spot_img
Home Blog Page 2444

ପ୍ରବଳ ଥଣ୍ଡାରେ କଲବଲ ଉତ୍ତରରୁ ପୂର୍ବୋତ୍ତର, ଅଧିକାଂଶ ରାଜ୍ୟରେ ତାପମାତ୍ରା ୨ ଡିଗ୍ରୀ

ଭୁବନେଶ୍ବର: ପ୍ରବଳ ଥଣ୍ଡାରେ କଲବଲ ସମଗ୍ର ଦେଶ  । ଅଧିକାଂଶ ରାଜ୍ୟରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ଛୁଇଁଛି  । ଚଳିତ ସିଜିନର ସବୁଠାରୁ ଥଣ୍ଡା ଦିନ ଗତ ୧୦ ଓ ୧୧ ଡିସେମ୍ବର ରେକର୍ଡ ହୋଇଛି  । ଉତ୍ତର ଭାରତରେ ତାପମାତ୍ରା ଡିସେମ୍ବର ୧୫ ପର୍ଯ୍ୟନ୍ତ ଆହୁରି କମିବ ବୋଲି ପାଣିପାଗ ବିଭାଗ କହିଛି  । ସେହିପରି ପୂର୍ବୋତ୍ତର ରାଜ୍ୟରେ ଘନ କୁହୁଡି ହେବା ସହ ତାପମାତ୍ରା ଖସିବା ନେଇ ଆଶଙ୍କା କରିଛି ପାଣିପାଗ ବିଭାଗ  ।

ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରାରେ ଡିସେମ୍ବର ୧୨ରେ ଘନ କୁହୁଡି ଦେଖାଦେଇଛି  । ସେହିପରି ଉତ୍ତର ପ୍ରଦେଶ, ବିହାର, ଝାଡଖଣ୍ଡ, ମଧ୍ୟ ପ୍ରଦେଶ, ରାଜସ୍ଥାନରେ ଶୀତ ଲହରୀ ପ୍ରବାହିତ ହେବ  । ରାଜଧାନୀ ଦିଲ୍ଲୀରେ ଚଳିତ ସପ୍ତାହରେ କୁହୁଡି ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି  ।

ରବିବାର ପାରଦ ଖସି ୬.୫ ଡିଗ୍ରୀ ସେଲସିୟସରେ ପହଞ୍ଚିଛି  । ଯାହାକି ପାଖାପାଖି ୩ ଡିଗ୍ରୀ ସେଲସିୟସରୁ କମ  । ଗତ କିଛି ଦିନ ମଧ୍ୟରେ ପୂର୍ବୋତ୍ତର ମୌସୁମୀ କିଛି ଅଞ୍ଚଳରେ ଅଗ୍ରସର ହେଉଛି  । କେରଳ ଓ ଏହାର ଆଖପାଖ ଦକ୍ଷିଣାଞ୍ଚଳରେ ବାୟୁ ସକ୍ରିୟ ରହିବା ନେଇ ଆଶଙ୍କା କରାଯାଉଛି  । ଫଳରେ ଆହୁରି ଏକ ସପ୍ତାହ ଧରି ପାରଦ ଖସିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ  ।

ଆଜିଠୁ ଖେଳାଯିବ ଓଡିଶା ମାଷ୍ଟର୍ସ BWF ସୁପର ହଣ୍ଡ୍ରେଡ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ, ଭାଗନେବେ ୩୦ ଦେଶ

କଟକ: ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆଜିଠୁ ଖେଳାଯିବ ଓଡିଶା ମାଷ୍ଟର୍ସ BWF ସୁପର ହଣ୍ଡ୍ରେଡ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ । ଏଥିରେ ବିଶ୍ବର 30 ଟି ଦେଶର 2ଶହରୁ ଅଧିକ ପୁରୁଷ ଓ ମହିଳା ବ୍ୟାଡମିଣ୍ଟନ ଖେଳାଳି ଭାଗ ନେଇଛନ୍ତି । ଟୁର୍ଣ୍ଣାମେଣ୍ଟ ୬ ଦିନ ଧରି ଚାଲିବ । ଏଥିରେ ବିଶ୍ବର ଏକ ନମ୍ବର ବ୍ୟାଡମିଣ୍ଟନ ଖେଳାଳିଙ୍କ ସହ ବହୁ ସିଡେଡ୍ ଖେଳାଳି ଭାଗ ନେବେ ।

