spot_img
Home Blog Page 2708

ଜେଲରେ ରହି ପାଠ ପଢ଼ୁଛି ପୁଞ୍ଜିଲାଲ

ବଲାଙ୍ଗୀର: ବଲାଙ୍ଗୀର ଜେଲରେ ସାମ୍ବାଦିକତା ପରୀକ୍ଷା ଦେଉଛି ପାଟଣାଗଡ଼ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର । ଓଡ଼ିଶା ଷ୍ଟେଟ ଓପନ ୟୁନିଭର୍ସିଟି ଅଧୀନରେ MJMC ପରୀକ୍ଷା ଦେଉଛି ପୁଞ୍ଜିଲାଲ । ପୂର୍ବରୁ ପ୍ରଥମ ସେମିଷ୍ଟର ଦେଇସାରିଥିବା ବେଳେ ମଙ୍ଗଳବାର ଦ୍ବିତୀୟ ସେମିଷ୍ଟର ଦେଇଛି । ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ଅଧ୍ୟାପକ ପରୀକ୍ଷା ଦାୟିତ୍ଵ ତୁଲାଇଛନ୍ତି । ୱାର୍ଡର ଓ ଅନ୍ୟ ଜେଲ କର୍ମଚାରୀ ସୁରକ୍ଷା ଦାୟିତ୍ୱରେ ରହିଥିଲେ । ମଙ୍ଗଳବାର ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଆଗାମୀ ୪ ଦିନ ଧରି ପରୀକ୍ଷା ଚାଲିବ ।

ବଢ଼ିଲା ମେଡିକାଲ କଲେଜ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ

ଭୁବନେଶ୍ବର: ବଢ଼ିଲା ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ  । ସରକାରୀ ମେଡିକାଲ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡରେ ୫୦ପ୍ରତିଶତ ବୃଦ୍ଧି କଲା ସ୍ୱାସ୍ଥ୍ୟ ବିଭାଗ  । ତତ୍କାଳ ଲାଗୁ ହେବ ଷ୍ଟାଇପେଣ୍ଡ ବୃଦ୍ଧି । ୨୦୨୧ ଜାନୁଆରୀରେ ହୋଇଥିବା ନିଷ୍ପତ୍ତି ଅନୁସାରେ ହାଉସ ସର୍ଜନମାନେ ଷ୍ଟାଇପେଣ୍ଡ ପାଉଥିଲେ । ପରେ ସେମାନଙ୍କ ଅଭିଯୋଗ ଅନୁସାରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।ଏନେଇ ଅର୍ଥ ବିଭାଗକୁ ମଧ୍ୟ ଅବଗତ କରାଯାଇଛି ।

ରାଜଗାଙ୍ଗପୁର ରେଳ ଓଭର ବ୍ରିଜ୍‌ ନିର୍ମାଣ ପାଇଁ ଆରମ୍ଭ ହେଲା ଜମି କିଣା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରେଳ ଓଭର ବ୍ରିଜ୍‌ ନିର୍ମାଣ ପାଇଁ ଆରମ୍ଭ ହେଲା ଜମି କିଣା । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ରାଜଗାଙ୍ଗପୁର ରେଳ ଓଭର ବ୍ରିଜ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ନିଜସ୍ବ ପାଣ୍ଠିରୁ ଜମି କିଣା ଆରମ୍ଭ ହୋଇଛି । ସୋମବାର ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରାଙ୍କ ଉପସ୍ଥିତିରେ ୪ ଜଣଙ୍କଠାରୁ ୮ ଦଶମିକ ୫ ଡେସିମିଲ ଜମି କିଣାଯାଇଛି । ଓଭର ବ୍ରିଜ ପାଇଁ ୨ ଦଶମିକ ୭୫ ଏକର ଜମି ଆବଶ୍ୟକ । ଏଥିପାଇଁ ରାଜ୍ୟ ସରକାର  ସାଢ଼େ ୬ କୋଟି ଟଙ୍କା ଖର୍ଚ୍ଚ କରିବେ । ଗତ ମାର୍ଚ୍ଚ ମାସରେ 5T ସଚିବ ଭି. କେ ପଣ୍ଡିଆନଙ୍କ ରାଜଗାଙ୍ଗପୁର ଗସ୍ତ ସମୟରେ ସ୍ଥାନୀୟ ଲୋକମାନେ ଓଭର ବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ସମସ୍ୟା ନେଇ ଜଣାଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଏହା ଜଣାଇଥିଲେ 5T ସଚିବ । ଏହାପରେ ରେଳ ଓଭର ବ୍ରିଜ କାମ ତ୍ବରାନ୍ବିତ କରିବା ପାଇଁ ଆଉ ଜମି ଅଧିଗ୍ରହଣ ନୁହେଁ, ଲୋକଙ୍କଠାରୁ ରାଜ୍ୟ ସରକାର ସିଧାସଳଖ ଜମି କିଣିବେ ବୋଲି ଗତ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଏହାପରେ ଗତକାଲିଠାରୁ ଜମି କିଣା ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବ୍ ଜମି କିଣା ପରେ ରେଳ ଓଭର ବ୍ରିଜ କାମ ତ୍ବରାନ୍ବିତ ହେବ ।

