spot_img
Home Blog Page 2319

ମା’ଙ୍କ ଅନନ୍ୟ ମହିମା, ଡାକିଲେ ଶୁଣନ୍ତି ମା’ ପିଙ୍ଗଳାକ୍ଷୀ

ନିମାପଡ଼ା: ନିମାପଡା ଡେଣୁଅଁ ଗାଁର ଅଧିଷ୍ଠାତ୍ରି ଦେବୀ “ମା ପିଙ୍ଗଳାକ୍ଷୀ” । ୬୦୦ ବର୍ଷର ପୁରାତନ ମନ୍ଦିର। ମନ୍ଦିର ବର୍ଣ୍ଣନା କରୁଛି ଅନେକ କାର୍ତ୍ତିରାଜି। ପୁରୀ ରାଜା ପ୍ରତାପରୁଦ୍ର ଦେବଙ୍କ ସମୟରୁ ସ୍ଥାପିତ ହୋଇଥିଲା ଏହି ମନ୍ଦିର। ପୂରାତନ ମନ୍ଦିର ଦର୍ଶନ ପାଇଁ ପହଞ୍ଚନ୍ତି ଭକ୍ତ।

ପ୍ରାଚୀନ ଐତିହ୍ୟର କିମ୍ବଦନ୍ତୀ । ପୁରୀ ନିମାପଡା ବ୍ଲକ ଅଧିନ ଡେଣୁଅଁ ଗାଁର ଅଧିଷ୍ଠାତ୍ରି ଦେବୀ “ମା ପିଙ୍ଗଳାକ୍ଷୀ” । ୬୦୦ ବର୍ଷର ପୁରାତନ ମନ୍ଦିର । ମନ୍ଦିର ବର୍ଣ୍ଣନା କରୁଛି ଅନେକ କାର୍ତ୍ତିରାଜି । ପୁରୀ ରାଜା ପ୍ରତାପରୁଦ୍ର ଦେବଙ୍କ ସମୟରୁ ସ୍ଥାପିତ ହୋଇଥିଲା ଏହି ମନ୍ଦିର । ମନ୍ଦିରର ଉଚ୍ଚତା ୪୨ ଫୁଟ ରହିଥିବା ବେଳେ ଏହାର ମୁଖସାଳାର ଉଚ୍ଚତା ୨୭ ଫୁଟ ରହିଛି । ମା’ ପିଙ୍ଗଳାକ୍ଷୀଙ୍କ ମନ୍ଦିରଟି ୧୫୦୬ ମସିହା ପୂର୍ବରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ପୋଥିରେ ଉଲ୍ଲେଖ ରହିଛି ।

ମାଆଙ୍କ ଅପାର ମହିମା। ଭକ୍ତ ଡାକିଲେ ମାଆ ଶୁଣନ୍ତି ବୋଲି ବିଶ୍ବାସ । ପୂର୍ବରୁ ମାଆଙ୍କର ନାମ ପିଙ୍ଗଳା ରହିଥିବା ନେଇ ସ୍ୱପ୍ନାଦେଶ ହୋଇଥିଲାରୁ ମା ପିଙ୍ଗଳାକ୍ଷୀ ନାମରେ ନାମିତ ବୋଲି ଅନୁମାନ କରାଯାଏ । ମାଆଙ୍କ ପାଖରେ ଦହିପଖାଳ ଭୋଗ କରାଯାଏ । ଅନ୍ୟନ୍ୟ ଦେବୀଙ୍କ ମନ୍ଦିରରେ ଆମିଷ ଭୋଗ ବ୍ୟବସ୍ତା ଥିଲେ ମଧ୍ୟ ଏଠାରେ ତାହାର ବିତିକ୍ରମ ଦେଖା ଯାଏ। ଏହି ସ୍ଥାନରେ ନିରାମିଷ ଭୋଗ ଲାଗି ହୁଏ।

 

ଭାରତରେ ପ୍ରତିବର୍ଷ ଚିହ୍ନଟ ହେଉଛନ୍ତି ପ୍ରାୟ ୧୩ ଲକ୍ଷ ନୂଆ କ୍ୟାନସର ରୋଗୀ

ନନ୍ଦିଘୋଷ ବ୍ୟୁରୋ: ଉତ୍କଳ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ହସ୍ପିଟାଲ ସେମିନାରେ ସାଂଘତିକ ତଥ୍ୟ । ଭାରତରେ ପ୍ରତିବର୍ଷ ଚିହ୍ନଟ ହେଉଛନ୍ତି ପ୍ରାୟ ୧୩ ଲକ୍ଷ ନୂଆ କ୍ୟାନସର ରୋଗୀ । ଦିନ କୁ ଦିନ କର୍କଟ ରୋଗ ବଢିବାରେ ଲାଗିଛି ଏବଂ ପ୍ରାୟ 193 ଲକ୍ଷ ନୂତନ କର୍କଟ ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ 50% ଏସୀୟ ଦେଶରୁ ଆସିଛି। ଅଧିକାଂଶ ସାଧାରଣ କର୍କଟ ହେଉଛି ପାଟି, ସ୍ତନ,ପାକସ୍ଥଳୀ,ଝାଡାନଳୀ, ସ୍ତ୍ରୀ ରୋଗ ଏବଂ ଫୁସଫୁସ କର୍କଟ।

ଉତ୍କଳ କର୍କଟ କନକ୍ଲେଭ 2024 ନାମରେ ଏକ ଦିବସୀୟ ସେମିନାରରେ ହୋଇଥିଲା ଆଲୋଚନା । କର୍କଟ ରୋଗର କାରଣ ହେଉଛି ଜୀବନ ଶୈଳୀର ପରିବର୍ତ୍ତନ, ଖାଦ୍ୟ ଅଭ୍ୟାସରେ ପରିବର୍ତ୍ତନ, ତମାଖୁ ଅଭ୍ୟାସ, ମୋଟାପଣ ଏବଂ ବ୍ୟାୟାମର ଅଭାବ । ଜନସାଧାରଣ ଏବଂ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ମଧ୍ୟରେ ସଚେତନତା,କର୍କଟ ରୋଗର ପ୍ରାଥମିକ ଅବସ୍ଥାରେ ନିରାକରଣ ଏବଂ ଚିହ୍ନଟ କରିବାରେ ବହୁ ଅବଦାନ ଦେଇପାରେ ।

ମିଶନ ଶକ୍ତି କରିଛି ମହିଳାଙ୍କୁ ସ୍ବାବଲମ୍ବୀ

ନୂଆପଡ଼ା: ମିଶନ ଶକ୍ତି କରିଛି ମହିଳାଙ୍କୁ ସ୍ବାବଲମ୍ବୀ। ନୂଆପଡା ଖଡିଆଳ ବ୍ଲକ ସାନଦୋହେଲ ଗାଁରେ ଏସଏଚଜି ମହିଳା ମାନେ ବସ୍ତାରୁ ସୂତା କାଢି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିଛନ୍ତି । ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟକୁ ଦେଉଛନ୍ତି ତାଲିମ । କାମକୁ ନେଇ ମହିଳା ମାନେ ବେସ୍ ଖୁସି ଥିବାବେଳେ ଭଲ  ରୋଜଗାର ହେଉଥିବା ପ୍ରକାଶ କରିଛନ୍ତି।

ମିଶନ ଶକ୍ତି ବଦଳାଇ ଦେଇଛି ଗାଁର ଚିତ୍ର। ବଞ୍ଚାଇ ରଖୁଛି ଲୋକଙ୍କ କୌଳିକ ବୃତ୍ତି। ସ୍ୱାବଲମ୍ବୀ ହେଉଛନ୍ତି ଗାଁ ମହିଳା। ସିମେଣ୍ଟ ବସ୍ତାରୁ ସୁତା କାଢି ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତ ହେଉଛି । ନୂଆପଡା ଜିଲ୍ଲା ଖଡିଆଳ ସାନଦୋହେଲ ଗାଁରେ ଏସଏସଜି ମହିଳା ମାନେ କୌଳିକ ବୃତ୍ତିକୁ ବଞ୍ଚାଇବା ସହ ନିଜେ ସ୍ବାବଲମ୍ବୀ ହୋଇ ଅନ୍ୟକୁ ଏହି କାମ ପାଇଁ ତାଲିମ ଦେଉଛନ୍ତି। ଏହି କାର୍ଯ୍ୟକୁ ନେଇ ମହିଳା ମାନେ ବେସ୍ ଖୁସି ଥିବାବେଳେ ଭଲ ରୋଜଗାର ହେଉଥିବା ପ୍ରକାଶ କରିଛନ୍ତି।

ସାନଦୋହେଲ ଗାଁର ୧୧ ଜଣ ମହିଳା ମା ମଙ୍ଗଳା ଏସଏସଜି ଗଠନ କରି ପ୍ରଥମେ ଦେଢ଼ ଲକ୍ଷ ଟଙ୍କା ଋଣ ଆଣି ନିଜ କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଋଣ ପରିଶୋଧ ପରେ ପୁଣି ୩ ଲକ୍ଷ ଟଙ୍କା ଆଣି କାର୍ଯ୍ୟକୁ ବୃଦ୍ଧି କରିଛନ୍ତି। ମହିଳା ମାନେ ନିଜ ଅଞ୍ଚଳରେ ବିଭିନ୍ନ କାର୍ଯ୍ୟସ୍ଥଳୀରୁ ସିମେଣ୍ଟ ବସ୍ତାକୁ କିଣି ଆଣିବା ସହ ସେହି ବସ୍ତାରୁ ସୂତା କାଢି ସେଥିରୁ ଦଉଡ଼ି କରୁଛନ୍ତି । ଘର ପାଇଁ ବ୍ୟବହାର ସୁନ୍ଦର ସୁନ୍ଦର ସାମଗ୍ରୀ ପ୍ରସ୍ତୁତ କରି ଗାଁ ବଜାର ରେ ବିକ୍ରି କରୁଛନ୍ତି। ଗାଁର ଏସଏସଜି ମହିଳା ମାନେ ଏକାଠି ବସି ଏହି ସାମଗ୍ରୀ ପ୍ରସ୍ତୁତ କରୁଥିବା ବେଳେ ଏହି କାର୍ଯ୍ୟକୁ ବଞ୍ଚାଇ ରଖିବା ପାଇଁ ଅନ୍ୟ ମହିଳାମାନଙ୍କୁ ତାଲିମ ମଧ୍ୟ ଦେଉଛନ୍ତି।

କମିଶନରେଟ ପୋଲିସର ୧୬ତମ ରେଜିଂ ଡେ ଉତ୍ସବ, ଇ-ଆବେଦନ ପୋର୍ଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ବର କମିଶନରେଟ ପୋଲିସର ୧୬ତମ ରେଜିଂ ଡେ ଉତ୍ସବ। ମଙ୍ଗଳବାର ୧୭ ବର୍ଷରେ ପାଦ ଥାପିଛି କମିଶନରେଟ ପୋଲିସ । ଭୁବନେଶ୍ବର ସପ୍ତମ ବାଟାଲିଅନ ପଡିଆରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାର୍ଯ୍ୟରେ ଉଲ୍ଲେଖନୀୟ  ପ୍ରଦର୍ଶନ କରିଥିବା ପୋଲିସ କର୍ମଚାରୀଙ୍କୁ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଇ-ଆବେଦନ ପୋର୍ଟାଲ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୋର୍ଟାଲ ଦ୍ବାରା ପୋଲିସ ଲୋକଙ୍କ ଅଧିକ ବିଶ୍ବାସଭାଜନ ହୋଇପାରିବ। ଡିଜିଟାଲ ସେବା ଦ୍ୱାରା ପୋଲିସ ଅଧିକ ସଶକ୍ତ ହେବ। କମିଶନରେଟ ପୋଲିସ ୧୬ ବର୍ଷ ଧରି ଲକ୍ଷ୍ୟ ପଥରେ ଆଗେଇ ଚାଲିଛି । ଏହା ଅଧିନରେ ୫୨ଟି ଥାନା କାର୍ଯ୍ୟ କରୁଛି।

ସାଇବର ଅପରାଧ ବିଷୟରେ ବିଭିନ୍ନ ଶିକ୍ଷାନୁଷ୍ଠାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।ମହିଳା, ଶିଶୁ ଏବଂ ବରିଷ୍ଠ ନାକରିଙ୍କ ସୁରକ୍ଷା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୋଲିସ କମିଶନରେଟ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀଙ୍କ ମାନସ ସନ୍ତାନ । ପୋଲିସକୁ ଦକ୍ଷ ଓ ଉତ୍ତରଦାୟୀ କରିବାରେ ମୁଖ୍ୟମନ୍ତ୍ରୀଙ୍କ ରହିଛି ପ୍ରମୁଖ ଭୂମିକା। ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶିତା ଯୋଗୁଁ ପୋଲିସ ଲୋକାଭିମୁଖୀ ହୋଇଛି । ପୋଲିସ ବ୍ୟବସ୍ଥା ପରିଚାଳନାରେ ବଡ ସଫଳତା ମିଳିଛି । ଗୁଣାତ୍ମକ ପୋଲିସ ସେବା ଆମର ମୂଳମନ୍ତ୍ର ବୋଲି କହିଛନ୍ତି  ଡିଜିପି ଅରୁଣ ଷଡଙ୍ଗୀ।

ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ ମ୍ୟାଚର ପିଚ ପାଇଁ ଆଇସିସିର ଆକ୍ସନ

ନନ୍ଦିଘୋଷ ବ୍ୟୁରୋ: ନିକଟରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୧-୧ରେ ବରାବର ରହିଛି । ତେବେ ଦ୍ବିତୀୟ ଟେଷ୍ଟ ମ୍ୟାଚ ସବୁଠାରୁ ଅଧିକ ରୋମାଞ୍ଚକ ହୋଇଥିଲା । ଏହି ମ୍ୟାଚରେ ପ୍ରଥମ ଦିନରେ ଉଭୟ ଦଳ ଅଲଆଉଟ ହୋଇଥିଲେ । ଲୋସ୍କୋରିଂ ମ୍ୟାଚ ହୋଇଥିବାବେଳେ ପ୍ରଦର୍ଶନ ସାଙ୍ଗକୁ ପିଚକୁ ନେଇ ଚର୍ଚ୍ଚା କମିବାର ନାଁ ନେଉନାହିଁ । ଟେଷ୍ଟ କ୍ରିକେଟ ଇତିହାସରେ ଏହି ମ୍ୟାଚ ରେକର୍ଡ କରିଛି । କମ ସଭର ଖେଳାଯାଇଥିବା ମ୍ୟାଚରେ ଏହା ରେକର୍ଡ କରିଛି । ମାତ୍ର ୧୦୭ ଓଭରରେ ମ୍ୟାଚ ଫଳାଫଳ ଜଣାପଡ଼ିଛି । ଯାହାକୁ ନେଇ ଆଇସିସି ପକ୍ଷରୁ ଉଦବେଗ ପ୍ରକାଶ ପାଇଛି । ପିଚକୁ ନେଇ ପ୍ରଶ୍ନ ଉଠିଥିବାବେଳେ ରେଫରି କ୍ରିସ୍ ବ୍ରଡ ରିପୋର୍ଟ ଦାଖଲ କରିଛନ୍ତି । ଏହାସହ ସେ କହିଛନ୍ତି କି, ନ୍ୟୁଜିଲାଣ୍ଡ ପିଚ ସବୁବେଳେ ବୋଲରଙ୍କୁ ସୁହାଇବା ସହ ବାଉନ୍ସର ହୋଇଥାଏ । ବ୍ୟାଟ୍ସମ୍ୟାନମାନେ ଖେଳିବା ପାଇଁ କଷ୍ଟ ମଧ୍ୟ ହୋଇଥାଏ । ତେବେ ସେ ଯାହାବି ହେଉ ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ ଭାରତ ୭ ଓ୍ବିକେଟ ଜିତିଥିବାବେଳେ ଆଇସିସି ପିଚକୁ ନେଇ ଉଠାଇଛି ପ୍ରଶ୍ନବାଚୀ । ପ୍ରଥମ ଦିନରେ ୨୩ ଓ୍ବିକେଟ ଖସିଥିଲା । ଦେଢ଼ ଦିନରେ ଖେଳ ଶେଷ ହୋଇଥିଲା ।

ଲକ୍ଷ୍ମୀପୁରରେ 5T ଅଧ୍ୟକ୍ଷଙ୍କ ବିକାଶ ସମୀକ୍ଷା

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ପହଞ୍ଚିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଗତଥର ନାରାୟଣପାଟଣା ଆସିଥିବା ବେଳେ ୧୫ଟି ପ୍ରସ୍ତାବ ଆସିଥିଲା, ସେଥିରୁ ୧୨ଟି ପୂରଣ ହୋଇଛି ବୋଲି କାର୍ତ୍ତିକ ପାଣ୍ଡିଆନ୍ କହିଛନ୍ତି । ଏଥିସହ ନାରାୟଣପାଟଣା ଓ ବନ୍ଧୁଗାଁରେ ସରକାରୀ ଡିଗ୍ରି କଲେଜ ଖୋଲିବା ପାଇଁ ଅନୁମୋଦନ କରିଛନ୍ତି  ମୁଖ୍ୟମନ୍ତ୍ରୀ । ଚଳିତବର୍ଷଠୁ ହିଁ ସେଠାରେ ଆଡମିଶନ ହେବା ସହ ପାଠପଢା ହେବ । ଝଞ୍ଜାବତି ବ୍ୟାରେଜ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଶହେ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ନାରାୟଣପାଟଣାରେ ଥିବା ଜଗନ୍ନାଥ ମନ୍ଦିରର ରୂପାନ୍ତରଣ ପାଇଁ ୪କୋଟି ଟଙ୍କା, ବନ୍ଧୁଗାଁରେ ଥିବା ମନ୍ଦିର ପାଇଁ ୨ କୋଟି ଟଙ୍କା, ଲକ୍ଷ୍ମୀପୁର କଲେଜର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଆରକେ ଉଚ୍ଚ ମାଧ୍ୟମିକ ସ୍କୁଲ ଏବଂ ଡିଗ୍ରୀ କଲେଜର ଫାଇଭ-ଟି ରୂପାନ୍ତରଣ ପାଇଁ ଏକ କୋଟି ଟଙ୍କା ଅର୍ଥ ମଞ୍ଜୁର କରିଛନ୍ତି । ନାରାୟଣପାଟଣାରେ ଥିବା ରାଧାକ୍ରିଷ୍ଣ ଉଚ୍ଚ ମାଧ୍ୟମିକ ସ୍କୁଲର ରୂପାନ୍ତରଣ ପାଇଁ ୫୦ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ କୋରାପୁଟ ଜିଲ୍ଲାର ୩୦୦ଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୧୫ କୋଟି ଟଙ୍କା ଅର୍ଥ ମଞ୍ଜୁର କରାଯାଇଛି  । କେବଳ ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀ ପାଇଁ ୧୩୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଂସାରୀଗୁଡା ଆଲୁମିନିୟମ ପ୍ରୋଜେକ୍ଟକୁ ମୁଖ୍ୟମନ୍ତ୍ରୀ ନିକଟରେ ଶୁଭ ଉଦଘାଟନ କରିଛନ୍ତି । ଗତ ୧୦ ମାସ ଭିତରେ ମୁଖ୍ୟମନ୍ତ୍ରୀ କେବଳ କୋରାପୁଟ ଜିଲ୍ଲାକୁ ୪୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ପାଇଁ ଆସିଥିବା ନିବେଦନ ଗୁଡିକ ପାଇଁ ଆସନ୍ତା ୧୯ ତାରିଖ ମଧ୍ୟରେ ଖୁସି ଖବର ପାଇବେ ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି । ଏଥିସହ ଖୁବଶୀଘ୍ର ଭତ୍ତା ବଢାଯିବ ବୋଲି କହିଛନ୍ତି ।

