spot_img
Home Blog Page 2540

ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ପାଗ ଅନୁକୂଳ, ୮ ଦିନ ବିଳମ୍ବରେ ଆସିଥିଲେ ମଧ୍ୟ ୫ ଦିନ ପୂର୍ବରୁ ଫେରିଯିବ

ଭୁବନେଶ୍ବର: ବିଳମ୍ବରେ ଆସିଲା ହେଲେ ସଅଳ ଫେରିଯିବ ମୌସୁମୀ । ଆଜିଠୁ ଓଡ଼ିଶାରୁ ମୌସୁମୀ ଫେରିବା ପ୍ରକ୍ରିୟା ଆରମ୍ଭ ହେବ । ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ପାଗ ଅନୁକୂଳ ହୋଇଛି । ଓଡ଼ିଶାକୁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ବଢିଥିବା ବେଳେ ବାୟୁମଣ୍ଡଳରୁ କମୁଛି ଜଳୀୟବାଷ୍ପର ପରିମାଣ । ଏହାସହ ଉତ୍ତର ପଶ୍ଚିମ ଭାରତରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି । ଫଳରେ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୁଳ ହୋଇଛି ।

ଚଳିତ ବର୍ଷ ଜୁନ୍ ୨୨ରେ ଓଡ଼ିଶା ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ୮ ଦିନ ବିଳମ୍ବରେ ଆସିଥିଲେ ମଧ୍ୟ ୫ ଦିନ ପୂର୍ବରୁ ଫେରିଯିବା ନେଇ ଆକଳନ କରାଯାଇଛି । ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ମୌସୁମୀ ରାଜସ୍ଥାନ, ଗୁଜୁରାଟ, ହରିୟାଣା, ପଞ୍ଜାବ ସମେତ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଜାମ୍ମୁ-କାଶ୍ମୀରର କେତେକ ଅଞ୍ଚଳରୁ ସମ୍ପୂର୍ଣ୍ଣ ରୂପରେ ଅପସାରଣ ହୋଇଛି । ଓଡ଼ିଶାରେ ମୌସୁମୀ ଫେରିବାର ସ୍ବାଭାବିକ ସମୟ ଅକ୍ଟୋବର ୧୫ ଥିବା ବେଳେ ୫ ଦିନ ପୂର୍ବରୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି ।

ଅଷ୍ଟ୍ରେଲିଆକୁ ହରାଇ ବିଶ୍ବକପ ଅଭିଯାନ ଆରମ୍ଭ କଲା ଭାରତ

ଚେନ୍ନାଇ: ବିଶ୍ବକପରେ ଭାରତର ଅଭିଯାନରେ ଚମକିଲେ ବିରାଟ-ରାହୁଲ । ବିଜୟରୁ ଆରମ୍ଭ ହେଲା ଭାରତର ବିଶ୍ବକପ ଅଭିଯାନ । ଓ୍ବାର୍ଲ୍ଡକପର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆକୁ ହରାଇଲା ଟିମ୍ ଇଣ୍ଡିଆ । ଛକା ମାରି ଭାରତକୁ ଜିତାଇଲେ କେ.ଏଲ ରାହୁଲ  । ୪୧ ଓଭରରେ ବିଜୟ ହାସଲ କରିବା ସହ ୬ ଓ୍ବିକେଟରେ ମ୍ୟାଚ ଜିତିନେଇଥିଲା ଭାରତ । କେ.ଏଲ ରାହୁଲ ଅପରାଜିତ ୯୭ ରନ କରିଥିବାବେଳେ ବିରାଟ ୮୫ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୧ ରନ କରିଥିଲେ  ।

୨୦୦ ରନର ଟାର୍ଗେଟକୁ ପିଛା କରି ପଡ଼ିଆକୁ ଓହ୍ଲାଇଥିବା ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟସ୍ତ ହୋଇଥିଲା । ମିଚେଲ ଷ୍ଟାର୍କ ଓ ଜୋସ୍ ହେଜଲଉଡଙ୍କ ଆକ୍ରମଣାତ୍ମକ ବୋଲିଂ ଆଗରେ ଭାରତର ଓପନିଂ ଲାଇନ ଭୁଶୁଡ଼ି ପଡ଼ିଥିଲା  । ଦଳର ତିନି ଖେଳାଳିଙ୍କୁ ଶୂନ ରନରେ ପାଭିଲିୟନ ଫେରାଇଥିଲା ଅଷ୍ଟ୍ରେଲିଆ  । ଇଶାନ କିଷନ ପ୍ରଥମ ଓଭରରେ ପାଭିଲିଅନ ଫେରିଥିବାବେଳେ କ୍ୟାପଟେନ ରୋହିତ ଶର୍ମା ଓ ଶ୍ରେୟସ ଆୟାର ଶୂନ କରି ଆଉଟ ହୋଇଥିଲେ  । ପରେ ବିରାଟ କୋହଲି ଓ କେ.ଏଲ. ରାହୁଲ ଦରଦାର ପାଳି ଖେଳିବା ସହ ଭାରତର ବ୍ୟାଟିଂ ଲାଇନକୁ ଦୃଢୀଭୂତ କରି ଲମ୍ବା ସମୟ କ୍ରିଜରେ ରହିଥିଲେ ।  ଉଭୟଙ୍କ ଭାଗିଦାରୀରେ ଦଳ ବିଜୟ ଅଭିମୁଖେ ଅଗ୍ରସର ହୋଇଥିଲା  ।

