spot_img
Home Blog Page 2509

ମସରତ ଆଲମର ସଙ୍ଗଠନ ବ୍ୟାନ୍‌, ଆତଙ୍କବାଦୀ କାର୍ଯ୍ୟକଳାପକୁ ପାକିସ୍ତାନ ସହ ଥିଲା ଲିଙ୍କ୍‌

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ତଥା ଦେଶ ବିରୋଧୀ କାର୍ଯ୍ୟକଳାପକୁ ସମର୍ଥନ କରୁଥିବା ଅଭିଯୋଗରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ UAPA ଲାଗୁ କରିଛନ୍ତି । ଏହାରି ମଧ୍ଯରେ ‘ମୁସଲିମ ଲିଗ୍ ଜାମ୍ମୁ କାଶ୍ମୀର (ମସରତ ଆଲାମ ଦଳ) / MLJK-MA ଉପରେ ପ୍ରତିବନ୍ଧକ ଲଗାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିଜେ ଟୁଇଟ୍ କରି ମୁସଲିମ ଲିଗ୍ ଜାମ୍ମୁ କାଶ୍ମୀର ଉପରେ ପ୍ରତିବନ୍ଧକ ଘୋଷଣା କରିଛନ୍ତି। ଜମ୍ମୁ କାଶ୍ମୀରର ସ୍ଥିତିକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି  ।

ମସରତ ଆଲାମ କିଏ ?

ମସରତ ଆଲାମ ୧୯୭୧ ମସିହାରେ ଶ୍ରୀନଗରର ଜାଇନ୍ଦର ମୋହଲ୍ଲା ହବବାକଡାଲରେ ଜନ୍ମଗ୍ରହଣ କରିଥିଲା। ଅର୍ଥାତ୍ ୯୦ ଦଶକରେ କାଶ୍ମୀର ଉପତ୍ୟକାର ଆଦର୍ଶରେ ବହୁ ପରିମାଣରେ ପ୍ରଭାବିତ ହେବା ସହ କାଶ୍ମୀରରେ ବନ୍ଧୁକ ସଂସ୍କୃତିର ସମର୍ଥକ ଥିଲା ମସରତ।

୧୯୯୦ ରେ ଶ୍ରୀନଗରରେ ତତ୍କାଳୀନ ଆତଙ୍କବାଦୀ କମାଣ୍ଡର ମୁଶତାକ୍ ଅହମ୍ମଦଙ୍କ ସହଯୋଗୀ ହୋଇଥିବାରୁ ମସରତ ଆଲାମ ଭଟ୍ଟ ପ୍ରଥମେ ବିଏସଏଫ ଗିରଫ କରିଥିଲା। ଏହା ପରେ ମସାରତ ଆଲାମ ମୁକ୍ତ ହେବା ପରେ ତାଙ୍କ ଜେଜେବାପାଙ୍କ ଦୋକାନରେ କାମ କରିବା ଆରମ୍ଭ କରିଥିଲା  । ଏହି ସମୟରେ ମସାରତ କାଶ୍ମୀର ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲା।

୧୯୯୯ରେ ମସରତ  ଅଲ୍ଟ ପାର୍ଟି ହୁରିୟତ ସମ୍ମିଳନୀରେ ସିଧାସଳଖ ଯୋଗ ଦେଇଥିଲା  । ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲି ଶାହା ଗିଲାନିଙ୍କ ଦ୍ୱାରା ଏହି ସଂଗଠନ ପରିଚାଳିତ ହେଉଥିଲା  । ହୁରିୟତ କର୍ମକର୍ତ୍ତା ଭାବରେ କାମ ଆରମ୍ଭ କରିବା ପରେ ମସରତ ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲି ଶାହ ଗିଲାନୀଙ୍କ ସହାୟତାରେ ସ୍ୱୀକୃତି ଲାଭ କରିଥିଲା।

ସୈଇଦ ଅଲ୍ଲୀଶାହ ଗିଲାନୀଙ୍କ ମୃତ୍ୟୁ ପରେ ୨୦୨୧ରେ ହୁରିଅତ କନଫରେନ୍ସର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲା  । ଲଗାତାର ଭାରତ ବିରୋଧୀ ବୟାନ ଓ ପାକିସ୍ତାନ ସମର୍ଥିତ ଗତିବିଧି ପାଇଁ ସେ ଚର୍ଚ୍ଚାରେ ରହୁଥିଲା  । ପ୍ରାୟ ଏକ ଦଶକରୁ ସେ ଜମ୍ମୁ କାଶ୍ମୀର ମୁସଲିମ ଲିଗ ସଙ୍ଗଠନ ଚଲାଉଛି  ।

 

 

ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟ ଭେଟିଦେବେ ମୁଖ୍ୟମନ୍ତ୍ରୀ ନବୀନ

