ସୁନ୍ଦରଗଡ: ଦ୍ବିତୀୟ ଦିନରେ ଆଜି ସୁନ୍ଦରଗଡ ଗସ୍ତରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ବର୍ତମାନ ସୁନ୍ଦରଗଡର ରାଜବାଟୀରେ ଥିବା ମା ସମଲେଇ ମନ୍ଦିର ଆସି ମନ୍ଦିରର ସୌନ୍ଦଯ୍ୟକରଣ ଦିଗରେ ଆଲୋଚନା କରୁଛନ୍ତି । କିଭଳି ଏକ ଭବ୍ୟ ମନ୍ଦିରର ରୂପନେବ ସୁନ୍ଦରଗଡର ସମଲେଇ ମନ୍ଦିର ତାକୁ ରାଜ୍ୟ ସରକାର ଫୋକସ କରିଛନ୍ତି । ଦ୍ବିତୀୟ ଦିନରେ ପଣ୍ଡିଆନଙ୍କ ଗସ୍ତକୁ ନେଇ ବେସ ଉତ୍ସାହିତ ସୁନ୍ଦରଗଡବାସୀ । କାରଣ ୧୦ ଦିନ ଭିତରେ ଜିଲ୍ଲାବାସୀଙ୍କୁ ଖୁସି ଖବର ଦେବେ ରାଜ୍ୟ ସରକାର ।
ଆଜି ଗିରଫ ହୋଇପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ, ସମନ ସତ୍ତ୍ବେ ହାଜର ହେଉନାହାନ୍ତି
ନୂଆଦିଲ୍ଲୀ: ଆଜି ଗିରଫ ହୋଇପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ । ଆମ ଆଦମୀ ପାର୍ଟି ନେତା ମାନେ ଏହି ଆଶଙ୍କା ପ୍ରକାଶ କରିଥିବା ବେଳେ କେଜରିଓ୍ବାଲଙ୍କ ବାସଭବନରେ ଭିଡ଼ ଜମିଛି । ତଥାକଥିତ ମଦ ଦୁର୍ନୀତି ଅଭିଯୋଗରେ ଇଡି ପକ୍ଷରୁ ସମନ ଜାରି କରାଯାଇଥିବା ବେଳେ ହାଜର ହୋଇନାହାନ୍ତି ଅରବିନ୍ଦ କେଜରିଓ୍ବାଲ । ଗତକାଲି ଇଡିକୁ ଚିଠି ଲେଖି ତାଙ୍କ ରାଜନୈତିକ ଛବି ମଳିନ କରିବାକୁ ଚେଷ୍ଟା କରାଯାଉଛି ବୋଲି କହିଥିଲେ ।
ଏହା ଭିତରେ ଅରବିନ୍ଦ କେଜରିଓ୍ବାଲଙ୍କ ବାସ ଭବନରେ କଡା ସୁରକ୍ଷା ବ୍ୟବସ୍ଥା କରିଛି ଦିଲ୍ଲୀ ପୋଲିସ । ତାଙ୍କ ବାସଭବନକୁ ଯିବା ପାଇଁ ଥିବା ସବୁ ରାସ୍ତାକୁ ବନ୍ଦ କରାଯାଇଛି । ଆମ ଆଦମୀ ପାର୍ଟି କାର୍ଯ୍ୟାଳୟରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ଆସନ୍ତାକାଲି ଚିଲିକାରେ ହେବ ପକ୍ଷୀ ଗଣନା
ଟାଙ୍ଗୀ: ଗୁରୁବାର ଚିଲିକାରେ ପକ୍ଷୀ ଗଣନା କରାଯିବ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସକାଳ ୬ ରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ୨୧ ଗୋଟି ଟିମ ପକ୍ଷୀଗଣନାରେ ନିୟୋଜିତ ହେବେ । ପ୍ରତି ଟିମରେ ୬ ରୁ ୭ ଜଣ ଗଣନାକାରୀ ଯୋଗଦେଇଛନ୍ତି । ପ୍ରତିବର୍ଷ ଭଳି ଚଳିତବର୍ଷ ଗଣନା କାର୍ଯ୍ୟରେ ଜିପିଏସ, ବାଇନାକୁଲାର, ୱାକି ଟକି, କ୍ୟାମେରା ବ୍ୟବହାର କରାଯିବ। ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟିର ଛାତ୍ରଛାତ୍ରୀ, ଓ୍ବାଇଲଡ ଓଡ଼ିଶା ଏବଂ ଓ୍ବାଇଲଡିଜ ନାମକ ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତା, ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ୩ଟି ପକ୍ଷୀ ସୁରକ୍ଷା ସମିତିର ସଦସ୍ୟ ସାମିଲ ହୋଇଛନ୍ତି l ଗତବର୍ଷ ସମୁଦାୟ ୧୮୪ ପ୍ରଜାତିର ୧୧ ଲକ୍ଷ ୩୧ ହଜାର ୯୨୯ ଗୋଟି ପକ୍ଷୀ ଆସିଥିବାବେଳେ ତନ୍ମଧ୍ୟରୁ ୧୦୫ ପ୍ରଜାତିର ୧୦ ଲକ୍ଷ ୯୩ ହଜାର ୪୯ ଗୋଟି ବିଦେଶୀ ପକ୍ଷୀ ଏବଂ ୭୯ ପ୍ରଜାତିର ୩୮ ହଜାର ୮ ଶହ ୮୦ ଗୋଟି ସ୍ଥାନୀୟ ପକ୍ଷୀ ଓ ନଳବଣରେ ସର୍ବାଧିକ 3 ଲକ୍ଷ 42 ହଜାର ପକ୍ଷୀ ଥିଲେ । ସର୍ବନିମ୍ନ 2 ଟି ପକ୍ଷୀ ଲଭର ଲପଡିଙ୍ଗ ଦେଖା ଯାଇଥିଲା ।