୩୭ ତମ ଓଭରରେ ବିରାଟ କୋହଲି ୮୫ ରନ କରି ଆଉଟ ହୋଇଥିଲେ । ପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲ ଦଳକୁ ବିଜୟ ଆଡକୁ ଅଗ୍ରସର କରାଇଥିଲେ । ଶେଷରେ ୪୧ ଓଭର ୨ଟି ବଲରେ ଭାରତ ବିଜୟ ଲାଭ କରିଥିଲା । ଛକା ମାରି ଭାରତକୁ ବିଜୟ ଭେଟି ଦେଇଥିଲେ କେଏଲ ରାହୁଲ  । ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା କଙ୍ଗାରୁବାହିନୀ । ଭାରତର ବୋଲିଂ ଆଗରେ ଧରାସାୟୀ ହୋଇଥିଲେ ଅଷ୍ଟ୍ରେଲିଆ ବ୍ୟାଟର୍ । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ବୋଲରଙ୍କ ଆଟାକିଂ ମୁଡ୍ ଦେଖିବାକୁ ମିଳିଥିଲା । କୌଣସି ବି ବ୍ୟାଟର୍ ଅର୍ଦ୍ଧଶତକୀୟ କରିପାରିନଥିଲେ ।

ସ୍ପିନରଙ୍କ କମାଲରେ ମାତ୍ର ୧୯୯ ରନରେ ଅଟକିଥିଲା କଙ୍ଗାରୁ ବାହିନୀ । ରବିନ୍ଦ୍ର ଜାଡେଜାଙ୍କୁ ସର୍ବାଧିକ ୩ଟି ଓ୍ବିକେଟ୍ ମିଳିଥିବା ବେଳେ କ୍ୟାଚ୍ ଧରିବାରେ ନୂଆ ରେକର୍ଡ କରିଛନ୍ତି ବିରାଟ କୋହଲି । ବୁମରା ଓ କୂଲଦୀପଙ୍କୁ ୨ଟି ଲେଖାଏ ଓ୍ବିକେଟ ମିଳିଥିବାବେଳେ ଅଶ୍ବିନୀ, ହାର୍ଦ୍ଦିକ ଓ ସିରାଜଙ୍କୁ ଗୋଟିଏ ଲେଖାଏ ଓ୍ବିକେଟ ମିଳିଥିଲା  । ଫଳରେ  49.3 ଓଭରରେ ସମସ୍ତ ଓ୍ବିକେଟ୍ ହରାଇ ଦଳ ୧୯୯ ରନ୍ କରିଥିଲା । ଜବାବରେ ମ୍ୟାଚକୁ ୬ ଓ୍ବିକେଟରେ ଜିତିନେଇଛି ଭାରତ  ।

ଖାତା ଖୋଲି ପାରିଲେନି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ

ଚେନ୍ନାଇ: ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ । ଖାତା ଖୋଲି ପାରିଲେନି ୩ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ । ଇଶାନ କିଶାନ, ରୋହିତ ଶର୍ମା ଏବଂ ଶ୍ରେୟସ ଆୟାର ଶୂନ ରନରେ ଆଉଟ ହୋଇଛନ୍ତି । ଖାତା ଖୋଲିବା ପୂର୍ବରୁ କଙ୍ଗାରୁ ବୋଲରଙ୍କ ଶିକାର ହୋଇଛନ୍ତି ଏହି ଭାରତୀୟ ଖେଳାଳି । ଭାରତ ପକ୍ଷରୁ କୋହଲି ଏବଂ ରାହୁଲ ବ୍ୟାଟିଂ ଜାରି ରଖିଛନ୍ତି । ହାଜେଲ ହୁଡ୍ ୨ଟି ଓ୍ବିକେଟ ଅକ୍ତିଆର କରିଥିବାବେଳେ ଷ୍ଟାର୍କ ପ୍ରଥମ ଓଭରରୁ ଇଶାନଙ୍କୁ ଆଉଟ କରି ଦଳକୁ ପ୍ରଥମ ସଫଳତା ଦେଇଛନ୍ତି ।

ସୂଚନା ଥାଉକି, ବିଶ୍ବକପରେ ସୁପର ସଣ୍ଡେରେ ଅନୁଷ୍ଠିତ ସୁପର ମ୍ୟାଚରେ ଅଷ୍ଟ୍ରେଲିଆ ବନାମ ଭାରତ ମ୍ୟାଚରେ ଦମଦାର ବୋଲିଂ କରିଛନ୍ତି ରୋହିତ ବାହିନୀ । ୧୯୯ ରନରେ ଅଲଆଉଟ ହୋଇଛି କଙ୍ଗାରୁ ଟିମ୍ । ଭାରତ ଆଗରେ ୨୦୦ ରନର ବିଜୟ ଳକ୍ଷ୍ୟ ରହିଛି । ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜା ୩ଟି ଓ୍ବିକେଟ ଅକ୍ତିଆର କରିଥିବାବେଳେ ବୁମରା ଏବଂ କୁଲଦୀପ ଯାଜବ ୨ ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି । ସେପଟେ ସିରାଜ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅଶ୍ବିନୀ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ କୌଣସି ଜଣେ ମଧ୍ୟ ଖେଳାଳି ଅର୍ଦ୍ଧଶତକ ହାସଲ କରି ନାହାନ୍ତି । ସ୍ମିଥ୍ ସର୍ବାଧିକ ୪୬ ରନ ସଂଗ୍ରହ କରିଛନ୍ତି ।  ଓ୍ବାର୍ଣ୍ଣର ୪୧ ରନ ସଂଗ୍ରହ କରିଛନ୍ତି । ଏମାନଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୩୦ ରନରୁ ଅଧିକ କରି ନାହାନ୍ତି ।

