spot_img
Home Blog Page 2467

ଚୀନର ପୂର୍ବତନ ବୈଦେଶିକ ମନ୍ତ୍ରୀ କ୍ୱିନ ଗାଙ୍ଗଙ୍କ ମୃତ୍ୟୁକୁ ନେଇ ବଢ଼ିଲା ସସପେନ୍ସ

ନନ୍ଦିଘୋଷ ବ୍ୟୁରୋ : ଚୀନର ପୂର୍ବତନ ବୈଦେଶିକ ମନ୍ତ୍ରୀ କ୍ବିନ ଗାଙ୍ଗଙ୍କ ମୃତ୍ୟୁକୁ ନେଇ ବଢ଼ିଲା ସସପେନ୍ସ । ସେ ଆତ୍ମହତ୍ୟା କରିଛନ୍ତି କିମ୍ବା ତାଙ୍କ ମୃତ୍ୟୁ ପଛରେ ନିର୍ଯାତନାର କାରଣ ରହିଛି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଗତ ଜୁନ ମାସରୁ ସେ ନିଖୋଜ ହେବା ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ସେ ନିଖୋଜ ହୋଇଯିବା ପରେ ତାଙ୍କୁ ମନ୍ତ୍ରୀ ପଦରୁ ଜୁଲାଇରେ ବହିଷ୍କାର କରାଯାଇଥିଲା । ସେପଟେ ସେ ଆମେରିକାରେ ଚୀନର ରାଷ୍ଟ୍ରଦୂତ ଥିବାବେଳେ ପରକୀୟା ପ୍ରୀତିରେ ଲିପ୍ତ ଥିଲେ ବୋଲି ଚର୍ଚ୍ଚା ହେଉଛି । ଗତ ଜୁଲାଇରେ ବେଜିଂର ଏକ ମିଲିଟାରୀ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ସୂଚନା ମିଳିଛି । ଆମେରିକାରେ ଥିବାବେଳେ ଫୁ ସିଆଟିଆନ ନାମ୍ନୀ ଜଣେ ରିପୋର୍ଟରଙ୍କ ସହ ତାଙ୍କର ସମ୍ପର୍କ ଥିଲା ଏବଂ ତାଙ୍କର ଏକ ଅବୈଧ ସନ୍ତାନ ଥିଲା । ଏହି କାରଣକୁ ନେଇ ତାଙ୍କୁ ପଦବୀରୁ ହଟାଇ ଦିଆଯାଇଥିଲା ବୋଲି ଏକ ରିପୋର୍ଟ ମିଳିଛି । ଗତ ଜୁଲାଇରେ ତାଙ୍କୁ ହଟାଇ ଦିଆଯାଇ ତାଙ୍କ ସ୍ଥାନରେ ଓ୍ବାଙ୍ଗଙ୍କୁ ବୈଦେଶିକ ମନ୍ତ୍ରୀ କରାଯାଇଥିଲା ।China's ex-foreign minister Qin Gang died of suicide or torture: Report -  BusinessToday

କେତେକ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀଙ୍କ ଜରିଆରେ ପାଶ୍ଚାତ୍ୟ ଶକ୍ତି ଗୋପନ ତଥ୍ୟ ହାସଲ କରୁଥିବା ସମ୍ପର୍କରେ ସୂଚନା ଦେବା ଲାଗି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିକଟକୁ ଜଣେ କୂଟନୀତିଜ୍ଞଙ୍କୁ ବେଜିଂ ପଠାଇଥିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏପରିକି ପାଶ୍ଚାତ୍ୟ ରାଷ୍ଟ୍ରରେ ଗୁଇନ୍ଦା ସଂସ୍ଥା ସହ କ୍ବିନ ଗାଙ୍ଗ ସାଲିସ କରିଛନ୍ତି ବୋଲି ଜିନପିଙ୍ଗଙ୍କୁ ଋଷ କୂଟନୀତିଜ୍ଞ ଆନ୍ଦ୍ରେଇ ରୁଦେଙ୍କୋ କହିଥିଲେ ବୋଲି ସୂଚନା ମିଳିଛି । ଗତ ୨୦୨୨ ଡିସେମ୍ବରରେ କ୍ବିନ ଗାଙ୍ଗଙ୍କୁ ଆମେରିକାରେ ଅବସ୍ଥାପିତ କରାଯାଇଥିଲା । ଗତ ଜୁନରେ ରୁଦେଙ୍କୋ ବେଜିଂ ଗସ୍ତରେ ଆସିବାର କିଛି ଦିନ ପରେ କ୍ବିନ ଗାଙ୍ଗ ଆକସ୍ମିକ ଉଭାନ ହୋଇଯାଇଥିଲେ । ପୂର୍ବରୁ ବି ଗୁଇନ୍ଦାଗିରି ଅଭିଯୋଗ କ୍ରମେ ପ୍ରତିରକ୍ଷା ମନ୍ତ୍ରୀ ଲି ସାଙ୍ଗଫୁଙ୍କୁ ପଦବୀରୁ ହଟାଇ ଦିଆଯାଇଥିଲା ।

