spot_img
Home Blog Page 2635

ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍, ମୋଟ ୧୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ବଲପୁର: ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ । ଏବେ ମୋଟ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମପାର୍ଶ୍ବର ୯ଟି ଓ ଡାହାଣ ପାର୍ଶ୍ବର ୫ଟି ଗେଟ୍ ଖୋଲା ରହିଛି । ଉପରମୁଣ୍ଡରେ ବର୍ଷା ଯୋଗୁ ଡ୍ୟାମ ଭିତରକୁ ଜଳ ପ୍ରବେଶ ମାତ୍ରା ବୃଦ୍ଧି ପାଇଛି । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୮.୬୯ଫୁଟ ରହିଥିବାବେଳେ ପ୍ରତି ସେକେଣ୍ଡରେ ହୀରାକୁଦକୁ ୧ଲକ୍ଷ ୪୯ ହଜାର ୧୬୭ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି । ସେକେଣ୍ଡକୁ ୨ ଲକ୍ଷ ୭ ହଜାର ୭୬୯ ଘନ ଫୁଟ ବନ୍ୟା ଜଳ ନିଷ୍କାସିତ ହେଉଛି ।

ମୋଟ ୧୪ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ କରାଯାଉଥିବାବେଳେ ଆବଶ୍ୟକ ପଡ଼ିଲେ ଆଉ ଗେଟ୍ ଖୋଲାଯିବ । ତେବେ ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ମହାନଦୀ ଉପରମୁଣ୍ଡରେ ହାରାହାରି ୩୭ମିଲିମିଟର ବର୍ଷା ହୋଇଛି। ତଳମୁଣ୍ଡରେ ବର୍ଷା ନାହିଁ। ତେଣୁ ବନ୍ୟା ସ୍ଥିତି ନଥିବା ସୂଚନା ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।

ବୁଡ଼ିଗଲା ୩୪ ଜଣ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଡଙ୍ଗା, ୧୬ ଉଦ୍ଧାର, ୧୮ ନିଖୋଜ

ମୁଜାଫରପୁର: ବିହାର ମୁଜାଫରପୁରରେ ଡଙ୍ଗାବୁଡି । ଡଙ୍ଗାରେ ୩୪ ସ୍କୁଲ ଛାତ୍ରଛାତ୍ରୀ ଯାଉଥିବାବେଳେ ବୁଡିଗଲା ଡଙ୍ଗା । ୧୬ଜଣ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିବାବେଳେ ୧୮ଜଣ ନିଖୋଜ ହୋଇଥିବା ସୂଚନା ମିଳିଛି ।

ବାରମାତୀ ନଦୀର ମଧୁପୁର ପଟ୍ଟି ଘାଟରେ ଘଟିଛି ଦୁର୍ଘଟଣା । ପିଲାଙ୍କୁ ଉଦ୍ଧାର କରିବା ଲାଗି ସର୍ଚ୍ଚ ଅପରେସନ ଜାରି ରହିଛି । ଘଟଣାସ୍ଥଳରେ ପୋଲିସ ଓ ଏସଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାସ୍ଥଳକୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସମେତ ବରିଷ୍ଠ ଅଧିକାରୀଙ୍କୁ ପଠାଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ।

ଭିନ୍ନ ଜୀବର ଶବକୁ ନେଇ ଧରିଲା ଚର୍ଚ୍ଚା, ସତରେ କ’ଣ ଅଛନ୍ତି ଏଲିୟନ୍?

ମେକ୍ସିକୋ: ମେକ୍ସିକୋରେ ଏଲିୟନକୁ ନେଇ ହେବ ଗବେଷଣା । ଏ ନେଇ ସହମତି ପ୍ରକାଶ କରିଛନ୍ତି ସାଂସଦ । ବିଶ୍ବ ବ୍ରହ୍ମାଣ୍ଡରେ କେବଳ ମଣିଷ ନାହାନ୍ତି ଅଣ-ମଣିଷ ବି ବାସ କରୁଛନ୍ତି ବୋଲି କରିଛନ୍ତି ମତପ୍ରକାଶ । ମେକ୍ସିକୋର ସାମ୍ବାଦିକ ତଥା ଅଜଣା ଉଡନ୍ତା ବସ୍ତୁ ବା ୟୁଏଫଓ ସମ୍ପର୍କରେ ଦୀର୍ଘ ଗବେଷଣା କରୁଥିବା ଜେମ୍ ମୌସାନ ଏକ ଭିନ୍ନ ଜୀବର ଶବ ଦେଖାଇବା ପରେ ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା । ସେ କହିଛନ୍ତି ଏହି ଜୀବ ପୃଥିବୀରେ ବାସ କରନ୍ତି ନାହିଁ । ସେହି ଶବର ୩ଟି ଅଙ୍ଗୁଳ ରହିଥିବାବେଳେ ମୁଣ୍ଡଟି ଲମ୍ବାଳିଆ । ଗତ ୨୦୧୭ରେ ପେରୁର ପ୍ରାଚୀନ ନାଜକା ଲାଇନସରୁ ତାକୁ ଉଦ୍ଧାର କରାଯାଇଥିଲା । କାର୍ବନ ଡେଟିଂ ଅନୁସାରେ ତାର ବୟସ ପ୍ରାୟ ୧ ହଜାର ବର୍ଷ ।