ଭାରତ ଆଗରେ ୨୦୦ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ଏହାକୁ ସହଜରେ କରିପାରିବ ବୋଲି କ୍ରିକେଟପ୍ରେମୀ ଆଶା ରଖିଛନ୍ତି । ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଭାରତ ୨-୧ରେ ବିଜୟୀ ହୋଇଛି ।  ଶକ୍ତିଶାଳୀ ଅଷ୍ଟ୍ରେଲିଆର ବୋଲରମାନେ ମଧ୍ୟ ଦମଦାର ଫର୍ମରେ ରହିଛନ୍ତି । ଏଣୁ ଭାରତ ଆଗରେ ୨୦୦ ରନର ବିଜୟ ଲକ୍ଷ୍ୟ ଥିଲେ ସୁଦ୍ଧା ବ୍ୟାଟ୍ସମ୍ୟାନଙ୍କୁ ଧର୍ଯ୍ୟର ସହ ଖେଳିବାକୁ ପଡ଼ିବ । ତେବେ ଭାରତୀୟ ଦଳର ଓପନର ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ଡେଙ୍ଗୁ ଚିହ୍ନଟ ହୋଇଥିବାରୁ ଆଜିର ମ୍ୟାଚରେ ଖେଳୁ ନାହାନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଇଶାନ କିଶାନ ରୋହିତଙ୍କ ସହ ଓପନିଂ କରି ପାରନ୍ତି ।

ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ପ୍ରତିଦିନ ବାଜିରେ ଲାଗୁଛି ଜୀବନ

ରାୟଗଡ଼ା: ଅଣ୍ଡର ଗ୍ରାଉଣ୍ଡ ରାସ୍ତା ବନ୍ଦ । ଫଳରେ ଅସୁରକ୍ଷିତ ରାସ୍ତା ବାଛିଛନ୍ତି ଜନସାଧାରଣ । ଏକ ଓଭର ବ୍ରିଜ ରହିଥିବା ବେଳେ ଅତ୍ୟଧିକ ଗାଡି ମଟର ଚଳାଚଳ ଯୋଗୁ ତାହା ମଧ୍ୟ ବିପଦପୂର୍ଣ୍ଣ ପାଲଟିଛି । ଫଳରେ ଲୋକେ ଏବେ ଟ୍ରେନ ଲାଇନ୍ ପାରକରି ଯାତ୍ରା କରୁଛନ୍ତି । ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ପ୍ରତିଦିନ ବାଜିରେ ଲାଗୁଛି ଜୀବନ । ପାର ହେବାକୁ ପଡୁଛି ମୃତ୍ୟୁର ପଥ । ବାଧ୍ୟ ହୋଇ ବିପଦପୂର୍ଣ୍ଣ ରାସ୍ତା ବାଛୁଛନ୍ତି ଛାତ୍ରଛାତ୍ରୀ ଜନସାଧାରଣ ।

ରାୟଗଡା ସହରର ଟ୍ରେନ ଲାଇନ କଡ଼ । ପ୍ରତିଦିନ ସ୍କୁଲ କଲେଜ ଯିବାକୁ ଛାତ୍ରଛାତ୍ରୀ ଟ୍ରେନ ଲାଇନ ପାର କରୁଛନ୍ତି । ଏପରି ସ୍ଥାନୀୟ ଲୋକେ ମଧ୍ୟ ଜରୁରୀ କାମ ପାଇଁ ଏହି ରାସ୍ତାକୁ ବାଛିଛନ୍ତି । କାରଣ ଲୋକଙ୍କ ପ୍ରତିଦିନର ଜୀବନ ଯାତ୍ରାର ରାହା ସାଜିଥିବା ଏକ ଅଣ୍ଡର ଗ୍ରାଉଣ୍ଡ ରାସ୍ତା ଉପଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବନ୍ଦ କରିଦିଆଯାଇଛି । ରେଳ ବିଭାଗ ତରଫରୁ ତୃତୀୟ ଲାଇନ ନିର୍ମାଣ ପାଇଁ ଏହି ରାସ୍ତାକୁ ବନ୍ଦ କରିଦିଆଯାଇଛି । ଜାତୀୟ ରାଜ ପଥ ବିଭାଗ ଅଧୀନରେ ରହିଥିବା ଏକ ଦୁର୍ବଳ ଓଭର ବ୍ରିଜରେ ମଧ୍ୟ ଅତ୍ୟଧିକ ଗାଡି ମଟର ଯିବାଆସିବା କରୁଛି ।  ଫଳରେ ଲୋକେ ବାଧ୍ୟ ହୋଇ ଟେନଲାଇନ୍ ପାରକରି ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି ।