ସତ୍ୟବାଦୀ: ଖୁବଶୀଘ୍ର ଲୋକାର୍ପଣ ହେବ ଓଡ଼ିଆ ବିଶ୍ବବିଦ୍ୟାଳୟ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ପରେ ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟ ଭେଟିଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାର ନିର୍ମାଣ କାମ ଜୋରସୋରରେ ଚାଲିଥିବାବେଳେ ଗ୍ରାଉଣ୍ଡକୁ ଯାଇ ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ଆସନ୍ତା ୧୫ ଜାନୁଆରୀ ଭିତରେ କାମ ସାରିବାକୁ କାର୍ତ୍ତିକ ପାଣ୍ଡିଆନ ନିର୍ଦ୍ଦେଶ ଦେଇଛନ୍ତି । ୮.୬ ଏକର ଜାଗାରେ ପ୍ରଥମ ପର୍ଯ୍ୟାୟ କାମ ଚାଲିଛି । ଆଉ ୬ ଏkର ଜାଗା ଦେବାକୁ ଆମେ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ । ଓଡ଼ିଆ ବିଶ୍ବବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନର ପ୍ରୋଜେକ୍ଟ । ସତ୍ୟବାଦୀ ବନ ବିଦ୍ୟାଳୟ ନିକଟରେ ନିର୍ମାଣ କରାଯାଉଛି ।

ଆସନ୍ତା ଜାନୁଆରୀ ମାସ ଶେଷ ଆଡ଼କୁ ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିବେ । ଓଡ଼ିଆ ଭାଷାର ଗବେଷଣା ପାଇଁ ଏହି ବିଶ୍ବବିଦ୍ୟାଳୟ ଏକ ଉକ୍ତୃଷ୍ଟ ସ୍ଥାନ ହେବାକୁ ଯାଉଛି ।

କ୍ଷତିପୂରଣ ରାଶି ପାସ୍‌ କରାଇ ଦେବା ପାଇଁ ଲାଞ୍ଚ ନେଉଥିଲେ କିରାଣୀ, ମାଡିବସିଲା ଭିଜିଲାନ୍ସ

ଯାଜପୁର: ୧୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ବରିଷ୍ଠ କିରାଣୀ। ଯାଜପୁର ଜିଲ୍ଲା ମୁଖ୍ୟାଳୟର ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ଜିଲ୍ଲା ମଙ୍ଗଳ ବିଭାଗ କାର୍ଯ୍ୟରତ ଭାରାପ୍ରାପ୍ତ ବରିଷ୍ଠ କିରାଣୀ ସୁବ୍ରତ କୁମାର କାନୁନଗୋ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

ଅନୁସୂଚିତ ଜାତି ଓ ଜନଜାତି ଅନୁକମ୍ପା ଅର୍ଥ ବିଲ୍ ପାସ କରାଇ ଦେବାକୁ ୧୦ ହଜାର ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ। ଟୁନିଆ ଜେନା ନାମକ ଜଣେ ମହିଳାଙ୍କ ଠାରୁ ସରକାରଙ୍କ ପକ୍ଷରୁ ଜିଲ୍ଲା ମଙ୍ଗଳ ବିଭାଗ ନିକଟକୁ ୭୫ ହଜାର ଟଙ୍କାର କ୍ଷତିପୂରଣ ଅନୁକମ୍ପା ଅର୍ଥରାଶି ଆସିଥିଲା। ତେବେ ଏହାକୁ ପାସ କରାଇବା ପାଇଁ କିରାଣୀ ୨୫ ହଜାର ଦାବି କରିଥିଲେ।

ପୂର୍ବରୁ ୧୫ ହଜାର ନେଇଥିବା ବେଳେ ଆଜି ୧୦ ହଜାର ଦାବି କରିଥିଲେ। ଯୋଜନା ମୁତାବକ ଟଙ୍କା ନେଉଥିବାବେଳେ ଯାଜପୁର ଭିଜିଲାନ୍ସ ଟିମ ଚଢ଼ାଉ କରି ତାଙ୍କୁ ଗିରଫ କରିଛି।

ଭାରତ ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ: କେଏଲ ରାହୁଲଙ୍କ ଶତକ, ୨୪୫ ରନ୍‌ରେ ଅଲଆଉଟ

କେପଟାଉନ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ସେଞ୍ଚୁରିଆନରେ ଖେଳା ଯାଉଛି  । ଟସ୍‌ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଟିମ୍‌ ଇଣ୍ଡିଆ ୨୪୫ ରନ୍‌ ଖେଳିପାରିଛି  । ଭାରତୀୟ ଟିମ୍‌ ଦ୍ବିତୀୟ ଦିନରେ ୮ ୱିକେଟରେ ୨୦୮ ରନ୍‌ରେ ଖେଳ ଆରମ୍ଭ କରିଥିଲା  । ଟିମ ଇଣ୍ଡିଆର ୱିକେଟ କିପର କେଏଲ ରାହୁଲ ୧୩୭ ବଲ୍‌ରେ ୧୦୧ ରନ ସଂଗ୍ରହ କରିଛନ୍ତି  । ୧୪ଟି ଚଉକା ଓ ୪ ଛକାରେ ଶତକ କରିଛନ୍ତି ରାହୁଲ  ।