ଅଗଷ୍ଟ ୩୧ରୁ ଉତ୍କେଲା ବିମାନବନ୍ଦରରୁ ଉଡ଼ିବ ବିମାନ

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ଉତ୍କେଲା ବିମାନବନ୍ଦରରୁ ଭୁବନେଶ୍ବର ମଧ୍ୟରେ ବିମାନ ଚଳାଚଳ ପାଇଁ ମଙ୍ଗଳବାର ଜି ଟ୍ରାଏଲ ରନ୍ ସଫଳ ହୋଇଛି । ଆସନ୍ତା ଅଗଷ୍ଟ ୩୧ ତାରିଖରୁ କଳାହାଣ୍ଡି ଜିଲ୍ଲା ଉତ୍କେଲା ବିମାନବନ୍ଦରରୁ ଉଡ଼ିବ ବିମାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ । ବିମାନ ଚଳାଚଳ ପାଇଁ ଅଗଷ୍ଟ ୭ ତାରିଖରେ ଉତ୍କେଲା ବିମାନବନ୍ଦରକୁ DGCA ଲାଇସେନ୍ସ ଦେଇଥିଲା  । ଭୁବନେଶ୍ବର ଓ ଉତ୍କେଲା ବିମାନବନ୍ଦର ମଧ୍ୟରେ ୯ଟି ସିଟ୍‌ ଥିବା ବିମାନ ଚଳାଚଳ କରିବ । ଏହାକୁ ଚଳାଇବ ଇଣ୍ଡିଆ ୱାନ୍‌। ଟିକେଟର ଦାମ୍‌ ୯୯୯ ଟଙ୍କା ରହିଛି । ସକାଳ ୭ଟା ୧୫ରେ ବିମାନ ଭୁବନେଶ୍ୱର ଛାଡ଼ି ୮ଟା ୨୫ରେ ଉତ୍କେଲାରେ ପହଞ୍ଚିବ । ଉତ୍କେଲାରୁ ସକାଳ ୮ଟା ୫୦ରେ ବାହାରି ୧୦ଟାରେ ଭୁବନେଶ୍ୱର ପହଞ୍ଚିବ । ଏହା ରାଜ୍ୟର ପଞ୍ଚମ ବିମାନବନ୍ଦର । ଯାହା ସପ୍ତାହର ୭ ଦିନ ଯାକ ବିମାନ ସେବା ଦେବ । ତେବେ ଯାତ୍ରୀଙ୍କ ବୁକିଂ ଉପରେ ସବୁ ନିର୍ଭର କରୁଛି । ନୂଆ ATCର ପାରାଲାଲ ଅପରେସନ ଆରମ୍ଭ ହୋଇଛି ।