ପ୍ରେମିକ ପାଇଁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ଉଦଳା: ପ୍ରେମିକ ପାଇଁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ । ସ୍ୱାମୀ ଏବଂ ପ୍ରେମିକ ଦିଅର ମଧ୍ୟରେ ଝଗଡା ହେବାରୁ ପ୍ରେମିକ ପକ୍ଷରେ ରହି ସ୍ୱାମୀକୁ କାଠ ଫାଳିଆରେ ବାଡେଇ ମାରିଲା ସ୍ତ୍ରୀ। ଏଭଳି ଘଟଣା ଘଟିଛି ଉଦଳା ଥାନା ନୟାରଙ୍ଗାମାଟିଆ ଗାଁରେ। ରାଇସେନ ମୁର୍ମୁଙ୍କୁ କାଠ ଫାଳିଆରେ ବାଡେଇ ବାଡେଇ ହତ୍ୟା କରିଛି ସ୍ତ୍ରୀ ପାନ ମୁର୍ମୁ । ଗାଁରେ ଚାଲିଥିଲା ଜାହିରା ପୂଜା । ଜାହିରା ପୂଜାରେ କୁକୁଡ଼ା ଆଣିବାରେ ବିଳମ୍ବ କରିଥିଲେ ମୃତକ ରାଇସେନ ମୁର୍ମୁ । ଏନେଇ ପ୍ରେମିକ ଦିଅର ଚନ୍ଦ୍ରମୋହନ ହେମ୍ବ୍ରମ ସହିତ ରାଇସେନଙ୍କର ଝଗଡା ହୋଇଥିଲା। ଏହି ଝଗଡା ସମୟରେ ରାଇସେନଙ୍କ ସ୍ତ୍ରୀ ପାନ ମୁର୍ମୁ ସେଠାରେ ପହଞ୍ଚି ଚନ୍ଦ୍ରମୋହନଙ୍କ ସପକ୍ଷରେ ରହିଥିଲେ । ଏପରିକି ସେ ନିଜ ସ୍ୱାମୀକୁ ବିରୋଧ କରିଥିଲେ। ଚନ୍ଦ୍ରମୋହନଙ୍କ ସହିତ ପାନଙ୍କର ଅନୈତିକ ସମ୍ପର୍କ ରହିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ଉଦଳା ପୋଲିସ ଉଭୟ ସମ୍ପର୍କୀୟ ଭାଇ ଓ ସ୍ତ୍ରୀ କୁ ଗିରଫ କରିଛି। ଅନ୍ୟପଟେ ସାଇଣ୍ଟିଫିକ ଟିମ ସହାୟତାରେ ପୋଲିସ ତଦନ୍ତ କୁ ତ୍ୱରାନ୍ୱିତ କରିଛି।

୧୦ରୁ ଅଧିକ ଓଲା ଡ୍ରାଇଭରଙ୍କୁ ଏମିତି ଠକୁଥିଲେ ମହିଳା

ଭୁବନେଶ୍ବର: ନୟାପଲ୍ଲୀ ପୋଲିସ ଜାଲରେ ଲେଡି 420 । ୧୦ରୁ ଅଧିକ ଓଲା ଡ୍ରାଇଭରଙ୍କୁ ଠକିଛନ୍ତି ଏହି ମହିଳା । ଶୁଭଶ୍ରୀ ବାରିକଙ୍କୁ ଅଟକ ରଖି ପଚରାଉଚରା କରିଛି ପୋଲିସ । ଓଲା ଗାଡି ଭଡାରେ ନେଇ ରାଜଧାନୀରେ ଘୁରି ବୁଲେ, ବିଭିନ୍ନ ପ୍ରକାର ବାହାନା ଦେଖାଇ ଛୁ ମାରେ । ପାଖାପାଖି ମାସେ ହେବ ଏଭଳି ତରିକା ଆପଣାଇ ଓଲା ଡ୍ରାଇଭରଙ୍କୁ ଠକୁଥିଲା ଏହି ଠକ । ଶେଷରେ ଆଜି କିଛି ଓଲା ଡ୍ରାଇଭର ଏହି ଠକ ଯୁବତୀଙ୍କୁ ଧରି ପୋଲିସ ଜିମାରେ ଦେଇଛନ୍ତି । ଏକାଧିକ ଓଲା ଡ୍ରାଇଭର ଆଜି ନୟାପଲ୍ଲୀ ଥାନାରେ ଦ୍ୱାରସ୍ଥ ହୋଇ ଯୁବତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ଜାଣନ୍ତୁ କେଉଁ ଦିନ ଜୋତା ଏବଂ ଚପଲ କିଣିବା ଅଶୁଭ

