spot_img

Latest Posts

ସିରିଆର ପୂର୍ବତନ ରାଷ୍ଟ୍ରପତି ଅସାଦଙ୍କୁ ଫାଶୀ ଦଣ୍ଡ

ସିରିଆର ପୂର୍ବତନ ରାଷ୍ଟ୍ରପତି ବସର ଅଲ ଅସାଦଙ୍କୁ ମୃତ୍ୟୁ ଦଣ୍ଡାଦେଶ। ପ୍ରାୟ ୨ ଦଶନ୍ଧି ଧରି ଏକଛତ୍ରବାଦୀ ଶାସନ ଚଳାଇଥିବା ଅସାଦଙ୍କୁ ଦାମେସ୍କର ଏକ କ୍ରିମିନାଲ କୋର୍ଟ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଯୁଦ୍ଧ ଅପରାଧ ଓ ମାନବିକତା ବିରୋଧରେ ଅପରାଧ କାରଣ ଦର୍ଶାଇ କୋର୍ଟ ତାଙ୍କୁ ଦଣ୍ଡିତ କରିଛନ୍ତି। ଗତ ଡିସେମ୍ବର ୨୦୨୪ରେ ସିରିଆରେ ତାଙ୍କ ଶାସନର ପତନ ଘଟିଥିଲା ଏବଂ ଅହମ୍ମଦ ଅଲ ସାରାଙ୍କ ନେତୃତ୍ବରେ ନୂଆ ସରକାର ଗଠନ ହୋଇଥିଲା। ଗାଦିଚ୍ୟୁତ ହେବା ପରେ ସେ ପରିବାର ସହ ମସ୍କୋ ଚାଲିଯାଇଥିଲେ। ଅସାଦଙ୍କ ସମ୍ପର୍କୀୟ ଅତେଫ ନାଜିବ ଏବଂ ପୂର୍ବତନ ରାଜନୈତିକ ନିରାପତ୍ତା ନିର୍ଦ୍ଦେଶାଳୟର ମୁଖ୍ୟଙ୍କୁ ମଧ୍ୟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ। ୨୦୦୦ ମସିହାରେ ବାପା ହାଫିଜ ଅଲ ଅସାଦଙ୍କ ପରେ ଗାଦି ସମ୍ଭାଳିଥିଲେ ବସର ଅଲ୍ ଅସାଦ। ହତ୍ୟା, ନିର୍ଯାତନା ଆଦି ଅଭିଯୋଗରେ ଅଭିଯୁକ୍ତ ଥିଲେ ଅସାଦ।…

Latest Posts

Don't Miss