ଓଡିଶା ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ ଏହାକୁ ଆୟୋଜନ କରାଯାଇଥିବାବେଳେ ଖେଳର ସଫଳତା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । 2022ରେ ଓଡିଶା ଓପନ ନାମରେ ଏହି ବିଡ୍ଲୁଏଫ ବ୍ୟାଡମିଣ୍ଟନ କଟକରେ ଆୟୋଜିତ ହୋଇଥିଲା । ତେବେ ଚଳିତବର୍ଷ ଅଧିକରୁ ଅଧିକ ଭଲ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଛନ୍ତି ।

ଆଖଣ୍ଡଳମଣି ପୀଠର ରୂପାନ୍ତରଣ ପାଇଁ ପ୍ରଶାସନ ଓ ବିସ୍ଥାପିତଙ୍କ ମଧ୍ୟରେ ଆଲୋଚନା

0

ଭଦ୍ରକ: ଆଖଣ୍ଡଳମଣି ପୀଠର ରୂପାନ୍ତରଣ ପାଇଁ ଜିଲା ପ୍ରଶାସନିକ ଅଧିକାରୀ ଓ ବିସ୍ଥାପିତ ସେବାୟତମାନଙ୍କ ମଧ୍ଯରେ ହୋଇଛି ଆଲୋଚନା। ରୂପାନ୍ତରଣ ପାଇଁ ରାଜ୍ଯ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ୪୨କୋଟି ଟଙ୍କା। ଏହି ଯୋଜନାରେ ମନ୍ଦିର ଓ ପୁଷ୍କରିଣୀ ଚତୁପାର୍ଶ୍ବରୁ ୯୮ଜଣ ବିସ୍ଥାପିତ ହେବେ। ଅର୍ଥ ମଞ୍ଜୁର ହୋଇଥିବାରୁ ଆଲୋଚନା ହୋଇଛି । ଜିଲା ଭୂଅର୍ଜନ ଅଧିକାରୀ ଜମିର ମୂଲ୍ଯ ଓ ଘରର ମୂଲ୍ଯ ଉପରେ ସ୍ବତନ୍ତ୍ର ପ୍ଯାକେଜ ଉପରେ ଆଲୋଚନା ହୋଇଛି।

ପ୍ରଥମ ପ୍ରଯ୍ଯାୟରେ ମନ୍ଦିର ପରିସର ରୂପାନ୍ତରଣ ପାଇଁ ଯୋଗାଇ ଦିଆଯାଇଥିବା ୬କୋଟି ଟଙ୍କାର କାର୍ଯ୍ଯ ପୂର୍ଣ୍ଣାଙ୍ଗ ରୂପରେଖ ନେଇ ଝଲସୁଥିବା ବେଳେ ଦ୍ବିତୀୟ ପ୍ରଯ୍ଯାୟ କାର୍ଯ୍ଯ ଆରମ୍ଭ ହୋଇଛି। ବିଶେଷକରି ମଣିବାବାଙ୍କ ମହାଶିବଯାତ୍ରୀ ପୂର୍ବରୁ ପରିକ୍ରମା ପ୍ରକଳ୍ପ ମାର୍ଗ ଯୋଜନା ଖୁବଶିଘ୍ର ଆରମ୍ଭ ହେବ ବୋଲି ଅଧିକାରୀ ମାନେ କହିଥିଲେ।ଏଥିପାଇଁ ସମସ୍ତଙ୍କ ସହଯୋଗ ମଧ୍ଯ ଲୋଡିଥିଲେ।

