spot_img
Home Blog Page 2650

ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ କ୍ୟାନସର ହୋଇଥିବା ନେଇ ୱେବ୍ ଚ୍ୟାନେଲରେ ମିଛ ଖବର

ଭୁବନେଶ୍ୱର: ଓଲିଉଡ୍ ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ନାଁରେ ମିଛ ଖବର ପ୍ରସାରଣ ଅଭିଯୋଗ । ଅନୁଙ୍କୁ କ୍ୟାନସର ହୋଇଥିବା ନେଇ ଏକ ଓ୍ବେବ ଚ୍ୟାନେଲରେ ଖବର ପ୍ରସାରଣ ହୋଇଛି । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ଅନୁ ଚୌଧୁରୀ । ଅନୁଙ୍କୁ କ୍ୟାନସର ହୋଇଥିବା ନେଇ ଗୁଜବ ପ୍ରଚାରିତ କରାଯାଇଛି । ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ ତାଙ୍କ ବିରୋଧରେ ଏଭଳି ଖବର କରାଯିବାକୁ ନିନ୍ଦା କରିବା ସହିତ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଅନୁ । ଅଭିଯୋଗ ପରେ ମାମଲାର ତଦନ୍ତ ଆରମ୍ଭ କରିଛି ସାଇବର ଥାନା ପୋଲିସ ।

ଅଧାରେ ରହିଯିବ କି ମ୍ୟାଚ୍? ଆଜି ବି ଛାଡ଼ୁନି ବର୍ଷା

କଲମ୍ବୋ: ଭାରତ-ପାକିସ୍ତାନ ମ୍ୟାଚରେ ବାଧକ ସାଜିଛି ବର୍ଷା । ରବିବାର ମ୍ୟାଚ ଅନୁଷ୍ଠିତ ହୋଇଥିବାବେଳେ ବର୍ଷା ପାଇଁ ରିଜର୍ଭ ଡେରେ ଖେଳାଯିବାକୁ ରହିଥିଲା । ସୋମବାର ୩ଟାରୁ ମ୍ୟାଚ ଆରମ୍ଭ ହେବାକୁ ସ୍ଥିର କରାଯାଇଥିବାବେଳେ ପୁଣି ବର୍ଷା ଭିଲେନ ସାଜିଛି । ବେବି ସଙ୍କଟରେ ରହିଛି ଭାରତ-ପାକିସ୍ତାନ ମ୍ୟାଚ । ବର୍ଷା ଯୋଗୁଁ ଆଉଟ ଫିଲ୍ଡ ଓଦା ରହିଥିବାରୁ ତାହାକୁ ଶୁଖାଉଛନ୍ତି ଫିଲ୍ଡ ଷ୍ଟାଫ । ସେପଟେ ଫିଲ୍ଡର ସ୍ଥିତି ଅନୁଧ୍ୟାନ କରୁଛନ୍ତି ଓମ୍ପାୟାର ।

ଦିଲ୍ଲୀରେ ଏଥର ବି ବିନା ବାଣରେ ଦୀପାବଳି

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା । ଚଳିତ ବର୍ଷ ଦୀପାବଳିରେ ମଧ୍ୟ ବାଣ ଫୁଟାଇବା ଉପରେ କଟକଣା ଲଗାଯାଇଛି । ଏହାସହ ବାଣ ବିକ୍ରୟ ଉପରେ ରୋକ୍ ଲଗାଯାଇଛି । ରାଜଧାନୀ ଦିଲ୍ଲୀ ଶୀତଦିନରେ ପ୍ରଦୂଷଣ ଅଧିକ ହେଉଥିବାରୁ ଏହାକୁ ଲକ୍ଷ୍ୟ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ପୂର୍ବ ବର୍ଷ ମଧ୍ୟ କଟକଣା ଲଗାଯାଇଥିଲା । ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏହି ସୂଚନା ଦେଇଛନ୍ତି । ଜାନୁଆରୀରୁ ଅଗଷ୍ଟ ମଧ୍ୟରେ ଦିଲ୍ଲୀର ହାରାହାରୀ AQI  କମ ରହିଥାଏ । ଶୀତ ବଢ଼ିବା ସହ ବାୟୂ ପ୍ରଦୂଷଣ ମଧ୍ୟ ବଢ଼ିଥାଏ । ଏଣୁ ଚଳିତ ବର୍ଷ ଦୀପାବଳି ସମୟରେ ପ୍ରଦୂଷଣକୁ ଦୃଷ୍ଟିରେ ରଖି କଟକଣା ଲଗାଯାଇଛି ।