ସେପଟେ ସାଉଥ ଆଫ୍ରିକାର କଗୋସି ରବାଡା ସବୁଠାରୁ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି  । ରବାଡା ୨୦ ଓଭରରେ ୫୯ ରନ୍‌ ଦେଇ ୫ ଟି ୱିକେଟ ନେଇଛନ୍ତି  । ପ୍ରଥମ ଟେଷ୍ଟ ଖେଳୁଥିବା ନଗେନ୍ଦ୍ର ବର୍ଗର ୩ ୱିକେଟ ନେଇଛନ୍ତି  । ମାର୍କୋ ୟନସେନ ଓ ଗେରାଲ୍ଡ କୋଏଟଜଙ୍କୁ ଗୋଟିଏ ଗୋଟିଏ ସଫଳତା ମିଳିଛି  ।

ଆଜି ଟିମ ଇଣ୍ଡିଆକୁ ପ୍ରଥମ ଝଟକା ୨୩୮ ରନ୍‌ରେ ମିଳିଛି  । ମହମ୍ମଦ ସିରାଜ ୨୨ ବଲ୍‌ରେ ୫ ରନ୍‌ କରି ଗେରାଲ୍ଡ କୋଏଟଜେଙ୍କ  ବଲରେ ଆଉଟ ହୋଇଥିଲେ  । ପ୍ରଥମ ଦିନରେ କେଏଲ ରାହୁଲ ୭୦ ରନ୍‌ କରି ଅପରାଜେୟ ରହିଥିଲେ  । ଆଜି ଏହି ଖେ୍‌ଳାଳୀ ଶତକ ଛୁଇଁବା ପରେ ନନ୍ଦ୍ର ବର୍ଗରଙ୍କ ବଲ୍‌ରେ ପାଭିଲିଅନ ଫେରିଛନ୍ତି  । ରାହୁଲଙ୍କ ବ୍ୟତୀତ ଅନ୍ୟ ଭାରତୀୟ ଖେଳାଳୀ ଅର୍ଦ୍ଧଶତକ ମଧ୍ୟ ଛୁଇଁ ପାରିନାହାନ୍ତି  । ବିରାଟ କୋହଲିଙ୍କ ୩୮ ରନ୍‌ର ଯୋଗଦାନ ରହିଚଇ  । କିନ୍ତୁ ରାହୁଲ ଲୋଅର ଅର୍ଡର ବ୍ୟାଟ୍‌ସମ୍ୟାନଙ୍କ ସହ ମିଶି ଟିମ ଇଣ୍ଡିଆର ସ୍କୋର ୨୪୫ ରନରେ ପହଞ୍ଚିଥିଲା  ।

 

RBI ଅଫିସ ଉଡାଇଦେବାକୁ ଇମେଲ୍‌ରେ ଧମକ, ଗୁଜୁରାଟରୁ ୩ ଗିରଫ

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇକୁ ମାଡି ଆସୁଛି ବିପଦ  । ଦିନକ ପୂର୍ବରୁ RBI ଅଫିସ୍‌କୁ ଉଡାଇଦେବା ପାଇଁ  ଧମକ ଦେଇଥିଲେ। ଇମେଲରେ ଧମକ ମିଳିବା ପରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ୩ ଜଣଙ୍କୁ ଗିରଫ କରିଛି  । ଗୁଜୁରାଟର ବରୋଦରାରୁ ତିନି ଜଣଙ୍କୁ ଗିରଫ କରି ମୁମ୍ବାଇ ଅଣାଯାଉଛି  । ସେଠାରେ ସେମାନଙ୍କୁ ପଚରା ଉଚୁରା କରାଯିବ  ।

ତିନି ଅଭିଯୁକ୍ତ RBIକୁ ମେଲ୍‌ ପଠାଇ ୧୧ଟି ସ୍ଥାନରେ ବିସ୍ଫୋରଣ କରିବା ପାଇଁ ଧମକ ଦେଇଛନ୍ତି  । ଧମକ ପଛର କାରଣ ସ୍ପଷ୍ଟ ହୋଇନାହିଁ  । ଇମେଲରେ RBIର ନୂଆ କାର୍ଯ୍ୟାଳୟ, ଚର୍ଚ୍ଚଗେଟରେ ଥିବା HDFC ଓ ବାନ୍ଦ୍ରା କୁର୍ଲା କ୍ୟାମ୍ପସରେ ଥିବା ICICI ବ୍ୟାଙ୍କରେ ବୋମା ବିସ୍ଫୋରଣ ପାଇଁ ଧମକ ଦିଆଯାଇଛି।