ଏଥିସହ ବିସ୍ଥାପିତମାନେ ସେମାନଙ୍କର ଜମିର ଯଥାଶିଘ୍ର ସମସ୍ତ ଦସ୍ତାବିଜ ଦାଖଲ କରିବାକୁ ପରାମର୍ଶ ଦେଇଥିଲେ ଅଧିକାରୀମାନେ। ଏହି ଜନଶୁଣାଣି ବୈଠକରେ ସମସ୍ତ ବର୍ଗର ବିସ୍ଥାପିତ ଉପସ୍ଥିତ ଥିଲେ। ବିସ୍ଥାପିତଙ୍କୁ ସ୍ବତନ୍ତ୍ର ପ୍ଯାକେଜ ସହ ଘର ଉପଯୋଗୀ ନିମନ୍ତେ ଜମି ଯୋଗାଇ ଦିଆଯିବ ବୋଲି ଜିଲାପାଳ କହିଛନ୍ତି।

ପଶ୍ଚିମବଙ୍ଗରୁ ଭୁବନେଶ୍ବର ଆସୁଥିଲେ, ଭଦ୍ରକରେ ଦୁର୍ଘଟଣା ଘଟି ୨ ମୃତ

ଭଦ୍ରକ: ୧୬ ନମ୍ବର ଜାତୀୟ ରାଜପଥ ରାଣୀତାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟିହେଲା କାର୍ । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଅଛନ୍ତି । ଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

କାରରେ ପଶ୍ଚିମବଙ୍ଗରୁ ଭୁବନେଶ୍ବର ଆସୁଥିବା ବେଳେ ଘଟିଥିଲା ଦୁର୍ଘଟଣା । ଘଟଣାସ୍ଥଳରେ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ସେଣ୍ଟ ଜଜ ପାର୍କରେ ଆଜି ଭାରତକୁ ଭେଟିବ ଦକ୍ଷିଣ ଆଫ୍ରିକା, ବର୍ଷା ସାଜିପାରେ ବାଧକ

କେପ୍ ଟାଉନ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟି-ଟ୍ବେଣ୍ଟି । ଦକ୍ଷିଣ ଆଫ୍ରିକାର ପୋର୍ଟ ଏଲିଜାବେଥର ସେଣ୍ଟ ଜଜ ପାର୍କରେ ମ୍ୟାଚ ଅନୁଷ୍ଠିତ ହେବ । ଭାରତୀୟ ସମୟ ରାତି ୮ଟା ୩୦ରେ ଖେଳ ଆରମ୍ଭ ହେବ । ସୂର୍ଯ୍ୟକୁମାର ଯାଦବ ଭାରତୀୟ ଦଳର ନେତୃତ୍ବ ନେଉଛନ୍ତି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଏହି ଶୃଙ୍ଖଳାରୁ ବିଶ୍ରାମ ଦିଆଯାଇଛି ।

ଶୁବମନ ଗିଲ୍, କୁଲଦୀପ ଯାଦବ, ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଡ଼େଜା ଦିନିକଆ ବିଶ୍ବକପ୍ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ୩ ଟିକିଆ ମ୍ୟାଚ୍ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜର ପ୍ରଥମ ମ୍ୟାଚରେ ବର୍ଷା ବାଧାଦେଇଥିଲା । ସ୍ଥିତି ଏପରି ହୋଇଥିଲା ଯେ ଗୋଟିଏ ବି ବଲ୍ ପଡ଼ିପାରିନଥିଲା । ତେବେ ଆଜି ବି ମ୍ୟାଚରେ ବର୍ଷା ବାଧାଦେବା ଆଶଙ୍କା ରହିଛି । ତେବେ ଆକାଶ ମେଘାଚ୍ଛନ ରହିଥିବାରୁ ଦ୍ରୁତ ବୋଲରଙ୍କୁ ପିଚ୍ ସୁହାଇପାରେ । ଏଥିପାଇଁ ଉଭୟ ଦଳ ତରଫରୁ ସ୍ବତନ୍ତ୍ର ରଣନୀତି କରାଯାଇଛି ।