ଦଣ୍ଡାସିଂହା ମହାବିଦ୍ୟାଳୟର କାର୍ଯ୍ୟରତ ପିଅନଙ୍କୁ ହତ୍ୟା !

ଦେବଗଡ଼ : ରାସ୍ତାକଡରୁ ପିଅନଙ୍କ ମୃତଦେହ ଉଦ୍ଧାର । ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଦଣ୍ଡାସିଂହା ଯୁକ୍ତ ୨ ମହାବିଦ୍ୟାଳୟ ପିଅନଙ୍କୁ ହତ୍ୟା  ଅଭିଯୋଗ । ତାଙ୍କ ନାଁ ମିଲୁଚରଣ ବେହେରା।

ଆଜି ସକାଳୁ ମହୁଲିନାଲି ରାସ୍ତା କଡ଼ରୁ ମିଲୁଙ୍କ ମୃତଦେହ ମିଳିଛି  । ଗତକାଲି ରାତିରେ ସେ ବାଲିରୋଇରୁ ରେଙ୍ଗାଳ ବାହାଳ ଗାଁରେ ରହୁଥିବା ନିଜ ପରିବାର ପାଖକୁ ଯାଉଥିଲେ। ହେଲେ ଆଜି ସକାଳ ପର୍ଯ୍ୟନ୍ତ ଘରେ ପହଞ୍ଚିନଥିବାରୁ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ ।

ମୃତଦେହ ମିଳିବା ପରେ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରି ହତ୍ୟା ମାମଲା ରୁଜୁ କରିଛି । ସାଇଣ୍ଟିଫିକ ଟିମ୍‌ ଓ ସନ୍ଧନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଭାରତୀୟ ଓ୍ବେବସାଇଟ ଓ ଡିଜିଟାଲ ଭିତ୍ତିଭୂମି ଉପରେ ହୋଇପାରେ ସାଇବର ଆଟାକ

ନୂଆଦିଲ୍ଲୀ : ଭାରତୀୟ ଓ୍ବେବସାଇଟ ଓ ଡିଜିଟାଲ ଭିତ୍ତିଭୂମି ଉପରେ ହୋଇପାରେ ଆଟାକ । ଏକ ହ୍ୟାକର ଗ୍ରୁପ ଯୋଜନା ନେଇ ସୂଚନା ମିଳିବା ପରେ ଦେଶବ୍ୟାପୀ ଜାରି ହୋଇଛି ଆଲର୍ଟ । ଏହି ଆଲର୍ଟ ଜାରି ହେବା ପରେ ସାଇବର ସିକ୍ୟୁରିଟି ନେଇ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗ ପକ୍ଷରୁ ନିଆଯାଇଛି ପଦକ୍ଷେପ । ଆସନ୍ତା ୧୧ ତାରିଖରେ ପାକିସ୍ତାନ ଓ ଇଣ୍ଡୋନେସିଆର କେତେକ ପ୍ରମୁଖ ହ୍ୟାକର ଗ୍ରୁପ ଏକ ସାଇବର ପାର୍ଟି ଆୟୋଜନ କରିଥିବା ନେଇ ସୂଚନା ମିଳିବା ପରେ ଦେଶରେ ଆଲର୍ଟ ଜାରି କରାଯାଇଛି । ଏହି ହ୍ୟାକର ଗ୍ରୁପରେ ୪ ହଜାରରୁ ଅଧିକ ବ୍ୟକ୍ତିବିଶେଷ ସାମିଲ ରହିଛନ୍ତି । ବିଶେଷ କରି ଦେଶର ଡିଜିଟାଲ ଭିତ୍ତିଭୂମି ନଷ୍ଟ କରିବା ସେମାନଙ୍କ ଉଦ୍ଦେଶ୍ୟ ବୋଲି ବିଚାର କରିଛନ୍ତି ଗୁଇନ୍ଦା ବିଭାଗ । ବିଭିନ୍ନ ଓ୍ବେବସାଇଟରେ ଯେପରି ବେଆଇନ ଆକ୍ସେସ ହୋଇପାରିବ ନାହିଁ ସେଥିଲାଗି ଦିଆଯାଇଛି ଗୁରୁତ୍ବ । ଡାଟାଗୁଡିକର ସୁରକ୍ଷା ଲାଗି ସାଇବର ହାଇଜିନ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରକ୍ରିୟା ଅବଲମ୍ବନ ଲାଗି ପରାମର୍ଶ ଦିଆଯାଇଛି ।

