spot_img
Home Blog Page 2355

ଶୀତରୁ ବଞ୍ଚିବା ପାଇଁ ଟ୍ରେନରେ ଗୋବର ଘସି ଜାଳି ସେକି ହେଲାବେଳେ ଧରିଲେ ଆରପିଏଫ ଯବାନ

ଅଲିଗଡ଼: ଶୀତରୁ ବଞ୍ଚିବା ପାଇଁ ଚାଲୁଥିବା ଟ୍ରେନରେ ଜାଳିଲେ ନିଆଁ । ଆସାମରୁ ଦିଲ୍ଲୀ ଯାଉଥିବା ସମ୍ପର୍କ କ୍ରାନ୍ତି ସୁପରଫାଷ୍ଟ ଏକ୍ସପ୍ରେସରେ ଏଭଳି ଘଟଣା ଘଟିଛି । ନିଆଁ ଜାଳିଥିବା ଦୁଇ ଯୁବକ ଗିରଫ ହୋଇଛନ୍ତି ।

ଏକ୍ସପ୍ରେସ ଚାଲୁଥିବା ବେଳେ ହଠାତ୍ ଟ୍ରେନର ଜେନେରାଲ ବଗରେ ଧୂଆଁ ବାହାରୁଥିବା ନେଇ ଡ୍ୟୁଟିରେ ଥିବା ଆରପିଏଫ ଯବାନଙ୍କୁ ସୂଚନା ମିଳିଥିଲା । ଯବାନ ଜଣଙ୍କ ସେହି ସ୍ଥାନକୁ ଯାଇ ଦେଖିଲା ବେଳକୁ କିଛି ଯାତ୍ରୀ ଏକାଠି ହୋଇ ଶୀତରୁ ବଞ୍ଚିବା ପାଇଁ ନିଆଁ ଜାଳୁଛନ୍ତି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଟ୍ରେନ୍ ଭିତରେ ଗୋବରରେ ସେମାନା ନିଆଁ ଲଗାଇଥିଲେ । କେତେ ନିର୍ଭୟରେ ଯାତ୍ରୀମାନେ ଏଭଳି କରିଥାଇ ପାରନ୍ତି ଭାବି ଯବାନ ଜଣଙ୍କ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିଛି ଅଘଟଣ ହେଲା ପୂର୍ବରୁ ଯବାନ ନିଆଁକୁ ଲିଭାଇ ଦେଇଥିଲେ ।

ଏହି ଖବର ଆରପିଏଫ ବେସକୁ ସୂଚନା ମିଳିବା ପରେ ଅଲିଗଡ଼ ଆରପିଏଫ ଟ୍ରେନକୁ ଅଧ ରାସ୍ତାରେ ଅଟକାଇଥିଲା । ଏହି ଘଟଣାରେ ଚନ୍ଦନ ଏବଂ ଦେବେନ୍ଦ୍ର ନାମକ ଦୁଇ ଯୁବକଙ୍କୁ ଗିରଫ କରାଯାଇଛି । ଏହି ଦୁହିଁଙ୍କ ବୟସ ୨୦ ବର୍ଷ ବୟସ ହେବ ।

ଅଟକ ରଖାଯାଇ ଯାଞ୍ଚ କରିବା ପରେ ତାଙ୍କ ବ୍ୟାଗରୁ ଗୋବର ଘସି ମିଳିଥିଲା । ଅଧିକ ଶୀତ ଲାଗିବାରୁ ବାଧ୍ୟ ହୋଇ ନିଆଁ ଜାଳିଥିବା କହିଛନ୍ତି ଅଭିଯୁକ୍ତ । ଏହି ଘଟଣା ସମୟରେ ଉକ୍ତ ଅଞ୍ଚଳରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ଥିଲା । ଦୁହିଁଙ୍କୁ ଗିରଫ କରାଯାଇ ଜେଲ ପଠାଇ ଦିଆଯାଇଛି । ଏବଂ ଅନ୍ୟ ୧୪ ଜଣ ଯାତ୍ରୀଙ୍କୁ ଅଟକ ରଖାଯାଇ ଚେତାବନୀ ଦିଆଯିବା ପରେ ଛାଡ଼ି ଦିଆଯାଇଛି । ଏ ନେଇ ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି ।

 