ଜୀବନ ଆଶା ଦେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, BSKYକୁ ଧନ୍ୟବାଦ ଦେଲେ ସଞ୍ଜୟ

କେନ୍ଦ୍ରାପଡା:  ଭେଲୋର, କଲିକତା ଓ ଚଣ୍ଡିଗଡର ବଡବଡ ଡାକ୍ତରଖାନାରୁ ଫେରି ଜୀବନ ଆଶା ହରେଇଲା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY) ସାହା ହେଲା । ‘‘କଲିକତାର ନାରାୟଣ ହୃଦୟାଳୟରେ ଉପଯୁକ୍ତ ଚିକିତ୍ସା ହେଲା । ମୋତେ ନୂଆ ଜୀବନ ମିଳିଲା’’ ଏପରି କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଗଉଡଗାଁ ଗ୍ରାମ ନିବାସୀ ୪୨ ବର୍ଷ ବୟସ୍କ ସଞ୍ଜୟ କୁମାର ସ୍ଵାଇଁ ।

କଲିକତାର ଏକ ଛୋଟିଆ ଝୋଟ କଳରେ କାମ କରି ଗୁଜୁରାଣ କରୁଥିବା ସଞ୍ଜୟଙ୍କୁ ଲଗାତର କିଛି ଦିନ ଧରି ଜ୍ଵର ହେଲା । ଔଷଧ ଖାଇଲେ ବି ଭଲ ହେଲାନି । ଡାକ୍ତରଙ୍କୁ ଦେଖାଇ ୨୦୨୨ ମସିହା ଏପ୍ରିଲ ୮ ତାରିଖ ଦିନ ସେ ଅଲ୍ଟ୍ରାସାଉଣ୍ଡ ଏବଂ ୟୁରିଆ କ୍ରିଏଟାଇନ ପରୀକ୍ଷା କରିଥିଲେ। ସେଠାରେ ତାଙ୍କର କିଡନୀ ଖରାପ ଥିବାର ଜଣା ପଡିଥିଲା ।

ଭେଲୋର ଏବଂ ଚଣ୍ଡିଗଡର ବଡବଡ ହସ୍ପିଟାଲରେ ଚିକିତ୍ସା ଓ ପରାମର୍ଶ ପରେ କିଛି ନିର୍ଭରଯୋଗ୍ୟ ଭରଷା ପାଇ ନଥିବା ସେ କହିଛନ୍ତି  । ଏହାପରେ BSKY କାର୍ଡରେ ଚିକିତ୍ସା ହୋଇପାରିବ ବୋଲି କେନ୍ଦ୍ରପଡା ଜିଲ୍ଲାର ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ଜାଣିଥିଲେ । ବି.ଏସ.କେ.ୱାଇ ଟିମ ଭରସାରେ ଚଳିତ ବର୍ଷ ସେପ୍ଟେମ୍ବର ୧୩ ତାରିଖ ଦିନ ସେଠାରେ ପହଞ୍ଚିଲୁ। ଆଡମିଶନ ଓ ପରୀକ୍ଷା ନିରୀକ୍ଷା ହେଲା । ମୋର ଆବଶ୍ୟକୀୟ ଅପରେସନ ହେଲା । ଜୁଲାଇ ୫ରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି  ।ଟ

ଅପରେସନ ଓ ଚିକିତ୍ସା ପାଇଁ ଦରକାର ହେଇଥିବା ୧୦ ଲକ୍ଷ ଟଙ୍କା ରାଜ୍ୟ ସରକାର ବି.ଏସ.କେ.ୱାଇ କାର୍ଡ ମାଧ୍ୟମରେ ଦେଲେ । ଆମକୁ କୌଣସି ଦେୟ ଦେବାକୁ ପଡିଲା ନାହିଁ । ସବୁଆଡୁ ଆଶା ହରେଇଲା ପରେ ମୁଖ୍ୟମନ୍ତ୍ରୀଙ୍କ ବି.ଏସ.କେ.ୱାଇ କାର୍ଡ ମୋର ସାହା ହେଲା । ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ବି.ଏସ.କେ.ୱାଇ ଟିମ୍ ପାଖରେ ପରିବାର ଚିର ଋଣୀ ବୋଲି ଧନ୍ୟବାଦ ଦେଇଛନ୍ତି ସଞ୍ଜୟ ।