ପ୍ରଥମ ଥର ଲାଗି ଏଭଳି ପ୍ରମାଣ ମିଳିଛି ବୋଲି କହିଛନ୍ତି ମୌସାନ । ଏହି ଅଣମାନବାକୃତ ଜୀବ ସମ୍ପର୍କରେ ଅଧିକ ଗବେଷଣା କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି । ଏହି ଶରୀରର ଏକ୍ସରେ, ଥ୍ରୀ-ଡି ପୁନର୍ଗଠନ ଓ ଡିଏନଏ ଆନାଲିସିସ କରାଯିବ ବୋଲି କହିଛନ୍ତି ମେକ୍ସିକୋ ନୌସେନାର ସ୍ବାସ୍ଥ୍ୟ ପ୍ରତିଷ୍ଠାନ ନିର୍ଦ୍ଦେଶକ ଜୋସ ଜେସସ ବେନିତେଜ । ପୂର୍ବରୁ ଆମେରିକାର ଜଣେ ନୌସେନା ପାଇଲଟ ରିୟାନ ଗ୍ରେଭସ ମଧ୍ୟ ଅଜ୍ଞାତ ବସ୍ତୁ ସମ୍ପର୍କରେ ଥିବା ଅନୁଭୂତିକୁ ସାଂସଦମାନଙ୍କ ସମ୍ମୁଖରେ ବର୍ଣ୍ଣନା କରିଥିଲେ । ଏ ସମ୍ପର୍କରେ ଆମେରିକା ମହାକାଶ ବିଭାଗ ନାସା ମଧ୍ୟ ନିଜର ଅନୁସନ୍ଧାନ ଜାରି ରଖିଛି ।

ଅନଲାଇନ୍ ପଞ୍ଜି ସ୍କିମ୍ ମାମଲାରେ ଗୋବିନ୍ଦାଙ୍କୁ ଜେରା କରିବ EOW

ଭୁବନେଶ୍ବର: ହଜାରେ କୋଟିରୁ ଅଧିକ ଅନଲାଇନ୍ ପଞ୍ଜି ସ୍କିମ୍ ମାମଲାରେ EOW ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ପଚରା ଉଚୁରା କରିବ । ଗତ ଜୁଲାଇରେ ଗୋଆରେ STA, ସୋଲାର ଟେକନୋ ଆଲାଂଶର ଗ୍ରାଣ୍ଡ ଲଞ୍ଚରେ ଗୋବିନ୍ଦା ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଥିଲେ ।

ଏହି ପଞ୍ଜି ସ୍କିମରେ ବିନିଯୋଗ କରିବାକୁ ମଧ୍ୟ ଉପସ୍ଥିତ ଲୋକଙ୍କୁ କହିଥିଲେ । ତେବେ ଗୋବିନ୍ଦଙ୍କୁ ପଚାର ଉଚୁରା ପରେ ଜଣା ପଡ଼ିବ ତାଙ୍କର ଏଥିରେ କଣ ଭୂମିକା ରହିଛି। ତାଙ୍କୁ କଣ କହି ଏଥିରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଥିଲା। କେତେ ଟଙ୍କା ନେଇଥିଲେ। ଏହା ଏକ ଠକେଇ ସଂସ୍ଥା ବୋଲି ସେ ଜାଣି ଥିଲେ କି। ଏଭଳି ପ୍ରଶ୍ନ ପଚରା ଯିବ। ତେବେ ଇବେ ସେ ଅଭିଯୁକ୍ତ ନୁହନ୍ତି ବୋଲି EOW IG ଜୟନାରାଣ ପଙ୍କଜ ସୂଚନା ଦେଇଛନ୍ତି।

