କାହିଁକି ଟସ୍ ଦୂରକୁ ପକାନ୍ତି ରୋହିତ ? ପାକିସ୍ତାନୀ କ୍ରିକେଟରଙ୍କ ସାଙ୍ଘାତିକ ଅଭିଯୋଗ

1 min read

ନୂଆଦିଲ୍ଲୀ: ସରିଆସୁଛି ବିଶ୍ବକପ ୨୦୨୩ କ୍ରିକେଟ  । ଆଉ ମାତ୍ର ଦୁଇଟି ମ୍ୟାଚ ପରେ ବିଜେତା ଟିମ୍‌ ହାତେଇବ ବିଶ୍ବକପ ଟ୍ରଫି  । ନ୍ୟୁଜିଲାଣ୍ଡକୁ ସେମିଫାଇନାଲରେ ହରାଇ ପ୍ରଥମ ଫାଇନାଲିଷ୍ଟ ସାଜିଛି ଭାରତ  । ଗୋଟିଏ ପଟେ କ୍ରିକେଟ ପ୍ରେମୀ ଭାରତର ବିଜୟରେ ସେଲିବ୍ରେସନ କରୁଥିବା ବେଳେ ଅନ୍ୟପଟେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହିଁ ପାକିସ୍ତାନ  । ପଡେଶୀ ଦେଶ ପାକିସ୍ତାନ ଟିମ ଟୁର୍ଣ୍ଣାମେଣ୍ଟରୁ ବାହାରି ସାରିଲାଣି  । କିନ୍ତୁ ଏକଥାକୁ ହଜମ କରିପାରୁ ନାହାନ୍ତି ପାକ୍‌ ଖେଳାଳୀ  । ପ୍ରତିଦିନ ପାକିସ୍ତାନର ପୂର୍ବତନ କ୍ରିକେଟର ଭିନ୍ନ ଭିନ୍ନ ବୟାନ ଦେଇ ଆସୁଛନ୍ତି  । କିଛି ଦିନ ପୂର୍ବରୁ ଜଣେ ପୂର୍ବତନ ଖେଳାଳୀ ଅଭିଯୋଗ କରିଥିଲେ ଯେ ଭାରତୀୟ ବୋଲରଙ୍କୁ ଅଲଗା ବଲ୍‌ ଦିଆଯାଉଛି  । ଏବେ ପୁଣି ଥରେ ଆଉ ଜଣେ କ୍ରିକେଟର ସଙ୍ଗୀନ ଅଭଇଯୋଗ ଆଣିଛନ୍ତି  । ତାଙ୍କ କହିବା କଥା ଯେ ଟସ୍‌ ପଡିବା ସମୟରେ ଅଧିନାୟକ ରୋହିତ ଶର୍ମା ଜାଣିଶୁଣି ଦୂରକୁ ଟସ୍‌ ପକାଇଥାନ୍ତି  । ଯାହା ଫଳରେ ଟସ୍‌ ରେଜଲ୍ଟ ତାଙ୍କ ସପକ୍ଷରେ ହେବ  । ଅନ୍ୟ ଅଧିନାୟକଙ୍କୁ ଏ ବିଷୟରେ କିଛି ଜଣାପଡିବ ନାହିଁ  ।

 

ସିକନ୍ଦର ବଖ୍ତ ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କପରି କହିଛନ୍ତି ରୋହିତ ଶର୍ମା ଟସ୍‌ ଫିଙ୍ଗିବା ସମୟକେ ଜାଣିଶୁଣି ଦୂରକୁ ଫିଙ୍ଗିଥାନ୍ତି  । ଯାହା ଅନ୍ୟ ଅଧିନାୟକଙ୍କୁ ସହଜରେ ଦେଖାଯିବ ନାହିଁ  । ଏଭଳି ସ୍ଥଳରେ ଟସ୍‌କୁ ପାଖରୁ ଦେଖାଯିବା ଉଚିତ୍‌ ବୋଲି ସେ ଅଭିଯୋଗ କରିଛନ୍ତି  । ସେହିଭଳି ଆଉ ଜଣେ ଖେଳାଳୀ ମହମ୍ମଦ ହଫିଜ ଟସ୍‌କୁ ନେଇ ପ୍ରଶ୍ନ ଉଠାଇଛନ୍ତି  । ତାଙ୍କ କହିବା କଥା ଯେ ଟସ୍ର ରେଜଲ୍ଟ ସ୍ପାଇଡର କ୍ୟାମେରାରେ ଦେଖାଇବା ଉଚିତ  ।

ଏହା ପୂର୍ବରୁ ପୂର୍ବତନ କ୍ରିକେଟକର ହସନ ରାଜା କହିଥିଲେ ଭାରତୀୟ ଟିମ୍‌କୁ ଅଲଗା ପ୍ରକାର ବଲ୍‌ ଦିଆଯାଉଛି  । ସେ କହିଛନ୍ତି ଚଳିତ ବର୍ଷ ଭାରତକୁ ଜାଣିଶୁଣି ଆଗକୁ ବଢିବାକୁ ଦିଆଯାଇଛି  । ସେ ରିଭ୍ୟୁ ହେଉ କି ଆଉ କିଛି  । ମହମ୍ମଦ ସାମି ଆଉ ସିରାଜ କିଭଳି ବୋଲିଂ କରୁଛନ୍ତି ? ଆମେ ବି ପୂର୍ବରୁ ଖେଳି ସାରିଛୁ ଯ ସେତେବେଳେ ବଲ ରିଭର୍ସ ସ୍ବିଙ୍ଗ ହେଉଥିଲା  । କିନ୍ତୁ ଏବେ ସେମିତି କିଛି ହେଉନାହିଁ  । ଲାଗୁଛି  ଯେମିତି ବଲ୍‌ ବଦଳାଇ ଦିଆ ଯାଉଛି  । ଜଣାପଡୁନି ଯେ ଭାରତୀୟ କ୍ରିକେଟରଙ୍କୁ ICC ନା BCCI ବଲ୍‌ ଯୋଗାଉଛି  । ICC ଏହି ଘଟଣାରେ ହସ୍ତକ୍ଷେପ କରିବା ଉଚିତ  ।

 

ଏମସିସି ନିୟମ ଅନୁସାରପେ ମ୍ୟାଚ୍‌ର ୩୦ ମିନିଟ୍‌ ପୂର୍ବରୁ ଦୁଇ ଟିମର ଅଧିନାୟକ ମ୍ୟାଚ ରେଫରୀର ଉପସ୍ଥିତିରେ ଟସ ପାଇଁ ଯିବେ  । କେହି ଜଣେ ଅଧିନାୟକ କଏନ୍‌ ଫିଙ୍ଗିବା ପରେ ଅନ୍ୟ ଜଣେ ଅଧିନାୟକ ହେଡ୍‌ ବା ଟେଲ୍‌ କହିବ  । ଏହା ପରେ ରେଫରୀ ଟସ୍‌ର ରେଜଲ୍ଟ କମେଣ୍ଟେଟରକୁ ଜଣାଇବେ  । ଏଭଳି କ୍ଷେତ୍ରରେ ସିକନ୍ଦର ବଖ୍ତ ଙ୍କ ବୟାନ ବିବାଦକୁ ଡାକି ଆଣିଛି  । ଏଠାରେ କହି ରଖୁଛୁ ଭାରତ ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚରେ ମ୍ୟାଚ ରେଫରୀ ଜିମ୍ବାୱେର ଏଣ୍ଡି ପେନକ୍ରାଫ୍ଟ ରହିଥିଲେ  ।