ଋଷ ଅଧିକୃତ ୟୁକ୍ରେନରେ ପୌରପରିଷଦ ନିର୍ବାଚନ, ୟୁନାଇଟେଡ ଋଷିଆ ପାର୍ଟିକୁ ବହୁମତ

ମସ୍କୋ: ଋଷ ଅଧିକୃତ ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ହୋଇଥିବା ଆଞ୍ଚଳିକ ଓ ପୌରପରିଷଦ ନିର୍ବାଚନରେ ୟୁନାଇଟେଡ ଋଷିଆ ପାର୍ଟିକୁ ବହୁମତ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସମର୍ଥନ କରୁଥିବା ୟୁଆରପି ଏହି ନିର୍ବାଚନରେ ବ୍ୟାପକ ସଫଳଦା ହାସଲ କରିଥିବା ଦାବି କରାଯାଇଛି । ୟୁକ୍ରେନର ପୂର୍ବାଞ୍ଚଳ ଓ ଦକ୍ଷିଣାଞ୍ଚଳ ବର୍ତ୍ତମାନ ଋଷ କବଜାରେ ଥିବାବେଳେ ଏହି ନିର୍ବାଚନ ୟୁକ୍ରେନର ଦାବିକୁ ଜବରଦସ୍ତ ଝଟକା ଦେଇଛି ।

ଋଷ ଅଧିକୃତ ଅଞ୍ଚଳରେ ୭୦ ପ୍ରତିଶତ ଭୋଟ ୟୁନାଇଟେଡ ଋଷିଆ ପାର୍ଟିକୁ ମିଳିଥିବା କୁହାଯାଇଛି । ଆସନ୍ତା ବର୍ଷ ଦେଶରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯିବା ପୂର୍ବରୁ ଏହି ନିର୍ବାଚନ ଗୁରୁତ୍ବ ବହନ କରୁଛି । ୟୁକ୍ରେନ ଅନ୍ତର୍ଗତ ତଥା ଋଷ ଅଧିକୃତ ଦୋନେସ୍କ, ଲୁଗାନସ୍କ, ଖେରସନ ଓ ଜାପୋରଜିୟାରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଛି । ତେବେ ନିର୍ବାଚନକୁ ଭଣ୍ଡୁର କରିବା ଲାଗି ୟୁକ୍ରେନ ବାହିନୀ ପକ୍ଷରୁ କେତେକ ସ୍ଥାନରେ ଡ୍ରୋନ ଆକ୍ରମଣ କରାଯାଇଥିବା ଦେଖାଯାଇଥିଲା । ୨୦୧୪ରୁ ଋଷ ଅଧୀନରେ ଥିବା କ୍ରିମିଆରେ ବି ଏହି ନିର୍ବାଚନ ହୋଇଛି । ସେପଟେ ଏହି ନିର୍ବାଚନକୁ ବିରୋଧ କରିଛି ୟୁରୋପର ପ୍ରମୁଖ ଅଧିକାର ସଂଗଠନ କାଉନସିଲ ଅଫ ୟୁରୋପ ।

ଆନ୍ତର୍ଜାତିକ ନିୟମକୁ ଉଲ୍ଲଂଘନ କରି ଏହି ନିର୍ବାଚନ ହୋଇଥିବା କହିଛି ସଂଗଠନ । ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇଥିବାରୁ ଭୋଟରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ଋଷର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରି ମେଦଭେଦେବ ।

ନୀରବ ନୁହେଁ ଚନ୍ଦ୍ରପୃଷ୍ଠ, ତାପମାତ୍ରାରେ ଅସମାନତା କାରଣରୁ ନିୟମିତ ଘଟିଚାଲିଛି କମ୍ପନ

0

ନନ୍ଦିଘୋଷ ବ୍ୟୁରୋ: ଚନ୍ଦ୍ରପୃଷ୍ଠ ନିସ୍ତବ୍ଧ ନୁହେଁ । ସେଠାରେ ନିୟମିତ ଘଟିଚାଲିଛି କମ୍ପନ । ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର କିଛି ଦିନ ତଳେ ପ୍ରାକୃତିକ ସେସିମିକ କମ୍ପନ ସମ୍ପର୍କରେ ସୂଚନା ଦେଇଥିଲା । ମାତ୍ର ଗବେଷକ ବର୍ତ୍ତମାନ କହିଛନ୍ତି ଚନ୍ଦ୍ରପୃଷ୍ଠ ନୀରବ ନୁହେଁ । ସେଠାରେ ତାପଜ ଚନ୍ଦ୍ରକମ୍ପନ ବା ଥର୍ମାଲ ମୁନକ୍ବାକ୍‌ ଘଟିଚାଲିଛି । ଚନ୍ଦ୍ରପୃଷ୍ଠରେ ତାପମାତ୍ରାରେ ବ୍ୟାପକ ଅସମାନତା କାରଣରୁ ଏହା ସୃଷ୍ଟି ହୋଇଛି ବୋଲି କହିଛନ୍ତି ଆମେରିକାର ଗବେଷକ ଫ୍ରାନସେସ୍କୋ ସିଭିଲିନ ନେତୃତ୍ବାଧୀନ ଟିମ ।

