spot_img
Home Blog Page 235

ମାଆକୁ ମୃତ ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ବିକିଦେଲା ପୁଅ, ୪ ଜଣଙ୍କୁ ଗିରଫ କଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ : ଜଣେ ପୁଅ ସମ୍ପତ୍ତି ପାଇଁ ନିଜ ମାଆକୁ ମୃତ ଦର୍ଶାଇ ଦେଲା । ଆଉ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ମଧ୍ୟ ବିକ୍ରି କରିଦେଲା । ଏଭଳି ଏକ ଘଟଣା ବିହାରରେ ଦେଖିବାକୁ ମିଳିଛି । ବିହାର ବୈଶାଳୀ ଜିଲ୍ଲାର  ହଜିପୁରରେ ଜଣେ ପୁଅ ଏଭଳି କରିଛି । ପୁଅ ବିରୋଧରେ ଅଭିଯୋଗ କରିଛନ୍ତି ମାଆ କୈଳାଶ ଦେବୀ । ଜାଲ ପ୍ରମାଶ ପତ୍ର କରି ସମ୍ପତ୍ତି ବିକିଥିବା ସେ ଅଭିଯୋଗ କରିଛନ୍ତି । ପ୍ରଥମେ ସେ ନିକଟସ୍ଥ ଥାନାରେ ଅଭିଯୋଗ କରିଥିଲେ । କିଛି କାର୍ଯ୍ୟାନୁଷ୍ଠାନ ନ ହେବାରୁ ପରେ ହାଜିପୁର କୋର୍ଟରେ ପହଞ୍ଚିଥିଲେ ।

କୋର୍ଟ ମାମଲାକୁ ଗମ୍ଭୀରତାର ସହ ନେଇ ବୈଶଳୀ ପୋଲିସ ଅଧିକ୍ଷକଙ୍କୁ ପ୍ରାଥମିକ ତଦନ୍ତ ପାଇଁ ନିର୍ଦ୍ଦେଣ ଦେଇଥିଲେ । ଏହାପରେ ହଜିପୁର ନଗର ଥାନାରେ ମାମଲା ରୁଜୁ କରାଯାଇଥିଲା ।  ପୋଲିସ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଅଭିଯୋଗ କରିଥିବା କୈଳାଶ ଦେବୀଙ୍କ ବଡ଼ ପୁଅ ନବଲ କିଶୋର ସିଂହ ଗାଁର ଅରୁଣ କୁମାର ସିହ୍ନାଙ୍କ ସହ ମିଶି ଏହି କାରନାମା କରିଥିଲା । ସେ ୩ ଜୁଲାଇ ୨୦୨୩ ମସିହାରେ ଏକ ଜାଲ ବିକ୍ରି ଦଳିଲ ପ୍ରସ୍ତୁତ କରିଥିଲା । ଯେଉଁଥିରେ କୈଳାଶ ଦେବୀଙ୍କୁ ମୃତ ଦର୍ଶାଯାଇଥିଲା । ଯେତେବେଳେ କି ସେ ଜୀବିତ ଥିଲେ । ଏହି ମାମଲାରେ ହାଜିପୁର ଜିଲ୍ଲା ପଞ୍ଜୀକରଣ କାର୍ଯ୍ୟାଳୟର ଜଣେ କିରାଣୀଙ୍କ ଭୂମିକାକୁ ମଧ୍ୟ ସନ୍ଦେହଜନକ ବୋଲି ବିବେଚନା କରାଯାଉଛି। ପୋଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି, ଯେତେବେଳେ କିରାଣୀଙ୍କୁ ଗିରଫ କରିବା ପାଇଁ ଚଢାଉ ଜାରି ରହିଛି ।