କୋଟା ଛାତ୍ରଙ୍କୁ ସୁପର-୩୦ ଫାଉଣ୍ଡର ଆନନ୍ଦ କୁମାରଙ୍କ ସ୍ପେଶାଲ ମେସେଜ

ନନ୍ଦିଘୋଷ ବ୍ୟୁରୋ: କୋଟା ଛାତ୍ରଙ୍କୁ ସୁପର-୩୦ ଫାଉଣ୍ଡର ଆନନ୍ଦ କୁମାରଙ୍କ ସ୍ପେଶାଲ ମେସେଜ । କୌଣସି ଗୋଟିଏ ପରୀକ୍ଷାରେ ବିଫଳତା ମିଳିବା ଜଣେ ଛାତ୍ରର ପ୍ରତିଭାକୁ ପ୍ରମାଣିତ କରେନାହିଁ । ଜୀବନରେ ସଫଳ ହେବା ପାଇଁ ଗୋଟିଏ ନୁହେଁ ଅନେକ ରାସ୍ତା ରହିଥାଏ । ମାଆ-ବାପା ବି ପିଲାଙ୍କ ଜରିଆରେ ନିଜର ଅଧୁରା ସ୍ବପ୍ନ ପୂରଣ କରିବାକୁ ଚାହାଁନ୍ତି । ରବିବାର ଆଉ ଦୁଇ NEET ଆଶାୟୀଙ୍କ ଆତ୍ମହତ୍ୟା ପରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ରଖିଛନ୍ତି ସୁପର-୩୦ର ଫାଉଣ୍ଡର । ସେ ଏ ନେଇ ଟୁଇଟରରେ ଏକ ପୋଷ୍ଟ କରିଛନ୍ତି । କୋଚିଂ ସେଣ୍ଟରଗୁଡ଼ିକ ସବୁ ପିଲାଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ । ଶିକ୍ଷାକୁ କେବଳ ରୋଜଗାରର ମାଧ୍ୟମ ନକରି ବିଦ୍ୟାର୍ଥୀଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଅପିଲ କରିଛନ୍ତି ଆନନ୍ଦ କୁମାର ।

ଛାତ୍ର ଛାତ୍ରୀଙ୍କୁ ସହ ମନଖୋଲା ଆଲୋଚନା  କଲେ 5T ସଚିବ

ଯାଜପୁର: ଯାଜପୁର ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍ । ଯାଜପୁରରେ ଛାତ୍ରଛାତ୍ରୀଙ୍କ ସହ ମନଖୋଲା ଆଲୋଚନା କରିଛନ୍ତି 5T ସଚିବ । ଭଲ ପାଠ ପଢ଼ି ଭବିଷ୍ୟତର ସ୍ବପ୍ନ ପୂରଣ କରିବାକୁ ଆହ୍ବାନ ଦେବା ସହ କଲେଜ ରୂପାନ୍ତର କାମରେ ଶ୍ରମଦାନ କରିବାକୁ କହିଛନ୍ତି । ଶ୍ରମଦାନର ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିବାକୁ ସେ ଆହ୍ବାନ ଦେଇଛନ୍ତି । ଯାଜପୁରର ସମସ୍ତ +୨ ଓ +୩  କଲେଜକୁ 5Tରେ ସାମିଲ କରାଯାଇଛି । ସ୍ମାର୍ଟ କ୍ଲାସରୁମ ସହ ଇ-ଲାଇବ୍ରେରୀ ମିଳିବ । ସେହିପରି ବମ୍ବେ, କୋଲକାତା ଓ ଦିଲ୍ଲୀରେ ଯେଉଁ ସୁବିଧା ମିଳୁଛି, ଯାଜପୁର ଜିଲ୍ଲାର ପିଲାମାନେ ବି ସବୁ ପ୍ରକାର ସୁବିଧା ପାଇବେ ବୋଲି କହିଛନ୍ତି 5T ସଚିବ । ଛାତ୍ରଛାତ୍ରୀମାନେ ଯେପରି ଭଲ ପାଠ ପଢ଼ିବେ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଏସବୁ ବ୍ୟବସ୍ଥା କରିଛନ୍ତି । କଲେଜରେ ଏବେକାର ସ୍ଥିତି ଏବଂ ରୂପାନ୍ତର କାମ ପରେ ନୂଆ ଚିତ୍ର ଇନଷ୍ଟାଗ୍ରାମରେ ପୋଷ୍ଟ କରିବାକୁ କହିଛନ୍ତି 5T ସଚିବ । ସେହିପରି ବ୍ୟାୟାମ କରିବା ସହ ନିଶା ଠାରୁ ଦୂରେଇ ରହିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି 5T ସଚିବ ।

ଖାଉଟିଙ୍କୁ ଆଶ୍ବସ୍ତି, ୨ଶହ ଟଙ୍କା କମିବ ଗ୍ୟାସ୍ ଦର!

