ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ କ୍ୟାନସର ହୋଇଥିବା ନେଇ ୱେବ୍ ଚ୍ୟାନେଲରେ ମିଛ ଖବର

ଭୁବନେଶ୍ୱର: ଓଲିଉଡ୍ ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ନାଁରେ ମିଛ ଖବର ପ୍ରସାରଣ ଅଭିଯୋଗ । ଅନୁଙ୍କୁ କ୍ୟାନସର ହୋଇଥିବା ନେଇ ଏକ ଓ୍ବେବ ଚ୍ୟାନେଲରେ ଖବର ପ୍ରସାରଣ ହୋଇଛି । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ଅନୁ ଚୌଧୁରୀ । ଅନୁଙ୍କୁ କ୍ୟାନସର ହୋଇଥିବା ନେଇ ଗୁଜବ ପ୍ରଚାରିତ କରାଯାଇଛି । ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ ତାଙ୍କ ବିରୋଧରେ ଏଭଳି ଖବର କରାଯିବାକୁ ନିନ୍ଦା କରିବା ସହିତ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଅନୁ । ଅଭିଯୋଗ ପରେ ମାମଲାର ତଦନ୍ତ ଆରମ୍ଭ କରିଛି ସାଇବର ଥାନା ପୋଲିସ ।