ ଅନ୍ଦର ମହଲରେ ଜୋରଦାର ଚର୍ଚ୍ଚା ହେଉଛି  ।