ଛାତ୍ରଙ୍କୁ ଅପହରଣ ଉଦ୍ୟମ, ଅଳ୍ପକେ ବର୍ତ୍ତିଲେ ଛାତ୍ର

ଯାଜପୁର : ଉପସ୍ଥିତ ବୁଦ୍ଧି ପାଇଁ ଅପହରଣରୁ ଅଳ୍ପକେ ବର୍ତ୍ତିଲେ ଛାତ୍ର। ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ । ଚୋରମୁହାଁ ଗାଁର ସୁଶାନ୍ତ କୁମାର ବେହେରାଙ୍କ ପୁଅ ଓମ୍ ସାଇ ପ୍ରସାଦ ସ୍କୁଲକୁ ଯିବା ବେଳେ ରାସ୍ତାରେ ୨ ଜଣ ଅଜଣା ଯୁବକ ବାଇକରେ ଆସି ତାଙ୍କୁ ଅଟକାଇଥିଲେ ।

ଦୁର୍ବୃତ୍ତ ଛାତ୍ରଙ୍କୁ ସାଙ୍ଗରେ ଯିବା ପାଇଁ କହିଥିଲେ। ସେ ରାଜି ନହେବାରୁ ଦୁର୍ବୃତ୍ତ ଛୁରୀ ବାହାର କରିଥିଲେ। ଉପସ୍ଥିତ ବୃଦ୍ଧି ଖଟାଇ ଛାତ୍ର ସେଠାରୁ ଦୌଡି ପଳାଯାଇଥିଲେ । ଏହି ସମୟରେ ଏକ ଅଟୋ ଆସିବାରୁ ଦୁର୍ବୁତ୍ତ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ ।

ଛାତ୍ରଙ୍କୁ ଅପହରଣ ଓ ହତ୍ୟା ଉଦ୍ୟମ କରାଯାଇ ଥିବା ଓମଙ୍କ ବାପା ଜାରକା ପୋଲିସ ବିଟ୍ ହାଉସରେ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ଘଟଣାର ତଦନ୍ତ ଚଳାଇଛି ।