କେନ୍ଦ୍ରୀୟ ସଂସ୍ଥା ଆଶଙ୍କା କରିଛନ୍ତି ସ୍ବାସ୍ଥ୍ୟ କ୍ଷେତ୍ରର ସାଇବର ଭିତ୍ତିଭୂମିକୁ ପ୍ରାଇମ ଟାର୍ଗେଟ କରାଯାଇଛି । ହ୍ୟାକର ଗ୍ରୁପର ଟାର୍ଗେଟରେ ସ୍ବାସ୍ଥ୍ୟ ଭିତ୍ତିଭୂମି ରହିଛି । ପୂର୍ବରୁ ଏହି ଗ୍ରୁପର ୧୨ ହଜାର ସରକାରୀ ଓ୍ବେବସାଇଟଙ୍କୁ ଟାର୍ଗେଟ କରିଥିଲା । ଏହି ସଂଗଠନ ପକ୍ଷରୁ ଆମେରିକା, ସୁଇଡେନ ଓ ଇସ୍ରାଏଲ ଉପରେ ବି ସାଇବର ଆକ୍ରମଣ କରାଯାଇଥିଲା ।

ଭଦ୍ରକ ମଦିନା ମୈଦାନ ଓ ଏହାର ୨୦୦ ମିଟର ପରିସରରେ ୧୪୪ ଧାରା ଜାରୀ

ଭଦ୍ରକ : ମଦିନା ମୈଦାନ ଓ ଆଖପାଖ ୨୦୦ ମିଟର ପରିସରରେ ୧୪୪ ଧାରା ଜାରୀ । ୧୪୪ ଧାରା ଜାରିକଲେ ଭଦ୍ରକ ଉପଜିଲ୍ଲାପାଳ ମନୋଜ ପାତ୍ର । ୮ ତାରିଖ ଦିନ ପୂର୍ବାହ୍ନ 1୧୧ଟାରୁ ୯ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ କଟକଣା ଜାରି । ପ୍ରତିବାଦ ସଭାକୁ ଆଇନ ଶୃଙ୍ଖଳା ବିପର୍ଯୟ ହେବା ସମ୍ଭାବନାକୁ ନେଇ କଟକଣା । ନିୟମ ଉଲଂଘନ କଲେ ଭଦ୍ରକ ପୁରୁଣାବଜାର ପୋଲିସକୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ସୂଚନା ଅନୁସାରେ ଭଦ୍ରକ ସହର ପୁରୁଣା ବଜାର ଥାନା ଅଧିନ ମଦିନା ମୈଦାନ ସମ୍ମୁଖରେ ସବିର ଖାଁ ନାମକ ଜଣେ ବ୍ୟକ୍ତି ଏକ ପ୍ରତିବାଦ ସଭା କରିବାକୁ ଆବେଦନ କରିଥିଲେ ।

