ସୋସିଆଲ ମିଡିଆରେ ଭାଇରାଲ ହେଉଛି ସିଆରସିସି-ପ୍ରଧାନଶିକ୍ଷକଙ୍କ ଖଣ୍ଡଯୁଦ୍ଧ ଭିଡିଓ

ଚାନ୍ଦବାଲି: ରାସ୍ତା ମଝିରେ ସିଆରସିସି ଏବଂ ପ୍ରଧାନ ଶିକ୍ଷକ ମଧ୍ୟରେ ଖଣ୍ଡଯୁଦ୍ଧ । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି । ଚାନ୍ଦବାଲି ବ୍ଲକର ମାଣିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏପରି ଘଟଣା । ଦୀର୍ଘଦିନ ହେଲା ମାଣିପୁର ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମେନ୍ଦ୍ର ମହାନ୍ତି ସ୍କୁଲର ମଧ୍ୟାହ୍ନ ଭୋଜନ ଏବଂ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆସୁଥିବା ପୋଷାକ ଦେଇ ନାହାନ୍ତି । ପ୍ରତିବାଦ କରିବାରୁ ଅବିଭାବକ ଏବଂ ସିଆରସିସିଙ୍କୁ ନାଲିଆଖି ଦେଖାଇବା ସହିତ ପୋଲିସର ଭୟ ଦେଖାଉଥିଲେ । ଏବିଷୟରେ ସିଆରସିସି ଲମ୍ବୋଦର ସାହୁ ଶିକ୍ଷକଙ୍କୁ ପଚାରିବାରୁ ସେ ଉତ୍ୟକ୍ତ ହୋଇ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପ୍ରଧାନ ଶିକ୍ଷକଙ୍କ ବିରୋଧରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଉ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।