ବିମାନ ଦୁର୍ଘଟଣାରେ ହଲିଉଡ୍ ଅଭିନେତା କ୍ରିଷ୍ଟିଆନ ଓଲିଭରଙ୍କ ଦେହାନ୍ତ

ଲସ୍ ଆଞ୍ଜେଲସ୍: ହଲିଉଡ୍ ଅଭିନେତା କ୍ରିଷ୍ଟିଆନ ଓଲିଭରଙ୍କ ମୃତ୍ୟୁ। ଏକ ବିମାନ ଦୁର୍ଘଟଣାରେ ତାଙ୍କର ପରଲୋକ ଘଟିଛି। ୫୧ ବର୍ଷୀୟ ଅଲିଭରଙ୍କ ସମେତ ତାଙ୍କର ଦୁଇ ଝିଅ ୧୦ ବର୍ଷୀୟା ମାଦିତା ଏବଂ ୧୨ ବର୍ଷୀୟା ଏନିକ ଦୁର୍ଘଟଣାରେ ମତ୍ୟୁ ହୋଇଛି। ଦୁର୍ଘଟଣାରେ ବିମାନର ପାଇଲଟଙ୍କର ମଧ୍ୟ ମୃତ୍ୟୁ ହୋଇଛି।

କାରିବିଆନ୍ ସମୁଦ୍ର ଅଂଚଳରେ୍ ତାଙ୍କର ବିମାନ ସମୁଦ୍ର ଗର୍ଭକୁ ଖସି ପଡିଥିଲା। ବିମାନ ଉଡ଼ାଣ ଭରିବାର କିଛି ମୁହୂର୍ତ୍ତ ମଧ୍ୟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗୋଟିଏ ଇଂଜିନ ବିଶିଷ୍ଟ ଏକ ଛୋଟ ଘରୋଇ ବିମାନରେ ଯାତ୍ରା କରୁଥିଲେ ଓଲିଭର। କୌଣସି ତ୍ରୁଟିରୁ ବିମାନଟି ସମୁଦ୍ରକୁ ଖସି ପଡିଥିଲା। ବିମାନ ଖସିବା ପରେ ଦୁର୍ଘଟଣାସ୍ଥଳରୁ ସ୍ଥାନୀୟ ମତ୍ସ୍ୟଜୀବୀ, ପୋଲିସ ଏବଂ କୋଷ୍ଟଗାର୍ଡ ସହାୟତାରେ ୪ ମୃତଦେହ ଉଦ୍ଧାର କରାଯାଇଥିଲା।

ଓଲିଭରଙ୍କ ପରିବାର ଛୁଟି କାଟିବାକୁ ବେକିଆ ଦ୍ବିୀପକୁ ଯାଇଥିଲେ । ସେଠାରୁ ସେଣ୍ଟ ଲୁସିଆ ଦ୍ବିପକୁ ଯାତ୍ରା କରୁଥିବାବେଳେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହଲିଉଡରେ ୬୦ରୁ ଅଧିକ ସିନେମାରେ ଅଭିନୟର ଛାପ ଛାଡିଯାଇଛନ୍ତି କ୍ରିଷ୍ଟିଆନ ଓଲିଭର। ଜର୍ମାନୀରେ ଜନ୍ମିତ ଏହି ହଲିଉଡ୍ ଅଭିନେତା ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ସାଥି କଳାକାର ଜର୍ଜ କ୍ଲୁନିଙ୍କ ସହ ଦ ଗୁଡ୍ ଜର୍ମାନ, ଆକ୍ସନ କମେଡି ସ୍ପିଡ୍ ରେସର ତାଙ୍କର ଲୋକପ୍ରିୟ ସିନେମା।

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନକୁ ରାଜ୍ୟ ବସ ମାଲିକ ସଂଘର ସମର୍ଥନ

ଭୁବନେଶ୍ୱର: କେନ୍ଦ୍ରର ହିଟ ଆଣ୍ଡ ରନ ନିୟମକୁ ବିରୋଧ କରିଛି ରାଜ୍ୟ ବସ ମାଲିକ ସଂଘ। ଏଥିପାଇଁ ସାରା ରାଜ୍ୟରୁ ବସ ଚଳାଚଳ ବନ୍ଦ ରହିଛି।

