ଆଖଣ୍ଡଳମଣି ପୀଠର ରୂପାନ୍ତରଣ ପାଇଁ ପ୍ରଶାସନ ଓ ବିସ୍ଥାପିତଙ୍କ ମଧ୍ୟରେ ଆଲୋଚନା

ଭଦ୍ରକ: ଆଖଣ୍ଡଳମଣି ପୀଠର ରୂପାନ୍ତରଣ ପାଇଁ ଜିଲା ପ୍ରଶାସନିକ ଅଧିକାରୀ ଓ ବିସ୍ଥାପିତ ସେବାୟତମାନଙ୍କ ମଧ୍ଯରେ ହୋଇଛି ଆଲୋଚନା। ରୂପାନ୍ତରଣ ପାଇଁ ରାଜ୍ଯ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ୪୨କୋଟି ଟଙ୍କା। ଏହି ଯୋଜନାରେ ମନ୍ଦିର ଓ ପୁଷ୍କରିଣୀ ଚତୁପାର୍ଶ୍ବରୁ ୯୮ଜଣ ବିସ୍ଥାପିତ ହେବେ। ଅର୍ଥ ମଞ୍ଜୁର ହୋଇଥିବାରୁ ଆଲୋଚନା ହୋଇଛି । ଜିଲା ଭୂଅର୍ଜନ ଅଧିକାରୀ ଜମିର ମୂଲ୍ଯ ଓ ଘରର ମୂଲ୍ଯ ଉପରେ ସ୍ବତନ୍ତ୍ର ପ୍ଯାକେଜ ଉପରେ ଆଲୋଚନା ହୋଇଛି।

ପ୍ରଥମ ପ୍ରଯ୍ଯାୟରେ ମନ୍ଦିର ପରିସର ରୂପାନ୍ତରଣ ପାଇଁ ଯୋଗାଇ ଦିଆଯାଇଥିବା ୬କୋଟି ଟଙ୍କାର କାର୍ଯ୍ଯ ପୂର୍ଣ୍ଣାଙ୍ଗ ରୂପରେଖ ନେଇ ଝଲସୁଥିବା ବେଳେ ଦ୍ବିତୀୟ ପ୍ରଯ୍ଯାୟ କାର୍ଯ୍ଯ ଆରମ୍ଭ ହୋଇଛି। ବିଶେଷକରି ମଣିବାବାଙ୍କ ମହାଶିବଯାତ୍ରୀ ପୂର୍ବରୁ ପରିକ୍ରମା ପ୍ରକଳ୍ପ ମାର୍ଗ ଯୋଜନା ଖୁବଶିଘ୍ର ଆରମ୍ଭ ହେବ ବୋଲି ଅଧିକାରୀ ମାନେ କହିଥିଲେ।ଏଥିପାଇଁ ସମସ୍ତଙ୍କ ସହଯୋଗ ମଧ୍ଯ ଲୋଡିଥିଲେ।

ଏଥିସହ ବିସ୍ଥାପିତମାନେ ସେମାନଙ୍କର ଜମିର ଯଥାଶିଘ୍ର ସମସ୍ତ ଦସ୍ତାବିଜ ଦାଖଲ କରିବାକୁ ପରାମର୍ଶ ଦେଇଥିଲେ ଅଧିକାରୀମାନେ। ଏହି ଜନଶୁଣାଣି ବୈଠକରେ ସମସ୍ତ ବର୍ଗର ବିସ୍ଥାପିତ ଉପସ୍ଥିତ ଥିଲେ। ବିସ୍ଥାପିତଙ୍କୁ ସ୍ବତନ୍ତ୍ର ପ୍ଯାକେଜ ସହ ଘର ଉପଯୋଗୀ ନିମନ୍ତେ ଜମି ଯୋଗାଇ ଦିଆଯିବ ବୋଲି ଜିଲାପାଳ କହିଛନ୍ତି।