ନନ୍ଦିଘୋଷ ବ୍ୟୁରୋ: ଖାଉଟିଙ୍କୁ ବଡ଼ ଆଶ୍ବସ୍ତି । ୨ଶହ ଟଙ୍କା ଶସ୍ତା ହେଲା ଘରୋଇ ଏଲପିଜି ଗ୍ୟାସ ଦର । ଉଜ୍ଜଳା ଯେଜାନାରେ ଅନ୍ତର୍ଭୂକ୍ତ ଘରୋଇ ଗ୍ୟାସ ଦର ୨ଶହ ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ତେବେ ଘରୋଇ ଗ୍ୟାସ ସିଲିଣ୍ଡରରେ କୌଣସି ପରିବର୍ତ୍ତନ ହୋଇନାହିଁ । ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ଘୋଷଣା କରାଯାଇଛି । ଉଜ୍ଜଳା ଯୋଜନାରେ ସରକାର ୨ଶହ ଟଙ୍କାର ସବସିଡି ଘୋଷଣା କରିଛନ୍ତି । ୧୪ କିଲୋ ୨ଶହ ଗ୍ରାମ ସିଲିଣ୍ଡର ଉପରେ ଏହି ସବିସିଡି ଲାଗୁହେବ । ପୂର୍ବରୁ ଉଜ୍ଜଳା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀମାନେ ୨ଶହ ଟଙ୍କାର ସବସିଡି ପାଉଥିଲେ । ଏବେ ଅତିରିକ୍ତ ୨ଶହ ଟଙ୍କାର ସବସିଡି ପାଇବେ । ୨୦୧୬ରୁ ଉଜ୍ଜଳା ଯୋଜନା କେନ୍ଦ୍ର ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବାବେଳେ ମାର୍ଚ୍ଚ ୨୦୨୩ ସୁଦ୍ଧା ୯ କୋଟିରୁ ଅଧିକ ଉପଭୋକ୍ତା ସାମିଲ ହୋଇଛନ୍ତି ।

ଜେଲରୁ ମୁକୁଳିବେ ଇମ୍ରାନ ଖାନ୍

ଇସଲାମବାଦ:   ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମିଳିଲା ବଡ଼ ଆଶ୍ବସ୍ତି । ଜେଲରୁ ମୁକୁଳିବା ପାଇଁ ବାଟ ଖୋଲିଛି । ତୋଷଖାନା ଦୁର୍ନୀତି ମାମଲାରେ ଇସଲାମାବାଦ ହାଇକୋର୍ଟ ଦଣ୍ଡାଦେଶ ଉପରେ ରୋକ୍  ଲଗାଇଛନ୍ତି । ଏହାଦ୍ବାରା ତାଙ୍କୁ ଜାମିନରେ ମୁକୁଳାଇବାକୁ ଆଦେଶ ମିଳିଛି । ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଏହି ମାମଲାରେ ୩ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ ନିମ୍ନ ଅଦାଲତ । ବୁଧବାର କୋର୍ଟରେ ହାଜର ହୋଇଥାନ୍ତେ ଇମ୍ରାନ । ତୋଷଖାନ ମାମଲାରେ ଇମ୍ରାନ ଖାନଙ୍କୁ ୩ ବର୍ଷ ଜେଲ ଦଣ୍ଡ ସହ ୫ ବର୍ଷ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ ।