ରେଳ ବିଭାଗର ତୃତୀୟ ଲାଇନ କେବେ ସରିବ ? କେତେ ଦିନ ପର୍ଯ୍ୟନ୍ତ ଏହି ରାସ୍ତା ବନ୍ଦ ରହିବ ? ବିକଳ୍ପ ବ୍ୟବସ୍ଥା ବିଷୟ ନେଇ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କଣ ବ୍ୟବସ୍ଥା କରାଯାଇଛି ବୋଲି ପ୍ରଶ୍ନ କରିଛନ୍ତି ସହରର ବୁଦ୍ଧିଜୀବୀ । ଏନେଇ ଅଣ୍ଡର ଗ୍ରାଉଣ୍ଡ ରାସ୍ତା ଅତିଶୀଘ୍ର ଖୋଲିବାକୁ ଦାବି ଏବେ ଜୋର ଧରିଛି  ।

୧୯୯ ରନରେ ଅଲଆଉଟ୍ ହେଲା ଅଷ୍ଟ୍ରେଲିଆ

ଚେନ୍ନାଇ: ଭାରତର ଦମଦାର ବୋଲିଂ । ବିଶ୍ବକପରେ ସୁପର ସଣ୍ଡେରେ ଅନୁଷ୍ଠିତ ସୁପର ମ୍ୟାଚରେ ଅଷ୍ଟ୍ରେଲିଆ ବନାମ ଭାରତ ମ୍ୟାଚରେ ଦମଦାର ବୋଲିଂ କରିଛନ୍ତି ରୋହିତ ବାହିନୀ । ୧୯୯ ରନରେ ଅଲଆଉଟ ହୋଇଛି କଙ୍ଗାରୁ ଟିମ୍ । ଭାରତ ଆଗରେ ୨୦୦ ରନର ବିଜୟ ଳକ୍ଷ୍ୟ ରହିଛି । ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜା ୩ଟି ଓ୍ବିକେଟ ଅକ୍ତିଆର କରିଥିବାବେଳେ ବୁମରା ଏବଂ କୁଲଦୀପ ଯାଜବ ୨ ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି । ସେପଟେ ସିରାଜ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅଶ୍ବିନୀ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ କୌଣସି ଜଣେ ମଧ୍ୟ ଖେଳାଳି ଅର୍ଦ୍ଧଶତକ ହାସଲ କରି ନାହାନ୍ତି । ସ୍ମିଥ୍ ସର୍ବାଧିକ ୪୬ ରନ ସଂଗ୍ରହ କରିଛନ୍ତି ।  ଓ୍ବାର୍ଣ୍ଣର ୪୧ ରନ ସଂଗ୍ରହ କରିଛନ୍ତି । ଏମାନଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୩୦ ରନରୁ ଅଧିକ କରି ନାହାନ୍ତି ।

ଭାରତ ଆଗରେ ୨୦୦ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ଏହାକୁ ସହଜରେ କରିପାରିବ ବୋଲି କ୍ରିକେଟପ୍ରେମୀ ଆଶା ରଖିଛନ୍ତି । ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଭାରତ ୨-୧ରେ ବିଜୟୀ ହୋଇଛି ।  ଶକ୍ତିଶାଳୀ ଅଷ୍ଟ୍ରେଲିଆର ବୋଲରମାନେ ମଧ୍ୟ ଦମଦାର ଫର୍ମରେ ରହିଛନ୍ତି । ଏଣୁ ଭାରତ ଆଗରେ ୨୦୦ ରନର ବିଜୟ ଲକ୍ଷ୍ୟ ଥିଲେ ସୁଦ୍ଧା ବ୍ୟାଟ୍ସମ୍ୟାନଙ୍କୁ ଧର୍ଯ୍ୟର ସହ ଖେଳିବାକୁ ପଡ଼ିବ । ତେବେ ଭାରତୀୟ ଦଳର ଓପନର ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ଡେଙ୍ଗୁ ଚିହ୍ନଟ ହୋଇଥିବାରୁ ଆଜିର ମ୍ୟାଚରେ ଖେଳୁ ନାହାନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଇଶାନ କିଶାନ ରୋହିତଙ୍କ ସହ ଓପନିଂ କରି ପାରନ୍ତି ।