ଇମେଲ ପଠାଇଥିବା ବ୍ୟକ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ନିଜ ପଦରୁ ଇସ୍ତଫା ଦେବା ପାଇଁ ଚେତାବନୀ ଦେଇଛନ୍ତି  ।ସେହିପରି ବ୍ୟାଙ୍କିଂ ଦୁର୍ନୀତିର ଏକ ବିସ୍ତୃତ ବିବୃତ୍ତି ଦେବାପାଇଁ ଇମେଲରେ ଉଲ୍ଲେଖ ଅଛି  ।

ନିଜେ ବିଷ ଖାଇ ସ୍ତ୍ରୀ, ଛୁଆଙ୍କୁ ପ୍ରସାଦ କହି ବିଷ ଦେଇଦେଲା ସ୍ବାମୀ

ବାବାଙ୍କର ପ୍ରସାଦ କହି ପରିବାର ଲୋକଙ୍କୁ ବିଷ ଖୁଆଇଲେ ବ୍ୟକ୍ତି । ଏହି ବ୍ୟକ୍ତି ଜଣକ ନିଜ ପରିବାର ସଦସ୍ୟଙ୍କୁ ଏହା ବାବାଙ୍କର ପ୍ରସାଦ , ଏହାକୁ ଖାଇଲେ କୁଆଡେ କୋରନା ହେବନି ବୋଲି କହିଥିଲେ । ପରିବାର ସଦସ୍ୟ କେହି ତାଙ୍କ କଥା ନ ମାନିବାରୁ ସେ ଜୋର୍ ଜବରଦସ୍ତ ସମସ୍ତଙ୍କୁ ବିଷ ମିଶା ପ୍ରସାଦ ଖୁଆଇଥିଲେ ଏବଂ ନିଜେ ମଧ୍ୟ ସେହି ପ୍ରସାଦ ଖାଇଥିଲେ । ଏଥିରେ ସେହି ବ୍ୟକ୍ତି ସମେତ ତାଙ୍କର ଗୋଟିଏ ଝିଅର ମୃତ୍ୟୁ ହୋଇଥିବା ବେଳେ  ସ୍ତ୍ରୀ ଓ ଆଉ ଗୋଟିଏ ଝିଅ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଛତିଶଗଡ ଦୁର୍ଗ ଜିଲ୍ଲାର ଭିଲାଇ ଜାମୁଳ ଥାନା ଅଞ୍ଚଳରେ । ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଜାମୁଲ୍ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି  ।

ସୂଚନାଅନୁସାରେ , ବୈଷ୍ଣବ ନଗର ବିଧାନସଭା ନିର୍ବାଚନମଣ୍ଡଳୀ ଓ୍ବାର୍ଡ ନମ୍ବର ୪ ର ଲକ୍ଷ୍ମୀପାରା ଜାମୁଲରେ ରହୁଥିବା ୪୦ ବର୍ଷୀୟ ହେମଲାଲ୍ ବର୍ମା ଭିଲାଇ ନଗର ନିଗମ ଅର୍ନ୍ତଗତ କୋହକାରେ  ପମ୍ପ ଅପରେଟର୍ ଭାବରେ କାମ କରନ୍ତି । ହେମଲାଲ୍ ଙ୍କ ଫ୍ଲାଟ୍ ର ତଳ ମହଲାରେ ତାଙ୍କ ବାପା, ମାଆ ରହୁଥିବା ବେଳେ ଉପର ମହଲାରେ ହେମଲାଲ୍ ତାଙ୍କ ସ୍ତ୍ରୀଏବଂ ଦୁଇ ଝିଅ ରହୁଥିଲେ  ।  ସୋମବାର ରାତି ୯ଟାରେ ହେମଲାଲ୍ ଡ୍ୟୁଟି ସାରି ଘରକୁ ଫେରିଥିଲେ  ।

