ଚଳିତ ସିଜିନରେ ଆଇପିଏଲ ଖେଳିବେ ତ ପନ୍ଥ? ଜାଣନ୍ତୁ କଣ କହିଲେ ସୌରଭ ଗାଙ୍ଗୁଲି

ନନ୍ଦିଘୋଷ ବ୍ୟୁରୋ: ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ବିଶ୍ବର ସବୁଠାରୁ ଧନୀ କ୍ରିକେଟ ଲିଗ୍ ଆଇପିଏଲ । ଦୀର୍ଘ ବର୍ଷେରୁ ଅଧିକ ସମୟରେ କ୍ରିକେଟର କୌଣସି ଫର୍ମାଟ ଖେଳି ନାହାନ୍ତି । ଆହତ କାରଣୁ ଦଳରୁ ବାହାରେ ଥିବା ପନ୍ଥ ଚଳିତ ଆଇପିଏଲରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି । ଯାହାକୁ ନେଇ ମୁହଁ ଖୋଲିଛନ୍ତି ସୌରଭ ଗାଙ୍ଗୁଲି । ସେ କହିଛନ୍ତି କି, ଆସନ୍ତା ୫ ତାରିଖରେ ନ୍ୟାସନାଲ କ୍ରିକେଟ ଏକାଡେମୀରେ ଖେଳାଳିଙ୍କ ଫିଟନେସ ପରୀକ୍ଷା ହେବ । ଯେଉଁଥିରେ ସେ ଫିଟ୍ ଥିବା ଘୋଷଣା କରାଯିବ । ଏନସିଏ ଫିଟନେଟ କ୍ଲିୟର କରିସାରିଛି । ତେବେ ପନ୍ଥଙ୍କ ଲମ୍ବା କ୍ୟାରିୟର ରହିଥିବାବେଳେ ଏହାକୁ ଦୃଷ୍ଟିରେ ରଖି ପ୍ରାଞ୍ଚାଇଜ ପକ୍ଷରୁ ମଧ୍ୟ ନିଷ୍ପତ୍ତି ନିଆଯିବ । କେବଳ ବ୍ୟାଟିଂ କରିପାରନ୍ତି ମାତ୍ର ଓ୍ବିକେଟ କିପିଂ ବିକଳ୍ପ ରଖାଯିବ ବୋଲି କହିଛନ୍ତି ଗାଙ୍ଗୁଲି । ଚଳିତ ସିଜିନରେ ସେ ପୁଣିଥରେ ବଡ଼ ବଡ଼ ସଟ ମାରିବେ ବୋଲି ଦର୍ଶକମାନେ ମଧ୍ୟ ଆଶା ରଖିଛନ୍ତି ।

ତେବେ କହି ରଖୁଛୁ କି,  ଡିସେମ୍ବର ୩୦ ତାରିଖ ୨୦୨୨ ମସିହାରେ ପନ୍ଥଙ୍କ କାର ଦୁର୍ଘଟଣା ଘଟିଥିଲା । ବଡ଼ ଦୁର୍ଘଟଣା ଶିକାର ହୋଇଥିଲେ । ଯେଉଁ କାରଣରୁ ଦୀର୍ଘଦିନ ହେବ କ୍ରିକେଟ ମଇଦାନରୁ ବାହାରେ ରହିଛନ୍ତି ପନ୍ଥ । ତାଙ୍କର ଅସ୍ତ୍ରୋପଚାର ହୋଇଥିବାବେଳେ ସେ ପୁଣିଥରେ ସୁସ୍ଥ ହୋଇ ଅଭ୍ୟାସ ଆରମ୍ଭ କରିଛନ୍ତି । ଦିଲ୍ଲୀ କ୍ୟାପିଟାଲ ପକ୍ଷରୁ ଆଇପିଏଲ ଖେଳୁଥିବାବେଳେ ଚଳିତ ସିଜିନରେ ସେ କିଭଳି ପ୍ରଦର୍ଶନ କରୁଛନ୍ତି ତାକୁ ସମସ୍ତଙ୍କ ଅପେକ୍ଷା ।