STA ଦେଶରୁ ଦୁଇ ଲକ୍ଷ ରୁ ଅଧିକ ଲୋକଙ୍କୁ ଠକି ଏକ ହଜାର ରୁ ଅଧିକ ଟଙ୍କା ହାତେଇ ଥିଲା। ଓଡ଼ିଶା ରେ ଏହି ଠକେଇ ପରିମାଣ ୩୦ କୋଟିରୁ ଅଧିକ ରହିଛି।

ନିପା ଭାଇରସ ପାଇଁ ଦୁଇ ଦିନ ସ୍କୁଲ, କଲେଜ ବନ୍ଦ ନିର୍ଦ୍ଦେଶ

ଥିରୁଅନନ୍ତପୁରମ: କେରଳରେ କାୟା ମେଲାଇଲା ନିପା ଭାଇରସ । ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଲା ୫ରେ । କୋଝିକୋଡରେ ଦୁଇ ଦିନ ଲାଗି ସ୍କୁଲ କଲେଜ ବନ୍ଦ ରଖାଯାଇଛି । କୋଝିକୋଡର ଜଣେ ସ୍ବାସ୍ଥ୍ୟ କର୍ମୀ ନିପା ସଂକ୍ରମିତ ହୋଇଥିବା ନେଇ ସୂଚନା ଦେଇଛନ୍ତି କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ । ବର୍ତ୍ତମାନ କଣ୍ଟାକ୍ଟ ଲିଷ୍ଟରେ ୭୦୬ ଜଣ ଥିବା ସୂଚନା ମିଳିଛି ।

ସେମାନଙ୍କ ମଧ୍ୟରୁ ୭୭ ଜଣ ହାଇରିସ୍କ କାଟେଗୋରୀରେ ଥିବାବେଳେ ୧୫୩ ଜଣ ସ୍ବାସ୍ଥ୍ୟ କର୍ମୀ ରହିଛନ୍ତି । ବର୍ତ୍ତମାନ ୧୩ ଜଣ ସନ୍ଦିଗ୍ଧ ରୋଗୀଙ୍କୁ ହସ୍ପିଟାଲରେ ରଖାଯାଇଛି । ହାଇରିସ୍କ କାଟେଗୋରୀରେ ଥିବା ବ୍ୟକ୍ତିମାନେ ଘରେ ରହିବା ଲାଗି ସରକାର ପରାମର୍ଶ ଦେଇଛନ୍ତି ।

ସେପଟେ ସରକାର ସ୍ଥିତି ନିୟନ୍ତ୍ରଣ ଲାଗି ସରକାର ୧୯ଟି କୋର୍ କମିଟି ଗଠନ କରିଛନ୍ତି । ରାଜ୍ୟରେ ଯେଉଁମାନଙ୍କ ନିକଟରେ ସଂକ୍ରମଣ ପରିଲକ୍ଷିତ ହେଉଛି ସେମାନଙ୍କୁ ତୁରନ୍ତ ଆଇସୋଲେସନରେ ରଖାଯାଉଛି । କଣ୍ଟେନମେଣ୍ଟ ଜୋନରେ ଛାତ୍ରଛାତ୍ରୀ ସ୍କୁଲକୁ ନଆସି ଅନଲାଇନରେ ପଢିବା ଲାଗି ଶିକ୍ଷାମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ନିପା ଭାଇରସ ସାଧାରଣତଃ ବାଦୁଡି ଓ ଘୁଷୁରିଙ୍କ ଠାରୁ ମଣିଷଙ୍କ ନିକଟକୁ ଯାଇଥାଏ । ଏହା ସହ ସଂକ୍ରମିତ ଖାଦ୍ୟ ବା ପାରସ୍ପରିକ ସମ୍ପର୍କ ଜରିଆରେ ପ୍ରସାରିତ ହୋଇଥାଏ ।  ନିପା ସଂକ୍ରମିତ ବ୍ଯକ୍ତି ଜ୍ବର, ଢୁଳାଇବା, ମୁଣ୍ଡବ୍ୟଥା, ମାଂସପେଶୀ ଯନ୍ତ୍ରଣା, ବାନ୍ତି ଆଦିରେ ପୀଡିତ ହୋଇଥାନ୍ତି ।