ନଗର ପୋଲିସ ଷ୍ଟେସନ ଦ୍ୱାରା ଗିରଫ ହୋଇଥିବା ଚାରି ଅଭିଯୁକ୍ତଙ୍କ ମଧ୍ୟରେ କୈଳାସ ଦେବୀଙ୍କ ବଡ଼ ପୁଅ ଏବଂ ବିକ୍ରେତା ନବଲ କିଶୋର ସିଂହ, କ୍ରେତା ଅରୁଣ କୁମାର ସିହ୍ନା, ମୌଧା ବୁଜୁର୍ଗର ବାସିନ୍ଦା ସୁନୀଲ ଭଗତ ଏବଂ ସାକ୍ଷୀ ରାମବାବୁ ସାହାଣୀ ମଧ୍ୟ ଅଛନ୍ତି ।

ବାଲାଂଦେଶରେ ପୁଣି ହିନ୍ଦୁଙ୍କ ଉପରେ ଆକ୍ରମଣ : ନିଆଁ ଲଗାଇ ଜାଳିଦେଲେ ଘର

ନନ୍ଦିଘୋଷ ବ୍ୟୁରୋ :  ବାଲାଂଦେଶରେ  ସଂଖ୍ୟାଲଘୁଙ୍କ ବିରୋଧରେ ହିଂସା ବଢିବାରେ ଲାଗିଛି । ସେଠାରେ ଦୀପୁ ଚନ୍ଦ୍ର ଦାସଙ୍କୁ ପିଟିପିଟଇ ମାରିଦେଲେ । ଏହା ପରେ ଅମୃତ ମଣ୍ଡଳ ମାମଲା ସାମ୍ନାକୁ ଆସିଲା । ଏବେ ଜଣେ ହିନ୍ଦୁ ପରିବାରର ଘର ଜାଳି ଦେଇଛନ୍ତି ।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ , ଡିସେମ୍ବା ୨୭ ତାରିଖ ଦିନ ବାଲାଂଦେଶ  ଫିରୋଜପୁରj ଡୁମୁରିଟୋଲା ଗାଣେ ଥିବା ଶାହା ପରିବାର ଘରେ କିଛି ଦୁବୃତ୍ତ ପଶି ନିଆଁ ଲଗାଇ ଦେଇଛନ୍ତି । ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରି ଏହି ନିଆଁ ଲଗାଯାଇଛି । ଘରେ ଥିବା ଏକ କପଡାରେ ନିଆଁ ଲଗେଇବା ପରେ ଏହା ଚାଡିଆଡେ ବ୍ୟାପି ଯାଇଥିଲା । ଏହାର କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛି । ଏହି ଘଟଣାକୁ ନେଇ ଲେଖିକା ତସଲିମା ନସରିନ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ଦେଶରେ ଘଟିଥିବା ଏହି ଅଗ୍ନିକାଣ୍ଡ ଘଟଣାରେ ଲେଖିକା ତସଲିମା ନସରିନ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଇ ତସଲିମା ନସରିନ କହିଛନ୍ତି, ଶାହା ପରିବାର ଶୋଇଥିବା ସମୟରେ ହିନ୍ଦୁ ବିରୋଧୀ ଜିହାଦୀମାନେ ଘର ପୋଡ଼ି ଦେଇଥିଲେ।

ସେ ଚିଟାଗଙ୍ଗର ରାଉଜାନରେ ଘଟିଥିବା ସମାନ ଘଟଣା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯେଉଁଠାରେ ସକାଳେ ହିନ୍ଦୁ ଘର ପୋଡ଼ି ଦିଆଯାଇଥିଲା ଏବଂ ସାରା ଦେଶରେ ହିନ୍ଦୁମାନଙ୍କ ବିରୁଦ୍ଧରେ ଏପରି ହିଂସା ନିରନ୍ତର ଜାରି ରହିବ କି ବୋଲି ପ୍ରଶ୍ନ କରିଥିଲେ।

ପିରୋଜପୁରରେ ଏହି ଘଟଣା ଦକ୍ଷିଣ-ପୂର୍ବ ବନ୍ଦର ସହର ଚାଟୋଗ୍ରାମ ନିକଟରେ ଆଉ ଏକ ହିନ୍ଦୁ ପରିବାରର ଘରେ ନିଆଁ ଲାଗିବାର କିଛି ଦିନ ପରେ ଘଟିଛି। ପରିବାର ସଦସ୍ୟମାନେ କହିଛନ୍ତି ଯେ ସେମାନେ ଭୋର ସମୟରେ ପ୍ରବଳ ଗରମ ଯୋଗୁଁ ଉଠିଥିଲେ, କିନ୍ତୁ ପ୍ରଥମେ ଘରର ଦ୍ୱାର ବାହାରୁ ବନ୍ଦ ଥିବାରୁ ସେମାନେ ଭିତରେ ଫସି ରହିଥିଲେ।