ଜର୍ଣ୍ଣାଲ ଅଫ ଜିଓଫିଜିକାଲ ରିସର୍ଚ୍ଚରେ ପ୍ରକାଶିତ ତଥ୍ୟ ଅନୁସାରେ ଚନ୍ଦ୍ରରେ ଜଳବାୟୁ ନାହିଁ । ଫଳରେ ଏହାର ତାପମାତ୍ରା ନିୟନ୍ତ୍ରିତ ହୋଇପାରୁନାହିଁ । ଦିନରେ ଏହାର ତାପମାତ୍ରା ୧୨୦ ଡିଗ୍ରୀ ସେଲସିୟସ ହେଉଥିବାବେଳେ ରାତିରେ ମାଇନସ ୧୩୦ ଡିଗ୍ରୀ ସେଲସିୟସ ହୋଇଯାଉଛି । ଏହି ବ୍ୟାପକ ଅସମାନତା କାରଣରୁ ଚନ୍ଦ୍ରପୃଷ୍ଠ ସଙ୍କୁଚିତ ଓ ସମ୍ପ୍ରସାରିତ ହେଉଛି । ଫଳରେ ଥର୍ମାଲ ମୁନକ୍ବାକ୍‌ ଘଟୁଛି ।

୧୯୭୦ ଦଶକରେ ଆପୋଲୋ ୧୭ ମିଶନରେ ଚନ୍ଦ୍ରପୃଷ୍ଠରେ ରଖାଯାଇଥିବା ସିସମୋମିଟରରୁ ମିଳିଥିବା ତଥ୍ୟ ଆଧାରରେ ଗବେଷକମାନେ ଏହା କହିଛନ୍ତି । ଅନ୍ୟତମ ଗବେଷକ ଆଲେନ ହୁସ୍କର କହିଛନ୍ତି- ପ୍ରତିଟି ସକାଳେ ଯେତେବେଳେ ଲ୍ୟାଣ୍ଡର ସୌରତାପରେ ତାତିଥାଏ ଏବଂ ଏହା ସକ୍ରିୟ ହୋଇଥାଏ । ଚନ୍ଦ୍ରପୃଷ୍ଠକୁ ମାନବ ପଠାଇବା ଲାଗି ମହାକାଶ ଗବେଷଣା ସଂସ୍ଥା ଯୋଜନା କରୁଥିବାବେଳେ ଗବେଷକଙ୍କ ଏହି ତଥ୍ୟ ଚିନ୍ତାର କାରଣ ହୋଇଛି । ତାପଜନିତ ସମ୍ପ୍ରସାରଣ ଓ ସଂକୋଚନକୁ ଦୃଷ୍ଟିରେ ରଖି ଭବିଷ୍ୟତରେ ଲ୍ୟାଣ୍ଡର ଓ ଯନ୍ତ୍ରପାତିଗୁଡିକର ଡିଜାଇନ କରାଯିବ ବୋଲି ସୂଚନା ମିଳିଛି ।

ଆଜିଠୁ ୧୦୬୫ ଅଧ୍ୟାପକ ପଦବୀ ନିଯୁକ୍ତି ପାଇଁ ଆବେଦନ

0

ଭୁବନେଶ୍ବର: ୧୦୬୫ ଅଧ୍ୟାପକ ପଦ ପାଇଁ ବିଜ୍ଞପ୍ତି । ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ପୂରଣ ହେବ ପଦବୀ । ଆଜିଠୁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା । ଅକ୍ଟୋବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଆବେଦନ ।

ଅନୁସୂଚିତ ଜାତି ୧୭୦ ଓ ଅନୁସୂଚିତ ଜନଜାତି ପାଇଁ ୨୩୬ ପଦବୀ ସଂରକ୍ଷିତ ।

’ଯବାନ’ରେ ଏତେ ଝିଅ କାହିଁକି? ଫ୍ୟାନ୍ସଙ୍କ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏମିତି କହିଲେ କିଙ୍ଗ ଖାନ୍