ଇସ୍ରାଏଲରୁ ସୁରକ୍ଷିତ ଫେରିଲେ ଏହି ବଲିଉଡ୍ ଅଭିନେତ୍ରୀ

ମୁମ୍ବାଇ: ଭାରତରେ ସୁରକ୍ଷିତ ଭାବେ ପହଞ୍ଚଥିଲେ ବଲିଉଡ ଅଭିନେତ୍ରୀ ନୁସରତ ଭରୁଚା । ରବିବାର ଅଭିନେତ୍ରୀ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ନୁସରତଙ୍କୁ ଦେଖିବାକୁ ମିଳିଛି । ସେ ନିଜର ଲଗେଜ ବକ୍ସ ସହ ବିମାନବନ୍ଦର ବାହାରକୁ ଆସିଥିବା ବେଳେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ଚାହିଁ ବସିଥିଲେ । ଏବେ ଇସ୍ରାଏଲରେ କେମିତି ସ୍ଥିତି ରହିଛି ଏବଂ ତାଙ୍କ ସହ କ’ଣ ଘଟିଛି ନି ନାହିଁ? ଏଭଳି ଅନେକ ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଉଠିଥିବାବେଳେ ଏହାର ଉତ୍ତର ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ବିମାନ ବନ୍ଦରରେ ଚାହିଁ ରହିଥିଲେ । କିନ୍ତୁ ସେ କୌଣସି ପ୍ରତିକ୍ରିୟା ଦେଇନଥିଲେ ।

ନୁସରତଙ୍କୁ ରିପୋଟରମାନେ ଚାରି ପାଖରେ ଘେରି ଯାଇଥିବାବେଳେ ସେ ନର୍ଭସ ଥିବାଭଳି ଦେଖା ଯାଉଥିଲେ । ତାଙ୍କୁ ଦେଖିଲେ ଏଭଳି ଲାଗୁଥିଲା କି, ସେ ଡରି ଯାଇଛନ୍ତି । ତାଙ୍କୁ ଗାର୍ଡମାନେ ଚାରି ପାଖରେ ଘେରି ରହିବା ସହ ଗାଡ଼ିରେ ନେଇ ବସାଇଥିଲେ । ବିନା ମେକଅପରେ ନଜର ଆସିଥିଲେ । ଏହାସହ ସେ କେବଳ ଗୋଟିଏ କଥା କହିଥିଲେ କି, ମୁଁ ଘରକୁ ଯିବାକୁ ଚାହୁଁଛି । ମୋତେ ପହଞ୍ଚିବା ପାଇଁ ଦିଅନ୍ତୁ । ସେ ଏକ ଗୋଲାପୀ ରଙ୍ଗର ଡ୍ରେସରେ ନଜର ଆସିଥିଲେ ।

ସୂଚନା ଥାଉକି, ଇସ୍ରାଏଲରେ ଏବେ ଯୁଦ୍ଧ ଚାଲିଛି । ଯେଭଳି ନୃଂଶସଭାବେ ଆତଙ୍କବାଦୀମାନେ ହତ୍ୟା କରୁଛନ୍ତି ତାହାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଯେତେବେଳେ ଇସ୍ରାଏଲ ଉପରେ ଆକ୍ରମଣ ଆରମ୍ଭ ହୋଇଥିଲା ସେତେବେଳେ ସମସ୍ତେ ଚିନ୍ତାରେ ରହିଥିଲେ । ଏଭଳି ଏକ ସମୟରେ ଖବର ଆସିଥିଲା କି, ବଲିଉଡ ଅଭିନେତ୍ରୀ ନୁସରତ ଇସ୍ରାଇଲରେ ଫସି ରହିଛନ୍ତି । ସେ ’ଆନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ’ରେ ଭାଗ ନେବାକୁ ଯାଇଥିଲେ । ସେ ୯ ଦିନ ପୂର୍ବରୁ ଇସ୍ରାଏଲ ଯାଇଥିଲେ । ଏବଂ ଫସି ରହିଥିବା ଖବର ଭାରତ ସରକାର ଜାଣିବା ପରେ ଏକ ଆଡ଼ଭାଇଜରି ଜାରି କରିଥିଲେ । ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବା ପାଇଁ ମଧ୍ୟ ଘୋଷଣା କରିଥିଲେ । କେବଳ ଅଭିନେତ୍ରୀ ନୁହଁନ୍ତି ଇସ୍ରାଏଲରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଆଡଭାଇଜରି ଜାରି କରାଯାଇଥିଲା ।

ତେବେ ନୁସରତଙ୍କୁ ଉଦ୍ଧାର ପାଇଁ ତାଙ୍କ ସହ ଯୋଗାଯୋଗ କରାଯାଇଥିଲା । ଦୂତାଭାସ ସେମାନଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ । ଏପରିକି ଭାରତ ଫେରିବା ପାଇଁ ବିମାନ ମଧ୍ୟ ମିଳିନଥିଲା । ଏଭଳି ସମୟରେ ସ୍ବତନ୍ତ୍ର ବିମାନରେ ସେମାନଙ୍କୁ ଭାରତ ପଠାଯାଇଥିଲା । ଅଭିନେତ୍ରୀ ଭାରତରେ ପହଞ୍ଚିଥିବାବେଳେ ସେଠାକାର ପରିସ୍ଥିତି ସମ୍ପର୍କରେ ଜାଣିବା ପାଇଁ ରିପୋର୍ଟରମାନେ ବିଭିନ୍ନ ପ୍ରଶ୍ନ କରିଥିବା ଦେଖିବାକୁ ମିଳିଥିଲା । କିନ୍ତୁ ସେ ଭୟଭୀତ ଥିବାବେଳେ ଘରକୁ ଯିବାକୁ ଚାହୁଁଥିବା କହିଥିଲେ ।

 