ଦିଦିଙ୍କ ଭବିଷ୍ୟତବାଣୀ, ଆଗୁଆ ହେବ ନିର୍ବାଚନ, ବିଜେପି ବୁକିଂ କରିସାରିଛି ହେଲିକପ୍ଟର

ନୂଆଦିଲ୍ଲୀ: ଦେଶରେ ହେବ କି ଆଗୁଆ ନିର୍ବାଚନ? ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନକୁ ନେଇ ଏବେଠୁ ଜୋର ଧରିଲାଣି ଚର୍ଚ୍ଚା। ଗତକାଲି ତୃଣମୂଳ ଯୁବ କଂଗ୍ରେସକୁ ଉଦବୋଧନ ଦେଇ ଡିସେମ୍ବର କିମ୍ବା ଜାନୁଆରୀରେ କେନ୍ଦ୍ର ନିର୍ବାଚନ କରାଇପାରେ ବୋଲି କହିଛନ୍ତି ମମତା ।

ଟିଏମସି ଯୁବ ସଂଗଠନର ସମାବେଶକୁ ସମ୍ବୋଧିତ କରିବାବେଳେ ମମତା ବାନାର୍ଜୀ କହିଛନ୍ତି ଯେ, ଯଦି ବିଜେପି କ୍ରମାଗତ ତୃତୀୟ ଥର ପାଇଁ ଦେଶର କ୍ଷମତାକୁ ଫେରିବ ତେବେ ଦେଶକୁ ଏକଛତ୍ରବାଦୀ ଶାସନର ସାମ୍ନା କରିବାକୁ ପଡିବ ।

ଏଥିପାଇଁ ବିଜେପି ଆଗୁଆ ହେଲିକପ୍ଟର ବୁକିଂ କରିସାରିଛି । ଅନ୍ୟମାନେ ଯେପରି ଠିକ୍ ଭାବେ ପ୍ରଚାର କରି ପାରିବେନି ତାକୁ ନଜରରେ ରଖି ବିଜେପି ଆଗୁଆ ହେଲିକପ୍ଟର ବୁକିଂ କରିଥିବା ମମତା କହିଛନ୍ତି। ମମତାଙ୍କ ଆକଳନକୁ ନେଇ ଏବଂ ଦେଶରେ ରାଜନୈତିକ ମାହୋଲ ଗରମ ହୋଇଛି ।

କିନ୍ତୁ ଏହି ଗରମ ମାହୋଲ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ସେ ଏହି କଥାକୁ ଖଣ୍ଡନ କରିଛନ୍ତି। ନିର୍ବାଚନ ଦେଶର ସବୁଠାରୁ ବଡ଼ ପ୍ରକ୍ରିୟା। ସେଥିପାଇଁ ପ୍ରସ୍ତୁତି ଲମ୍ବା ସମୟ ଧରି ଚାଲୁଛି। ତେବେ ପ୍ରସ୍ତୁତି ସହ ଶୀଘ୍ର ନିର୍ବାଚନ ହେବାର କୌଣସି ଲିଙ୍କ ନାହିଁ ବୋଲି ସିଇଓ କହିଛନ୍ତି।

ଜୁଲାଇ ସୁଦ୍ଧା ରାଜ୍ୟ ସମସ୍ତ ଇଭିଏମ ପାଇସାରିଛି। ଅକ୍ଟୋବର ୧ରୁ ଇଭିଏମ ଚେକିଂ ଆରମ୍ଭ ହୋଇ ନଭେମ୍ବରରେ ଶେଷ ହେବ। ଆସନ୍ତା ୧୩ରେ ଓଡ଼ିଶା ଆସିବେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ। ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ସହ ନିର୍ବାଚନକୁ ନେଇ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି ।

ସିଇଓ ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ଟାଳି ଦେଉଥିବା ବେଳେ ସେପ୍ଟେମ୍ବରରେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ଓଡ଼ିଶା ଗସ୍ତକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ରାଜନୈତିକ ବିଶେଷଜ୍ଞ। ଆଗୁଆ ନିର୍ବାଚନ ନେଇ ଏହା ଏକ ବଡ଼ ସଂକେତ ବୋଲି ଚର୍ଚ୍ଚା ହେଉଛି ।

ସେପଟେ ବିଭିନ୍ନ ସମୟରେ ଆଗୁଆ ନିର୍ବାଚନକୁ ନେଇ ତିନି ପ୍ରମୁଖ ରାଜନୈତିକ ଦଳର ନେତାମାନେ ମଧ୍ୟ ବୟାନବାଜି ଜାରି ରଖିଛନ୍ତି। ଡିସେମ୍ବରରେ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏହା ସହ ସାଧାରଣ ନିର୍ବାଚନ ମିଶାଇ କରିବାକୁ କେନ୍ଦ୍ର ଯୋଜନା କରୁଛି ବୋଲି ଚର୍ଚ୍ଚା ହେଉଛି।