ହେମଲାଲ୍ ଙ୍କ ସମ୍ପର୍କୀୟ ପୋଲିସ୍ କୁ କହିଥିଲେ କି, ରାତିରେ ଘରକୁ ଫେରିବା ପରେ ହେମଲାଲ୍ ପତ୍ନୀଙ୍କୁ କହିଥିଲା ତାକୁ କେଉଁ ଗୋଟେ ବାବା ପ୍ରସାଦ ଦେଇଛନ୍ତି  । ଏହି ପ୍ରସାଦକୁ ଖାଇଲେ  ଆଗକୁ କୋରନା ଏବଂ କରୋନା ମହାମାରୀ ପରି କିଛି ରୋଗ ହେବ ନାହିଁ  । ହେମଲାଲ୍ ଙ୍କ ପତ୍ନୀ ପ୍ରସାଦ ଖାଇବାକୁ ମନା କରିବାରୁ ସେ ଜୋର୍ ଜବରଦସ୍ତ ପ୍ରସାଦ ଖୁଆଇଥିଲେ । ଏହା ପରେ ବଡ ଝିଅ ପ୍ରିୟା ଏବଂ ସାନ ଝିଅ ମୁସ୍କାନ୍ କୁ ହେମଲାଲ୍ ପ୍ରସାଦ ଖାଇବାକୁ ଦେଇଥିଲେ । ନିଜେ ମଧ୍ୟ ସେହି ପ୍ରସାଦ ଖାଇଥିଲେ  । ରାତି ୧୧ ଟାରେ ସମସ୍ତେ ବାନ୍ତି କରି ଥିଲେ ।  ପରିସ୍ଥିତି ଗୁରୁତର ହେବାରୁ ହେମଲାଲ୍ ଙ୍କ ପତ୍ନୀ ସବୁ କଥା ଯାଇ ନିଜ ଶାଶୁ, ଶଶୁରଙ୍କୁ ଜଣେଇଥିଲେ । ଏହା ପରେ ସମ୍ପର୍କୀୟ ସେମାନଙ୍କୁ ହସ୍ପିଟାଲ୍ ରେ ଭର୍ତ୍ତି କରିଥିଲେ । ହସ୍ପିଟାଲ୍ ରେ ପହଞ୍ଚିବା କ୍ଷଣି ହେମଲାଲ୍ ଏବଂ ତାଙ୍କର ବଡ ଝିଅ ପ୍ରିୟାକୁ ଡାକ୍ତର ମୃତ ଘୋଷଣା କରିଥିଲେ ।  ହେମଲାଲ୍ ଙ୍କ ପତ୍ନୀ ଏବଂ ତାଙ୍କ ସାନ ଝିଅ ଗୁରୁତର ଥିବା ଜଣାପଡିଛି  ।

ଅଧଘଣ୍ଟାରେ ସମସ୍ୟାର ହେଲା ସମାଧାନ, ଅଭିଯୋଗ ଶୁଣିବା ପରେ 5T ଅଧ୍ୟକ୍ଷ ଯୋଗାଇଦେଲେ ସହାୟତା

ଭଦ୍ରକ: ଅଭିଯୋଗର ଅଧଘଣ୍ଟାରେ ସମସ୍ୟାର ହେଲା ସମାଧାନ। ଭଦ୍ରକ ଆରଡି ଗସ୍ତବେଳେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆଙ୍କୁ ଭେଟି ସ୍ବାସ୍ଥ୍ୟଗତ ସମସ୍ୟା ବିଷୟରେ ଜଣାଇଥିଲେ ଆରଡି ପୀଠ ପରମାନନ୍ଦ ସାହୁଙ୍କ ଝିଅ କବିତା ସାହୁ । ଅଭିଯୋଗ ଶୁଣିବା ପରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ତୁରନ୍ତ ସହାୟତା ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।

ଏହାପରେ କବିତାଙ୍କ ଚିକିତ୍ସା ଲାଗି  ତାଙ୍କୁ ୩୦ ହଜାର ଟଙ୍କା ଦେଇଛି ଜିଲ୍ଲା ପ୍ରଶାସନ। ଏହି ସହାୟତା ଅର୍ଥ ପାଇବା ପରେ କବିତା ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ  5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଅନ୍ୟପଟେ ବାବା ଆଖଣ୍ଡଳମଣି ପୀଠର ଚତୁଃପାର୍ଶ୍ବର ସମ୍ପ୍ରସାରଣ ସହ ଚାଲିଛି ଉନ୍ନତିମୂଳକ କାର୍ଯ୍ୟ । ଏଥିପାଇଁ ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି ୪୨ କୋଟି ଟଙ୍କା । ମାଷ୍ଟରପ୍ଲାନ ସ୍ବପ୍ନ ଏବେ ବାସ୍ତବ ରୂପ ନେଉଛି । ଏହି କାର୍ଯ୍ୟ କିପରି ହୋଇଛି, ତା’ସହ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟ କେତେବାଟ ଆଗେଇଛି । ଗରଡି ଗସ୍ତ କରି ଏହାର ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଆରଡି ପୀଠରେ ପ୍ରଥମେ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ସହ ବେଢ଼ା ପରିକ୍ରମା କରିଥିଲେ 5T ଅଧ୍ୟକ୍ଷ । ପରେ ମାଷ୍ଟର ପ୍ଲାନକୁ ଦେଖିବା ସହ ସେବାୟତଙ୍କ ସହ ଆଲୋଚନା କରିଥିଲେ । ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ପରେ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ 5T ଅଧ୍ୟକ୍ଷ । ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଯେଉଁ ସବୁ ଅଭିଯୋଗ ଅଛି ତାହା ଖୁବଶୀଘ୍ର ପୂରଣ କରାଯିବ ବୋଲି କହିଛନ୍ତି 5T ଅଧ୍ୟକ୍ଷ । ଦାନକଣିଆ ଘାଟରୁ ଆରଡି ବୈତରଣୀ ନଦୀରେ ସେତୁ ପାଇଁ ୮୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ପାଞ୍ଚଟିକିରି ଘାଟରୁ ନଦୀ ଉପରେ ସେତୁ ନିର୍ମାଣ ପାଇଁ ୫୦ କୋଟି ମଞ୍ଜୁର ହୋଇଛି । ଚାନ୍ଦବାଲି ଟାଉନରେ ପାଇପ ୱାଟର ସପ୍ଲାଏ ପାଇଁ ୫୦ କୋଟି ଟଙ୍କା ମଞ୍ଜୁର ହୋଇଛି ।

