spot_img
Home Blog Page 2716

ବିଚାରାଧିନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ସ୍ଵତନ୍ତ୍ର ଉପ-କାରାଗାରରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ l କେ. ବଳାଙ୍ଗ ଥାନା ଲଙ୍ଗଳକଟା ଗାଁର ଯୁବକ ଶୁକରାମ ମୁଣ୍ଡା ଗତ ୨୦୨୦ ମସିହାରୁ ହତ୍ୟା ଅଭିଯୁକ୍ତ ଭାବେ ବଣାଇ ସ୍ଵତନ୍ତ୍ର ଉପ-କାରାଗାରରେ ଥିଲେ । ରବିବାର ମଧ୍ୟାହ୍ନରେ ତାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହେଇଛି l ହଠାତ ଅସୁସ୍ଥ ହେବାରୁ ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ବଣାଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି l

ବିଜେଡିରୁ ବାହାରିଥିବା ନେତାଙ୍କ ପ୍ରତି ମନମୋହନ ସାମଲଙ୍କ ଦୁର୍ବଳତା: ଲେନିନ ମହାନ୍ତି

ଭୁବନେଶ୍ବର: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଟାର୍ଗେଟ କଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ବିଜେଡିରୁ ପ୍ରତ୍ୟାଖାତ ନେତାଙ୍କ ପ୍ରତି ରହିଛି ମନମୋହନଙ୍କ ଦୁର୍ବଳତା । ଲୋକଙ୍କ ପଇସା ଖାଇଥିବା ନେତାଙ୍କୁ ତାଙ୍କ ଦଳରେ ମିଶାଇବା ପାଇଁ ସେ ବ୍ୟାକୁଳ । ଯୁବକଙ୍କୁ ଚାକିରୀ ଦେବା ନାଁରେ କୋଟି କୋଟି ଟଙ୍କା ଠକିଥିବା ନେତାଙ୍କୁ ଦଳରେ ମିଶାଇବାକୁ ବ୍ୟାକୁଳ ହେଉଛନ୍ତି । ପୂର୍ବ ନିର୍ବାଚନରେ ମଧ୍ୟ ବିଜେଡିରୁ ପ୍ରତ୍ୟାଖାତ ନେତାଙ୍କୁ ଦଳରେ ମିଶାଇଥିଲେ । ଜନତା ଏହାର ଉଚିତ ଜବାବ ଦେଇଛନ୍ତି । ବିଜେଡି ଲୋକପ୍ରିୟତାକୁ ସେ ସହିପାରୁନାହାନ୍ତି । ଗତବର୍ଷ ୩୦ଟି ଜିଲ୍ଲାରେ ବିଜେପି ପ୍ରତ୍ୟାଖ୍ୟାତ ହୋଇଛି । ପ୍ରତ୍ୟେକ ସର୍ଭେ ସୂଚାଇଛି ନଂ-୧ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

 

କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ

ଫୁଲବାଣୀ: ଅସୁସ୍ଥ ଛାତ୍ରଙ୍କ ମୃତ୍ୟୁ ପାଇଁ ଅବହେଳାକୁ ଦାୟୀ କରି ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ରାସ୍ତା ଅବରୋଧ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାଟାଗୁଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ସ୍କୁଲ ସମ୍ମୁଖ ୫୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଅଞ୍ଚଳବାସୀ । ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦାୟିତ୍ବ ହୀନତା ଯୋଗୁ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଶନିବାର ଅପରାହ୍ନରେ ଷଷ୍ଠ ଶ୍ରେଣୀର ଛାତ୍ର ସତ୍ୟାନନ୍ଦ ନାୟକ କୌଣସି କାରଣରୁ ତଳେ ତଳେ ପଡ଼ି ଅଚେତ ହୋଇପଡ଼ିଥିଲେ । ତାଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ବାଲିଗୁଡ଼ା ପୋଲିସ୍ । ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି ।

