ସମ୍ବଲପୁର: ରାଷ୍ଟ୍ରପତିଙ୍କ ତିନିଦିନିଆ ଓଡ଼ିଶା ଗସ୍ତର ବୁଧବାର ଶେଷଦିନ । ମଙ୍ଗଳବାର ସମ୍ବଲପୁର ଗସ୍ତରେ ଅଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ । ଆଜି ସମ୍ବଲପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ବ୍ରହ୍ମକୁମାରୀ ସଂସ୍ଥାଦ୍ବାରା ଆୟୋଜିତ ଜାତୀୟ ଶିକ୍ଷା ଅଭିଯାନ- ନୂଆ ଭାରତ ପାଇଁ ନୂଆ ଶିକ୍ଷାକୁ ଶୁଭାରମ୍ଭ କରିବେ । ପରେ ଝାରସୁଗୁଡ଼ା ବିମାନବନ୍ଦରରୁ ଦିନ ୧୧ଟା ୫ ମିନିଟରେ ବାଂଙ୍ଗାଲୋର ଗସ୍ତ କରିବେ । ତିନିଦିନିଆ ଓଡ଼ିଶା ଗସ୍ତରେ ମୟୂରଭଞ୍ଜ ଓ ସମ୍ବଲପୁରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ରାଷ୍ଟ୍ରପତି । ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ଗତକାଲି ଭିସୁଟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ । ଏହା ସହ ମାଆ ସମଲେଶ୍ବରୀଙ୍କୁ ଦର୍ଶନ କରି ଆଶୀର୍ବାଦନ ଲୋଡ଼ିଥିଲେ । ଅନ୍ୟପଟେ ଆସନ୍ତା ୨୬ ତାରିଖରେ ପୁଣି ଓଡ଼ିଶା ଆସିବେ ମହାମହିମ । ୨୬ ତାରିଖରେ ଭୁବନେଶ୍ବରରେ ପହଞ୍ଚି ୨୭ତାରିଖରେ ପାରାଦୀପରେ ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ।
ପ୍ରଥମ ଥର ପୋଲିସ ପଦବୀରେ ପରୀକ୍ଷା ଦେବାକୁ ବିବେଚିତ ହୋଇଛନ୍ତି ରାଜ୍ୟର ୧୭ କିନ୍ନର
ଭୁବନେଶ୍ବର: କିନ୍ନର ପାଇବେ ପୋଲିସ ଚାକିରି । ଆସନ୍ତା ୨୬ ତାରିଖରେ ହେବାକୁ ଥିବା ସବ୍ ଇନ୍ସପେକ୍ଟର ପଦବୀରେ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ରାଜ୍ୟର ୧୭ ଜଣ କିନ୍ନର । ପ୍ରଥମ କରି ଲିଙ୍ଗ ସ୍ଥାନରେ ଟ୍ରାନ୍ସଜେଣ୍ଡର ଲେଖା ଥାଇ ସେମାନେ ପରୀକ୍ଷା ଦେବାକୁ ଯାଉଛନ୍ତି । ଓଡ଼ିଶା ପୋଲିସ ରିକ୍ୟୁଟମେଣ୍ଟ ବୋର୍ଡ ପକ୍ଷରୁ ସେମାନଙ୍କୁ ଆଡମିଟ୍ କାର୍ଡ ପ୍ରଦାନ କରାଯାଇଛି । ସେପଟେ ରାଜ୍ୟର ପ୍ରଥମ ହାଇସ୍କୁଲ ଶିକ୍ଷକ ହେବାକୁ ଯାଉଛନ୍ତି କିନ୍ନର କାହ୍ନୁଚରଣ ତାଡିଙ୍ଗି ଓରଫ ମାୟା । ମାୟାଙ୍କ ନାଁ ମେଧା ତାଲିକାରେ ପ୍ରକାଶ କରିଛନ୍ତି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ । ସଫଳତା ପାଇବା ପରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କୁ ସେ ଧନ୍ୟବାଦ ଦେଇଛନ୍ତି ।
