ଭାରତରେ ପ୍ରତିବର୍ଷ ଚିହ୍ନଟ ହେଉଛନ୍ତି ପ୍ରାୟ ୧୩ ଲକ୍ଷ ନୂଆ କ୍ୟାନସର ରୋଗୀ

ନନ୍ଦିଘୋଷ ବ୍ୟୁରୋ: ଉତ୍କଳ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ହସ୍ପିଟାଲ ସେମିନାରେ ସାଂଘତିକ ତଥ୍ୟ । ଭାରତରେ ପ୍ରତିବର୍ଷ ଚିହ୍ନଟ ହେଉଛନ୍ତି ପ୍ରାୟ ୧୩ ଲକ୍ଷ ନୂଆ କ୍ୟାନସର ରୋଗୀ । ଦିନ କୁ ଦିନ କର୍କଟ ରୋଗ ବଢିବାରେ ଲାଗିଛି ଏବଂ ପ୍ରାୟ 193 ଲକ୍ଷ ନୂତନ କର୍କଟ ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ 50% ଏସୀୟ ଦେଶରୁ ଆସିଛି। ଅଧିକାଂଶ ସାଧାରଣ କର୍କଟ ହେଉଛି ପାଟି, ସ୍ତନ,ପାକସ୍ଥଳୀ,ଝାଡାନଳୀ, ସ୍ତ୍ରୀ ରୋଗ ଏବଂ ଫୁସଫୁସ କର୍କଟ।

ଉତ୍କଳ କର୍କଟ କନକ୍ଲେଭ 2024 ନାମରେ ଏକ ଦିବସୀୟ ସେମିନାରରେ ହୋଇଥିଲା ଆଲୋଚନା । କର୍କଟ ରୋଗର କାରଣ ହେଉଛି ଜୀବନ ଶୈଳୀର ପରିବର୍ତ୍ତନ, ଖାଦ୍ୟ ଅଭ୍ୟାସରେ ପରିବର୍ତ୍ତନ, ତମାଖୁ ଅଭ୍ୟାସ, ମୋଟାପଣ ଏବଂ ବ୍ୟାୟାମର ଅଭାବ । ଜନସାଧାରଣ ଏବଂ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ମଧ୍ୟରେ ସଚେତନତା,କର୍କଟ ରୋଗର ପ୍ରାଥମିକ ଅବସ୍ଥାରେ ନିରାକରଣ ଏବଂ ଚିହ୍ନଟ କରିବାରେ ବହୁ ଅବଦାନ ଦେଇପାରେ ।