ଅଗଷ୍ଟ ୩୧ରୁ ଉତ୍କେଲା ବିମାନବନ୍ଦରରୁ ଉଡ଼ିବ ବିମାନ

1 min read

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ଉତ୍କେଲା ବିମାନବନ୍ଦରରୁ ଭୁବନେଶ୍ବର ମଧ୍ୟରେ ବିମାନ ଚଳାଚଳ ପାଇଁ ମଙ୍ଗଳବାର ଜି ଟ୍ରାଏଲ ରନ୍ ସଫଳ ହୋଇଛି । ଆସନ୍ତା ଅଗଷ୍ଟ ୩୧ ତାରିଖରୁ କଳାହାଣ୍ଡି ଜିଲ୍ଲା ଉତ୍କେଲା ବିମାନବନ୍ଦରରୁ ଉଡ଼ିବ ବିମାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ । ବିମାନ ଚଳାଚଳ ପାଇଁ ଅଗଷ୍ଟ ୭ ତାରିଖରେ ଉତ୍କେଲା ବିମାନବନ୍ଦରକୁ DGCA ଲାଇସେନ୍ସ ଦେଇଥିଲା  । ଭୁବନେଶ୍ବର ଓ ଉତ୍କେଲା ବିମାନବନ୍ଦର ମଧ୍ୟରେ ୯ଟି ସିଟ୍‌ ଥିବା ବିମାନ ଚଳାଚଳ କରିବ । ଏହାକୁ ଚଳାଇବ ଇଣ୍ଡିଆ ୱାନ୍‌। ଟିକେଟର ଦାମ୍‌ ୯୯୯ ଟଙ୍କା ରହିଛି । ସକାଳ ୭ଟା ୧୫ରେ ବିମାନ ଭୁବନେଶ୍ୱର ଛାଡ଼ି ୮ଟା ୨୫ରେ ଉତ୍କେଲାରେ ପହଞ୍ଚିବ । ଉତ୍କେଲାରୁ ସକାଳ ୮ଟା ୫୦ରେ ବାହାରି ୧୦ଟାରେ ଭୁବନେଶ୍ୱର ପହଞ୍ଚିବ । ଏହା ରାଜ୍ୟର ପଞ୍ଚମ ବିମାନବନ୍ଦର । ଯାହା ସପ୍ତାହର ୭ ଦିନ ଯାକ ବିମାନ ସେବା ଦେବ । ତେବେ ଯାତ୍ରୀଙ୍କ ବୁକିଂ ଉପରେ ସବୁ ନିର୍ଭର କରୁଛି । ନୂଆ ATCର ପାରାଲାଲ ଅପରେସନ ଆରମ୍ଭ ହୋଇଛି ।