ସ୍କ୍ରବ୍‌ ଟାଇଫସ ପ୍ରତିକାର ପାଇଁ CDMO ଓ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ସ୍କ୍ରବ୍‌ ଟାଇଫସ ଓ ଲେପଟୋସ୍ପାଇରୋସିଶ ପ୍ରତିକାର ପାଇଁ ସମସ୍ତ CDMO ଓ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ରୋଗୀ ସଂଖ୍ୟା ବଢ଼ୁଥିବାରୁ ସମସ୍ତ DPHLରେ ଟେଷ୍ଟ ଓ ପର୍ଯ୍ୟାପ୍ତ ଟେଷ୍ଟିଂ କିଟ ମହଜୁଦ ରଖିବାକୁ ନିର୍ଦେଶ ଦିଆଯାଇଛି ।

ଏ ନେଇ ଡାକ୍ତରମାନଙ୍କୁ ସଚେତନ କରାଯିବ । ଶୀଘ୍ର ଚିହ୍ନଟ ଓ ଜନସାଧାରଣଙ୍କୁ ସଚେତନତା ପାଇଁ ପଦକ୍ଷେପ ନିଆଯିବ । ସବୁଠି ସର୍ଭେଲାନସ ବୃଦ୍ଧି କରାଯିବ । ହସ୍ପିଟାଲରେ ପର୍ଯ୍ୟାପ୍ତ ଔଷଧ ଓ ଆଣ୍ଟିବାୟୋଟିକସ ମହଜୁଦ ପାଇଁ ନିର୍ଦେଶ ରହିଛି । ମୃତ୍ୟୁ ଗୁଡିକର ସଠିକ ଭାବେ ତଦନ୍ତ ସହ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ନିର୍ଦେଶ ହୋଇଛି ।

ରୋଗୀ ଓ ମୃତ୍ୟୁ ତଥ୍ୟ ନେଇ ଷ୍ଟେଟ ସର୍ଭେଲାନସ ୟୁନିଟକୁ ଅବଗତ କରାଯିବ । ଏହି ରୋଗ ସାଧବାଣି ପୋକରୁ ହେଉଛି । ତେବେ ମୂଷା ହେଉଛି ଏହାର ପ୍ରାଥମିକ ବାହକ । ଯଦି ସାଧବାଣି ପୋକ ମୂଷାକୁ କାମୁଡିବା ପରେ ମଣିଷକୁ କାମୁଡିଵ, ତେବେ  ସ୍କ୍ରବ ଟାଇଫସ ହେବ । ତୁରନ୍ତ ପରୀକ୍ଷା କରିବାକୁ ଆହ୍ୱାନ ଦିଆଯାଇଛି ।

ପୂର୍ବତନ ସରପଞ୍ଚ ଏବଂ ତାଙ୍କ ସ୍ବାମୀଙ୍କୁ ହତ୍ୟା କରି କୂଅରେ ପକାଇଦେଲେ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କେ.ବାଲିପାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ରମ୍ଭା ପାତ୍ର ଓ ତାଙ୍କ ସ୍ୱାମୀ ନିରଞ୍ଜନ ପାତ୍ରଙ୍କୁ ହତ୍ୟା ।  ନିରଞ୍ଜନ ବଉଳା ଫାଣ୍ଡିର ଗ୍ରାମରକ୍ଷୀ ଥିବାବେଳେ ତାଙ୍କ ସ୍ତ୍ରୀ ରମ୍ଭା ପାତ୍ର ପୂର୍ବରୁ କେ ବାଲିପାଳ ପଂଚାୟତର ସରପଞ୍ଚ ଥିଲେ । ମଙ୍ଗଳବାର ରାତିରେ କେହି ଦୁର୍ବୁତ୍ତ ଉଭୟଙ୍କୁ ହତ୍ୟାକରି ଘର ପାଖ କୂଅରେ ପକାଇ ଦେଇଥିଲେ ।

ପୂର୍ବତନ ସରପଞ୍ଚ ଏବଂ ତାଙ୍କ ସ୍ବାମୀ ମୟୂରନଚା ଗ୍ରାମରେ ରହୁଥିଲେ । ବୁଧବାର ଗାଁ ଲୋକ ଯାଇଥିବାବେଳେ ଘରେ କେହି ଲୋକ ନଥିଲେ । ଘରେ କେହି ନ ଶୁଣିବାରୁ କବାଟ ଖୋଲି ବାଡି ଭିତରକୁ ଯାଇଥିଲେ । ବାଡି ଭିତରେ ରକ୍ତ ପଡ଼ିଥିବାର ଦେଖିବା ସହ କୂଅରେ ରମ୍ଭାମଣୀଙ୍କ ମୃତ ଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ ।