ସେହିପରି ଧାମନଗରେ ମତ୍ସ୍ୟଜୀବୀଙ୍କ କଲ୍ୟାଣ ପାଇଁ ୨୭ କୋଟି ଟଙ୍କା ମଞ୍ଜୁର ହୋଇଛି । ମାଆ ଧାମରାଇ ମନ୍ଦିରର ଉନ୍ନତି ପାଇଁ କୋଟିଏ ଟଙ୍କା ଏବଂ ପାଟଣ ମଙ୍ଗଳାର ଉନ୍ନତିକରଣ ପାଇଁ କୋଟିଏ ଟଙ୍କା ମଞ୍ଜୁର ହୋଇଛି । ସବୁ କଲେଜର ରୂପାନ୍ତରଣ ପାଇଁ ୬ କୋଟି ଟଙ୍କା ମଞ୍ଜୁର ହୋଇଛି । ମନ୍ଦିର, ମସଜିଦ, କମ୍ୟୁନିଟି ସେଣ୍ଟର ପାଇଁ ୪ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ୫ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ୩୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ବାବା ଆଖଣ୍ଡଳମଣି ମନ୍ଦିରର ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟ ପାଇଁ ୫୦ କୋଟି ଟଙ୍କା ମଞ୍ଜୁର ହୋଇଛି । ଯେଉଁ ସବୁ ଦାବି ପତ୍ର ଆସିଛି, ସପ୍ତାହକ ମଧ୍ୟରେ ସେସବୁର ସମାଧାନ ହେବ । ଗ୍ରାମାଞ୍ଚଳରେ ଥିବା ସମସ୍ତ ପରିବାରକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ମାଆ ମାନଙ୍କ ପାଇଁ ଲକ୍ଷ୍ମୀ ଯୋଜନା ଖୁବଶୀଘ୍ର ଆସିବ ବୋଲି କହିଛନ୍ତି 5T ଅଧ୍ୟକ୍ଷ । ଆସନ୍ତା ଫେବ୍ରୁଆରୀ ମାସ ସୁଦ୍ଧା ମାସ ଭଦ୍ରକରେ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବେ ବୋଲି କହିଛନ୍ତି 5T ଅଧ୍ୟକ୍ଷ ।

ଦିଲ୍ଲୀ ଇସ୍ରାଏଲ ଦୂତାବାସ ଆଗରେ ବିସ୍ଫୋରଣ ଘଟଣା; ତଦନ୍ତ ଆରମ୍ଭ କଲା NIA

0

ନୂଆଦିଲ୍ଲୀ: ଦିଲ୍ଲୀ ଇସ୍ରାଏଲ ଦୂତାବାସ ଆଗରେ ବିସ୍ଫୋରଣ ଘଟଣା। ଘଟଣାସ୍ଥଳରେ ଏନଆଇଏ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାସ୍ଥଳରେ ପ୍ରମାଣ ଯୋଗାଡ କରିଛି ଏନଆଇଏ। ବିସ୍ଫୋରଣ ପାଇଁ କେଉଁ ବିସ୍ଫୋରକ ସାମଗ୍ରୀ ଜବତ କରଯାଇଛି ଏହାର ଛାନବିନ ଚାଲିଛି। ସ୍ପଟ୍ରୁ ସଂଗ୍ରହ ହୋଇଥିବା ପ୍ରମାଣକୁ ଫୋରେନସିକ୍ ବିଭାଗକୁ ହସ୍ତାନ୍ତର କରିଛି ଏନଆଇଏ।