ମୁମ୍ବାଇ: ବକ୍ସ ଅଫିସରେ ଭଲ ରୋଜଗାର କରିବା ସହ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବାରେ ଲାଗିଛି ବଲିଉଡର କିଙ୍ଗ ଖାନଙ୍କ ଅଭିନୀତ ଫିଲ୍ମ ’ଯବାନ’ । ଦର୍ଶକଙ୍କ ମହଲରେ ଏହା ଆଦୃତ ହୋଇଥିବାବେଳେ ସାରା ବିଶ୍ବରୁ ଛୁଟୁଛି ପ୍ରଂଶସାର ସୁଅ । ଫ୍ୟାନ୍ସମାନେ ଶହାରୁଖଙ୍କୁ ଅେନକ ପ୍ରଶ୍ନମାନ ପଚାରିଥିବାବେଳେ ସେ ନିଜର ଉତ୍ତର ରଖିଛନ୍ତି । ଏହିକ୍ରମରେ ଜଣେ ପ୍ରଶଂସକ ପଚାରିଛନ୍ତି କି ’ଯବାନ’ରେ ଏତେ ଝିଅ କାହିଁକି? ଏହି ଫିଲ୍ମରେ ନୟନ ତାରାଙ୍କ ସହ ରିଦ୍ଧି ଡୋଗରା, ପ୍ରିୟା ମଣି, ସାନ୍ୟା ମାଲହୋତ୍ରା, ଲହର ଖାନ ଏବଂ ସଞ୍ଜିତାଙ୍କ ଭଳି ହିରୋଇନ ନଜର ଆସିଛନ୍ତି । ଅନ୍ୟପଟେ ଦୀପିକା ପାଦୁକୋନ ମଧ୍ୟ ନଜର ଆସିଛନ୍ତି ।

ଯାହାକୁ ନେଇ ପ୍ରଂଶସକ ପ୍ରଶ୍ନ କରିଛନ୍ତି । ଏହାର ଉତ୍ତର ରଖିଛନ୍ତି ଶାହାରୁଖ ଖାନ । ସେ କହିଛନ୍ତି କି, ମୁଁ ଫିଲ୍ମରେ କେତେଟା ଅବତାରରେ ଆସିଛି ତାକୁ ଲକ୍ଷ୍ୟ କରନ୍ତୁ । ଅଯଥାରେ କାହିଁକି ହିରୋଇନଙ୍କ ଉପରେ ହିସାବ କରୁଛନ୍ତି । ମହିଳାଙ୍କୁ ସମ୍ମାନ କରନ୍ତୁ ଏବଂ ଆଗକୁ ବଢ଼ନ୍ତୁ ।

ମହଙ୍ଗା ପଡ଼ିଲା ଥାନାରେ ପୋଲିସ ଅଫିସରଙ୍କ ଦାଦାଗିରି, SI ନିଲମ୍ବିତ

ଖୋର୍ଦ୍ଧା: ମହଙ୍ଗା ପଡ଼ିଲା ଥାନାରେ ପୋଲିସ ଅଫିସରଙ୍କ ଦାଦାଗିରି। ନିଲମ୍ବିତ ହେଲେ ଜଙ୍କିଆ ଥାନା ଏସଆଇ ନିରଞ୍ଜନ ମହାନ୍ତି। ମଦ ନିଶାରେ ଚୁର୍ ଖାକି ବାବୁଙ୍କ କାରନାମାର ଭିଡିଓ ଭାଇରାଲ୍ ହୋଇଛି। ଏହାପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଖୋର୍ଦ୍ଧା ଏସପି। ଥାନାରେ ଅଭିଯୋଗ କରିବାକୁ ଆସିଥିବା ଜଣେ ଲୋକଙ୍କ ମୁଣ୍ଡକୁ ଟେକା ମାରି ଫଟାଇ ଦେଇଥିଲେ ଏସଆଇ।