ସହଜରେ ଏମିତି କରନ୍ତୁ ଆଧାର କାର୍ଡରେ ଫଟୋ ଅପଡେଟ୍

ନନ୍ଦିଘୋଷ ବ୍ୟୁରୋ: ସରକାରୀ ହେଉ ବା ବେସରକାରୀ ସମସ୍ତ କାମରେ ଡକ୍ୟୁମେଣ୍ଟ ଭାବେ ଜରୁରୀ ହେଉଛି ଆଧାର କାର୍ଡ । ପୂର୍ବରୁ ଯେଭଳି ଭୋଟ ପରିଚୟ ପତ୍ରର ଆବଶ୍ୟକ ପଡ଼ୁଥିଲା ଏବେ ସମସ୍ତ କାମରେ ଆଧାର କାର୍ଡର ଆବଶ୍ୟକତା ରହିଛି । ତେବେ ଯଦି ଆପଣଙ୍କ ଆଧାର କାର୍ଡରେ ଫଟୋ ଖରାପ ହୋଇଥାଏ ଅନ୍ୟମାନଙ୍କ ଆଗରେ ଦେଖାଇବାକୁ ଲାଜ ଲାଗିଥାଏ । ଆଧାରା କାର୍ଡରେ ଥିବା ପୁରୁଣା ଫଟୋକୁ ଅନ୍ୟ ସାମନାରେ ଦେଖାଇବାକୁ ମଧ୍ୟ ଲୋକେ ଲାଜ କରିଥାନ୍ତି । ତେବେ ଏହି ଫଟୋକୁ କିଭଳିଭାବେ ଅପଡେଟ୍ କରିବେ ଏହାର ଏକ ସହଜ ଏବଂ ସରଳ ଉପାୟ ରହିଛି ।

ଯଦି ତୁମେ ତୁମର ଆଧାର ଫଟୋ ବଦଳାଇବାକୁ କିମ୍ବା ଏହାକୁ ଅନ୍ୟ ଏବଂ ଉନ୍ନତ ପ୍ରତିଛବି ସହିତ ବଦଳାଇବାକୁ ଚାହୁଁଛ, ତେବେ ଏହି ସୁବିଧା ବର୍ତ୍ତମାନ ତୁମକୁ ଅନଲାଇନରେ ପ୍ରଦାନ କରାଯାଉଛି | ଆସନ୍ତୁ ଆପଣଙ୍କୁ କହିବା ଯେ ଭାରତର ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ସାହାଯ୍ୟରେ ଆପଣ ଆଧାର, ନାମ, ମୋବାଇଲ୍ ନମ୍ବର, ଠିକଣା, ଲିଙ୍ଗ, ଜନ୍ମ ତାରିଖ ଏବଂ ଫଟୋ ପରିବର୍ତ୍ତନ କରିପାରିବେ। ତେବେ ନଜର ପକାନ୍ତୁ କିଭଳି କରିବେ ଅପଡେଟ୍ ।

ଆଧାରରେ ଫଟୋ ଅପଡେଟ୍ କରିବା ପାଇଁ ଏହା ହେଉଛି ସହଜ ପ୍ରକ୍ରିୟା

୧. ଆଧାର କାର୍ଡରେ ଫଟୋ ଅପଡେଟ୍ କରିବାକୁ, ସର୍ବପ୍ରଥମେ ଆପଣଙ୍କୁ UIDAI ୱେବସାଇଟ୍କୁ ଯିବାକୁ ପଡିବ |
୨. ବର୍ତ୍ତମାନ ଆପଣଙ୍କୁ ଆଧାର ସେକସନକୁ ଯିବାକୁ ପଡିବ ଏବଂ ଆଧାର ନାମଲେଖା ଫର୍ମ ଅପଡେଟ୍ ଫର୍ମ ଡାଉନଲୋଡ୍ କରିବାକୁ ପଡିବ |
୩. ବର୍ତ୍ତମାନ ଆପଣଙ୍କୁ ଫର୍ମ ପୂରଣ କରି ସ୍ଥାୟୀ ନାମଲେଖା କେନ୍ଦ୍ରରେ ଦାଖଲ କରିବାକୁ ପଡିବ |
4. ଏଠାରେ ଆପଣଙ୍କର ବାୟୋମେଟ୍ରିକ୍ ବିବରଣୀ ନିଆଯାଇଛି |
5. ବର୍ତ୍ତମାନ ପ୍ରକ୍ରିୟା ସମାପ୍ତ କରିବାକୁ ଆପଣଙ୍କୁ 100 ଟଙ୍କା ଜମା କରିବାକୁ ପଡିବ |
6. ଏହି ପ୍ରକ୍ରିୟା ସମାପ୍ତ ହେବା ପରେ, ଆପଣଙ୍କୁ ଏକ ସ୍ୱୀକୃତି ସ୍ଲିପ୍ ଦିଆଯିବ ଯେଉଁଥିରେ URL ଦିଆଯିବ |
7. ଆପଣ ଏହି URN ବ୍ୟବହାର କରି ଅଦ୍ୟତନଗୁଡିକ ଦେଖିପାରିବେ |
8. ଏହା ପରେ ଆପଣଙ୍କର ଆଧାର ପ୍ରତିଛବି ଅପଡେଟ୍ ହୋଇଯିବ |

 

ସିକ୍କିମ ପାଇଁ ଆସୁଛି ବଡ଼ ବିପତ୍ତି !

