ଛାତ୍ର ଛାତ୍ରୀଙ୍କୁ ସହ ମନଖୋଲା ଆଲୋଚନା  କଲେ 5T ସଚିବ

1 min read

ଯାଜପୁର: ଯାଜପୁର ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍ । ଯାଜପୁରରେ ଛାତ୍ରଛାତ୍ରୀଙ୍କ ସହ ମନଖୋଲା ଆଲୋଚନା କରିଛନ୍ତି 5T ସଚିବ । ଭଲ ପାଠ ପଢ଼ି ଭବିଷ୍ୟତର ସ୍ବପ୍ନ ପୂରଣ କରିବାକୁ ଆହ୍ବାନ ଦେବା ସହ କଲେଜ ରୂପାନ୍ତର କାମରେ ଶ୍ରମଦାନ କରିବାକୁ କହିଛନ୍ତି । ଶ୍ରମଦାନର ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିବାକୁ ସେ ଆହ୍ବାନ ଦେଇଛନ୍ତି । ଯାଜପୁରର ସମସ୍ତ +୨ ଓ +୩  କଲେଜକୁ 5Tରେ ସାମିଲ କରାଯାଇଛି । ସ୍ମାର୍ଟ କ୍ଲାସରୁମ ସହ ଇ-ଲାଇବ୍ରେରୀ ମିଳିବ । ସେହିପରି ବମ୍ବେ, କୋଲକାତା ଓ ଦିଲ୍ଲୀରେ ଯେଉଁ ସୁବିଧା ମିଳୁଛି, ଯାଜପୁର ଜିଲ୍ଲାର ପିଲାମାନେ ବି ସବୁ ପ୍ରକାର ସୁବିଧା ପାଇବେ ବୋଲି କହିଛନ୍ତି 5T ସଚିବ । ଛାତ୍ରଛାତ୍ରୀମାନେ ଯେପରି ଭଲ ପାଠ ପଢ଼ିବେ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଏସବୁ ବ୍ୟବସ୍ଥା କରିଛନ୍ତି । କଲେଜରେ ଏବେକାର ସ୍ଥିତି ଏବଂ ରୂପାନ୍ତର କାମ ପରେ ନୂଆ ଚିତ୍ର ଇନଷ୍ଟାଗ୍ରାମରେ ପୋଷ୍ଟ କରିବାକୁ କହିଛନ୍ତି 5T ସଚିବ । ସେହିପରି ବ୍ୟାୟାମ କରିବା ସହ ନିଶା ଠାରୁ ଦୂରେଇ ରହିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି 5T ସଚିବ ।