ଜମ୍ମୁରେ ବିଗ୍ ବସ୍ ବିଜେତା ଏଲଭିଶ୍ ଯାଦବଙ୍କୁ ଆକ୍ରମଣ
ପୁଣି ଥରେ ଅଡୁଆରେ ଏଲଭିଶ୍ ଯାଦବ । ଏଥର ଜମ୍ମୁରେ ଏଲଭିଶ୍ଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ବିଗ ବସ୍ ଓଟିଟି ୨ ବିଜେତା ଏଲଭିଶ୍ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କୁ ଆକ୍ରମଣ କରାଯାଉଥିବା ଦେଖିବାକୁ ମିଳିଛି । ଗତ ଡିସେମ୍ବର ୨୦ରେ ଏଲଭିଶ୍ ତାଙ୍କ ସାଙ୍ଗ ରାଘବ ଶର୍ମା ସହ ବୈଷ୍ଣୋ ଦେବୀ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ ।
ସେମାନେ ମନ୍ଦିରରୁ ଗୋଡ କାଢିବା ମାତ୍ରେ କିଛି ଯୁବକ ତାଙ୍କ ସାଙ୍ଗଙ୍କ କଲର୍ ଭିଡି ବାହାରକୁ ଟାଣି ନେଇଥିଲେ । ପ୍ରକୃତରେ କିଛି ଯୁବକ ୟୁଟ୍ୟୁବର ଏଲଭିଶ୍ ଓ ତାଙ୍କ ସାଙ୍ଗଙ୍କ ସହ ଫଟୋ ଉଠାଇବା ପାଇଁ କହିଥିଲେ । କିନ୍ତୁ ସେମାନେ ମନା କରିଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଯୁବକ ମାନେ ଏଲଭିଶ୍ ଓ ତାଙ୍କ ସାଙ୍ଗକୁ ଘେରି ଯାଇଥିଲେ । ସେମାନେ ରାଘବଙ୍କ କଲର୍ ଧରି ଟାଣି ନେବାବେଳେ ଏଲଭିଶ୍ ଘଟଣାସ୍ଥଳରୁ ଅନ୍ୟତ୍ର ଚାଲିଯାଇଥିଲେ ।
ଗତ ନଭେମ୍ବରରେ ସାପବିଷ ମାମଲାରେ ବିବାଦ ଘେରକୁ ଚାଲିଆସିଥିଲେ ଏଲଭିଶ୍ । ପାର୍ଟିରେ ସାପ ବିଷ ବ୍ୟବହାର ହେଉଥିବା ନେଇ ଖବର ପାଇବା ପରେ ପୋଲିସ ୫ ଜଣଙ୍କୁ ଗିରଫ କରିଥିଲା । ଅଭିଯୁକ୍ତଙ୍କୁ ପଚରାଉଚୁରା ପରେ ଏଲଭିଶ୍ଙ୍କ ନାଁ ସାମନାକୁ ଆସିଥିଲା । ବିଗ୍ ବସ୍ ଓଟିଟି ବିଜେଡାଙ୍କ ପାର୍ଟିକୁ ଅଭିଯୁକ୍ତ ମାନେ ସାପ ବିଷ ଯୋଗାଉଥିବା ପୋଲିସ ନିକଟରେ ସେମାନେ ସ୍ବୀକାର କରିଥିଲେ ।
ନର୍କ ର ଦୃଶ୍ଯର ମଜା ନେଉଛନ୍ତି ପର୍ଯ୍ଯଟକ
ନୂଆଦିଲ୍ଲୀ: ଫୁଟୁଥିବା ଲାଭା ପାଖରେ ଛୁଟି ମନାଉଛନ୍ତି ପର୍ଯ୍ଯଟକ । ଲୋକେ ଛୁଟି ମନାଇବାକୁ ବେଳାଭୂମି ହେଉ ଅବା ପ୍ରାକୃତିକ ସୌନ୍ଦର୍ଯ୍ଯରେ ଭରପୂର ଥିବା ଜାଗାକୁ ବୁଲିବାକୁ ଯାଆନ୍ତି । କିନ୍ତୁ ଏଠି ଲୋକେ ବେଳାଭୂମି କି କେଉଁ ପାହାଡ ପର୍ବତ ଘେରା