ସାଂସଦ ଅପରାଜିତା ଷଢ଼ଙ୍ଗୀଙ୍କୁ ବିଜେଡିର ସମାଲୋଚନା

ଭୁବନେଶ୍ବର: ବିଜେପି ସାଂସଦ ଅପରାଜିତା ଷଢ଼ଙ୍ଗୀଙ୍କୁ ବିଜେଡିର ସମାଲୋଚନା । ରବିବାର ବିଜେଡି ପ୍ରେସମିଟ୍ କରି ସାଂସଦଙ୍କୁ ସମାଲୋଚନା କରିଛି । ନିକଟରେ ସାଂସଦଙ୍କ ଗସ୍ତ ସମୟରେ ସାଧାରଣ ଲୋକେ ତାଙ୍କୁ ବିରୋଧ କରିଥିଲେ । ତେବେ ସେହି ଲୋକଙ୍କୁ ସାଂସଦ ଗୁଣ୍ଡା ବୋଲି କହିଥିଲେ । ତେବେ ଏଠାରେ ସାଂସଦଙ୍କୁ ପ୍ରଶ୍ନ କରିଛି ବିଜେଡି । ଯେଉଁ ଭୋଟରମାନେ ତୁମକୁ ଭୋଟ ଦେଇ ଜିତାଇଲେ ସେମାନେ କେମିତି ଗୁଣ୍ଡା ହେଲେ । ଅପରାଜିତା ଭୋଟରଙ୍କୁ ଗୁଣ୍ଡା କହିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ଏହାସହ ସେ କହିଛନ୍ତି କି,  ଭୋଟରମାନେ ଯାହାଙ୍କୁ ଭୋଟ ଦେଇ ନିର୍ବାଚିତ କରିଛନ୍ତି ସେଇ ଜନପ୍ରତିନିଧିଙ୍କୁ ପ୍ରଶ୍ନ ପଚାରିବା ତାଙ୍କର ଅଧିକାର ଅଛି । ସାଂସଦ ଅପରାଜିତାଙ୍କୁ ଲୋକମାନେ ବିକାଶ ନେଇ ପ୍ରଶ୍ନ ପଚାରିଛନ୍ତି । ଆଉ ଅପରାଜିତା ସେମାନଙ୍କୁ ଗୁଣ୍ଡା କହିବା ଦୁର୍ଭାଗ୍ୟଜନକ । ଭୋଟରଙ୍କ ପାଖରେ ଅଧିକାର ଅଛି ଯେ ସେ ତାଙ୍କ ନିର୍ବାଚିତ ପ୍ରତିନିଧିଙ୍କୁ ପ୍ରଶ୍ନ ପଚାରିପାରିବେ ।