ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ମରାମତି ଶୀଘ୍ର ଶେଷ କରିବାକୁଏଏସଆଇକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ: ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ମରାମତି ଶୀଘ୍ର ଶେଷ କରିବାକୁଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ନିର୍ଦ୍ଦେଶ ପାଇବା ପରେ ଶ୍ରୀମନ୍ଦିର ଭିତରେ ମରାମତି କାର୍ଯ୍ୟ କରିବାକୁ ଏଏସଆଇ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ତେବେ ବର୍ତମାନ ମହାକାର୍ତ୍ତିକ ମାସ ଚାଲିଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଅହେତୁକ ଭିଡ଼ ଯୋଗୁ ଶ୍ରୀମନ୍ଦିର ଭିତରେ ନିର୍ମାଣ କାର୍ଯ୍ୟ କିପରି କରାଯିବ ସେନେଇ ଆଜି ଅପରାହ୍ନରେ ଏକ ଗୁରୁତ୍ବପୂର୍ଣ ବୈଠକ ଡକାଯାଇଛି । ଶ୍ରୀମନ୍ଦିର ମୁଖ୍ୟପ୍ରଶାସକଙ୍କ ଅଧକ୍ଷତାରେ ବସିବାକୁ ଥିବା ବୈଠକରେ ପରିଚାଳନା କମିଟି ସଦସ୍ୟ ଓ ଅନ୍ୟାନ୍ୟ ଛତିଶା ନିଯୋଗ ସଦସ୍ୟ, ପାଳିଆ ସେବାୟତ, ଶ୍ରୀମନ୍ଦିର କୋର କମିଟି ସଦସ୍ୟ ଓ ଏଏସଆଇ ଅଧିକାରୀ ଉପସ୍ଥିତ ରହିବେ । ମରାମତି କାର୍ଯ୍ୟ କିଭଳି କରାଯିବ ଏବଂ ଏହି ସମୟରେ ଭକ୍ତମାନେ କିଭଳି ଶୃଙ୍ଖଳିତ ଦର୍ଶନ କରିପାରିବେ ସେନେଇ ବୈଠକରେ ଆଲୋଚନା କରାଯିବ।