spot_img

Latest Posts

ରାଜ୍ୟସଭାରେ ଉଠିଲା ଶୁଦ୍ଧିକରଣ ବିବାଦ

ରାଜ୍ୟସଭାରେ ଉଠିଲା ଶୁଦ୍ଧିକରଣ ବିବାଦ। ଏହାକୁ ନେଇ ଗୃହରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଓ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଉତ୍ତରାଖଣ୍ଡର ରାମଲୀଳା ଗ୍ରାଉଣ୍ଡରେ ଅନୁଷ୍ଠିତ ରାଲିରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ଉଦବୋଧନ ଦେବାର ୨ ଦିନ ପରେ ସେହି ପଡିଆକୁ ବ୍ରାହ୍ମଣବାଦୀ କର୍ମୀମାନେ ଶୁଦ୍ଧିକରଣ କରିବା ପ୍ରସଙ୍ଗକୁ ନେଇ ରାଜ୍ୟସଭାରେ ଝଡ଼ ସୃଷ୍ଟି ହୋଇଥିଲା। ଏହି ପ୍ରସଙ୍ଗ ଖଡ଼ଗେ ଉଠାଇବା ପରେ ଏହାକୁ ନେଇ ନଡ୍ଡା ଦୁର୍ଭାଗ୍ୟଜନକ ବୋଲି କହିବା ସହ ବିଜେପି ଏହି କାମକୁ ସମର୍ଥନ କରେ ନାହିଁ ବୋଲି କହିଥିଲେ। ଏହି ପ୍ରସଙ୍ଗକୁ ନେଇ ବି ଉତ୍ତରାଖଣ୍ଡରେ ବାଦ ବିବାଦ ମୁଣ୍ଡ ଟେକିଛି। ଖଡଗେ ଜଣେ ଦଳିତ ନେତା ହୋଇଥିବାରୁ ତାଙ୍କ ପ୍ରତି ଅନ୍ୟାୟ କରାଯାଇଛି ବୋଲି ଅଭିଯୋଗ କରିଥିଲେ ଖଡଗେ। ରାଜ୍ୟସଭାରେ ଖଡଗେ କହିଥିଲେ ଯେ, ଗତ ଅଗଷ୍ଟ ୮ ତାରିଖରେ ସେ ରାମଲୀଳା ଗ୍ରାଉଣ୍ଡରେ ଉଦବୋଧନ ଦେଇଥିଲେ। ମାତ୍ର ଏହାର ୨ ଦିନ ପରେ ସେଠାରେ ବିଜେପି କର୍ମୀମାନେ ଶୁଦ୍ଧିକରଣ କରିଥିଲେ। ସେହି ସମାବେଶରେ ଲକ୍ଷାଧିକ ଲୋକ ଯୋଗଦେଇଥିଲେ। ସେ କୌଣସି ସମ୍ପ୍ରଦାୟ ବା ଧର୍ମର ନାଁ ନେଇ ନଥିଲେ। ଉତ୍ତରାଖଣ୍ଡରେ ଲୋକମାନେ ଭୋଗୁଥିବା ସମସ୍ୟା ସମ୍ପର୍କରେ ସେ ଭାଷଣରେ କହିଥିଲେ। ମାତ୍ର ଭାଷଣ ସରିବା ପରେ ବିଜେପି କର୍ମୀମାନେ ପଡିଆକୁ ଶୁଦ୍ଧିକରଣ କରିଥିଲେ

Latest Posts

Don't Miss