ତେବେ ଏହି ପ୍ରତିବାଦ ସଭା ହେଲେ ସମ୍ପୃକ୍ତ ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟୟ ହୋଇ ଶାନ୍ତି ଭଙ୍ଗ ହେବା ସହ ହତ୍ୟା, ଦଙ୍ଗା ଓ ସାଧାରଣ ଜନତାଙ୍କ ଧନ, ଜୀବନ ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ଥିବା ନେଇ ଭଦ୍ରକ ମୁସଲିମ ଜମାତର କାର୍ଯ୍ୟକର୍ତ୍ତା ଓ ସଭ୍ୟ ମାନଙ୍କ ଅଭିଯୋଗ ଭିତ୍ତିରେ ଭଦ୍ରକ ସବ ଡିଭିଜନାଲ ମାଜିଷ୍ଟ୍ରେଟ ତଥା ଉପ-ଜିଲ୍ଲାପାଳ ମନୋଜ ପାତ୍ର ଏହି ନିଷ୍ପତ୍ତି ନେଇଛନ୍ତି । ଏହି ଆଦେଶ କୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ପୁରୁଣା ବଜାର ଥାନା ଆଇଆଇସି ଙ୍କୁ ନିର୍ଦେଶ ଦେବା ସହ ଏ ନେଇ ଜିଲ୍ଲାପାଳ, ଏସପି, ସିଟି ଡିଏସପି ପ୍ରମୁଖଙ୍କୁ ଅବଗତ କରାଇଛନ୍ତି ।

ଛାତ୍ରଙ୍କୁ ଅପହରଣ ଉଦ୍ୟମ, ଅଳ୍ପକେ ବର୍ତ୍ତିଲେ ଛାତ୍ର

ଯାଜପୁର : ଉପସ୍ଥିତ ବୁଦ୍ଧି ପାଇଁ ଅପହରଣରୁ ଅଳ୍ପକେ ବର୍ତ୍ତିଲେ ଛାତ୍ର। ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ । ଚୋରମୁହାଁ ଗାଁର ସୁଶାନ୍ତ କୁମାର ବେହେରାଙ୍କ ପୁଅ ଓମ୍ ସାଇ ପ୍ରସାଦ ସ୍କୁଲକୁ ଯିବା ବେଳେ ରାସ୍ତାରେ ୨ ଜଣ ଅଜଣା ଯୁବକ ବାଇକରେ ଆସି ତାଙ୍କୁ ଅଟକାଇଥିଲେ ।

ଦୁର୍ବୃତ୍ତ ଛାତ୍ରଙ୍କୁ ସାଙ୍ଗରେ ଯିବା ପାଇଁ କହିଥିଲେ। ସେ ରାଜି ନହେବାରୁ ଦୁର୍ବୃତ୍ତ ଛୁରୀ ବାହାର କରିଥିଲେ। ଉପସ୍ଥିତ ବୃଦ୍ଧି ଖଟାଇ ଛାତ୍ର ସେଠାରୁ ଦୌଡି ପଳାଯାଇଥିଲେ । ଏହି ସମୟରେ ଏକ ଅଟୋ ଆସିବାରୁ ଦୁର୍ବୁତ୍ତ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ ।

ଛାତ୍ରଙ୍କୁ ଅପହରଣ ଓ ହତ୍ୟା ଉଦ୍ୟମ କରାଯାଇ ଥିବା ଓମଙ୍କ ବାପା ଜାରକା ପୋଲିସ ବିଟ୍ ହାଉସରେ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ଘଟଣାର ତଦନ୍ତ ଚଳାଇଛି ।

ପଞ୍ଚମ ଥର ଲାଗି ରେପୋରେଟ ଅପରିବର୍ତ୍ତିତ ରଖିଛନ୍ତି ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ଘୋଷିତ । ପଞ୍ଚମ ଥର ଲାଗି ରେପୋରେଟ ଅପରିବର୍ତ୍ତିତ ରଖିଛନ୍ତି ରିଜର୍ଭ ବ୍ୟାଙ୍କ । ରେପୋରେଟ ୬.୫ ପ୍ରତିଶତ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଅନ୍ୟାନ୍ୟ ବ୍ୟାଙ୍କକୁ ଯେଉଁ ହାରରେ ରିଜର୍ଭ ବ୍ୟାଙ୍କ ଋଣ ଦେଇଥାଏ ତାହାକୁ କୁହାଯାଇଥାଏ ରେପୋରେଟ । ରିଜର୍ଭ ବ୍ୟାଙ୍କର ଏହି ନିଷ୍ପତ୍ତି ଫଳରେ ଋଣ ଉପରେ ସୁଧହାର ଅପରିବର୍ତ୍ତିତ ରହିବ । ଶକ୍ତିକାନ୍ତ କହିଛନ୍ତି- ବିଶ୍ବ ଅର୍ଥନୀତି ସ୍ବାଭାବିକ ରହିଛି ଏବଂ ଗତ ବର୍ଷ ତୁଳନାରେ ମୁଦ୍ରାସ୍ଫୀତି ହ୍ରାସ ପାଇଛି । ଭାରତୀୟ ଅର୍ଥନୀତି ମଧ୍ୟ ସକାରାତ୍ମକ ହାରରେ ଗତି କରୁଛି । ଅର୍ଥନୀତିର ଅନ୍ୟାନ୍ୟ ଦିଗ ପ୍ରତି ଆରବିଆଇ ଗୁରୁତ୍ବ ଦେଉଛି ବୋଲି ସେ କହିଛନ୍ତି । RBI's rate hike shock sends markets spiralling lower