କିନ୍ନର ମାୟା ଓରଫ ଗିରିଧାରୀ କିସାନ । ପରିବାରର ତାଡନା ପରେ ମାତ୍ର 13 ବର୍ଷ ବୟସରେ କିନ୍ନର ସମାଜକୁ ଚାଲିଆସି ମାୟା କିନ୍ନର ନିଜ ଜୀବନ ଆରମ୍ଭ କରିଥିଲେ । ହେଲେ ପାଠ ପଢିବାର ଆଗ୍ରହ ତାଙ୍କୁ ଅଟକାଇ ପାରିନଥିଲା । କମ୍ୟୁନିଟି ସେଣ୍ଟରରେ ରହି ମାୟା ମାଟ୍ରିକ୍ରେ ପ୍ରଥମ ଶ୍ରେଣୀରେ ପାସ କରି ପରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ । ରାଜ୍ୟ କିନ୍ନର ସଙ୍ଘ ରାଜ୍ୟ ସଭାନେତ୍ରୀ ମୀରା ପରିଡାଙ୍କ ସଂସ୍ପର୍ଶରେ ଆସିବା ପରେ ମାୟା ସରକାରୀ ଚାକିରୀ କରିବାକୁ ଦମ୍ଭ ପାଇଥିଲେ । ଏବେ ସେ ଏସ୍ଆଇ ପରୀକ୍ଷା ପାଇଁ ଅବେଦନ କରିଛନ୍ତି ।
ଶିକ୍ଷିତା ଏବଂ ଇଂରାଜୀରେ ନନଷ୍ଟପ୍ କହୁଥିବା ପ୍ରିନ୍ସେସ୍ କହିଛନ୍ତି ରାଜ୍ୟ ସରକାର କିନ୍ନରମାନଙ୍କୁ ସ୍ବାଭିମାନର ସହ ବଞ୍ଚିବା ପାଇଁ ବିରାଟ ସୁଯୋଗ ପ୍ରଦାନ କରିଛନ୍ତି । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି । ସେହିଭଳି ରାୟଗଡାର କାହ୍ନୁଚରଣ ତାଡିଙ୍ଗି ଓରଫ ମାୟା ହେବାକୁ ଯାଉଛନ୍ତି ରାଜ୍ୟର ପ୍ରଥମ କିନ୍ନର ହାଇସ୍କୁଲ ଶିକ୍ଷକ ।
ମାୟାଙ୍କ ଘର ରାୟଗଡା ଜିଲ୍ଲା ଭାକୁରବୁଡା ଗାଁରେ । ତାଙ୍କ ନାଁ ଓଡ଼ିଶା ଷ୍ଟାଫ ସିଲେକ୍ସନ ବୋର୍ଡ ପକ୍ଷରୁ ମେରିଟ୍ ଲିଷ୍ଟରେ ପ୍ରକାଶ ପାଇଛି । କିନ୍ନର ହିସାବରେ ସରକାରୀ ଚାକିରୀରେ ନିଯୁକ୍ତି ମିଳିଥିବାରୁ ସେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଅସୁସ୍ଥ ହାତୀଛୁଆର ଚିକିତ୍ସା ପାଇଁ ଡାବରଚୁଆ ଜଙ୍ଗଲରେ ଚାଲିଛି ସଂଘର୍ଷ
କେନ୍ଦୁଝର: ଅସୁସ୍ଥ ହାତୀଛୁଆକୁ ଟ୍ରାଙ୍କୁଲାଇଜ୍ କରି ଚିକିତ୍ସା କରିବାକୁ ଉଦ୍ୟମ । କେନ୍ଦୁଝର ବନବିଭାଗର ଟିମ ହାତୀଛୁଆକୁ ଚିକିତ୍ସା କରିବାକୁ ଏହି ପ୍ରୟାସ ଚଳାଇଛି । ଘଟଣାସ୍ଥଳରେ କେନ୍ଦୁଝର DFO, ନନ୍ଦନକାନନରୁ ଆସିଥିବା ଟିମ୍, ପ୍ରାଣୀ ଚିକିତ୍ସକ, ଟ୍ରାଙ୍କୁଲାଇଜର୍ ଟିମ୍ ସମସ୍ତେ ଡ଼େରା ପକାଇଛନ୍ତି। ୧୨ ଟିକିଆ ହାତୀପଲଙ୍କ ଦଳରେ ରହିଛି ଏହି ଛୁଆ ହାତୀ ।
ଡାହାଣପଟ ଆଗ ଗୋଡ଼ରେ ଆଘାତ ଲାଗିଥିବାରୁ ହାତୀ ଛୁଆଟି ଅସୁସ୍ଥ ହୋଇ ପଡିଛି। ତେବେ ହାତୀଛୁଆକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିବାକୁ ଚେଷ୍ଟା କଲେ ମଧ୍ୟ ବନ ବିଭାଗ ସଫଳ ହୋଇପାରିନାହିଁ। ୬ ମାସର ଅସୁସ୍ଥ ହାତୀ ଛୁଆକୁ ମା ହାତୀ ଓ ଅନ୍ୟ ହାତୀପଲ ପାଖରୁ ଛାଡ଼ୁ ନଥିବାରୁ ଏହା ବନ ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଡାବରଚୁଆ ସଂରକ୍ଷିତ ଜଙ୍ଗଲରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଅତିଶୀଘ୍ର ଅସୁସ୍ଥ ହାତୀଛୁଆକୁ ଉଦ୍ଧାର କରି ଚିକିତ୍ସା କରାଯିବ ବୋଲି କହିଛନ୍ତି DFO । ହାତୀ ଛୁଆର ଚିକିତ୍ସା ପାଇଁ ସ୍ଥାନୀୟ ଗ୍ରାମବାସୀ ସହଯୋଗ କରୁଛନ୍ତି।…