ସାଂସଦ ଅପରାଜିତା ଷଢ଼ଙ୍ଗୀଙ୍କୁ ବିଜେଡିର ସମାଲୋଚନା

ଭୁବନେଶ୍ବର: ବିଜେପି ସାଂସଦ ଅପରାଜିତା ଷଢ଼ଙ୍ଗୀଙ୍କୁ ବିଜେଡିର ସମାଲୋଚନା । ରବିବାର ବିଜେଡି ପ୍ରେସମିଟ୍ କରି ସାଂସଦଙ୍କୁ ସମାଲୋଚନା କରିଛି । ନିକଟରେ ସାଂସଦଙ୍କ ଗସ୍ତ ସମୟରେ ସାଧାରଣ ଲୋକେ ତାଙ୍କୁ ବିରୋଧ କରିଥିଲେ । ତେବେ ସେହି ଲୋକଙ୍କୁ ସାଂସଦ ଗୁଣ୍ଡା ବୋଲି କହିଥିଲେ । ତେବେ ଏଠାରେ ସାଂସଦଙ୍କୁ ପ୍ରଶ୍ନ କରିଛି ବିଜେଡି । ଯେଉଁ ଭୋଟରମାନେ ତୁମକୁ ଭୋଟ ଦେଇ ଜିତାଇଲେ ସେମାନେ କେମିତି ଗୁଣ୍ଡା ହେଲେ । ଅପରାଜିତା ଭୋଟରଙ୍କୁ ଗୁଣ୍ଡା କହିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ଏହାସହ ସେ କହିଛନ୍ତି କି,  ଭୋଟରମାନେ ଯାହାଙ୍କୁ ଭୋଟ ଦେଇ ନିର୍ବାଚିତ କରିଛନ୍ତି ସେଇ ଜନପ୍ରତିନିଧିଙ୍କୁ ପ୍ରଶ୍ନ ପଚାରିବା ତାଙ୍କର ଅଧିକାର ଅଛି । ସାଂସଦ ଅପରାଜିତାଙ୍କୁ ଲୋକମାନେ ବିକାଶ ନେଇ ପ୍ରଶ୍ନ ପଚାରିଛନ୍ତି । ଆଉ ଅପରାଜିତା ସେମାନଙ୍କୁ ଗୁଣ୍ଡା କହିବା ଦୁର୍ଭାଗ୍ୟଜନକ । ଭୋଟରଙ୍କ ପାଖରେ ଅଧିକାର ଅଛି ଯେ ସେ ତାଙ୍କ ନିର୍ବାଚିତ ପ୍ରତିନିଧିଙ୍କୁ ପ୍ରଶ୍ନ ପଚାରିପାରିବେ ।

ବ୍ରହ୍ମପୁର ପରେ ସାନଖେମୁଣ୍ଡିରେ 5T  ସଚିବଙ୍କ ବିକାଶ କାର୍ଯ୍ୟର ସମୀକ୍ଷା

ସାନଖେମୁଣ୍ଡି: ବ୍ରହ୍ମପୁର ପରେ ସାନଖେମୁଣ୍ଡିରେ 5T ସଚିବଙ୍କ ବିକାଶ କାର୍ଯ୍ୟର ସମୀକ୍ଷା । ଲୋକଙ୍କ ହାତରୁ ଅଭିଯୋଗପତ୍ର ନେବା ସହ ସମସ୍ୟାର ସମାଧାନ ପାଇଁ ଦେଉଛନ୍ତି ପ୍ରତିଶ୍ରୁତି । ସାନଖେମୁଣ୍ଡିରେ ଘୋଡାହାଡ ଡ୍ୟାମ୍ ଜଳ ପ୍ରକଳ୍ପ ପାଇଁ ୧୭୦ କୋଟି ଖର୍ଚ୍ଚ ହେବ । ଏହାଦ୍ବାରା ୮ଟି ପଞ୍ଚାୟତ ଉପକୃତ ହେବେ । ଋଷିକୂଲ୍ୟା ଜାନିବିଲି ପ୍ରକଳ୍ପ ପାଇଁ ୧୦୩ କୋଟି ଟଙ୍କା ଖର୍ଚ୍ଚ ହେବ । ଧରାକୋଟ କୁକୁଡ଼ାଖଣ୍ଡି ସାନଖେମୁଣ୍ଡି ୧ ଲକ୍ଷ ୩୦ ହଜାର ଏକର ଚାଷ ଜମିକୁ ପାଣି ଯୋଗାଯିବ । ପଲାସପୁର ଡେଙ୍ଗାଉସ୍ତା ମୁଖ୍ୟ ରାସ୍ତା ମରାମତି ପାଇଁ ୨୧ କୋଟି ଟଙ୍କା ଖର୍ଚ୍ଚ ହେବ । ପାଟପୁର କଙ୍କରଡ଼ା ଆମ୍ବଗାଁ ତିତିଖଣ୍ଡି ସେଟେଲ ମେଣ୍ଟ ସର୍ଭେ କାମ ଆରମ୍ଭ ହେବ । ୧୦୦ ବର୍ଷର ଜମି ଘର ସମସ୍ୟା ଦୂର ହେବ । ରାସ୍ତାର ଉନ୍ନତି କରଣ ପାଇଁ ୧୬ କୋଟି ଟଙ୍କା ଖର୍ଚ୍ଚ ହେବ । ମିଶନ ଶକ୍ତି କେମିତି ଟଙ୍କା ପାଇବେ ସେ ଚିନ୍ତା କରିଛନ୍ତି ମୁଖ୍ୟମନ୍ତ୍ରୀ । ମା’ ମାନଙ୍କୁ ବିନା ସୁଧରେ ୧ ଲକ୍ଷ ଟଙ୍କା ବିନା ସୁଧରେ ଦେଇଛନ୍ତି। । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଯାହା ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତ କାରି ପଦକ୍ଷେପ ବୋଲି କହିଛନ୍ତି 5T ସଚିବ ।