ଅନ୍ୟପଟେ ଦେଶରେ UPI କାରବାରକୁ ପ୍ରୋତ୍ସାହିତ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୁଦ୍ରା ନୀତି ବୈଠକରେ ଏକ ବଡ଼ ନିଷ୍ପତ୍ତି ନେଇଛି । UPI ଲୋକଙ୍କ ଜୀବନ ଏବଂ ଦେୟ ପ୍ରକ୍ରିୟାକୁ ଅଧିକ ସହଜ କରିଛି | ଏହି କାରଣରୁ ପ୍ରତି ମାସରେ UPI କାରବାର ସଂଖ୍ୟା ବୃଦ୍ଧି ପାଉଛି | ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର ଦିନ ଏମପିସି ଘୋଷଣାରେ କହିଛନ୍ତି ଯେ ରେପୋ ହାରରେ କୌଣସି ପରିବର୍ତ୍ତନ କରାଯାଉନାହିଁ। ଏହା ବ୍ୟତୀତ ସେ ଡାକ୍ତରଖାନା, ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ୟୁପିଇ କାରବାରର ସୀମାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି।

ଆଉ ୟୁକ୍ରେନ ରକ୍ଷା ପାଇବ ନାହିଁ, ଋଷ ଆଗରେ ଆତ୍ମସମର୍ପଣ କରିବ କି ?

ନନ୍ଦିଘୋଷ ବ୍ୟୁରୋ : ୟୁକ୍ରେନ ଏବଂ ଋଷ ମଧ୍ୟରେ ଦୀର୍ଘ ଦିନଧରି ଜାରିରହିଛି ଯୁଦ୍ଧ । ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ଯାଉଛି । ଉଭୟ ପକ୍ଷର ହଜାର ହଜାର ସୈନ୍ୟଙ୍କର ମୃତ୍ୟୁ ହୋଇଛି । ତଥାପି ଯୁଦ୍ଧ ବନ୍ଦ ହେବାର ନାଁ ଧରୁନି । କିନ୍ତୁ ବର୍ତ୍ତମାନ ଯୁଦ୍ଧରେ ୟୁକ୍ରେନ ଦୁର୍ବଳ ହୋଇପଡିଛି। ଦୁର୍ବଳ ହେବାର ପ୍ରମୂଖ କାରଣ ଆମେରିକା ଦେଉଥିବା ଅର୍ଥ ବନ୍ଦ କରିଦେଇଛି | ସିନେଟରେ ରିପବ୍ଲିକାନ୍ ସିନେଟରମାନେ ୟୁକ୍ରେନକୁ କୋଟି କୋଟି ଟଙ୍କା ଅର୍ଥ ଅବରୋଧ କରିଥିଲେ। ରାଷ୍ଟ୍ରପତି ଜୋ ବାଇଡେନ ପୂର୍ବରୁ ଚେତାବନୀ ଦେଇଥିଲେ ୟୁକ୍ରେନକୁ ଯେ ଅର୍ଥ ବନ୍ଦ କଲେ ଗୁରୁତର ପରିଣାମ ଆସିପାରେ, କିନ୍ତୁ ୟୁକ୍ରେନ ଏହି ଅର୍ଥ ପାଇବାକୁ ଆଶା ରଖିଥିଲା। ଶେଷରେ ଆମେରିକା ଅର୍ଥ ବନ୍ଦ କରିବା ସହିତ ୟୁକ୍ରେନ ପାଇଁ ସବୁଠାରୁ ବଡ ଆହ୍ୱାନ ଦେଇଛି ଋଷ ବିରୁଦ୍ଧରେ ଯୁଦ୍ଧ ବଜାୟ ରଖିବାକୁ ହେବ। ଅଧିକାଂଶ ସାମରିକ ଆବଶ୍ୟକତା ପାଇଁ ୟୁକ୍ରେନ ଆମେରିକା ଉପରେ ନିର୍ଭରଶୀଳ ଥିଲା । ଏବେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ବିସ୍ତାର କରିବାରେ ଅକ୍ଷମ ହେବ, ସାମରିକ ତାଲିମ ଏବଂ ଲଜିଷ୍ଟିକ୍ସ ପ୍ରଭାବିତ ହୋଇପାରେ, ଯାହା ସିଧାସଳଖ ରୁଷ ବିରୋଧରେ ଯୁଦ୍ଧକୁ ଦୁର୍ବଳ କରିବ | ଆମେରିକାର ସିନେଟରେ ପ୍ରତ୍ୟାଖ୍ୟାନ ହୋଇଥିବା ବିଲରେ ଅନ୍ତର୍ଭୁକ୍ତ ୧୧୦ ବିଲିୟନ ଡଲାର ମଧ୍ୟରୁ ୬୧ ବିଲିୟନ ଡଲାର କେବଳ ୟୁକ୍ରେନକୁ ଦିଆଯାଉଥିଲା ଯାହା ଯୁଦ୍ଧ ସମୟରେ ବିନୀଯୋଗ ହେଉଥିଲା । ଆମେରିକାରେ ୟୁକ୍ରେନ ରାଷ୍ଟ୍ରଦୂତ ଅକ୍ସାନା ମାର୍କାରୋଭା ଆଶା କରିଛନ୍ତି ଯେ ଆମେରିକା କଂଗ୍ରେସ ପୁଣି ଥରେ ଏହି ପ୍ରସଙ୍ଗରେ ଭୋଟ୍ ଦେବ। କୁହାଯାଉଛି ଯେ ରିପବ୍ଲିକାନ୍ ପାର୍ଟିର ସିନେଟରମାନେ ଆମେରିକାର ସୀମାର ସୁରକ୍ଷା ସହ ଜଡିତ ବିଷୟ ଉଲ୍ଲେଖ ନକରି କ୍ରୋଧିତ ହୋଇଥିଲେ। ବାସ୍ତବରେ, ସିନେଟରେ ରିପବ୍ଲିକାନ୍ ପାର୍ଟିର ପ୍ରାଧାନ୍ୟ ରହିଛି ଏବଂ ଏହି କାରଣରୁ ଡେମୋକ୍ରାଟ୍ ସରକାର ଅର୍ଥ ପାଇଁ ରିପବ୍ଲିକାନ୍ସଙ୍କ ସମର୍ଥନ ଆବଶ୍ୟକ କରନ୍ତି |

ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଆମେରିକାର କଂଗ୍ରେସ ବୈଠକ ଜାରି ରହିବ ଏବଂ ମଝିରେ ଭୋଟ୍ ପୁନର୍ବାର କରାଯିବ ବୋଲି ଆଶା କରାଯାଉଛି। ୟୁକ୍ରେନ ରାଷ୍ଟ୍ରଦୂତ କହିଛନ୍ତି ଯେ ସେ ଆମେରିକା କଂଗ୍ରେସ ସହ ଆଲୋଚନା କରୁଛନ୍ତି। ୟୁକ୍ରେନ ରାଷ୍ଟ୍ରଦୂତ ଆଶା କରିଛନ୍ତି ଯେ ଖ୍ରୀଷ୍ଟମାସ ପୂର୍ବରୁ ଆମେରିକା କଂଗ୍ରେସ କିଛି ଅନୁକମ୍ପା ଦେଖାଇବ, ଯାହା ସେମାନଙ୍କୁ ଅର୍ଥ ପ୍ରଦାନ କରିବ ଏବଂ ଋଷ ବିରୋଧରେ ପ୍ରତିପକ୍ଷ ଆକ୍ରମଣକୁ ତୀବ୍ର କରିବାରେ ସକ୍ଷମ ହେବ। ଆମେରିକାରେ ସୀମା ସୁରକ୍ଷା ଏକ ବଡ଼ ପ୍ରସଙ୍ଗ, ଯେଉଁଠାରେ ମେକ୍ସିକୋ ସୀମାରୁ ପ୍ରତିଦିନ ଅନୁପ୍ରବେଶ ହୁଏ | ଏହା ଆମେରିକାର ଜନସଂଖ୍ୟା ଉପରେ ପ୍ରଭାବ ପକାଇଥାଏ |

ମେରିକା ଅର୍ଥ ବନ୍ଦ କଲେ ରୁଷ ଏହାର ଲାଭ ଉଠାଇପାରେ

ଆମେରିକା ଅର୍ଥ ବନ୍ଦ କଲେ ସବୁଠାରୁ ଅଧିକ ପ୍ରଭାବ ୟୁକ୍ରେନ ସେନା ଉପରେ ପଡ଼ିବ । କାରଣ ଆଗାମୀ ଦିନରେ ଶୀତର ସମ୍ମୁଖୀନ ହେବେ ୟୁକ୍ରେନ ସେନା । ଶୀତ ଋତୁରେ ସେନା ପାଇଁ ଭୂମିରେ ରହିବା କଷ୍ଟସାଧ୍ୟ ହେବ | ଅନେକ ଗଣମାଧ୍ୟମ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ରାଷ୍ଟ୍ରପତି ଜେଲେନସ୍କି ଏବଂ ବରିଷ୍ଠ ସେନା କମାଣ୍ଡରଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲିନାହିଁ। ଆହୁରି ମଧ୍ୟ ଦାବି ରହିଛି ଯେ ଯଦି ରାଜନୈତିକ ଏବଂ ଅର୍ଥନୈତିକ ଅସ୍ଥିରତା ଥାଏ, ତେବେ ଋଷ ଏହାର ଫାଇଦା ନେଇ ସେନାକୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିପାରିବ।

ତେଲଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଅସୁସ୍ଥ

ହାଇଦ୍ରାବାଦ : ତେଲଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଆହତ। ହାଇଦ୍ରାବାଦ ଇରାବଳି ସ୍ଥିତ ଫାର୍ମହାଉସରେ ଖସି ପଡିଯିବା ପରେ ତାଙ୍କୁ ଗତକାଲି ରାତି ୨ଟା ସମୟରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେ. ଚନ୍ଦ୍ରଶେଖର ରାଓଙ୍କ ଅଣ୍ଟା ହାଡ଼ରେ ଫାଟ ସୃଷ୍ଟି ହୋଇଥିବା ଜଣାପଡିଛି । ତାଙ୍କର ଅଣ୍ଟାରେ ଅସ୍ତ୍ରୋପଚାର ହୋଇପାରେ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ୬୯ ବର୍ଷୀୟ କେ. ଚନ୍ଦ୍ରଶେଖର ରାଓ ବିଧାନସଭା ନିର୍ବାଚନରେ ଦଳର ପରାଜୟ ପରେ ଗତ ୩ ଦିନ ଧରି ନିଜ ଦଳର ନେତା ଓ ପ୍ରଶଂସକଙ୍କୁ ସାକ୍ଷାତ କରୁଥିଲେ । Former Telangana CM KCR falls at farmhouse, hospitalised with hairline fracture | India News - The Indian Express

ଗତକାଲି ମଧ୍ୟ ସେ କିଛି ଲୋକଙ୍କୁ ସାକ୍ଷାତ କରିଥିଲେ। ଏହି ସମୟରେ ଘରେ ପଡ଼ିଯାଇଥିଲେ କେ. ଚନ୍ଦ୍ରଶେଖର ରାଓ। ୨୦୧୪ ଠାରୁ ୨୦୨୩ ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ରହିଥିଲେ । ବିଧାନସଭା ନିର୍ବାଚନରେ କଂଗ୍ରେସ ଠାରୁ ହାରିବା ପରେ କେସିଆର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ତେଲଙ୍ଗାନାର ଗଜୱେଲ ଆସନରୁ ଚଳିତ ନିର୍ବାଚନରେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି କେସିଆର । ଭାରତୀୟ ରାଷ୍ଟ୍ର ସମିତି ବିଧାନସଭା ନିର୍ବାଚନରେ ୩୯ ସିଟରେ ବିଜୟ ସହ ବିରୋଧୀ ଦଳର ସ୍ଥାନ ନେଇଛି ।

ଆଜି ଉଦଘାଟିତ ହେବ ତାଳଚେରର ପବିତ୍ର ମୋହନ ପ୍ରଧାନ ସରକାରୀ ଚିକିତ୍ସାଳୟ

ଅନୁଗୁଳ : ଅନୁଗୁଳରେ ସ୍ବାସ୍ଥ୍ୟସେବାର ନୂଆ ଯୁଗ । ଆଜି ଉଦଘାଟିତ ହେବ ତାଳଚେରର ପବିତ୍ର ମୋହନ ପ୍ରଧାନ ସରକାରୀ ଚିକିତ୍ସାଳୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସରକାରୀ ଚିକିତ୍ସାଳୟକୁ ଉଦଘାଟନ କରିବେ  । କାର୍ଯ୍ୟକ୍ରମରେ କେନ୍ଦ୍ର କୋଇଲା ତଥା ଖଣି ମନ୍ତ୍ରୀ ପ୍ରହଲାଦ ଭେଙ୍କଟେଶ ଯୋଶୀ ଅତିଥି ଭାବେ ଯୋଗଦେବେ  । ପୂର୍ବରୁ ନେହେରୁ ଶତାବ୍ଦୀ ହସପିଟାଲ ଭାବରେ ତାଳଚେରରେ ଏହି ମେଡ଼ିକାଲ ଚାଲୁଥିଲା  । ରାଜ୍ୟ ସରକାର ଏହାକୁ ହାତକୁ ନେବାସହ ନାମ ପରିବର୍ତ୍ତନ କରି ସ୍ବାଧୀନତା ସଂଗ୍ରାମୀ ପବିତ୍ର ମୋହନଙ୍କ ନାମରେ ଡାକ୍ତରଖାନାର ନାମକରଣ କରିଛନ୍ତି  । ପରବର୍ତ୍ତୀ ସମୟରେ ଏହା ମେଡ଼ିକାଲ କଲେଜ ଭାବରେ ପରିଚାଳିତ ହେବ । ଯେଉଁଥିରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ସମେତ ଡାକ୍ତରୀ ପାଠ୍ୟକ୍ରମ ରହିବ । ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି ।

୨ ରୁ ୩ ଦିନ ମଧ୍ୟରେ ଓଡ଼ିଶାକୁ ଫେରିବ ଶୀତ

ଭୁବନେଶ୍ୱର : ଓଡ଼ିଶାକୁ ଫେରିବ ଶୀତ । ୨ ରୁ ୩ ଦିନ ମଧ୍ୟରେ ଜାଡ ବଢିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କୋହଲା ପାଗ ପ୍ରଭାବ କମିବା ପରେ ଶୀତ ବଢିବ । ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ । ବର୍ତ୍ତମାନ କୋହଲା ପାଗ ସହ ମେଘୁଆ ଆକାଶ ପ୍ରଭାବରେ ଦିନର ତାପମାତ୍ରା ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିଥିବା ବେଳେ ରାତ୍ରିର ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଉପରେ ରହିଛି । ୯ ତାରିଖ ପରେ ଉପାନ୍ତରୁ ଉପକୂଳ ସବୁଠି ରାତିର ତାପମାତ୍ରା କମିବ । Weather update: Abatement of cold wave conditions likely over plains of  northwest India after 24 hours; check complete IMD forecast | India News,  Times Now

ସେପଟେ ଦକ୍ଷିଣ-ଛତିଶଗଡ ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଲଘୁଚାପ ଦୁର୍ବଳ ହୋଇଛି । ଏହାସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୩.୧ କିମି ଉଚ୍ଚତା ଯାଏଁ ବ୍ୟାପିଛି । ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ କୋହଲା ପାଗ ଲାଗିରହିଛି । ଆସନ୍ତା ୨ ଦିନ ଭିତରେ ପାଗରେ ପରିବର୍ତ୍ତନ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି ।