ମୃତ୍ୟୁ ଖବର ମଧ୍ୟରେ ସତ ସେୟାର କଲେ ପୁନମ, କହିଲେ ମୁଁ ବଞ୍ଚିଛି

1 min read

ମୁମ୍ବାଇ: ପୁନମ ପାଣ୍ଡେଙ୍କ ମୃତ୍ୟୁ ଖବର ମଧ୍ୟରେ ସାମନାକୁ ଆସିଲା ସାଙ୍ଘାତିକ ସତ  । କାଲି ମୃତ୍ୟୁ ଖବର ପ୍ରଘଟ ହୋଇଥିଲା  । ଆଜି ସାମନାକୁ ଆସି କହିଲେ ମୁଁ ବଞ୍ଚିଛି  । ହଠାତ ପୁନମଙ୍କ ଏଭଳି ବୟାନ ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ତାଙ୍କ ଫ୍ୟାନ୍ସ  । ଗତକାଲି ପୁନମଙ୍କ ଟିମ୍‌ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଥିଲେ  । ସେହି ପୋଷ୍ଟରେ ପୁନମଙ୍କର ସର୍ଭାଇକାଲ କ୍ୟାନସରରେ ମୃତ୍ୟୁ ହୋଇଥିବା ତାଙ୍କ ମ୍ୟାନେଜର ଜଣାଇଥିଲେ  । କିନ୍ତୁ ଆଜି ନିଜେ ପୁନମ ଏକ ପୋଷ୍ଟ କରି ପ୍ରଶଂସକଙ୍କୁ ଚମକାଇ ଦେଇଛନ୍ତି ।

ପୋଷ୍ଟରେ ସେ କହିଛନ୍ତି ମୁଁ ବଞ୍ଚିଛି  । ସମ୍ପୂର୍ଣ୍ଣ ସୁସ୍ଥ ଅଛି  ।  ସର୍ଭାଇକାଲ କ୍ୟାନସର ମୋ ଜୀବନ ନେଇନି । କିନ୍ତୁ ଏହି କ୍ୟାନସର ଯୋଗୁଁ ଅନେକ ମହିଳା ଜୀବନ ହରାଉଛନ୍ତି  । ସଚେତନ ହୁଅନ୍ତୁ  । HPV ଭ୍ୟାକ୍ସିନ ନେବା ପାଇଁ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ପୁନମ  । ସଚେତନତା ପାଇଁ ପୁନମ ଏଭଳି ମିଛ ଖବର ପ୍ରଚାର କରିଥିବା କହିଛନ୍ତି  । ଅନ୍ୟପଟେ ଏହା ପୁନମଙ୍କ ପବ୍ଲିସିଟି ଷ୍ଟଣ୍ଟ ଥିଲା ବୋଲି ଚର୍ଚ୍ଚା ହେଉଛି  ।