5T ସଚିବଙ୍କ ପ୍ରତିଶୃତି, ୨ଦିନ ମଧ୍ୟରେ ପିଇବା ପାଣି ସମସ୍ୟାର ହେବ ସମାଧାନ

ଦିଗପହଣ୍ଡି: ଦିଗପହଣ୍ଡିରେ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଲୋକଙ୍କଠାରୁ ଅଭିଯୋଗ ଗ୍ରହଣ କରି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ । ସପ୍ତାହକରେ ମନ୍ଦିର, ଚର୍ଚ୍ଚ, ମସଜିଦ, କମ୍ୟୁନିଟି ସେଣ୍ଟର ସମ୍ପର୍କିତ ଅଭିଯୋଗର ବିଚାର କରାଯାଇ ମୁଖ୍ୟମନ୍ତ୍ରୀ ଖୁସି ଖବର ଦେବେ ବୋଲି 5T ସଚିବ ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଦେଉଥିବା ଅନୁଦାନକୁ ସ୍ବଚ୍ଛତାର ସହିତ ଉପଯୋଗ କରିବାକୁ ଆହ୍ବାନ ଦେଇଛନ୍ତି 5T ସଚିବ । ଆସନ୍ତା ୨ଦିନ ମଧ୍ୟରେ ପିଇବା ପାଣି ସମସ୍ୟାର ସମାଧାନ କରାଯିବ । ଲୋକଙ୍କ ଅଭିଯୋଗ ଅନୁସାରେ ସନ୍ଧ୍ୟା ସୁଦ୍ଧା ଗାଁର ଇଞ୍ଜିନିୟର ପହଞ୍ଚି ଅନୁଧ୍ୟାନ କରିବେ । ପାନୀୟ ଜଳ ପ୍ରକଳ୍ପ ପାଇଁ ଦିଗପହଣ୍ଡି ବ୍ଲକରେ ୧୭୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଜମିକୁ ଜଳସେଚନ ପାଇଁ ୫୦ କୋଟି ଟଙ୍କାରେ ଇନଷ୍ଟ୍ରିମ ଷ୍ଟୋରେଜ ନିର୍ମାଣ ଚାଲିଛି । ମିଶନ ଶକ୍ତି ମାଆ ଓ ଚାଷୀଙ୍କ ପାଇଁ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଗରିବ କିଭଳି ମାଗଣାରେ ଚିକିତ୍ସିତ ହେଉଛନ୍ତି ସେନେଇ ଲୋକଙ୍କ ଅବଗତ କରିଥିଲେ ଫାଇଭ-ଟି ସଚିବ ।