ଦୁଇଟି ପ୍ରଭାବିତ ପରିବାରର ସମସ୍ତ ଆଠ ଜଣ ସଦସ୍ୟ ଟିଣ ଚାଦର ଏବଂ ବାଉଁଶ ବାଡ଼ କାଟି ଖସି ପଳାଇବାରେ ସଫଳ ହୋଇଥିଲେ। ତଥାପି, ସେମାନଙ୍କ ଘରକରଣା ସାମଗ୍ରୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ଏବଂ ସେମାନଙ୍କ ପାଳିତ ପଶୁମାନେ ମଧ୍ୟ ମୃତ୍ୟୁବରଣ କରିଥିଲେ। ପୋଲିସ କହିଛି ଯେ ଚଢାଉ ସମୟରେ ପାଞ୍ଚ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି, ଯେତେବେଳେ ବାକି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରହିଛି।

ଏକ ରିପୋର୍ଟ ଅନୁଯାୟୀ, ରାଉଜାନ ଅଞ୍ଚଳର ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ପାଞ୍ଚ ଦିନ ମଧ୍ୟରେ ସାତଟି ହିନ୍ଦୁ ପରିବାରର ଘରକୁ ପୋଡ଼ି ଦିଆଯାଇଛି। ଡିସେମ୍ବର ୧୨ ତାରିଖରୁ ବାଂଲାଦେଶ ସାରା ଦେଶରେ ଅଶାନ୍ତି ଦେଖାଦେଇଛି। ଡିସେମ୍ବର ୧୨ ତାରିଖରେ ଦେଶରେ ହାଦିଙ୍କୁ ଗୁଳି କରାଯାଇଥିଲା। ପରେ ତାଙ୍କୁ ସିଙ୍ଗାପୁରରେ ଚିକିତ୍ସା କରାଯାଇଥିଲା, କିନ୍ତୁ ତାଙ୍କୁ ବଞ୍ଚାଯାଇପାରିଲା ନାହିଁ। ହାଦିଙ୍କ ମୃତ୍ୟୁ ପରେ ଦେଶରେ ହିଂସା ଦେଖାଦେଇଛି, ଲୋକମାନେ ରାସ୍ତାକୁ ଓହ୍ଲାଇ ସ୍ଲୋଗାନ ଦେଉଛନ୍ତି।