‘‘ଆଇନଗତ ତର୍ଜମା ହେଉନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ରୋଡ ସେଫ୍ଟଟି ଆୱାରନେସ ହେଉନାହିଁ । ତେଣୁ ଆଇନକୁ ବିରୋଧ କରୁଛୁ’’ ବୋଲି କହିଛନ୍ତି ବସ ଡ୍ରାଇଭର। ସେପଟ ଡ୍ରାଇଭରମାନେ ମାଲିକ ସଂଘକୁ ନୋଟିସ ଦେଇ ନାହାଁନ୍ତି। ୩୬ ଘଣ୍ଟା ପୂର୍ବରୁ ନୋଟିସ ଦେବା କଥା। ବିନା ନୋଟିସରେ ବନ୍ଦ କରିଛନ୍ତି। ପାସେଞ୍ଜର ହଇରାଣ ହେଉଛନ୍ତି । ତେବେ ଆଇନ ସ୍ଥଗିତ ନୁହେଁ ବରଂ ଉଚ୍ଛେଦ ପାଇଁ ଦାବି କରିଛି ବସ୍ ମାଲିକ ସଂଘ।

ସୂଚନା ଅନୁଯାୟୀ ଏଥିପାଇଁ ପାଖାପାଖି ୬ ଶହ ଗାଡ଼ି ବନ୍ଦ ରହିଛି। କଟକ-ଭୁବନେଶ୍ୱର, ଭୁବନେଶ୍ୱର-ପୁରୀ ଭଳି ସବୁ ପ୍ରମୁଖ ରୁଟରେ ଗାଡ଼ି ଚଳାଚଳ ବନ୍ଦ ଅଛି।

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ; ପେଟ୍ରୋଲ, ଡିଜେଲ ପରିବହନ ପ୍ରଭାବିତ

ଭୁବନେଶ୍ୱର: ଷ୍ଟିୟରିଂ ଛାଡ ଆନ୍ଦୋଳନର ପ୍ରଭାବ ସାରା ରାଜ୍ୟରେ ପଡିବା ଆରମ୍ଭ କରିଛି। ବିଶେଷ କରି ପେଟ୍ରୋଲ, ଡିଜେଲ ପରିବହନ ପ୍ରଭାବିତ ହୋଇଥିବା ନେଇ ଖବର ଆସିଛି। ପାନିକ ବାଇଙ୍ଗ ଯୋଗୁଁ ଗତକାଲି ରାଜ୍ୟରେ ୨୦ ପ୍ରତିଶତ ଅଧିକ ପେଟ୍ରୋଲ ଡିଜେଲ ବିକ୍ରି ହୋଇଛି। ଗତକାଲି ପେଟ୍ରୋଲ ଓ ଡିଜେଲ ଲୋଡିଂ ୭୫ ପ୍ରତିଶତ କମିଛି।

କାଲି ମାତ୍ର ୨୫ % ଗାଡ଼ିରେ ତେଲ ଲୋଡିଂ ହୋଇଥିଲା । ଆଜି ପାରାଦୀପ ଡିପୋରୁ ତେଲ ଲୋଡିଂ ସମ୍ପୂର୍ଣ୍ଣ ବନ୍ଦ ଅଛି । ଜଟଣୀ ଓ ବାଲେଶ୍ଵର ଡିପୋରୁ ମାତ୍ର ଅଳ୍ପ କିଛି ଗାଡ଼ିରେ ତେଲ ଲୋଡିଂ ହୋଇଛି। ଏଭଳି ସ୍ଥିତି ଲାଗି ରହିଲେ ଆସନ୍ତା କାଲି ଅପରାହ୍ନ ସୁଦ୍ଧା ଅନେକ ପେଟ୍ରୋଲ ଟାଙ୍କିରେ ମହଜୁଦ ଥିବା ପେଟ୍ରୋଲ ଓ ଡିଜେଲ ଶେଷ ହୋଇଯିବ। ତେବେ ପରିବହନ କମିଶନରଙ୍କ ଆଲୋଚନା ପରେ ଖୁବଶୀଘ୍ର ତୈଳ ପରିବହନ ସ୍ବାଭାବିକ ହେବ ବୋଲି ଆଶା କରାଯାଉଛି।

