ବିଜେପି ନେତା ଜୁଏଲ ଓରାମଙ୍କ ଗାଡ଼ି ଧକ୍କାରେ ଜଣେ ମୃତ

କାମାକ୍ଷାନଗର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଜୁଏଲ ଓରାମଙ୍କ ଗାଡି ନେଇଗଲା ଜଣଙ୍କ ଜୀବନ । ଜୁଏଲଙ୍କ ଗାଡି ଧକ୍କାରେ ଆରଏମସିଏ କର୍ମଚାରୀ ସର୍ବେଶ୍ବର ଚୌଧୁରୀଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁସାରେ, କାମାକ୍ଷାନଗର ଥାନା ରେକୁଳା ଛକ ନିକଟରେ ଜୁଏଲଙ୍କ ଇନୋଭା ସର୍ବଶ୍ବରଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଜୁଏଲ ନିଜ ପାଇଲଟିଂ ଗାଡିରେ ସର୍ବେଶ୍ୱରଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ସର୍ବେଶ୍ୱରଙ୍କୁ ମୃତ ଘୋଷଣା କରିଥିଲେ ।