ନନ୍ଦିଘୋଷ ବ୍ୟୁରୋ: ଗତ ୩ ତାରିଖରେ ସିକ୍କିମରେ ବାଦଲଫଟା ବର୍ଷା ଯୋଗୁଁ ଅଚାନକ ତିସ୍ତା ନଦୀରେ ବନ୍ୟା ଆସିଥିଲା । ଏହି ବନ୍ୟା ଯୋଗୁଁ ମଙ୍ଗନ, ଗ୍ୟାଙ୍ଗଟକ୍, ପାକ୍ୟୋଙ୍କ ଏବଂ ନାମସିରେ ବିପୁଳ କ୍ଷୟକ୍ଷତି ହୋଇଛି । ଏହି ପ୍ରଳୟଙ୍କରି ବନ୍ୟାରେ ୨୫ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ପ୍ରାୟ ୫୬ଜଣଙ୍କର ମୃତ୍ୟୁ ହୋଇଛି। ଏହାରି ଭିତରେ ପୁଣି ସିକ୍କିମ ପାଇଁ ଆସୁଛି ଆଉ ଏକ ବଡ ବିପତ୍ତି। ସିକ୍କିମରେ ଭାଙ୍ଗିପାରେ ଆଉ ଏକ ହ୍ରଦ। ରାଜଧାନୀ ଗ୍ୟାଙ୍ଗଟରୁ ୧୩୫ କିଲୋମିଟର ଦୂର ଲାଚେନ ଉପତ୍ୟାକାରେ ଥିବା ସାକୋ-ଚୁ ହ୍ରଦର ସ୍ଥିତି ଗୁରୁତର ରହିଛି ।

ବରଫ ତରଳି ଏଠାରେ ପାଣି ଜମା ହୋଇଛି । ଯେକୌଣସି ମୁହୂର୍ତ୍ତରେ ଏହା ଭାଙ୍ଗି ଯାଇପାରେ ବୋଲି କୁହାଯାଉଛି। ସ୍ଥିତକୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ସ୍ଥିତ ଘୋଷଣା କରାଯାଇଛି । ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ହଟାଇବା ଆରମ୍ଭ କରାଯାଇଛି । ଗତ ୩ ତାରିଖରେ ହୋଇଥିବା ବନ୍ୟାରେ ଏବେବି ଅନେକ ପର୍ଯ୍ୟଟକ ଫସି ରହିଛନ୍ତି । ଆଇଟିବିପି ଉଦ୍ଧାର କାର୍ଯ୍ୟରେ ଲାଗିଛି । ୨୫ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ୧୨୦୦ ଘର ଧୋଇଯାଇଛି । ୧୦ହଜାର ଲୋକ ଭିନ୍ନଭିନ୍ନ ଅଞ୍ଚଳରେ ଫସି ରହିଛନ୍ତି । ବୁରଦାଙ୍ଗ ଅଞ୍ଚଳରେ ନିଖୋଜ ଥିବା ସେନାର ୨୩ ଯବାନଙ୍କ ମଧ୍ୟରୁ ୭ ଜଣଙ୍କର ମୃତଦେହ ତଳିଆ ଅଞ୍ଚଳରୁ ମିଳିଛି । ଏବେ ବି ୧୫ ଯବାନଙ୍କ ସହିତ ୧୪୩ ଲୋକ ନିଖୋଜ ଅଛନ୍ତି ।

ଚଳିତ ପାର୍ବଣ ଋତୁରେ କଟକ ମହାନଗର ନିଗମ ଅଞ୍ଚଳରେ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ଚଳିତ ବର୍ଷ ପାର୍ବଣ ସମୟରେ  କଟକ ମହାନଗର ନିଗମ ଅଞ୍ଚଳରେ  ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ପୂଜା ସମିତି ଓ ସ୍ଥାନୀୟ ବିଧାୟକମାନଙ୍କ ଅନୁରୋଧ କ୍ରମେ ଜନସାଧାରଣଙ୍କ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।

ଏହା ଦ୍ୱାରା କଟକ ମହାନଗର ନିଗମ ଅଞ୍ଚଳରେ  ପାର୍ବଣ ଋତୁ ସମୟରେ ସରକାରୀ ଜାଗାରେ ସାମୟିକ ଭାବରେ ଆୟୋଜିତ ହେଉଥିବା ବିଭିନ୍ନ ପୂଜା ଉତ୍ସବ ପାଇଁ କୌଣସି ଗ୍ରାଉଣ୍ଡ ରେଣ୍ଟ ଆଦାୟ କରାଯିବ ନାହିଁ । ଚଳିତ ବର୍ଷ ଆଗାମୀ ଦିନରେ  ଦୂର୍ଗା ପୂଜା, କାଳୀ ପୂଜା, ଲକ୍ଷ୍ମୀ ପୂଜା ଓ କାର୍ତ୍ତିକେଶ୍ୱର ପୂଜା ଆଦି ଅନେକ ପୂଜା ଅନୁଷ୍ଠିତ ହେବାର ଅଛି। ଏସବୁ ପୂଜା ପାଇଁ କୌଣସି ଗ୍ରାଉଣ୍ଡ ରେଣ୍ଟ  କଟକ ମହାନିଗମ ପକ୍ଷରୁ ଆଦାୟ କରାଯିବ ନାହିଁ।

ଡିଭିଲିୟର୍ସଙ୍କ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି!