ଅଧିକ ପଢନ୍ତୁ:- ଓଡ଼ିଶାରେ ସ୍ଥଗିତ ରହିଲା ଡ୍ରାଇଭର ଆନ୍ଦୋଳନ, ସ୍ବାଭାବିକ ହେବ ପରିବହନ…

ଓଡ଼ିଶାରେ ସ୍ଥଗିତ ରହିଲା ଡ୍ରାଇଭର ଆନ୍ଦୋଳନ, ସ୍ବାଭାବିକ ହେବ ପରିବହନ…

ଭୁବନେଶ୍ୱର: ରାଜ୍ୟରେ ସ୍ଥଗିତ ରହିଲା ଡ୍ରାଇଭର ଆନ୍ଦୋଳନ। ଆଜି ପରିବହନ କମିଶନରଙ୍କ ସହ ଡ୍ରାଇଭର ମହାସଂଘର ଆଲୋଚନା ପରେ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ମହାସଂଘ। ଡ୍ରାଇଭରଙ୍କ ଦାବି ପୂରଣ ନେଇ ପରିବହନ କମିଶନର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ଡ୍ରାଇଭର ମହାସଂଘ। ଫଳରେ ଖୁବଶୀଘ୍ର ପେଟ୍ରୋଲ ଡିଜେଲ ଓ ଏଲପିଜି ପରିବହନ ସ୍ବାଭାବିକ ହେବ। ଡ୍ରାଇଭରଙ୍କ ପାଇଁ ଗଠିତ ହୋଇଛି ୱେଲଫେୟାର ବୋର୍ଡ।

ଏଣିକି ବିନା ପ୍ରେସକ୍ରିପସନରେ ମିଳିବନି କୀଟନାଶକ

ଭୁବନେଶ୍ୱର: ବିନା ପ୍ରେସକ୍ରିପସନରେ ମିଳିବନି କୀଟନାଶକ। ପରିବେଶ, କୃଷି ଓ ଲୋକଙ୍କ ସୁରକ୍ଷାକୁ ନେଇ ଏହି ପଦକ୍ଷେପ ନେଇଛି ଓଡ଼ିଶା। କୃଷି ଓ କୃଷି ସହ ଅନୁବନ୍ଧିତ କ୍ଷେତ୍ର ସମେତ ବୈଜ୍ଞାନିକ, ଓୟୁଏଟି ପରି ଶାଖାରୁ ଏହି ପ୍ରେସକ୍ରିପସନ ଜାରି କରାଯାଇ ପାରିବ। ତେବେ କିଏ ଏହି ପ୍ରେସକ୍ରିପସନ ଦେଇପାରିବେ ଏ ନେଇ ଖୁବଶୀଘ୍ର ଗାଇଡଲାଇନ ଆସିବ।

ଲୋକଙ୍କୁ ସଚେତନ କରିବା ପରେ ଏହାର କାର୍ଯ୍ୟକାରିତା ଧୀରେ ଧୀରେ ବଢିବ। ସେହିପରି ପାରାକୁଏଟ ପରି ଏକ କୀଟନାଶକକୁ ରାଜ୍ୟରେ ସବୁଦିନ ପାଇଁ ବ୍ୟାନ୍ କରିବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର। ପାରାକୁଏଟ୍ ଯଦି କେହି ଭୁଲ ସେ ବି ସେବନ କରିଦିଏ ତେବେ ମୃତ୍ୟୁ ନିଶ୍ଚିତ। ଏହି କୀଟନାଶକର ଆଣ୍ଟିଡଟ ନାହିଁ।

ଏହା କୃଷି କ୍ଷେତ୍ରରେ ବ୍ୟବହାର ହେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ଏହା ପ୍ରଥମେ ଦୁଇ ମାସ ଓ ପରେ ଅଧିକ ଏକ ମାସ ପାଇଁ ବ୍ୟାନ କରାଯାଇଥିଲା । ଏହାର ରିପୋର୍ଟ ଜିଲ୍ଲା ଓ ଅନ୍ୟ କ୍ଷେତ୍ରରୁ ଆସିଛି। ଏହାକୁ ସମ୍ପୂର୍ଣ୍ଣ ଭାବେ ଓଡ଼ିଶାରେ ବ୍ୟାନ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ଏ ନେଇ କେନ୍ଦ୍ରକୁ ଚିଠି ଲେଖିଛି ରାଜ୍ୟ। ଦେଶରେ ଏଭଳି ନିୟମ ଜାରି କରିବାରେ ପ୍ରଥମ ରାଜ୍ୟ ହୋଇଛି ଓଡ଼ିଶା।