ଗାଜାରେ ଅସ୍ତ୍ରବିରତି ଲାଗି ଆଜି ଜାତିସଂଘ ସାଧାରଣ ଆସେମ୍ବ୍ଲିରେ ହେବ ଭୋଟ

ନ୍ୟୁୟର୍କ: ଗାଜାରେ ଅସ୍ତ୍ରବିରତି ଲାଗି ଆଜି ଜାତିସଂଘ ସାଧାରଣ ଆସେମ୍ବ୍ଲିରେ ହେବ ଭୋଟ । ସେପଟେ ଇସ୍ରାଏଲ ଆକ୍ରମଣ ବିରୋଧରେ ବିଶ୍ବବ୍ଯାପୀ ଧର୍ମଘଟ ଆହ୍ବାନ ଦେଇଛି ପାଲେଷ୍ଟାଇନ । ଗତ ଅକ୍ଟୋବରରେ ଗାଜାରେ ଅସ୍ତ୍ରବିରତି ଲାଗି ଜାତିସଂଘ ସାଧାରଣ ଆସେମ୍ବ୍ଲିରେ ଭୋଟ ହୋଇଥିଲା । ପ୍ରସ୍ତାବ ସପକ୍ଷରେ 121 ଭୋଟ ମିଳିଥିବାବେଳେ ବିରୋଧରେ 14 ଭୋଟ ମିଳିଥିଲା । ଭୋଟଦାନରୁ ବିରତ ରହିଥିଲେ 44 ରାଷ୍ଟ୍ର ।

ମାନବିକ ସହାୟତା ଉଦ୍ଦେଶ୍ଯରେ ହେବାକୁ ଯାଉଥିବା ଭୋଟରେ 193 ରାଷ୍ଟ୍ର ସାମିଲ ହେବା ଆଶା କରାଯାଉଛି । ଗାଜାରେ ତୁରନ୍ତ ଅସ୍ତ୍ର ବିରତି ଲାଗି ଗତ ଶନିବାର ହୋଇଥିବା ନିରାପତ୍ତା ପରିଷଦ ଜରୁରୀ ଭୋଟରେ ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରିଥିଲା ଆମେରିକା । ଫଳରେ ସାଧାରଣ ଆସେମ୍ବ୍ଲିରେ ଭୋଟ ଦାନ ନେଇ ସାନି ଆବଶ୍ଯକତା ପଡିଥିଲା ।

ସେପଟେ ହମାସର ଅର୍ଥନୈତିକ କାରବାର ଉପରେ କଟକଣା ଲାଗି ଦାବି କରିଛି ୟୁରୋପୀୟ ୟୁନିଅନ । ୟୁରୋପୀୟ ୟୁନିଅନରେ ବର୍ତ୍ତମାନ ହମାସକୁ ଏକ ଆତଙ୍କୀ ସଂଗଠନ ଭାବେ ଘୋଷଣା କରାଯାଇଛି । ସେପଟେ ତୁରନ୍ତ ଆତ୍ମସମର୍ପଣ କରିବା ଲାଗି ହମାସକୁ ଆହ୍ବାନ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ଯାହୁ । ତେଣେ ଇସ୍ରାଏଲର ଆକ୍ରମଣ ବିରୋଧରେ ବିଶ୍ବବ୍ଯାପୀ ଧର୍ମଘଟ ଆହ୍ବାନ ଦେଇଛି ପାଲେଷ୍ଟାଇନ । ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ 18 ହଜାରରୁ ଅଧିକ ଲୋକ ପ୍ରାଣହରାଇଥିବାବେଳେ ପ୍ରାୟ 20 ଲକ୍ଷ ଲୋକ ହେଲେଣି ବିସ୍ଥାପିତ ।