ଭୁବନେଶ୍ବର: ଆଧୁନିକ ଦୁନିଆରେ ଆଜି ମଧ୍ୟ ଅନେକ ଲୋକ ସାମାଜିକ ରୀତି ନୀତିକୁ ମାନି ଚଳନ୍ତି । ଯଦିଓ କିଛି କିଛି ଲୋକ ଏହାକୁ ବିଶ୍ବାସ କରନ୍ତି ନାହିଁ ତଥାପି ଆଜି ମଧ୍ୟ ଅନେକ ଲୋକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କାମ କରନ୍ତି । ଜ୍ୟୋତିର୍ବିଦଙ୍କ ଉପଦେଶ ଅନୁସାରେ ଲୋକେ କେଉଁ ରଙ୍ଗର ଗାଡ଼ି କିଣିବେ କେଉଁଦିନ ଶୁଭ, କେଉଁଦିନ ଅଶୁଭ ମାନନ୍ତି। ତେବେ ଚପଲ ଏବଂ ଜୋତା ସମସ୍ତଙ୍କର ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ହୋଇଥିବାବେଳେ କେଉଁଦିନ ଏହା କିଣିଲେ ଅଶୁଭ ହୋଇଥାଏ ଜ୍ୟୋଜିର୍ବିଦମାନେ କୁହନ୍ତି । ମାନାଯାଏ କି, ମଙ୍ଗଳବାର, ଶନିବାର, ଚନ୍ଦ୍ରଗ୍ରହଣ ଏବଂ ଅମାବାସ୍ୟାରେ ଜୋତା ଚପଲ କିଣିବା ଅଶୁଭ ମାନାଯାଏ । ଏହିଦିନ ମାନଙ୍କରେ କିଣିଲେ ଘରକୁ ଦୁର୍ଭାଗ୍ୟ ଆସିଥାଏ । କୁହାଯାଏ କି, ଶନିବାର ଜୋତା କିମ୍ବା ଚପଲ କିଣିଲେ ଶନି ଦଶା ପଡ଼ିଥାଏ ।

ତେବେ ବିଶ୍ବାସ ରହିଛି କି, ଶୁକ୍ରବାର ଦିନ ଜୋତା କିମ୍ବା ଚପଲ କିଣିବା ଶୁଭ ହୋଇଥାଏ । ଏହା ହେଉଛି ସର୍ବୋତ୍ତମ ଦିନ । ଶନିବାର ମନ୍ଦିର ଆଗରେ ଚପଲ ଛାଡ଼ି ଆସିବା ଦ୍ବାରା ଶନିଦଶା ଦୂର ହୁଏ ବୋଲି ବିଶ୍ବାସ ରହିଛି । ବାସ୍ତୁଶାସ୍ତ୍ର ଅନୁଯାୟୀ ଶେଜ ପାଖରେ କେବେ ମଧ୍ୟ ଜୋତା କିମ୍ବା ଚପଲ ରଖନ୍ତୁ ନାହିଁ । ଏହାଦ୍ବାରା ନକରାତ୍ମକ ପ୍ରଭାବ ପଡ଼ିଥାଏ ।

 

ପ୍ଲାଷ୍ଟିକ ବୋତଲରେ ପାଣି ପିଉଛନ୍ତି କି? ହୋଇ ଯାଆନ୍ତୁ ସାବଧାନ!

ନନ୍ଦିଘୋଷ ବ୍ୟୁରୋ: ପ୍ଲାଷ୍ଟିକ ବୋତଲରୁ ଆମେ ଅନେକ ସମୟରେ ପାଣି ପିଉଥାଉ। ତେବେ ଜାଣିଛନ୍ତି କି ଏହି ପ୍ଲାଷ୍ଟିକ ବୋତଲରେ ଥିବା ପାଣି ମନୁଷ୍ୟ ଶରୀର ଲାଗି କେତେ କ୍ଷତିକାରକ। ପ୍ଲାଷ୍ଟିକ ବୋତଲରେ ଥିବା ୧ ଲିଟର ପାଣିରେ ରହିଛି ପାଖାପାଖି ୨ ଲକ୍ଷ ୪୦ ହଜାର କଣିକା। ଏହି ନାନୋପ୍ଲାଷ୍ଟିକ କଣିକାଯୁକ୍ତ ପାଣି ମଣିଷ ପିଇବା ଦ୍ବାରା ଶରୀର ମଧ୍ୟକୁ ପ୍ରବେଶ କରିଥାଏ। ନାନୋପ୍ଲାଷ୍ଟିକ କଣିକା ମାଇକ୍ରୋପ୍ଲାଷ୍ଟିକ ତୁଳନାରେ ଅତି ସୂକ୍ଷ୍ମ ହୋଇଥିବାରୁ ଏହା ସହଜରେ ଶରୀରରେ ଖାଦ୍ୟନଳୀ ଏବଂ ଫୁସଫୁସ ଦେଇ ରକ୍ତକଣିକା ମଧ୍ୟକୁ ପ୍ରବେଶ କରିଥାଏ। ଆଉ ରକ୍ତକଣିକା ଦେଇ ଏହି ନାନୋ ପ୍ଲାଷ୍ଟିକ ହୃଦୟ ଏବଂ ମସ୍ତିସ୍କକୁ ମଧ୍ୟ ପ୍ରବେଶ କରେ ।