ଉଡାଣ ଭରିବାର ଅଳ୍ପ ସମୟ ମଧ୍ୟରେ ଉଡ଼ିଗଲା ଫ୍ଲାଇଟ୍ ଡୋର୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ: ମଝି ଆକାଶରେ ବଡ଼ ଅଘଟଣ। ଉଡାଣ ଭରିବାର ଅଳ୍ପ ସମୟ ମଧ୍ୟରେ ଉଡ଼ିଗଲା ଡୋର। ଏହି ଘଟଣା ପରେ ବିମାନ କରିଛି ଜରୁରୀ ଅବତରଣ। ଆଲାକ୍ସା ଏୟାରଲାଇସ ବୋଇଂ 737-9 MAXରେ ଘଟିଛି ଏହି ଅଘଟଣ। ତେବେ ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି।

ପୋର୍ଟଲାଣ୍ଡରୁ କାଲିଫର୍ଣ୍ଣିଆର ଓଣ୍ଟାରିଓକୁ ଯାଉଥିବା ଏହି ବିମାନ ଉଡାଣ ଭରିବାର କିଛି ସମୟ ମଧ୍ୟରେ ଆକାଶ ମାର୍ଗରେ ଏହାର କ୍ୟାବିନ ନିକଟସ୍ଥ ଗେଟଟି ଉଡିଯାଇଥିଲା। ଏହି ଘଟଣା ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ତୁରନ୍ତ ବିମାନକୁ ପୋର୍ଟଲାଣ୍ଡ ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରେ ଅବତରଣ କରାଯାଇଥିଲା।

ବିମାନ ସୁରକ୍ଷିତ ଥିବା ନେଇ ସୂଚନା ଦେଇଛି ଆମେରିକା ନ୍ୟାସନାଲ ଟ୍ରାନ୍ସପୋର୍ଟେସନ ସେଫ୍ଟି ବୋର୍ଡ। ଏହି ଦୁର୍ଘଟଣା ଘଟିବା ବେଳକୁ ବିମାନଟି ୧୬ ହଜାର ୩୨୫ ଫୁଟ ଉଚ୍ଚରେ ଉଡୁଥିଲା।

ବାଲେଶ୍ୱରରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ; ବିକାଶ କାର୍ଯ୍ୟର କଲେ ସମୀକ୍ଷା

ବାଲେଶ୍ୱର: ଖୁବଶୀଘ୍ର ଆସିବ ଖୁସିଖବର। ବିଭିନ୍ନ ସ୍ତରରେ ମିଳୁଥିବା ଭତ୍ତା ବଢ଼ିବ। ଏନେଇ ସୂଚନା ଦେଇଛନ୍ତ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବାଲେଶ୍ବର ଜିଲ୍ଲା ଗସ୍ତ ଅବସରରେ 5T ଅଧ୍ୟକ୍ଷ କହିଛନ୍ତି-ବିଭିନ୍ନ ବିକାଶ କାର୍ଯ୍ୟ ଲାଗି ବାଲେଶ୍ବର ଜିଲ୍ଲା ଗତ ୬ ମାସ ମଧ୍ୟରେ ୧୦୩୮ କୋଟି ଟଙ୍କା ପାଇଛି।

ଗ୍ରାମାଞ୍ଚଳରେ କିଛି ଲୋକ ବିଏସକେଓ୍ବାଇ କାର୍ଡରୁ ବଞ୍ଚିତ ଅଛନ୍ତି । ଏହି କାର୍ଡ ଲାଗି ଆଜିଠୁ ରେଜିଷ୍ଟ୍ରେସନ ଆରମ୍ଭ ହେଉଛି । ୧୦ ଦିନ ମଧ୍ୟରେ ସମସ୍ତେ ପଞ୍ଜିକରଣ କରିବା ଲାଗି ଆହ୍ବାନ ଦେଇଛନ୍ତି 5T ଅଧ୍ୟକ୍ଷ। ସେ କହିଛନ୍ତି- ଏମପିଏଲରେ ମେଗା ପାଇପ ଜଳ ଯୋଗାଣ ଲାଗି ୨୩୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ବୁଢ଼ାବଳଙ୍ଗରେ ସେତୁ ଲାଗି ୧୧୩ କୋଟି ଟଙ୍କା ମଞ୍ଜୁର ହୋଇଛି।