ତୃତୀୟ ଥର ଜୋ ବାଇଡେନଙ୍କୁ ଭେଟିବେ ଜେଲେନସ୍କି, ଅସ୍ତ୍ରଶସ୍ତ୍ର ସହାୟତା ପ୍ରସଙ୍ଗରେ ଆଲୋଚନା

ୱାଶିଂଟନ: ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ମଧ୍ୟରେ ଭେଟଘାଟ । ହ୍ବାଇଟ ହାଉସରେ ହେବାକୁ ଯାଉଥିବା ଆଲୋଚନାକୁ ନେଇ କଳ୍ପନାଜଳ୍ପନା । ଋଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ପରଠାରୁ ଏହା ହେଉଛି ଜେଲେନସ୍କିଙ୍କ ତୃତୀୟ ଓ୍ବାଶିଂଟନ ଗସ୍ତ । ଗତ ସେପ୍ଟେମ୍ବରରେ ସେ ଶେଷ ଥର ଲାଗି ଆମେରିକା ଯାଇଥିଲେ ।

ଯୁଦ୍ଧ ଲାଗି ୟୁକ୍ରେନକୁ ଜରୁରୀ ଅସ୍ତ୍ରଶସ୍ତ୍ର ସହାୟତା ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ହୋଇପାରେ ଆଲୋଚନା । ଆମେରିକାର ସମସ୍ତ ସିନେଟରଙ୍କ ବୈଠକରେ ବି ଯୋଗଦେବେ ଜେଲେନସ୍କି । ବାଚସ୍ପତି ମାଇକ ଜନସନଙ୍କ ସହ ବି ଜେଲେନସ୍କି କେତେକ ପ୍ରସଙ୍ଗରେ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ୟୁକ୍ରେନରେ ଚାଲିଥିବା ଋଷର ଧ୍ବଂସଲୀଳା ବିରୋଧରେ ୟୁକ୍ରେନବାସୀଙ୍କୁ ସମର୍ଥନ କରିବା ହ୍ବାଇଟହାଉସର ଉଦ୍ଦେଶ୍ଯ ରହିଛି ।

ୟୁକ୍ରେନରେ ଋଷର ମିସାଇଲ ଓ ଡ୍ରୋନ ହମଲା ବଢୁଥିବାବେଳେ ୟୁକ୍ରେନକୁ ଏସବୁ ବିରୋଧରେ ଲଢିବା ଲାଗି ବଳଶାଳୀ କରିବାକୁ ଆମେରିକା ପ୍ରଥମରୁ ହିଁ ସହାୟତାର ହାତ ବଢାଇଛି । ବାଇଡେନ ଓ ଜେଲେନସ୍କିଙ୍କ ମଧ୍ୟରେ ପ୍ରତିରକ୍ଷା ସହଯୋଗ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ । ଋଷ ବିରୋଧରେ ଆମେରିକା, ୟୁରୋପ ଓ ଅବଶିଷ୍ଟ ବିଶ୍ବର ସମର୍ଥନ ଚାହୁଁଛି ୟୁକ୍ରେନ । ୟୁକ୍ରେନକୁ 60 ବିଲିୟନ ଡଲାରର ଯୁଦ୍ଧାସ୍ତ୍ର ଯୋଗାଇବା ଲାଗି ପ୍ରସ୍ତାବ ରହିଛି ।

ସେୟାର ବଜାରରେ କୋଟିକୋଟି ଟଙ୍କା ନିବେଶ କରିଛନ୍ତି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ

ଭୋପାଳ:  ‘ହାର୍ଟ ଅଫ୍ ଇଣ୍ଡିଆ’ ମଧ୍ୟପ୍ରଦେଶକୁ ନିୟନ୍ତ୍ରଣ କରିବେ ମୋହନ ଯାଦବ । ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ମୋହନ ଯାଦବଙ୍କୁ ଏହି ଦାୟିତ୍ବ ଦେଇଛି। ରାଜ୍ୟରେ ୧୬୩ ଟି ଆସନରେ ଏକ ଅଦ୍ୱିତୀୟ ବିଜୟ ପରେ ବହୁ ବିଚାର ବିମର୍ଶ କରି ବିଜେପି ମୋହନ ଯାଦବଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛି। କିନ୍ତୁ ଆପଣ ଜାଣନ୍ତି କି ମୋହନ ଯାଦବଙ୍କର ୫ କୋଟିରୁ ଅଧିକ ମୂଲ୍ୟର ସେୟାର ଅଛି  ।