ଅଞ୍ଚଳକୁ ଯାଉନାହାନ୍ତି ଯେଉଁଠି ଆଗ୍ନେୟଗିରି ରହିଛି ସେଠାକୁ ବୁଲିବାକୁ ଯାଉଛନ୍ତି । କଥା ଟା ଆଶ୍ଚର୍ଯ୍ଯ ଲାଗୁଥିଲେ ବି ସତ , ଆଗ୍ନୋୟଗିରି ରେ ଏବେ ବି ଆଗ୍ନେୟ ଉଦ୍ଗୀରଣ ଚାଲିଛି କିନ୍ତୁ ନିଜ ଜୀବନ କୁ ବାଜି ଲଗାଇ ଲୋକେ ଛୁଟି କଟାଇବା ପାଇଁ ଏହି ଆଗ୍ନେୟଗିରିକୁ ଯାଉଛନ୍ତି । ଆଇସ୍ଲାଣ୍ଡର ଗ୍ରୀଡାଓ୍ବିକ୍ ରେ ଥିବା ଗୋଟେ ଆଗ୍ନୋୟଗିରି ଫାଟି ସେଥିରୁ ଲାଭା ବାହାରୁଛି । ଲାଭା ଏତେ ଭୟଙ୍କର ଭାବରେ ବାହାରୁଛି ଯେ ଆକାଶ ଉଚ୍ଚା ଯାଏଁ ତାର ଧୂଆଁ ଉଠୁଛି । ଆକାଶ ମଧ୍ଯ କଳା ରଙ୍ଗର ହୋଇଯାଇଛି । ଯେଉଁଥିପାଇଁ ଲୋକଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି ହେବାର ସମ୍ଭାବନା ରହିଛି । ସେଠାରେ ଲୋକ ମାନଙ୍କୁ ଚେତାଇ ଦିଆଯାଇଛି ଯେ କେହି ବି ଏହି ଆଗ୍ନୋୟଗିରି ପାଖକୁ ଯାଆନ୍ତୁ ନାହିଁ । କିନ୍ତୁ ପର୍ଯ୍ଯଟକ ମାନେ କାହାର କଥାକୁ ଖାତିର ନ କରି ବହୁ ସଂଖ୍ଯାରେ ଏଠାକୁ ଛୁଟି ମନାଇବାକୁ ଆସୁଛନ୍ତି । ଆଉ ମଧ୍ଯ ଏହାର ବହୁତ ପାଖକୁ ବି ଯାଉଛନ୍ତି । 
ଡେଲି ଷ୍ଟାରର ରିପୋର୍ଟ ଆଧାରରେ , ଏହି ଜ୍ବାଳାମୁଖୀର ନାଁ ସୁଧଜୁକା ଯାହାକି ଗ୍ରୀଡାଓ୍ବିକ୍ ସହର ପାଖରେ ଅବସ୍ଥିତ । ଏଠି ସୋମବାର ଦିନ ବହୁତ ବଡ ଆକାରରେ ଲାଭା ଉଦ୍ଗୀରଣ ହେବା ପରେ ଫୁଟୁଥିବା ଲାଭା ଓ ଧୁଆଁ ବହୁତ ଉପରକୁ ଉଠୁଥିବାର ଦେଖିବାକୁ ମିଳିଥିଲା । ଏଠି ଯେତେ ବି ବିପଦ ପରିସ୍ଥିତି ଥାଉ ନା କାହିଁକି ପର୍ଯ୍ଯଟକ ମାନେ ବିଲକୁଲ୍ ଡରୁ ନଥିବାର ଦେଖିବାରୁ ମିଳିଛି । ସେଠିକାର ପର୍ଯ୍ଯାବରଣ ମନ୍ତ୍ରାଳୟ ପର୍ଯ୍ଯଟକ ମାନେ ଜ୍ବାଳାମୁଖୀର ଏତେ ପାଖକୁ ଯାଉଥିବାର ଦେଖି ଖୁସି ନାହାନ୍ତି । ପର୍ଯ୍ଯାବରଣ ମନ୍ତ୍ରାଳୟ ଏକ ବୟାନ ଜାରି କରି କହିଛି ଯେ , ନିଜ ଛଡା ଅନ୍ଯ ମାନଙ୍କର ବିଷୟରେ ଭାବନ୍ତୁ , ସାର୍ବଜନୀକ ସୁରକ୍ଷାର ନିର୍ଦ୍ଦେଶାବଳୀ ନିୟମର ପାଳନ ଚିନ୍ତା କରନ୍ତୁ ।
ଅରବିନ୍ଦ କେଜ୍ରିୱାଲଙ୍କୁ EDର ତୃତୀୟ ସମନ୍, ଏଥର ହାଜର ନହେଲେ କରିବେ କଣ ?
ନୂଆଦିଲ୍ଲୀ: ଅବକାରୀ ନୀତି ସହ ଜଡିତ ଯାଞ୍ଚ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାନୁଆରୀ ୩ରେ ହାଜର ହେବାକୁ ନୂଆ ସମନ ଜାରି ହୋଇଛି । ତୃତୀୟ ଥର ପାଇଁ ଆପ୍ର ସଂଯୋଜକ କେଜ୍ରିୱାଲଙ୍କୁ ସମନ ଜାରି କରାଯାଇଛି । ଏହା ପୂର୍ବରୁ ଦୁଇ ଥର କେଜ୍ରିୱାଲଙ୍କୁ ସମନ ଜାରି ହୋଇଥିବାବେଳେ ସେ ହାଜର ହେବାକୁ ମନା କରି ଦେଇଥିଲେ ।
ଯଦି ତୃତୀୟ ଥର ପାଇଁ କେଜ୍ରିୱାଲ ଇଡିରେ ହାଜର ହେବେ ନାହିଁ ତେବେ ଏଜେନ୍ସୀ ତାଙ୍କ ବିରୁଦ୍ଧରେ ସ୍ବତନ୍ତ୍ର କୋର୍ଟରୁ ୱାରେଣ୍ଟ ଜାରି କରିପାରେ । ତଦନ୍ତରେ ଅସହଯୋଗ କରୁଥିବା ନେଇ କେଜ୍ରିୱାଲଙ୍କ ପାଇଁ ଅଡୁଆ ବଢିପାରେ । ଧାରା ୧୯ ଆଧାରରେ ତାଙ୍କୁ ଗିରଫ କରିବା ପ୍ରକ୍ରିୟା ଆରମ୍ଭ ହୋଇପାରେ । ଯଦି ଇଡି ଚାହିଁବେ କେଜ୍ରିୱାଲଙ୍କ ସହ ଜଡିତ ଜାଗାରେ ବି ଚଢାଉ କରିପାରିବେ । ସେପଟେ ଇଡି ସମନକୁ କୋର୍ଟରେ ଚ୍ୟାଲେଞ୍ଜ କରିବା ପାଇଁ କେଜ୍ରିୱାଲଙ୍କ ପାଖରେ ଅଲଗା ବିକଳ୍ପ ମଧ୍ୟ ରହିଛି ।
ସୋସିଆଲ ମିଡିଆ X ର ଏକ ପୋଷ୍ଟରେ ଆପ୍ ନେତା ସୌରଭ ଭରଦ୍ବାଜ କହିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏବେ ଯୋଗକେନ୍ଦ୍ରରେ ଅଛନ୍ତି । ଇଡି ବି ଜାଣିଛନ୍ତି ଯେ କେଜ୍ରିୱାଲଙ୍କୁ ଏବେ ସମନ ଦିଆଯାଇ ପାରିବ ନାହିଁ । କାରଣ ସେ ୧୦ ଦିନ ପର୍ଯ୍ୟନ୍ତ ଯୋଗ କେନ୍ଦ୍ରରେ ରହିବେ । ସେତେଦିନ ପର୍ଯ୍ୟନ୍ତ ତାଙ୍କ ପାଖରେ ଯୋଗାଯୋଗର କୌଣସି ମାଧ୍ୟମ ରହିବ ନାହିଁ । ଏହି ସମନ୍ ଆଇନ ପ୍ରକ୍ରିୟା ଠୁ ଅଧିକ କେନ୍ଦ୍ର ସରକାରଙ୍କ ରାଜନୈତିକ ଚାଲ୍ ବୋଲି ପ୍ରତୀତ ହେଉଛି ।