ନନ୍ଦିଘୋଷ ବ୍ୟୁରୋ: ମିଷ୍ଟର ୩୬୦ ଭାବେ ପରିଚିତ ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ ଏ.ବି ଡିଭିଲିୟର୍ସଙ୍କ ରେକର୍ଡ ଭାଙ୍ଗିଲେ ୨୧ ବର୍ଷିୟ ଖେଳାଳି। ସେ ଡିଭିଲିୟର୍ସଙ୍କ ବିଶ୍ବ ରେକର୍ଡକୁ ଭାଙ୍ଗିବାରେ ସକ୍ଷମ ହୋଇଛନ୍ତି। ଦକ୍ଷିଣ ଅଷ୍ଟ୍ରେଲିଆର ଯୁବ ବ୍ୟାଟ୍ସମ୍ୟାନ ଜେକ୍ ଫ୍ରେଜର ମେକଗର୍କ ଡିଭିଲିୟର୍ସଙ୍କ ଦୃତତମ ଶତକ ରେକର୍ଡକୁ ଭାଙ୍ଗିଛନ୍ତି ।ମାତ୍ର ୨୯ ବଲରେ ଜେକ୍ ଶତକ ହାସଲ କରି ରେକର୍ଡର ଅଧିକାରୀ ହୋଇଛନ୍ତି। ପୂର୍ବରୁ ଡିଭିଲିୟର୍ସ ୩୧ ବଲରୁ ଦୃତତମ ଶତକ ହାସଲ କରିଥିଲେ। ୨୦୧୫ ମସିହାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଦୃତତମ ଶତକ ହାସଲ କରିବାର ବିଶ୍ବ ରେକର୍ଡ ନିଜ ନାଁରେ କରିଥିଲେ ।

ଜ୍ୟାକ ପ୍ରଥମ ୧୮ଟି ବଲରେ ଅର୍ଦ୍ଧଶତକ ହାସଲ କରିଥିବାବେଳେ ଶେଷ ୧୧ଟି ବଲରେ ଆଉ ୫୦ ରନ କରିବାରେ ସକ୍ଷମ ହୋଇଥିଲେ । ଏପରିକି ସେ ଗୋଟିଏ ଓଭରରେ ୩୨ ରନ ମଧ୍ୟ ମାରିଛନ୍ତି । କିନ୍ତୁ ସେ ଲିଷ୍ଟ ଏ’ କ୍ରିକେଟରେ ଏହି ରେକର୍ଡ କରିଛନ୍ତି। ଏଣୁ ଡିଭିଲିୟର୍ସଙ୍କ ନାମରେ ଆଜି ମଧ୍ୟ ଦୃତଶତମ ଶତକ ବନାଇବାର ରେକର୍ଡ ଆନ୍ତର୍ଜାତୀୟ କ୍ରିକେଟରେ ରହିଛି। ଏହାସହ ଆନ୍ତର୍ଜାତୀୟ କ୍ରିକେଟରେ ଦୃତତମ ଶତକ ବନାଇବାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଆଣ୍ଡରସନ। ସେ ୩୬ଟି ବଲରୁ ଶତକ ହାସଲ କରିବାରେ ସକ୍ଷମ ହୋଇଥିଲେ। ଏହାସହ ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ତଥା ଘାତକ ବ୍ୟାଟ୍ସମ୍ୟାନ ସାହିଦ ଆଫ୍ରିଦ ୧୯୯୬ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ୩୭ ବଲରୁ ଶତକ ହାସଲ କରିଥିଲେ। ଏହି ରେକର୍ଡ ଆଜି ମଧ୍ୟ ତାଙ୍କର ରହିଥିବାବେଳେ ଦୃତ ଶତକ ବନାଇବାର ରେକର୍ଡର ତୃତୀୟ ସ୍ଥାନରେ ରହିଛନ୍ତି ।

ସେପଟେ ଆମେ ଯଦି ଜ୍ୟାକଙ୍କ ଉପରେ ନଜର ପକାଇବା ତାହେଲେ ସେ ଲିଷ୍ଟ ଏ କ୍ରିକେଟରେ ଦୃତତମ ଶତକ ହାସଲ କରିଥିବାବେଳେ ୧୦ଟି ଚୌକା ଏବଂ ୧୩ଟି ଛକା ସାମିଲ ଅଛି । ଏହି ମ୍ୟାଚରେ ସେ ୩୮ ବଲରୁ ୧୨୫ ରନ କରି ଆଉଟ ହୋଇଥିଲେ । ରୋମାଞ୍ଚକ ବ୍ୟାଟିଂ କରିବା ସହ ଲମ୍ବା ଲମ୍ବା ସଟ ଗୁଡ଼ିକ କ୍ରିକେଟ ପ୍ରେମୀଙ୍କ ବେଶ ଆକର୍ଷିତ କରିଥିଲା ।