ମୋହନ ଯାଦବଙ୍କ ନିର୍ବାଚନ ପ୍ରମାଣପତ୍ର ଅନୁଯାୟୀ, ତାଙ୍କର ରୋଜଗାରର ଉତ୍ସ ହେଉଛି କୃଷି, ବ୍ୟବସାୟ ଏବଂ ଭଡା ଆୟ  । ତାଙ୍କର ପାଖାପାଖି ୯ କୋଟି ଟଙ୍କା ମୂଲ୍ୟର ସ୍ଥାବର ଏବଂ ୩୨ କୋଟି ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ଅଛି  । ତାଙ୍କର ମୋଟ ସମ୍ପତ୍ତି ହେଉଛି ୪୨.୦୪ କୋଟି ଟଙ୍କା | ୨୦୧୮ ନିର୍ବାଚନ ପୂର୍ବରୁ ଏହା ୩୧.୯୭ କୋଟି ଟଙ୍କା ଥିଲା। ତାଙ୍କର ଅଧିକାଂଶ ସମ୍ପତ୍ତି ଜମି ଏବଂ ଅନ୍ୟାନ୍ୟ ଅସ୍ଥାବର ସମ୍ପତ୍ତି ଆକାରରେ ବୃଦ୍ଧି ପାଇଛି  ।

ସେୟାରରେ କୋଟି ମୂଲ୍ୟର ବିନିଯୋଗ 

ମୋହନ ଯାଦବଙ୍କ ପାଖରେ ମାତ୍ର ୧.୪୧ ଲକ୍ଷ ଟଙ୍କା ରହିଛି। ସେହିପରି ତାଙ୍କ ପତ୍ନୀ ସୀମା ଯାଦବଙ୍କର ୩.୩୮ ଲକ୍ଷ ଟଙ୍କା ରହିଛି। ଏଥି ସହିତ ୨୭ ଲକ୍ଷରୁ ଅଧିକ ଟଙ୍କା ତାଙ୍କ ଏବଂ ତାଙ୍କ ପରିବାରଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଛି। କୋଟି ମୂଲ୍ୟର ସମ୍ପତ୍ତିର ଏକ ପ୍ରମୁଖ ଅଂଶ ହେଉଛି ବିଭିନ୍ନ କମ୍ପାନୀରେ ତାଙ୍କର ଏବଂ ପରିବାରର ଅଂଶ ରହିଛି  ।

ମୋହନ ଯାଦବଙ୍କ ପାଖରେ ୮.୪୦ ଲକ୍ଷ ଟଙ୍କାର ସୁନା ରହିଛି। ତାଙ୍କ ପତ୍ନୀଙ୍କ ପାଖରେ ସୁନା ଓ ରୂପା ସମେତ ପ୍ରାୟ ୧୫ ଲକ୍ଷ ଟଙ୍କା ସମ୍ପତ୍ତି ରହିଛି। ମୋହନ ଯାଦବଙ୍କର କୃଷି ଜମି, ଅଣ କୃଷି ଜମି, ବାଣିଜ୍ୟିକ କୋଠା ଏବଂ ଆବାସିକ କୋଠା ସମେତ କୋଟି ମୂଲ୍ୟର ସମ୍ପତ୍ତି ରହିଛି  । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩୨ କୋଟି ଟଙ୍କା |