ବାପା-ମାଆର କଳିରେ ହନ୍ତସନ୍ତ ପୁଅ ; ହସ୍ପିଟାଲରେ ଭର୍ତ୍ତି ପୁଅ

ଦେବଗଡ଼ : ବାପାମାଆର କଳିରେ ଜୀବନ ସହ ସଂଘର୍ଷ କରୁଛି ୫ ବର୍ଷର ଶିଶୁ । ପାରିବାରିକ କଳହ ନେଇ ବିଷ ପିଇ ଦମ୍ପତି ଆତ୍ମହତ୍ୟା କରିଥିବା ବେଳେ ୫ ବର୍ଷର ଶିଶୁପୁତ୍ର ଏସସିବି ମେଡିକାଲରେ ଭର୍ତ୍ତି ହୋଇଛି । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଖଇରପାଲି ଅଂଚଳର ଏ ଘଟଣା । ଜୟନ୍ତାପାଲି ଗାଁର ଦୁଷ୍ମନ୍ତ ମାଝୀ ଓ ପତ୍ନୀ ରିଙ୍କି ମଧ୍ୟରେ ଅନେକ ସମୟରେ ପାରିବାରିକ କଳହ ଲାଗି ରହୁଥିଲା । ଗତ ମଙ୍ଗଳବାର ଦୁଷ୍ମନ୍ତ ଓ ରିଙ୍କି ୫ ବର୍ଷର ଶିଶୁପୁତ୍ରକୁ ଧରି ଦୁଷ୍ମନ୍ତଙ୍କ ଶ୍ୱଶୁର ଘର ଝରାବେରେଣୀକୁ ଯାଇଥିଲେ । ସେଠାରୁ ଘରକୁ ଶନିବାର ଦିନ ଫେରୁଥିବାବେଲେ ରାସ୍ତାରେ ଉଭୟ ବିଷ ପିଇ ପୁଅକୁ ମଧ୍ୟ ବିଷ ପିଆଇ ଦେଇଥିଲେ । ଶିଶୁପୁତ୍ରଟି ରାତିସାରା ଜଙ୍ଗଲରେ ରହିବା ପରେ ରବିବାର ସକାଳ ପ୍ରାୟ ୧୦ ଟାରେ ବେଳକୁ ମା’ଙ୍କ ଭ୍ୟାନିଟି ବ୍ୟାଗ ଧରି ରାସ୍ତା କଡ଼ରେ ପହଞ୍ଚିଥିଲା । ବାପା ମା’ ଜଙ୍ଗଲ ଭିତରେ ପଡ଼ିଥିବା ନେଇ ଶିଶୁପୁତ୍ରଟି ପଥଚାରୀଙ୍କୁ ଅବଗତ କରାଇଥିଲା।
ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ରାସ୍ତା କଡ଼ରୁ ପ୍ରାୟ ୪୦୦ ମିଟର ଦୂର ଘଞ୍ଚ ଜଙ୍ଗଲ ମଧ୍ୟରେ ପଥର ଚଟାଣ ନିକଟରେ ଦୁଷ୍ମନ୍ତ ଓ ରିଙ୍କି ଗୁରୁତର ଅବସ୍ଥାରେ ପଡିଥିବାବେଳେ ତାଙ୍କ ନିକଟରେ କୀଟନାଶକ ପଡିଥିବା ଦେଖିବାକୁ ପାଇଥିଲେ। ପୋଲିସ କୀଟନାଶକ ବୋତଲ ଜବତ କରିବା ସହ ଦୁଷ୍ମନ୍ତ ଏବଂ ରିଙ୍କିକୁ ଅନୁଗୁଳ ଛେଣ୍ଡିପଦା ଡାକ୍ତରଖାନା ନେଇଥିଲା। ସେଠାରେ ଡାକ୍ତର ଦୁଷ୍ମନ୍ତଙ୍କୁ ମୃତ ଘୋଷଣା କରିଥିଲେ। ରିଙ୍କି ଓ ଶିଶୁପୁତ୍ରକୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ସଂଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ରିଙ୍କିର ମୃତ୍ୟୁ ଘଟିଥିଲା। ଅଧିକ ଚିକିତ୍ସା ଲାଗି ଶିଶୁଟିକୁ କଟକ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।
ଛେଣ୍ଡିପଦା ଡାକ୍ତରଖାନାରେ ଦୁଷ୍ମନ୍ତଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ରିଙ୍କିଙ୍କ ମୃତଦେହ ବ୍ୟବଚ୍ଛେଦ ଲାଗି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଶବାଗାରରେ ରଖାଯାଇଛି। ତଦନ୍ତ ପରେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହେବ। ଅନ୍ୟପଟେ କଟକ ଶିଶୁ ଭବନରେ ଚିକିତ୍ସିତ ହେଉଥିବା ପାଞ୍ଚ ବର୍ଷର ଶିଶୁଙ୍କ ସ୍ୱାସ୍ଥ୍ୟଵସ୍ଥା ସ୍ଥିର ରହିଛି। ଆବଶ୍ୟକ ପଡ଼ିଲେ ଆଇସିୟୁକୁ ସ୍ଥାନାନ୍ତର କରାଯିବ ବୋଲି ଶିଶୁ ଭବନ ପକ୍ଷରୁ କୁହାଯାଇଛି । ପିଲାକୁ ବିଷ ଦେବାକୁ ଚେଷ୍ଟା କରିବା ବେଳେ ପିଲାଟି ଫୋପାଡ଼ି ଦେଇଥିବା ଜଣାପଡ଼ିଛି ।