ଏନଆଇଏ ସହ ମାମଲାର ତଦନ୍ତ ଏନଏସଜି କମାଣ୍ଡୋ ମଧ୍ୟ କରୁଛନ୍ତି। ଏନଏସଜିର ୨ ଜଣିଆ ଡଗ୍ ସ୍କ୍ବାଡ୍ ଘଟଣାସ୍ଥଳ ତଦାରଖ କରିଥିଲା। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ମଧ୍ୟ ଘଟଣାସ୍ଥଳକୁ ଯାଇ ତନାଘନା ଆରମ୍ଭ କରିଛି। ବିସ୍ଫୋରଣ ସ୍ଥଳରେ ଅର୍ଦ୍ଧସୁରକ୍ଷାବାହିନୀ ମୁତୟନ ହୋଇଛନ୍ତି। ସେପଟେ ଇସ୍ରାଏଲ ଦୂତାବାସ ଆଗରେ ବିସ୍ଫୋରଣକୁ ନେଇ ନିଜ ଦେଶର ନାଗରିକଙ୍କୁ ଆଲର୍ଟ କରିଛି ଇସ୍ରାଏଲ । ଭାରତ ଯାତ୍ରା କରୁଥିବା ନିଜ ଦେଶର ନାଗରିକଙ୍କ ଲାଗି ଆଡଭାଇଜରୀ ଜାରି କରିଛି ଇସ୍ରାଏଲ। ଜନଗହଳିପୂର୍ଣ୍ଣ ସ୍ଥାନରୁ ଦୂରରେ ରହିବାକୁ ପରାମର୍ଶ ଦେଇଛି।

ଭଦ୍ରକରେ ଖୁବଶୀଘ୍ର ଗଡ଼ିବ ଲକ୍ଷ୍ମୀ ବସ୍, ବିକାଶମୂଳକ କାର୍ଯ୍ୟ ପାଇଁ ୫ ମାସରେ ୨୫୦କୋଟି ଟଙ୍କା ମଞ୍ଜୁର

ଭଦ୍ରକ: ବୁଧବାର ଦିନ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଭଦ୍ରକ ଗସ୍ତରେ ଯାଇ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ଲୋକଙ୍କ ସମସ୍ୟା ବୁଝିବା ସହ ଖୁବଶୀଘ୍ର ସମାଧାନର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଏପରିକି ଫେବ୍ରୁଆରୀ ଶେଷ ସୁଦ୍ଧା ‘ଲକ୍ଷ୍ମୀ’ ବସ୍ ଯୋଜନାର ଶୁଭାରମ୍ଭ ହେବ ବୋଲି ସେ କହିଛନ୍ତି।

ଅପରପକ୍ଷେ ସେ କହିଛନ୍ତି ଯେ, ୫ମାସରେ ଭଦ୍ରକ ପାଇଁ ମଞ୍ଜୁର ହୋଇଛି ପାଖାପାଖି ୨୫୦କୋଟି ଟଙ୍କା। ଭଦ୍ରକ ସହର ପାଇଁ ରିଂ ରୋଡ୍ ପାଇଁ ଶହେ କୋଟି ଟଙ୍କା ଅନୁମୋଦନ କରାଯାଇଛି। ଭଦ୍ରକାଳୀ ମନ୍ଦିର ଯିବାକୁ ବହୁତ ଅସୁବିଧା ହେଉଥିଲା । ତେଣୁ ପୁରୁଣା ବଜାରରୁ ଗୁଜିଦରଡ଼ା ରାସ୍ତା ଭାୟା ଭଦ୍ରକାଳୀ ମନ୍ଦିର ପାଇଁ ୪୧କୋଟି ଟଙ୍କା ମଞ୍ଜୁର ହୋଇଛି।

ନେହେରୁ ଷ୍ଟାଡିୟମ ଉନ୍ନତିକରଣ ଏବଂ ସୁଇମିଂ ପୁଲ୍ ପାଇଁ ୧୦କୋଟି, କାନ୍ତକବିଙ୍କ ନାଁରେ ପାର୍କ ପାଇଁ ୪କୋଟି ୬୦ଲକ୍ଷ, ଇଦଗା ଓ କମ୍ୟୁନିଟି ହଲ ପାଇଁ ୨କୋଟି, ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଥିବା ୧୯ଟି କଲେଜ ଓ ଉଚ୍ଚ ମାଧ୍ୟମିକ ସ୍କୁଲର 5T ରୂପାନ୍ତରଣ ପାଇଁ ୯କୋଟି ୨୫ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ସେହିପରି ଭଦ୍ରକାଳୀ ମନ୍ଦିର ଉନ୍ନତି ପାଇଁ ଯାହା ଟଙ୍କା ଦରକାର ମଞ୍ଜୁର କରାଯିବ ବୋଲି 5T ଅଧ୍ୟକ୍ଷ କହିଛନ୍ତି। ଯେଉଁ ଟଙ୍କା ଆସିବ ତାକୁ ସ୍ବଚ୍ଛତା ସହ କାମରେ ଲଗାଇବାକୁ କହିଛନ୍ତି। ଆମ ବ୍ୟାଙ୍କ ଯୋଜନାରେ ପ୍ରତି ପଞ୍ଚାୟତରେ ଦୁଇ ମାସ ଭିତରେ ବ୍ୟାଙ୍କ ଖୋଲିବ ବୋଲି ସେ ପ୍ରକାଶ କରିଛନ୍ତି।

