ଭୁବନେଶ୍ବର: ଖଣ୍ଡପଡ଼ା ବିଧାୟକଙ୍କ ଆଲେଖ୍ୟକୁ ନେଇ ସାରା ରାଜ୍ୟରେ ତାଙ୍କୁ ସମାଲୋଚନା କରାଯାଉଛି । ନିଜର ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଏଭଳି ଲେଖିବା ଏବଂ ମନ୍ତ୍ରୀ ପଦ ନମିଳିବାରୁ ସୌମ୍ୟ ବାରମ୍ବାର ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା କୁହାଯାଉଛି । ଏହାରି ଭିତରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ସ୍ଥାନୀୟ ଲୋକ ଆଉ ଖଣ୍ଡପଡ଼ାରେ ପୂରାଇ ଦେଉନାହାନ୍ତି । ସୌମ୍ୟ ଅତିଷ୍ଠ ହୋଇ ପଡ଼ିଲେଣି ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି । ଯେଉଁ ଦଳରୁ ଟିକେଟ ନେଲେ ଓ ଜିତିଲେ, ଶେଷଆଡ଼କୁ ଏସବୁ କଥା କାହିଁକି କହୁଛନ୍ତି ? ଚାରି ବର୍ଷ ଧରି ସୌମ୍ୟ ପଟ୍ଟନାୟକ କୁଆଡ଼େ ଯାଇଥିଲେ ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ପ୍ରଶ୍ନ କରିଛନ୍ତି ।