ଦିଲ୍ଲୀରେ ଘନ କୁହୁଡ଼ି ନେଇ ରେଡ୍ ୱାର୍ଣ୍ଣିଂ ; ନିୟନ୍ତ୍ରଣକୁ ଆସୁନି ପ୍ରଦୂଷଣ ମାତ୍ରା

ଦିଲ୍ଲୀ: ଦିଲ୍ଲୀରେ ଘନ କୁହୁଡ଼ିର ପ୍ରଭାବ। ଗମ୍ଭୀର ସ୍ଥିତିରେ ରହିଛି ବାୟୁ। ଦିଲ୍ଲୀର ଅଧାରୁ ଅଧିକ ମନିଟରିଂ ଷ୍ଟେସନରେ ସକାଳ ୭ଟାରେ AQI ଗମ୍ଭୀର ବର୍ଗରେ ପହଞ୍ଚି ଯାଇଥିଲା। ଦିଲ୍ଲୀରେ ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୨ ରହିଥିଲା। ଯାହାକି ଗମ୍ଭୀର ଭାବେ ପରିଗଣିତ କରାଯାଉଛି। ସହରରେ କୁହୁଡ଼ି ଯୋଗୁଁ ଦୃଶ୍ୟମାନତା ହ୍ରାସ ପାଇବା ଯୋଗୁଁ ଅନେକ ବିମାନ ବିଳମ୍ବରେ ଚାଲୁଛି ।

ଦିଲ୍ଲୀର ଅଧାରୁ ଅଧିକ ମନିଟରିଂ ଷ୍ଟେସନରେ AQI ଖରାପ ବର୍ଗରେ ରେକର୍ଡ ହୋଇଛି। ବିବେକ ବିହାରରେ ସର୍ବାଧିକ AQI ୪୫୮ ରେକର୍ଡ କରାଯାଇଥିଲା। ୱାଜିରପୁରରେ AQI ୪୪୩ ଥିଲା। କର୍ତ୍ତବ୍ୟ ପଥ ଚାରିପାଖରେ ସକାଳୁ ଘନ କୁହିଡିର ଆସ୍ତରଣ ଦେଖିବାକୁ ମିଳିଥିଲା। ଦିଲ୍ଲୀର ଅଧିକାଂଶ ସ୍ଥାନରେ ଅତ୍ୟଧିକ ଘନ କୁହୁଡ଼ି ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଦିଲ୍ଲୀ ବିମାନବନ୍ଦରରେ ଦୃଶ୍ୟମାନତା ୧୨୫ ମିଟର ପର୍ଯ୍ୟନ୍ତ ହ୍ରାସ ପାଇଛି।

ରାତିଅଧରେ ଗୁହାଳ ଘରୁ ମେଣ୍ଢା ଚୋରି; ଖବର ପାଇ ମାଡିବସିଲେ ସ୍ଥାନୀୟ ଲୋକେ

ଖୋର୍ଦ୍ଧା : ରାତି ଅଧରେ ଗୁହାଳେ ପଶିଲେ ଚୋର। ବ୍ୟାଗରେ ଭର୍ତ୍ତି କରି ନେଇଯାଉଥିଲେ ୮ଟି ମେଣ୍ଢା । ଖବର ପାଇ ମାଡିବସିଲେ ସ୍ଥାନୀୟ ଲୋକେ । ଏପରି ଘଟଣା ଘଟିଛି ଜଟଣୀ ଥାନା ବେଣାପଞ୍ଜରୀ ପଞ୍ଚାୟତ ପାଣ୍ଡିଆବିଲି ଠାରେ । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗୁହାଳରେ ପଶି ୮ଟି ମେଣ୍ଢା ଚୋରି କରି ନେଇଯାଉଥିଲେ । ସ୍ଥାନୀୟ ଲୋକମାନେ ଏହା ଦେଖି ଦୁର୍ବୃତ୍ତଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ।