ମନ୍ଦିର ରୂପାନ୍ତରିକରଣ ପାଇଁ କିଛି ଲୋକଙ୍କ ନିଦ ହଜିଯାଇଛି: 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ଭଦ୍ରକ: ଭଦ୍ରକରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଲୋକଙ୍କ ସହ ଆଲୋଚନା କରିଛନ୍ତି 5T ଅଧ୍ୟକ୍ଷ। ଖୁବଶୀଘ୍ର ଜନସାଧାରଣଙ୍କ ସମସ୍ୟାର ସମାଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

ଭଦ୍ରକର ବିଭିନ୍ନ ସ୍ଥାନରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ଅସୁରାଳିରେ ମଧ୍ୟ ସମୀକ୍ଷା କରିଥିଲେ। ଏହି ସମୟରେ ସେ ଜନସାଧାରଣଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ । ଏକ ସଭାରେ ଜନତାଙ୍କୁ ସମ୍ବୋଧନ କରିବା ସହି ବିରୋଧୀଙ୍କ ଉପରେ ବର୍ଷିଛନ୍ତି 5T ଅଧ୍ୟକ୍ଷ। ସେ କହିଛନ୍ତି ଯେ, ଓଡ଼ିଶାରେ ସବୁ କ୍ଷେତ୍ରରେ ଚାଲିଛି ରୂପାନ୍ତରଣ।

ପ୍ରତ୍ୟେକ ପଞ୍ଚାୟତର ମନ୍ଦିର ଗୁଡିକର ରୂପାନ୍ତରିକରଣ କାର୍ଯ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ମୋଟା ଅଙ୍କର ଅର୍ଥ ମଧ୍ୟ ମଞ୍ଜୁର କରାଯାଇଛି। ଏସବୁ ଦେଖିକି କିଛି ଲୋକଙ୍କ ନିଦ ଭାଙ୍ଗି ଯାଇଛି । ସରକାର ଏତେ ଶୀଘ୍ର କେମିତି ରାଜ୍ୟରେ ଥିବା ମନ୍ଦିର ଗୁଡିକର ଉନ୍ନତିକରଣ କରିପାରୁଛନ୍ତି, ସେସବୁ ଭାବି ଭାବି କିଛି ଲୋକ ଠିକ୍ ସେ ଶୋଇପାରୁନଥିବେ। କେମିତି ନା କେମିତି ରୂପାନ୍ତରଣ କାମକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି । ଅପପ୍ରଚାର ସେମାନଙ୍କର ଏକମାତ୍ର ଅସ୍ତ୍ର। ମୁଖ୍ୟମନ୍ତ୍ରୀ ଭଲ କାମ କଲେ ସେମାନଙ୍କର ଅସୁବିଧା ହୋଇଯିବ, ସେଥିପାଇଁ ସେମାନେ ରୂପାନ୍ତରଣ ରୋକିବାକୁ ଦିନରାତି ଚେଷ୍ଟା କରୁଛନ୍ତି।

ଆପଣ ମାନଙ୍କ ସହଯୋଗରେ ମୁଖ୍ୟମନ୍ତ୍ରୀ ଯେଉଁ କାମ ହାତକୁ ନେଇଛନ୍ତି, ସୁରୁଖୁରୁରେ ସବୁ କାମ ସଫଳ ହେଉଛି। ଧାର୍ମିକ ସ୍ଥଳ ଗୁଡିକର ସୌନ୍ଦର୍ଯ୍ୟକରଣ  କରାଯାଇପାରୁଛି।  କେହି ବି ବିକାଶ ରଥକୁ ଅଟକାଇବାକୁ ଚେଷ୍ଟା କଲେ ସେମାନଙ୍କୁ ମହାପ୍ରଭୁ ସଦବୁଦ୍ଧି ଦିଅନ୍ତୁ ବୋଲି କହିଛନ୍ତି 5T ଅଧ୍ୟକ୍ଷ।

ଅଧିକ ପଢନ୍ତୁ:- ଅସୁରାଳିରେ ବିରୋଧୀଙ୍କୁ 5T ଅଧ୍ୟକ୍ଷଙ୍କ ଟାର୍ଗେଟ୍; କହିଲେ- ଧାମନଗର ନିର୍ବାଚନ ପରେ ନେତାଙ୍କ ଦେଖାମିଳୁନି