ମାଛ ମାର୍କେଟ ଲାଗି ୩୦ କୋଟି ଟଙ୍କା, ସଲ୍ଟ ରାସ୍ତାର ଉନ୍ନତି ଲାଗି ୫୭ କୋଟି ୩୦ ଲକ୍ଷ ଟଙ୍କା, ବାହାନଗା-ତାଲପଡ଼ା ରାସ୍ତା ଲାଗି ୩୫ କୋଟି ଟଙ୍କା, କାଂଶବାଂଶ ସେତୁ ଲାଗି ୨୫ କୋଟି ଟଙ୍କା, ପଞ୍ଚଲିଙ୍ଗେଶ୍ବର ମନ୍ଦିର ଲାଗି ୧୫.୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ରେମୁଣାରେ ମଲ୍ଟିପରପୋସ କମ୍ୟୁନିଟି ସେଣ୍ଟର ଲାଗି ୮ କୋଟି ଟଙ୍କା, ସୋର-କୁପାରୀ ରାସ୍ତା ଲାଗି ୯ କୋଟି ଟଙ୍କା, ଦରଘା ମଇଦାନ ବାଲେଶ୍ବର ମ୍ୟୁନିସିପାଲଟି ଲାଗି୧ କୋଟି ୫୦ ଲକ୍ଷ, ସି ବିଚ୍ ବାଲିଆପାଳର ଲାଗି ୧ କୋଟି ୧୭ ଲକ୍ଷ, ନୀଳଗିରିର ଜଗନ୍ନାଥ ମନ୍ଦିର ଲାଗି ୧ କୋଟି ଟଙ୍କା ମଞ୍ଜୁର ହୋଇଛି। ଚାଷୀଙ୍କ ୧୫୦ ବର୍ଷର ସିକିମ ପଟ୍ଟା ସମସମ୍ୟାର ହେବ ସମାଧାନ।

ରାଜ୍ୟର ୨ ଲକ୍ଷ ୫୦ ହଜାର ଲୋକ ଏହି ସମସ୍ୟାରେ ଅଛନ୍ତି। ମୁଖ୍ୟମନ୍ତ୍ରୀ ଏହି ନିୟମକୁ ବଦଳାଇଛନ୍ତି। ଜିଲ୍ଲାର ୧୮ ହଜାର ପରିବାର ଉପକୃତ ହେବେ। ହିଞ୍ଜିଳିକାଟୁରେ ବୁଲିବାର ଅନୁଭୂତି ବାଲେଶ୍ବରରେ ପାଇଲି ବୋଲି କହିଛନ୍ତି ଅଧ୍ୟକ୍ଷ। ଫେବ୍ରୁଆରୀ ଶେଷ ସୁଦ୍ଧା ଜିଲ୍ଲାରେ ଲକ୍ଷ୍ମୀ ଯୋଜନା କାର୍ଯ୍ୟକାରୀ ହେବ ଏବଂ ଛାତ୍ରଛାତ୍ରୀ ଓ ମା’ମାନେ ବିଶେଷ ଉପକୃତ ହେବେ। ବାଲେଶ୍ବର ଜିଲ୍ଲାରେ ବିଜେଡି ବ୍ୟାପକ ସଫଳତା ପାଇବ। ବିଜେଡି ପ୍ରାର୍ଥୀ ଅଧିକ ଭୋଟରେ ବିଜୟୀ ହେବେ । ମେଡିକାଲ, ପାନୀୟ ଜଳ, ଜଳସେଚନ, ସେତୁ ସବୁ କାମକୁ ସମ୍ମାନ ଦିଆଯିବ ବୋଲି କହିଛନ୍ତି ଅଧ୍ୟକ୍ଷ।

ବିଏସକେଓ୍ବାଇ-ନବୀନ କାର୍ଡ; ଆଜିଠୁ ଗ୍ରାମାଞ୍ଚଳରେ ଅନଲାଇନ ପଞ୍ଜିକରଣ ଆରମ୍ଭ

ଭୁବନେଶ୍ୱର: ସହରାଞ୍ଚଳ, ସରକାରୀ କର୍ମଚାରୀ ବି ପାଇବେ ବିଏସକେଓ୍ବାଇ ନବୀନ କାର୍ଡ। ଏବେ ଗ୍ରାମାଞ୍ଚଳରେ ବାକି ଥିବା ଲୋକଙ୍କୁ ଯୋଜନାରେ ସାମିଲ କରାଯାଉଛି। ଆଜିଠୁ ଏଥିପାଇଁ ଅନଲାଇନରେ ପଞ୍ଜିକରଣ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ସହରାଞ୍ଚଳ ଲୋକ ଓ ସରକାରୀ କର୍ମଚାରୀଙ୍କୁ ବିଏସକେଓ୍ବାଇ ନବୀନ କାର୍ଡ ମିଳିବ।