ଅଭିଯୁକ୍ତମାନେ ଏହି ସମୟରେ ବ୍ଲାଙ୍କ ଫାୟାରିଂ କରିଥିବା ଅଭିଯୋଗ ହୋଇଛି । ଲୋକମାନେ ଜଣଙ୍କୁ କାବୁ କରି ନିସ୍ତୁକ ପିଟିବା ପରେ ପୋଲିସର ଜିମା ଦେଇଛନ୍ତି । ସୋମାନଙ୍କ ନିକଟରୁ ୮ ଟି ମେଣ୍ଢା ଉଦ୍ଧାର କରାଯାଇଛି । ପୂର୍ବରୁ ମଧ୍ୟ ଏକାଧିକ ଥର ସ୍ଥାନୀୟ ଅଞ୍ଚଳରେ ଚୋରି ହେଉଥିବା ଅଭିଯୋଗ ହେଉଛି।

୨ଦିନ ପରେ ଖୋଲିଲା ଶିଖରଚଣ୍ଡୀ ମୁଖ୍ୟ ଫାଟକ ; ଦନ୍ତାଙ୍କ ଉତ୍ପାତ ଯୋଗୁ ବନ୍ଦ ଥିଲା

ଭୁବନେଶ୍ବର : ଜଙ୍ଗଲକୁ ଫେରିଲେ ୨ ହାତୀ । ଭୁବନେଶ୍ଵର ଶିଖରଚଣ୍ଡୀ ପାହାଡ଼ ନିକଟରେ ଆସି ରହିଥିଲେ ଦୁଇ ହାତୀ । ତେବେ ୨ ହାତୀଙ୍କୁ ଘଉଡ଼ାଇବା ପରେ ଆଜିଠାରୁ ଖୋଲିଛି ଶିଖରଚଣ୍ଡୀ ମୁଖ୍ୟ ଫାଟକ । ଚନ୍ଦକା ବନ କର୍ମଚାରୀଙ୍କ ଉଦ୍ୟମରେ ହାତୀ ଦୁଇଙ୍କୁ ଭରତପୁର ଜଙ୍ଗଲ ଆଡ଼କୁ କାଲି ରାତିରେ ଘଉଡାଇ ଦିଆଯାଇଥିଲା । କିଛି ସମୟ ପରେ ପଥରଗାଡିଆ ଗାଁ ଶ୍ମଶାନ ନିକଟ ଭରତପୁର ରିଜର୍ଭ ଜଙ୍ଗଲ ପାଚେରୀ ଭାଙ୍ଗି ଜଙ୍ଗଲ ମଧ୍ୟକୁ ପ୍ରବେଶ କରି ଯାଇଥିଲେ ଦୁଇ ଦନ୍ତା ।

ହାତୀ ଜଙ୍ଗଲକୁ ଯିବା ପରେ ସ୍ଥାନୀୟ ଗ୍ରାମବାସୀ ଓ ପର୍ଯ୍ୟଟକ ଆଶ୍ୱସ୍ତି ଅନୁଭବ କରିଛନ୍ତି । ଶିଖରଚଣ୍ଡୀ ପାହାଡକୁ ଯିବାକୁ ବାରଣ ଥିବାବେଳେ ମୁଖ୍ୟ ଫାଟକ ବନ୍ଦ କରାଯାଇଥିଲା। ଆଜି ଖୋଲିଛି ଶିଖରଚଣ୍ଡୀ ମୁଖ୍ୟ ଫାଟକ । ପର୍ଯ୍ୟଟକ ହୁଅନ୍ତୁ କିମ୍ବା ଭକ୍ତ ସମସ୍ତେ ପାହାଡ଼ ଉପରକୁ ଯାଇ ବଣଭୋଜି କରିବା ସହ ମାଆଙ୍କ ଦର୍ଶନ କରିପାରିବେ ବୋଲି ସୂଚନା ମିଳିଛି l