ସୌମ୍ୟଙ୍କୁ ସୁରଙ୍କ ସମାଲୋଚନା

ଭୁବନେଶ୍ବର: ଖଣ୍ଡପଡ଼ା ବିଧାୟକଙ୍କ ଆଲେଖ୍ୟକୁ ନେଇ ସାରା ରାଜ୍ୟରେ ତାଙ୍କୁ ସମାଲୋଚନା କରାଯାଉଛି । ନିଜର ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଏଭଳି ଲେଖିବା ଏବଂ ମନ୍ତ୍ରୀ ପଦ ନମିଳିବାରୁ ସୌମ୍ୟ ବାରମ୍ବାର ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା କୁହାଯାଉଛି । ଏହାରି ଭିତରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ସ୍ଥାନୀୟ ଲୋକ ଆଉ ଖଣ୍ଡପଡ଼ାରେ ପୂରାଇ ଦେଉନାହାନ୍ତି । ସୌମ୍ୟ ଅତିଷ୍ଠ ହୋଇ ପଡ଼ିଲେଣି ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି । ଯେଉଁ ଦଳରୁ ଟିକେଟ ନେଲେ ଓ ଜିତିଲେ, ଶେଷଆଡ଼କୁ ଏସବୁ କଥା କାହିଁକି କହୁଛନ୍ତି ? ଚାରି ବର୍ଷ ଧରି ସୌମ୍ୟ ପଟ୍ଟନାୟକ କୁଆଡ଼େ ଯାଇଥିଲେ ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ପ୍ରଶ୍ନ କରିଛନ୍ତି ।

ଏସିଆ କପରେ ରୋହିତଙ୍କ ସହ କିଏ କରିବ ଓପନିଂ

ନନ୍ଦିଘୋଷ ବ୍ୟୁରୋ: ଏସିଆ କପରେ ରୋହିତ ଶର୍ମାଙ୍କ ସହ କରିବ ପାଳି ଆରମ୍ଭ । ଶୁଭମନ ଗିଲ ଏବଂ ଇଶାନ କିଶାନଙ୍କ ମଧ୍ୟରୁ କିଏ ଓପନିଂ କରିବ ତାକୁ ନେଇ ଏବେ କ୍ରିଡାପ୍ରେମୀଙ୍କ ମଧ୍ୟରେ ଦ୍ବନ୍ଦ ଲାଗି ରହିଛି । ଯଦି ଉଭୟଙ୍କ ରେକର୍ଡ ଦେଖିବା ତାହେଲେ ଓପନିଂରେ ଇଶାନ ଏବଂ ଗିଲ୍ ଦମଦାର ପ୍ରଦର୍ଶନ କରିଛନ୍ତି । ଶୁଭମନ ଗିଲ କିନ୍ତୁ ଇଶାନଙ୍କ ଅପେକ୍ଷା ଓପନିଂରେ ଭଲ ରେକର୍ଡ ରହିଛି । ଚଳିତ ଆଇପିଏଲରେ ଉଭୟ ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରିଛନ୍ତି । ଗିଲ କିନ୍ତୁ ଇଶାନଙ୍କ ଅପେକ୍ଷା ଚଳିତ ଆଇପିଏଲରେ ଅଧିକ ଶତକ ହାସଲ କରିଛନ୍ତି । ପାକିସ୍ତାନ ବିପକ୍ଷରେ ଭାରତ ନିଜର ଅଭିଯାନ ଆରମ୍ଭ କରିବାକୁ ଯାଉଥିବାବେଳେ ଏମାନଙ୍କ ମଧ୍ୟରୁ ଦଳ କାହାକୁ ରୋହିତଙ୍କ ସହ ଓପନିଂ କରାଇବ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

 

 

ମଧ୍ୟପ୍ରଦେଶରେ ପୁଣି ଦଳିତ ବିରୋଧୀ ହିଂସା, ଯୁବକଙ୍କୁ ପିଟି ପିଟି ହତ୍ୟା ପରେ ତାଙ୍କ ମାଆଙ୍କୁ ଉଲଗ୍ନ କଲେ ଦୁର୍ବୃତ୍ତ