ଖେଲୋ ଇଣ୍ଡିଆ ପାରା ଗେମସରେ ଓଡ଼ିଶାକୁ ୪ ସ୍ୱର୍ଣ୍ଣ ସହିତ ଗୋଟିଏ ରୌପ୍ୟ

ନୂଆଦିଲ୍ଲୀ: ଦିଲ୍ଲୀରେ ଖେଲୋ ଇଣ୍ଡିଆ ପାରା ଗେମସ ଆରମ୍ଭ । ପ୍ରଥମ ଦିନ ଓଡ଼ିଶା ୪ ସ୍ୱର୍ଣ୍ଣ ସହିତ ୧ ରୌପ୍ୟ ଓ ୧ କାଂସ୍ୟ ପଦକ ହାସଲ କରିଛି। ପୁରୁଷ ୧୦୦ମିଟର ଟି -୧୩ ବର୍ଗରେ ପଙ୍କଜ ଭୁଏ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ।

ଓଡ଼ିଶାର ଅନ୍ୟ ଖେଳାଳୀ ମାଙ୍ଗତ୍ ହେମ୍ରମ କାଂସ୍ୟ ପଦକ ହାସଲ କରିଥିଲେ। ଜୟନ୍ତୀ ବେହେରା ମହିଳା ୧୦୦ମିଟର ଟି-୪୭ ବର୍ଗରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ସୁଚିତ୍ରା ପରିଡ଼ା ଓଡିଶା ପାଇଁ ଇତିହାସ ରଚିଛନ୍ତି। ସେ F-55 ବର୍ଗ ଜାଭେଲିନରେ ଜାତୀୟ ରେକଡ୍ ନିଜ ନାମରେ କରିଛନ୍ତି।

ତିନିଦିନ ଧରି ଶ୍ରୀମନ୍ଦିରରେ ଦେବ ଦୀପାବଳି, ଚମକିଲା ସିଂହଦ୍ବାର

ପୁରୀ: ମାର୍ଗଶୀର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଦେବ ଦୀପାବଳି । ଏହି ପବିତ୍ର ତିଥି ଠାରୁ ତିନିଦିନ ଧରି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ଦେବ ଦୀପାବଳିରେ ମହାପ୍ରଭୁ ତାଙ୍କର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ସହିତ ଦୀପ ଦାନ କରିଥାନ୍ତି । ଦ୍ୱିପହର ଧୂପ ପରେ ମହାପ୍ରଭୁ ଶ୍ରାଦ୍ଧ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।

ସନ୍ଧ୍ୟାଧୁପ ପରେ ତିନୋଟି ମହାଦ୍ଵୀପ ବଡଦେଉଳ, ଜଗମୋହନ ଓ ଭୋଗମଣ୍ଡପକୁ ଉଠିବା ସହ ରତ୍ନସିଂହାସନ ଆଗରେ ଅରୁଆ ଚାଉଳରେ ଗଛଟିଏ କରାଯିବା ସହିତ ୨୮ଟି ଦୀପ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଲାଗିବ । ଜୟବିଜୟ ଦ୍ୱାର ନିକଟରେ ମଧ୍ଯ ଚାଉଳ ଗଛ ସହ ଦୀପ ସମର୍ପଣ କରାଯିବ । ତିନିଦିନ ଧରି ଏହି ଶ୍ରାଦ୍ଧ ପ୍ରଦାନ ପ୍ରଦାନ କରିବେ ମହାପ୍ରଭୁ ।

ଆଜି ପ୍ରଥମ ଦିନରେ କଶ୍ୟପ ଏବଂ ଅଦିତିଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ କରାଯାଇଛି । ଆସନ୍ତାକାଲି ଅମାବାସ୍ୟା ଦିନ ଦଶରଥ ଓ କୌଶଲ୍ୟା ଓ ତା ପରଦିନ ନନ୍ଦ ଓ ଯଶୋଦା, ଦେବକୀ ଓ ବସୁଦେବ, ଇନ୍ଦ୍ରଦ୍ୟୁମ୍ନ ଓ ଶ୍ରୀଗୁଣ୍ଡିଚାଙ୍କୁ ପିଣ୍ଡଦାନ କରାଯିବ ।