ଜଙ୍କିଆ ଥାନାରେ କାର୍ଯ୍ୟରତ ସବ୍ଇନ୍ସପେକ୍ଟର ନିରଜଂନ ମହାନ୍ତି ଅତ୍ୟଧିକ ମଦ୍ୟପାନ କରି ଏଭଳି କାଣ୍ଡ ଭିଆଇଥିବା ଥାନାରେ ଅଭିଯୋଗ ହୋଇଥିଲା। ବାଲିଗାଡିଆ ଗାଁର ନବକିଶୋର ହରିଚନ୍ଦନ ନିଜର ଜଣେ ସଂମ୍ପର୍କୀୟଙ୍କ ସହିତ ଥାନାକୁ ଯାଇଥିବା ବେଳେ ସବ୍ଇନ୍ସପେକ୍ଟରଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏହାପରେ ସବ୍ଇନ୍ସପେକ୍ଟର ନିରଜଂନ ମହାନ୍ତି ଉତକ୍ଷିପ୍ତ ହୋଇ ନବକିଶୋରଙ୍କ ମୁଣ୍ଡକୁ ଟେକା ଫିଙ୍ଗି ଦେଇଥିଲେ।

ଏନେଇ ଜଂକିଆ ଗ୍ରାମପଞ୍ଚାୟତ ସମିତି ସଭ୍ୟ ଥାନାକୁ ଯାଇ ପଚରାଉଚରା କରି ବୁଝାବୁଝି କରୁଥିବା ବେଳେ ନିରଞ୍ଜନ ସମିତି ସଭ୍ୟଙ୍କୁ ମଧ୍ୟ ମାଡ ମାରିଥିଲେ। ଘଟଣା ନେଇ ସ୍ଥାନୀୟ ଜଂକିଆ ବାଲିଗାଡିଆ ଲୋକେ ଥାନା ସମ୍ମୁଖରେ ତାଲା ପକାଇ ସବ୍ଇନ୍ସପେକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଥିଲେ। ଘଟଣାରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ  ।

ରବିନା କହିଲେ ’ଟିପ୍ ଟିପ୍  ବର୍ଷା ପାନି’ ଗୀତର ସଫଳତା ପଛର କାହାଣୀ

ମୁମ୍ବାଇ: ’ଟିପ୍ ଟିପ୍ ବର୍ଷା ପାନି’ ଏହି ଗୀତଟି ବେଶ ହିଟ୍ ହୋଇଛି। ଯାତ୍ରା ପେଣ୍ଡାଲରୁ ଆରମ୍ଭ କରି ମୋଲୋଡି ଆଜି ମଧ୍ୟ ଏହି ଗୀତର ବେଶ ଚାହିଦା ରହିଛି। ତେବେ ଏହି ଗୀତଟି ଦର୍ଶକଙ୍କ ମହଲରେ ଆଦୃତ ହୋଇଥିବାବେଳେ ସଫଳତା ପଛର କାହାଣୀ କହିଛନ୍ତି ଅଭିନେତ୍ରୀ ରବିନା ଟଣ୍ଡନ। ’ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର’ ଶୋର ସ୍ପେଶାଲ ଏପିସୋଡରେ କୁନି କୁନି ପିଲାମାନେ ଏହି ଗୀତରେ ଠୁମକା ଲଗାଇଥିବାବେଳେ ବେଶ ଖୁସି ହୋଇଥିଲେ ରବିନା। ଏହାସହ ସେ ସଫଳତା ପଛର କଷ୍ଟ କହିଥିଲେ । ଏହି ଗୀତର ସୁଟିଂ କରିବା ପାଇଁ ସେ କେତେ କଷ୍ଟ ସହିଛନ୍ତି ସେ ସମ୍ପର୍କରେ ଜଣାଇଥିଲେ ।

ଗୀତଟି ଏକ ନିର୍ମାଣାଧିନ ବିଲ୍ଡିଂରେ ହୋଇଥିଲା । ସମ୍ପୂର୍ଣ୍ଣ ଗୀତରେ ରବିନା ବର୍ଷାରେ ଭିଜିଥିବାବେଳେ ତାଙ୍କ ପାଦରୋ ଜୋତା କିମ୍ବା ଚପଲ ଦେଖିବାକୁ ମିଳିନାହିଁ । ମାତ୍ର କାମ ଚାଲିଥିବାରୁ ଅନେକ ସ୍ଥାନରେ କଣ୍ଟାସବୁ ପଡ଼ିଥିଲା । ଯାହାକି ମୋ ପାଦରେ ଗଳିଯାଇଥିଲା । ଦୁଇଦିନ ଧରି ସୁଟିଂ ହୋଇଥିବାବେଳେ ବହୁତ କଷ୍ଟ ସହିବାକୁ ପଡ଼ିଛି । ମୁଁ ଟିଟାନସ ଇଞ୍ଜେକ୍ସନ ନେଇ ସୁଟଂ କରିଛି ।