ଭୋପାଳ: ମଧ୍ୟପ୍ରଦେଶରେ ପୁଣି ଦଳିତ ବିରୋଧୀ ହିଂସା । ଯୁବକଙ୍କୁ ପିଟି ପିଟି ହତ୍ୟା ପରେ ତାଙ୍କ ମାଆଙ୍କୁ ଉଲଗ୍ନ କରିଛନ୍ତି ଦୁର୍ବୃତ୍ତ । ଘଟଣା ଘଟିଛି ମଧ୍ୟପ୍ରଦେଶ ସାତନା ଜିଲ୍ଲାରେ । ୧୮ ବର୍ଷୀୟ ଦଳିତ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ୨୦୧୯ରେ ଅଭିଯୁକ୍ତ ବିରୋଧରେ ମୃତକଙ୍କ ଭଉଣୀ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଥାନାରୁ ଯୌନ ନିର୍ଯାତନା କେସ୍ ଉଠାଇବାକୁ ଅଭିଯୁକ୍ତଜଣଙ୍କ ଯୁବକଙ୍କ ଉପରେ ଚାପ ପକାଉଥିଲେ । ମାତ୍ର କେସ୍ ଉଠାଇବାକୁ ରାଜି ନହେବାରୁ ଦଳିତ ଯୁବକଙ୍କ ଘର ଭାଙ୍ଗି ଦେବା ପରେ ଯୁବକଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସହ ୮ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ମଧ୍ୟରେ ସରପଞ୍ଚଙ୍କ ସ୍ବାମୀ ମଧ୍ୟ ରହିଛନ୍ତି । ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ସର୍ଚ୍ଚ ଅପରେସନ ଜାରି ରଖିଛି ।

୧୪ଜଣଙ୍କ ନାଁରେ ହତ୍ୟ ମାମଲା ରୁଜୁ କରିବା ସହ ଏସସି, ଏସସି ଆକ୍ଟରେ ପୋଲିସ ତଦନ୍ତ କରୁଛି । ଘଟଣାକୁ ନେଇ ମଧ୍ୟପ୍ରଦେଶ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ରାଜ୍ୟରେ ଦଳିତ ବିରୋଧୀ ହିଂସା ବଢୁଥିବା ବେଳେ ସରକାର ନିରବଦ୍ରଷ୍ଟା ସାଜିଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି । କ୍ୟାମେରା ଆଗରେ ଦଳିତଙ୍କ ପାଦ ଧୋଇ ପାପ ଲୁଚାଇବାକୁ ଚେଷ୍ଟା କରୁଛି ବୋଲି କଂଗ୍ରେସ କହିଛି ।

କ୍ରିପ୍ଟୋ ପଞ୍ଜି ସ୍କାମ ମାମଲାରେ ୩ ଜଣଙ୍କ ବିରୋଧରେ ଲୁକଆଉଟ ସର୍କୁଲାର

ଭୁବନେଶ୍ୱର: କ୍ରିପ୍ଟୋ ପଞ୍ଜି ସ୍କାମ ମାମଲାରେ ୩ ଜଣଙ୍କ ବିରୋଧରେ ଲୁକଆଉଟ ସର୍କୁଲାର । ଲୁକଆଉଟ୍ ସର୍କୁଲାର ଜାରି କଲା ବ୍ୟୁରୋ ଅଫ୍ ଇମିଗ୍ରେସନ । STAର ଏହି ୩ ଟପ୍ ଅଫଲାଇନ ମେମ୍ବର ହେଲେ କ୍ରିଷ୍ଣ କୁମାର, ଅନୀଲ କୁମାର ଓ ଭୁରା ରାମ । ଏମାନେ ରାଜସ୍ଥାନ ଅଞ୍ଚଳର ବୋଲି ଜଣାପଡିଛି । ମାମଲାରେ ପୂର୍ବରୁ ଗିରଫ ହୋଇଥିବା ଗୁରୁତେଜ ସିଂହର ଏମାନେ ମୁଖ୍ୟ ସହଯୋଗୀ । ପୂର୍ବରୁ ଇଣ୍ଟରନ୍ୟାସନଲ ମୁଖ୍ୟ ଡେଭିଡ କେଜ୍ ନାଁରେ ମଧ୍ୟ ଲୁକଆଉଟ୍ ସର୍କୁଲାର ଜାରି କରାଯାଇଥିଲା ।