ମେକ୍ସିକୋରେ ଭୟଙ୍କର ଟ୍ରେନ ଦୁର୍ଘଟଣା ; ୧୩ ମୃତ, ୯୮ ଆହତ

ନନ୍ଦିଘୋଷ ବ୍ୟୁରୋ: ମେକ୍ସିକୋରେ ଭୟଙ୍କର ଟ୍ରେନ ଦୁର୍ଘଟଣା। ଟ୍ରେନ୍ ଲାଇନଚ୍ୟୁତ ହେବା ଫଳରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ୯୮ ଯାତ୍ରୀ ଆହତ ହୋଇଛନ୍ତି। ମେକ୍ସିକୋର ଦକ୍ଷିଣ ପଶ୍ଚିମ ଅଂଚଳର ନିଜାଣ୍ଡା ସହର ନିକଟରେ ଲାଇନଚ୍ୟୁତ ହୋଇପଡିଥିଲା ଏକ ଯାତ୍ରୀବାହୀ ଟ୍ରେନ। ଟ୍ରେନରେ ନଅ ଜଣ କ୍ରୁ ସଦସ୍ୟ ଏବଂ ୨୪୧ ଜଣ ଯାତ୍ରୀ ସମେତ ମୋଟ ୨୫୦ ଜଣ ଥିଲେ। ଆହତମାନଙ୍କ ମଧ୍ୟରୁ ୩୬ ଜଣଙ୍କୁ ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।

ମୃତକଙ୍କ ପରିବାରକୁ ସହାୟତା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ଘଟଣାସ୍ଥଳକୁ ପଠାଯାଇଛି। ମେକ୍ସିକୋର ଆଟର୍ଣ୍ଣି ଜେନେରାଲଙ୍କ କାର୍ଯ୍ୟାଳୟ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ଆନ୍ଧ୍ର ପ୍ରଦେଶର ୟେଲାମାଂଚିଲୀ ଅଞ୍ଚଳରେ ଟ୍ରେନରେ ନିଆଁ

ନନ୍ଦିଘୋଷ ବ୍ୟୁରୋ: ଆନ୍ଧ୍ର ପ୍ରଦେଶର ୟେଲାମାଂଚିଲୀ ଅଞ୍ଚଳରେ ଟାଟାନଗର – ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ଅଗ୍ନିକାଣ୍ଡ । ଟ୍ରେନର ୨ଟି ବଗିରେ ଅଗ୍ନିକାଣ୍ଡ ଘଟିଛି । ଟ୍ରେନରେ ନିଆଁ ଲାଗିବାର ଦେଖି ଯାତ୍ରୀଙ୍କ ମଧ୍ୟରେ ଭୟର ବାତାରଣ ସୃଷ୍ଟି ହୋଇଥିଲା । ଏହି ଅଗ୍ନିକାଣ୍ଡରେ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ୭୦ ବର୍ଷୀୟ ଚନ୍ଦ୍ରଶେଖର ସୁନ୍ଦରମ । ୨ଟି କୋଚରେ ଥିବା ୧୫୭ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ରେଳ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି । ଫରେନ୍ସିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ଆଜି ନନ୍ଦନକାନନ ପାଳୁଛି ୬୬ତମ ପ୍ରତିଷ୍ଠା ଦିବସ ; ଉଦଘାଟିତ ହେବ ନୂତନ ଖୁଆଡ଼

ଭୁବନେଶ୍ବର : ଆଜି ନନ୍ଦନକାନନ ପାଳୁଛି ୬୬ତମ ପ୍ରତିଷ୍ଠା ଦିବସ। ପ୍ରତିବର୍ଷ ଡିସେମ୍ବର ୨୯ ତାରିଖରେ ନନ୍ଦନକାନନରେ ତାର ପ୍ରତିଷ୍ଠା ଦିବସ ପାଳନ କରିଆସୁଛି। ଆଜି ପ୍ରତିଷ୍ଠା ଦିବସ ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଯୋଗଦେଇ ବିଭିନ୍ନ ନୂତନ ଖୁଆଡ଼ର ଶୁଭଉଦଘାଟନ କରିବେ ବୋଲି ସୂଚନା ମିଳିଛି  ।

