ଭୁବନେଶ୍ବର: ହାଲୁକା ଶୀତ ସହ କୁହୁଡି କରିବ କଲବଲ। ଉପାନ୍ତରୁ ଉପକୂଳ ସବୁଠି ଘନ କୁହୁଡିର ଆସ୍ତରଣ ଅନୁଭୁତ ହେବ । ଆଜି ଘନ କୁହୁଡି ପାଇଁ ଉତ୍ତର ଉପକୂଳ ଓଡ଼ିଶା ସହ ଦକ୍ଷିଣ ଓଡ଼ିଶାର ୧୯ଟି ଜିଲ୍ଲାରେ ୨୦୦ ମିଟରରୁ କମ୍ ଦୃଶ୍ୟମାନ ଦୂରତା ରହିବ ବୋଲି ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାଲି ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କଟକ, ଅନୁଗୁଳ, ଦେବଗଡ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଏବଂ ରାୟଗଡାର ଅଧିକାଂଶ ସ୍ଥାନରେ ଘନ କୁହୁଡି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ପାଣିପାଗ କେନ୍ଦ୍ରର ସତର୍କତା ପରେ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ବିଶେଷ କରି ପରିବହନ ବିଭାଗ ଏବଂ ପୋଲିସକୁ ଗାଡି ଚଳାଚଳ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଘନ କୁହୁଡି ସମୟରେ ୫୦ ମିଟରରୁ କମ୍ ଦୃଶ୍ୟମାନ ଦୂରତା ରହୁଥିବାରୁ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି । ତେଣୁ ବିଭିନ୍ନ ଦୁରର୍ଘଟଣା ଜୋନ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି । ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ବହୁଥିବା ଥଣ୍ଡା ପବନର ପ୍ରଭାବ କମିବା ସହ ପୂର୍ବାଳୀ ଗରମ ଶୁଷ୍କ ପବନ ପ୍ରବାହ ବଢିଛି । ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ବୃଦ୍ଧି ହେବା ସହ ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ବୃଦ୍ଧି ହୋଇଛି । ଫଳରେ ଜାଡ କମିବା ସହ ଘନ କୁହୁଡି ଦେଖାଦେଉଛି । ଆଜି ରାଉରକେଲାରେ ଅତି ଘନକୁହୁଡି ଦେଖିବାକୁ ମିଳିଥିବା ବେଳେ ଫୁଲବାଣୀ, ସୋନପୁର, କେନ୍ଦ୍ରାପଡା ଏବଂ ପରାଦିପରେ ଘନ କୁହୁଡି ଅନୁଭୁତ ହୋଇଛି । କୋରାପୁଟରେ ସର୍ବନିମ୍ନ ୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।


ଏକ ଜାତୀୟ ଗଣମାଧ୍ୟମ ଅନୁଯାୟୀ, ମେଲରେ ଲେଖାଅଛି ଆମେ ମୁମ୍ବାଇର ବିଭିନ୍ନ ସ୍ଥାନରେ ୧୧ ଟି ବୋମା ରଖିଛୁ । ବେସରକାରୀ ବ୍ୟାଙ୍କଗୁଡିକର ସହଯୋଗରେ ଆରବିଆଇ ଭାରତର ସବୁଠୁ ବଡ ଘୋଟାଲା କରିଛି । ଏହି ଘୋଟାଲାରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ କିଛି ବରିଷ୍ଠ ଅର୍ଥ ଅଧିକାରୀ ଏବଂ ଭାରତର କିଛି ପ୍ରସିଦ୍ଧ ମନ୍ତ୍ରୀ ସାମିଲ ଅଛନ୍ତି। ଏଥିପାଇଁ ଆମ ପାଖରେ ଯଥେଷ୍ଟ ପ୍ରମାଣ ଅଛି।
ଆରବିଆଇ ନୁଆ କେନ୍ଦ୍ରୀୟ କାର୍ଯ୍ୟାଳୟ ଭବନ, ଏଚଟିଏଫସି ହାଉସ୍ ଚର୍ଚ୍ଚଗେଟ୍, ଆଇସିଆଇସିଆଇ ବ୍ୟାଙ୍କ ଟାୱାର୍ସ ବିକେସି ଭଳି ତିନୋଟି ସ୍ଥାନ ଉଲ୍ଲେଖ କରାଯାଇଛି । ଏହି ମେଲରେ ଆହୁରି ଲେଖା ଯାଇଛି ଉଭୟ ଆରବିଆଇ ଗଭର୍ଣ୍ଣର ଓ ଅର୍ଥମନ୍ତ୍ରୀ ତୁରନ୍ତ ସେମାନଙ୍କ ପଦରୁ ଇସ୍ତଫା ଦେବା ସହ ଘୋଟାଲାର ଖୁଲାସା କରି ଏକ ପ୍ରେସ ବିବୃତ୍ତି ଜାରି କରନ୍ତୁ। ଏହା ମଧ୍ୟ ଦାବି କରାଯାଇଛି ଯେ, ସରକାର ଦୁର୍ନୀତିରେ ସମ୍ପୃକ୍ତ ଥିବା ସମସ୍ତଙ୍କୁ ଦଣ୍ଡ ଦିଅନ୍ତୁ। ଯଦି ଅପରାହ୍ନ ୧.୩୦ ପୂର୍ବରୁ ଆମର ଦାବି ପୂରଣ ନହୁଏ, ତେବେ ସମସ୍ତ ୧୧ଟି ବୋମା ସିରିଏଲ ବ୍ଲାଷ୍ଟ ହେବ ।
ଏହି ମାମଲାରେ ମୁମ୍ବାଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ପୋଲିସ ଆରବିଆଇ ବ୍ୟତୀତ ସମସ୍ତ ସ୍ଥାନରେ ଖୋଜାଖୋଜି କରିଥିଲା । କିନ୍ତୁ କୌଣସି ସନ୍ଦେହଜନକ ଜିନିଷ ମିଳି ନଥିଲା।