ସୋସୋ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି କୂଅ ଭିତରେ ୨ଟି ଶବ ପଡିଥିବା ଦେଖିବାକୁ ପାଇଥିଲେ । ନିରଞ୍ଜନଙ୍କ ପୁତୁରା ସୋସୋ ଥାନାରେ ଅଭିଯୋଗ କରିଛନ୍ତି ।  ପୁଲିସ ଶବକୁ ଉଦ୍ଧାର କରିବା ସହିତ ଅଧିକ ତଦନ୍ତ ଚଳାଇଛି । ହତ୍ୟାର କାରଣ ଅସ୍ପଷ୍ଟ ଅଛି । ଅଭିଯୁକ୍ତଙ୍କର ଏଯାଏଁ କିଛି ପତ୍ତା ମିଳିନି ।

ବଲାଙ୍ଗିର ସମଲେଶ୍ଵରୀ ମନ୍ଦିରରେ ପଶିଲା ବର୍ଷା ପାଣି, ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା

ବଲାଙ୍ଗିର: ବଲାଙ୍ଗିର ସମଲେଶ୍ଵରୀ ମନ୍ଦିରରେ ପଶିଲା ବର୍ଷା ପାଣି । ମନ୍ଦିର ପରିସରରେ ଆଣ୍ଠୁଏ ପାଣି ଜମା ହୋଇଛି । ମନ୍ଦିରର ଗର୍ଭ ଗୃହକୁ ବି ଛୁଇଁଛି ବର୍ଷା ଜଳ  । ଗତକାଲି ଠାରୁ ବଲାଙ୍ଗିରରେ ଲଗାଣ ବର୍ଷା ଯୋଗୁ ମନ୍ଦିରରେ ପାଣି ପସିଛି । ବଲାଙ୍ଗିରରେ ସମ୍ଭାବ୍ୟ ବନ୍ୟା ଓ ଜରୁରୀକାଳୀନ ପରିସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ ବି ଜାରି କରିଛି ଜରୁରୀକାଳୀନ ନମ୍ବର । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ବଲାଙ୍ଗୀରର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା କଲେ ଜିଲ୍ଲାପାଳ ।

ଅନ୍ୟପଟେ ତଳିଆ ଅଞ୍ଚଳ ମଧ୍ୟ ପାଣି ଘେରରେ ରହିଛି  । ଘର ଭିତରକୁ ପାଣି ପଶିଛି । ରାତିରୁ ଲୋକଙ୍କ ସମସ୍ୟା ଦେଖାଦେଇଥିବା ବେଳେ ଜିଲ୍ଲା ପ୍ରଶାସନ ଓ ମୁନିସିପାଲିଟି ତରଫରୁ ବିଳମ୍ବିତ ରାତିରେ  ହିଁ ପଦକ୍ଷେପ ଗ୍ରହଣ କରାଯାଇଛି  । ଲୋକଙ୍କୁ ଉଦ୍ଧାର କରିବା ସହ ଜଳ ନିଷ୍କାସନ କରାଯାଉଛି  । ଲକ୍ଷ୍ମୀଜୋର ନାଳା ନିକଟରେ ଘର କରି ରହୁଥିବା ଲୋକଙ୍କ ଘରକୁ ପାଣି ପଶିଛି ।

ମ୍ୟୁନିସିପାଲିଟି ପକ୍ଷରୁ ରାତି ତମାମ ବର୍ଷା ଜଳ ନିଷ୍କାସନ କରାଯାଇଛି  । ଯେଉଁ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ରହିଛି କଣ୍ଟ୍ରୋଲ ରୁମକୁ କଲ କରି ଜଣାଇବାକୁ ଜିଲ୍ଲାପାଳ ଚଞ୍ଚଳ ରାଣା ସୂଚନା ଦେଇଛନ୍ତି ।