ନାନା ପ୍ଲାଷ୍ଟିକ ଜଣେ ମହିଳାଙ୍କ ଗର୍ଭରେ ଥିବା ଶିଶୁ ଶରୀରକୁ ମଧ୍ୟ ପ୍ରବେଶ କରିପାରେ । ମନୁଷ୍ୟର ଜୀବକୋଷକୁ ମଧ୍ୟ ପ୍ରବେଶ କରିଥାଏ ଏହି ପ୍ଲାଷ୍ଟିକ କଣିକା। । ପୂର୍ବରୁ ପାଣିବୋତଲ ମଧ୍ୟରେ ମାଇକ୍ରୋ ପ୍ଲାଷ୍ଟିକ ଠାବ କରାଯାଇଥିଲା। ନାନୋପ୍ଲାଷ୍ଟିକ କଣିକା ମାଇକ୍ରୋ ପ୍ଲାଷ୍ଟିକ ତୁଳନାରେ ଅଧିକ କ୍ଷତିକାରକ । ଶରୀର ଉପରେ ଏହାର ଅଧିକ କୁପ୍ରଭାବ ରହିଛି। ମାଇକ୍ରୋ ପ୍ଲାଷ୍ଟିକ ତୁଳନାରେ ନାନୋ ପ୍ଲାଷ୍ଟିକ କଣିକାର ପ୍ରଭାବ ପ୍ରାୟ ୧୦ରୁ ୧୦୦ ଗୁଣା ଅଧିକା। ଏହା ଶରୀର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ ପ୍ରଭାବିତ କରିଥାଏ । ପୂର୍ବରୁ ପ୍ଲାଷ୍ଟିକ ବୋତଲରେ ଥିବା ପିଇବା ପାଣିରେ ଏହି ସବୁ କଣିକା ରହିଥିବା ନେଇ ସନ୍ଦେହ କରି ଆସୁଥିଲେ ବୈଜ୍ଞାନିକ । ତେବେ ଜ୍ଞାନକୌଶଳ ଅଭାବରୁ ଏହି ସବୁ ନାନୋପ୍ଲାଷ୍ଟିକ କଣିକୁ ଗୁଡିକୁ ଠାବ କରାଯାଇ ପାରିନଥିଲା।

ଆମେରିକାରେ ହୋଇଥିବା ଏକ ଗବେଷଣାରେ ୩ଟି ବିଭିନ୍ନ କମ୍ପାନୀର ପ୍ଲାଷ୍ଟିକ ବୋତଲରେ ଥିବା ପାଣିକୁ ନେଇ ଏହି ପରୀକ୍ଷା କରାଯାଇଥିଲା । ୩ ବୋତଲରେ ଥିବା ପାଣିରେ ୧ ଲକ୍ଷ ୧୦ ହଜାରରୁ ୩ ଲକ୍ଷ ୧୦ ହଜାର ନାନୋପ୍ଲାଷ୍ଟିକ କଣିକା ଥିବା ଜଣାପଡିଥିଲା । ସେଥିମଧ୍ୟରୁ ୯୦ ପ୍ରତିଶତ ନାନୋ ପ୍ଲାଷ୍ଟିକ ହୋଇଥିବାବେଲେ ୧୦ ପ୍ରତିଶତ ମାଇକ୍ରୋପ୍ଲାଷ୍ଟିକ ଥିବା ଜଣାପଡିଥିଲା । ସ୍ବାସ୍ଥ୍ୟ ଉପରେ ପ୍ଲାଷ୍ଟିକର ପ୍ରଭାବକୁ ଭିତ୍ତିକରି ଏହି ସୂଚନା ଦେଇଛନ୍ତି ଗବେଷକ। ଆମେରିକାର ପ୍ରୋସିଡିଂ ଅପ ଦି ନେସନାଲ ଏକାଡେମି ଅଫ୍ ସାଇନ୍ସ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି।