ଆଜି ଉଦଘାଟିତ ହେବ ତାଳଚେରର ପବିତ୍ର ମୋହନ ପ୍ରଧାନ ସରକାରୀ ଚିକିତ୍ସାଳୟ

ଅନୁଗୁଳ : ଅନୁଗୁଳରେ ସ୍ବାସ୍ଥ୍ୟସେବାର ନୂଆ ଯୁଗ । ଆଜି ଉଦଘାଟିତ ହେବ ତାଳଚେରର ପବିତ୍ର ମୋହନ ପ୍ରଧାନ ସରକାରୀ ଚିକିତ୍ସାଳୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସରକାରୀ ଚିକିତ୍ସାଳୟକୁ ଉଦଘାଟନ କରିବେ  । କାର୍ଯ୍ୟକ୍ରମରେ କେନ୍ଦ୍ର କୋଇଲା ତଥା ଖଣି ମନ୍ତ୍ରୀ ପ୍ରହଲାଦ ଭେଙ୍କଟେଶ ଯୋଶୀ ଅତିଥି ଭାବେ ଯୋଗଦେବେ  । ପୂର୍ବରୁ ନେହେରୁ ଶତାବ୍ଦୀ ହସପିଟାଲ ଭାବରେ ତାଳଚେରରେ ଏହି ମେଡ଼ିକାଲ ଚାଲୁଥିଲା  । ରାଜ୍ୟ ସରକାର ଏହାକୁ ହାତକୁ ନେବାସହ ନାମ ପରିବର୍ତ୍ତନ କରି ସ୍ବାଧୀନତା ସଂଗ୍ରାମୀ ପବିତ୍ର ମୋହନଙ୍କ ନାମରେ ଡାକ୍ତରଖାନାର ନାମକରଣ କରିଛନ୍ତି  । ପରବର୍ତ୍ତୀ ସମୟରେ ଏହା ମେଡ଼ିକାଲ କଲେଜ ଭାବରେ ପରିଚାଳିତ ହେବ । ଯେଉଁଥିରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ସମେତ ଡାକ୍ତରୀ ପାଠ୍ୟକ୍ରମ ରହିବ । ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି ।