ରାଜଗାଙ୍ଗପୁର ରେଳ ଓଭର ବ୍ରିଜ୍‌ ନିର୍ମାଣ ପାଇଁ ଆରମ୍ଭ ହେଲା ଜମି କିଣା

1 min read

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରେଳ ଓଭର ବ୍ରିଜ୍‌ ନିର୍ମାଣ ପାଇଁ ଆରମ୍ଭ ହେଲା ଜମି କିଣା । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ରାଜଗାଙ୍ଗପୁର ରେଳ ଓଭର ବ୍ରିଜ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ନିଜସ୍ବ ପାଣ୍ଠିରୁ ଜମି କିଣା ଆରମ୍ଭ ହୋଇଛି । ସୋମବାର ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରାଙ୍କ ଉପସ୍ଥିତିରେ ୪ ଜଣଙ୍କଠାରୁ ୮ ଦଶମିକ ୫ ଡେସିମିଲ ଜମି କିଣାଯାଇଛି । ଓଭର ବ୍ରିଜ ପାଇଁ ୨ ଦଶମିକ ୭୫ ଏକର ଜମି ଆବଶ୍ୟକ । ଏଥିପାଇଁ ରାଜ୍ୟ ସରକାର  ସାଢ଼େ ୬ କୋଟି ଟଙ୍କା ଖର୍ଚ୍ଚ କରିବେ । ଗତ ମାର୍ଚ୍ଚ ମାସରେ 5T ସଚିବ ଭି. କେ ପଣ୍ଡିଆନଙ୍କ ରାଜଗାଙ୍ଗପୁର ଗସ୍ତ ସମୟରେ ସ୍ଥାନୀୟ ଲୋକମାନେ ଓଭର ବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ସମସ୍ୟା ନେଇ ଜଣାଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଏହା ଜଣାଇଥିଲେ 5T ସଚିବ । ଏହାପରେ ରେଳ ଓଭର ବ୍ରିଜ କାମ ତ୍ବରାନ୍ବିତ କରିବା ପାଇଁ ଆଉ ଜମି ଅଧିଗ୍ରହଣ ନୁହେଁ, ଲୋକଙ୍କଠାରୁ ରାଜ୍ୟ ସରକାର ସିଧାସଳଖ ଜମି କିଣିବେ ବୋଲି ଗତ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଏହାପରେ ଗତକାଲିଠାରୁ ଜମି କିଣା ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବ୍ ଜମି କିଣା ପରେ ରେଳ ଓଭର ବ୍ରିଜ କାମ ତ୍ବରାନ୍ବିତ ହେବ ।