ଏବେ ଗ୍ରାମାଞ୍ଚଳରେ ସମସ୍ତଙ୍କୁ ବିଏସକେଓ୍ବାଇ ନବୀନ କାର୍ଡ ଦେବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରତି ପଞ୍ଚାୟତରେ ବାକି ରହିଥିବା ଲୋକଙ୍କୁ ଯୋଜନାରେ ସାମିଲ କରିବାକୁ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆହ୍ବାନ ଦେଇଛନ୍ତି। ସମୟ ଉପଯୋଗୀ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଲକ୍ଷ୍ୟରେ ପର୍ଯ୍ୟାୟକ୍ରମେ ବିଏସକେଓ୍ବାଇ ପରିସରକୁ ସଂପ୍ରସାରିତ କରାଯାଉଛି।

ପରବର୍ତ୍ତୀ ପର୍ଯ୍ୟାୟରେ ସହରାଞ୍ଚଳରେ ବାସ କରୁଥିବା ପରିବାର, ସରକାରୀ କର୍ମଚାରୀ, ପେନସନଭୋଗୀ, ଏବଂ ଅନ୍ୟାନ୍ୟ ସହାୟତା ଯୋଗ୍ୟ ବର୍ଗମାନଙ୍କୁ ସାମିଲ କରାଯିବ।

ଇତିହାସ ରଚିବ ଇସ୍ରୋ; ଗନ୍ତବ୍ୟସ୍ଥଳ ଅଭିମୁଖେ ଆଦିତ୍ୟ L1

ନୂଆଦିଲ୍ଲୀ: ଆଉ ଏକ ସଫଳତା ପଥରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ। ହାଲୋ ପଏଣ୍ଟରେ ଆଜି ପ୍ରବେଶ କରିବ ଆଦିତ୍ୟ ଏଲ-ଓ୍ବାନ୍। ପୃଥିବୀ ଠାରୁ ପ୍ରାୟ ୧୫ କିଲୋମିଟର ଦୂରରୁ ସୂର୍ଯ୍ୟଙ୍କୁ ବିନା ବାଧାରେ ଦେଖିହେବ। ଧାବନ ମହାକାଶ କେନ୍ଦ୍ରରୁ ଗତବର୍ଷ ଆଦିତ୍ୟ ଏଲ୍-୧କୁ ମହାକାଶକୁ ଉତ୍‌କ୍ଷେପଣ କରାଯାଇଥିଲା।

ସୂର୍ଯ୍ୟ ଉପରେ ଅଧିକ ଅଧ୍ୟୟନ କରିବା ସହ ବୈଜ୍ଞାନିକ ତଥ୍ୟ ପ୍ରେରଣ ଏହାର ମୂଳ ଲକ୍ଷ୍ୟ ରହିଛି। ଆଦିତ୍ୟ ଏଲ୍୧ ଯାତ୍ରାକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ପ୍ରଥମଟି ହେଲା ଲାଗ୍ରାଞ୍ଜ ପଏଣ୍ଟରେ ପହଞ୍ଚିବା ଏବଂ ପରେ ସେହି ସ୍ଥାନର କକ୍ଷପଥକୁ ବଜାୟ ରଖିବା। ଏଲ୍୧ ହେଉଛି ମହାକାଶର ଏଭଳି ଏକ ସ୍ଥାନ ଯେଉଁଠି ପୃଥିବୀ ଏବଂ ସୂର୍ଯ୍ୟର ଆକର୍ଷଣ ଶକ୍ତି ମଧ୍ୟରେ ସମତୁଲତା ରହିଥାଏ। ଏଠାରୁ ସୂର୍ଯ୍ୟଙ୍କୁ ନିରୀକ୍ଷଣ କରାଯାଇଥାଏ। ତେବେ ଉକ୍ତ ସ୍ଥାନରେ ଗବେଷଣା ପାଇଁ ଉଦ୍ଦିଷ୍ଟ ମହାକାଶ ଯାନ ପହଞ୍ଚାଇବା ଏକ ଜଟିଳ ବ୍ୟାପାର।