ସୀମା ବିବାଦକୁ ନେଇ ଭାରତକୁ ଉସୁକାଉଛି ଚୀନ୍

ନୂଆଦିଲ୍ଲୀ : ସୀମା ବିବାଦକୁ ନେଇ ଭାରତକୁ ଉସୁକାଉଛି ଚୀନ । ସପ୍ତାହେ ପରେ ଭାରତରେ ଜି-୨୦ ସମ୍ମିଳନୀ ହେବାକୁ ଥିବା ବେଳେ ଏହା ପୂର୍ବରୁ ଔଦ୍ଧତ୍ୟ ଦେଖାଇଛି ପଡ଼ୋଶୀ ରାଷ୍ଟ୍ର । ୨୦୨୩ ସଂସ୍କରଣର ମାନଚିତ୍ର ଜାରି କରି ଅରୁଣାଚଳ ଓ ଅକସାଇ ଚୀନକୁ ନିଜର ବୋଲି ଦାବି କରିଛି ଡ୍ରାଗନ । ଚୀନର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ ଏହି ମ୍ୟାପ ଜାରି କରିଛି ।

ଯେଉଁଥିରେ କେବଳ ଅରୁଣାଚଳ ପ୍ରଦେଶ ନୁହେଁ ଅକ୍ସାଇ ଚୀନ୍, ତାଇୱାନ ଏବଂ ବିବାଦୀୟ ଦକ୍ଷିଣ ଚୀନ୍ ସାଗର ମଧ୍ୟ ରହିଛି । ଭାରତର ଅରୁଣାଚଳ ପ୍ରଦେଶକୁ ଚୀନ୍ ଦକ୍ଷିଣ ତିବ୍ଦତ ବୋଲି ଦାବି କରୁଛି । ୧୯୬୨ ଯୁଦ୍ଧ ପରେ ଅରୁଣାଚଳ ପ୍ରଦେଶର ସୀମାରେ ଚୀନ ସେନା ମାଡି ଆସିଥିଲା । ସେହି ଅଞ୍ଚଳକୁ ଚୀନ ନିଜର ବୋଲି ଦାବି କରି ଆସୁଛି । ଗତ ୫ ବର୍ଷ ମଧ୍ୟରେ ଚୀନ ତୃତୀୟ ଥର ପାଇଁ ନୂଆ ମାନଚିତ୍ର ଜାରି କରିଛି ।

ଏହା ପୂର୍ବରୁ ୨୦୨୧ରେ ୧୫ଟି ସ୍ଥାନ ଏବଂ ୨୦୧୭ରେ ୬ଟି ସ୍ଥାନର ନାମ ପରିବର୍ତ୍ତନ କରିଥିଲା ଚୀନ । ନିକଟରେ ବ୍ରିକ୍ସ ସମ୍ମିଳନୀରେ ମୋଦି-ଜିନପିଙ୍ଗଙ୍କ ମଧ୍ୟରେ ଭେଟଘାଟ ହୋଇଥିଲା । ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ସୀମା ସୁରକ୍ଷା ନେଇ ଆଲୋଚନା ହୋଇଥିଲା । କିନ୍ତୁ ଭେଟଘାଟର କିଛି ଦିନ ପରେ ଚୀନ ପୁଣି ଥରେ ନୂଆ ବିବାଦ ସୃଷ୍ଟି କରିଛି । ଆସନ୍ତା ସପ୍ତାହରେ ଭାରତରେ ଜି-୨୦ ସମ୍ମିଳନୀ ହେବାକୁ ଯାଉଛି । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ସମ୍ମିଳନୀରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଜି-୨୦ ସମ୍ମିଳନୀ ପୂର୍ବରୁ ଚୀନର ଏହି ହରକତକୁ ନିନ୍ଦା କରିଛି କଂଗ୍ରେସ ।