ଦୃଶ୍ୟମାନ କଲରାପତରିଆ ବାଘ ଖୁଆଡ଼, ତୃଣଭୋଜୀ କ୍ୱାରେଣ୍ଟାଇନ ଓ ସରୀସୃପ କ୍ୱାରେଣ୍ଟାଇନ, ପ୍ରାଣୀଉଦ୍ୟାନରେ ଜନ୍ମ ଗ୍ରହଣ କରିଥିବା ବାଘ ଛୁଆ, ସିଂହଛୁଆ, ସିମ୍ପାଞ୍ଜି ଛୁଆ ଏବଂ ହିମାଳୟ କଳାଭାଲୁ ଛୁଆଙ୍କ ନାମକରଣ କରାଯିବ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ନନ୍ଦନକାନନରେ କାର୍ଯ୍ୟରତ କର୍ମଚାରୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯିବ।

ଏହି ନୂତନ ଖୁଆଡ଼ମାନ ଉଦଘାଟନ ପରେ ପର୍ଯ୍ୟଟକ ଅଧିକ ମଜା ଉଠାଇ ପାରିବେ। ନୂଆ ନୂଆ ଜୀବଜନ୍ତୁଙ୍କୁ ଦେଖିବାକୁ ପାଇବା ସହ ଏକ ପ୍ରାକୃତିକ ପରିବେଶର ଆନନ୍ଦ ନେଇପାରିବେ ବୋଲି କତୃପକ୍ଷଙ୍କ ଦ୍ୱାରା ସୂଚନା ମିଳିଛିl

ଆଜି ଟ୍ରମ୍ପ-ନେତନ୍ୟାହୁ ଭେଟଘାଟ ; ଗାଜାରେ ଶାନ୍ତି ପ୍ରତିଷ୍ଠା ଲାଗି ନୂଆବର୍ଷରୁ ପଦକ୍ଷେପ

ନନ୍ଦିଘୋଷ ବ୍ୟୁରେୋ : ଗାଜାରେ ଶାନ୍ତି ପ୍ରତିଷ୍ଠା ଲାଗି ନୂଆ ବର୍ଷରୁ ପଦକ୍ଷେପ। ଆଜି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ମଧ୍ଯରେ ହେବ ଆଲୋଚନା। ଏହା ସହ ଗାଜା ଲାଗି କିଛି ପ୍ରମୁଖ ଘୋଷଣା କରିପାରନ୍ତି ଟ୍ରମ୍ପ। ଏହି କଥାବାର୍ତ୍ତାରେ ଗାଜାରେ ଶାନ୍ତି ଫେରାଇଆଣିବା, ମଧ୍ୟପ୍ରାଚ୍ୟରେ ସ୍ଥିରତା ଆଦି ପ୍ରସଙ୍ଗରେ ହୋଇପାରେ ଆଲୋଚନା। ଫ୍ଲୋରିଡାସ୍ଥିତ ଟ୍ରମ୍ପଙ୍କ ମାର-ଏ-ଲାଗୋ ପ୍ରାସାଦରେ ଏହି ଭେଟଘାଟ ହେବ। ଗାଜା ଅସ୍ତ୍ରବିରତି କାହିଁକି ବିଳମ୍ବ ଘଟୁଛି ସେନେଇ ବି ହୋଇପାରେ ଆଲୋଚନା।

ଗାଜା ଉପରେ ଅଧିକ ଆକ୍ରମଣ କରିବା ଲାଗି ଟ୍ରମ୍ପଙ୍କ ସ୍ବୀକୃତିକୁ ନେତନ୍ୟାହୁ ଅପେକ୍ଷା କରିଛନ୍ତି ବୋଲି କୁହାଯାଉଛି। ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଫଳାଫଳକୁ ଆସନ୍ତା ଜାନୁଆରୀ ଶେଷ ଭାଗରେ ହେବାକୁ ଥିବା ବିଶ୍ବ ଅର୍ଥନୈତିକ ସମ୍ମିଳନୀ ଫୋରମରେ ଟ୍ରମ୍ପ ଉପସ୍ଥାପିତ କରିବା ସମ୍ଭାବନା ରହିଛି।