ବିରିୟାନି, ମଦ ସହ ଘରକୁ ଡାକି ଇରାନୀ କରୁଥିଲେ ବ୍ଲାକମେଲ, ଅଭିଯୋଗ କଲେ ଛାତ୍ର

ଭୁବନେଶ୍ବର: ବଡବାପାଙ୍କୁ ଛାଡିନାହିଁ ହାନିଟ୍ରାପ କୁଇନ ଇରାନୀ  । ହାନିଟ୍ରାପ ଓ ବ୍ଲାକମେଲ କରି ଲୁଟିଛି କୋଟିକୋଟି ଟଙ୍କା । ବ୍ଲାକମେଲର ଇରାନୀ ପାତ୍ର ଗ୍ୟାଙ୍ଗର ଖୋଲୁଛି ଏକାଧିକ ଗୁମର । ତମାଣ୍ଡୋ ଥାନାର ଦ୍ୱାରସ୍ଥ ହେଲେ କମ୍ପିଟେଟିଭ ଛାତ୍ର ।

ବିରିୟାନି ମଦ ସହ ଘରକୁ ଡାକି ଇରାନୀ କରିଥିଲେ ବ୍ଲାକମେଲ । ଦୁଷ୍କର୍ମ କରିବା ଅଭିଯୋଗରେ ୨ ଲକ୍ଷ ଦାବି କରିଥିଲେ ହନିଟ୍ରାପ କୁଇନ । ଲୋକଲଜ୍ୟା ଭୟରେ ସେତେବେଳେ ଥାନାର ଦ୍ୱାରସ୍ଥ ହୋଇନଥିଲେ ଛାତ୍ର ଜଣଙ୍କ । ଗ୍ରୋସରି ଦୋକାନୀ ମଧ୍ୟ ଦେହ ସୌଦାରେ ହୋଇଛନ୍ତି ଠକେଇର ଶିକାର  ।

ରାସନ କିଣିବା ବେଳେ ମଧୁଫାଶରେ ପଡ଼ିଥିଲେ ଦୋକାନୀ । ପ୍ରତିଷ୍ଠିତ ଡାକ୍ତର, ବିଲ୍ଡର, ରାଜନେତା ଠକେଇର ଶିକାର ହୋଇଥିବା ସନ୍ଦେହ । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିପାରେ ତମାଣ୍ଡୋ ପୋଲିସ । ପୂର୍ବରୁ ଚିକିତ୍ସା ବାହାନାରେ ହାନିଟ୍ରାପ ଘଟଣାରେ ଲେଡିଡନ ଇରାନୀ ଓ ୩ ସହଯୋଗୀ ଗିରଫ  । ଡାକ୍ତରଙ୍କୁ ବ୍ଲାକମେଲ କରୁଥିବା ବେଳେ ବାନ୍ଧିଥିଲା ତମାଣ୍ଡୋ ପୋଲିସ ।

କୋଟାରେ ନାମଲେଖା ଆଳରେ ଆଶାୟୀଙ୍କ ଠାରୁ ଠକିନେଲେ ୨୦ ଲକ୍ଷ

ଭୁବନେଶ୍ବର: ଏନଆରଆଇ କୋଟାରେ ନାମଲେଖା ଆଳରେ ଠକେଇ ଘଟଣା । ୧୩ ଆଶାୟୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଠକିଛନ୍ତି ଠକ । ସ୍ପେଶାଲ କ୍ରାଇମ ୟୁନିଟ ନିକଟରେ ବଢୁଛି ଅଭିଯୋଗର ଫର୍ଦ୍ଦ । ପୂର୍ବରୁ ଏହି ଘଟଣାରେ ରାଜେଶ ରୋଶନ ସାହୁ ଓ ଅଭିନନ୍ଦନ ବାରିକ ଗିରଫ ହୋଇଥିଲେ । ସିଣ୍ଡିକେଟ ମାଷ୍ଟରମାଇଣ୍ଡ ଥିଲା ଅଭିନନ୍ଦନ ବାରିକ ।

ସୋସିଆଲ ମିଡିଆ ଜରିଆରେ ୧୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । କିଛି ନାମିଦାମୀ ଶିକ୍ଷାନୁଷ୍ଠାନର କର୍ମଚାରୀ ଠକେଇରେ ସାମିଲ ଅଛନ୍ତି  । ରିମାଣ୍ଡରେ ଆଣି ପଚରାଉଚରା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଦାକୁ ଆସିଛି । DF Acadiy ନାଁରେ ସଂସ୍ଥା ଖୋଲି ଲକ୍ଷାଧିକ ଟଙ୍କା ଚୁନା ଲଗାଉଥିଲେ ଠକ ।