କମିଶନରେଟ ପୋଲିସର ୧୬ତମ ରେଜିଂ ଡେ ଉତ୍ସବ, ଇ-ଆବେଦନ ପୋର୍ଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର: ଭୁବନେଶ୍ବର କମିଶନରେଟ ପୋଲିସର ୧୬ତମ ରେଜିଂ ଡେ ଉତ୍ସବ। ମଙ୍ଗଳବାର ୧୭ ବର୍ଷରେ ପାଦ ଥାପିଛି କମିଶନରେଟ ପୋଲିସ । ଭୁବନେଶ୍ବର ସପ୍ତମ ବାଟାଲିଅନ ପଡିଆରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାର୍ଯ୍ୟରେ ଉଲ୍ଲେଖନୀୟ  ପ୍ରଦର୍ଶନ କରିଥିବା ପୋଲିସ କର୍ମଚାରୀଙ୍କୁ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଇ-ଆବେଦନ ପୋର୍ଟାଲ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୋର୍ଟାଲ ଦ୍ବାରା ପୋଲିସ ଲୋକଙ୍କ ଅଧିକ ବିଶ୍ବାସଭାଜନ ହୋଇପାରିବ। ଡିଜିଟାଲ ସେବା ଦ୍ୱାରା ପୋଲିସ ଅଧିକ ସଶକ୍ତ ହେବ। କମିଶନରେଟ ପୋଲିସ ୧୬ ବର୍ଷ ଧରି ଲକ୍ଷ୍ୟ ପଥରେ ଆଗେଇ ଚାଲିଛି । ଏହା ଅଧିନରେ ୫୨ଟି ଥାନା କାର୍ଯ୍ୟ କରୁଛି।

ସାଇବର ଅପରାଧ ବିଷୟରେ ବିଭିନ୍ନ ଶିକ୍ଷାନୁଷ୍ଠାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।ମହିଳା, ଶିଶୁ ଏବଂ ବରିଷ୍ଠ ନାକରିଙ୍କ ସୁରକ୍ଷା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୋଲିସ କମିଶନରେଟ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀଙ୍କ ମାନସ ସନ୍ତାନ । ପୋଲିସକୁ ଦକ୍ଷ ଓ ଉତ୍ତରଦାୟୀ କରିବାରେ ମୁଖ୍ୟମନ୍ତ୍ରୀଙ୍କ ରହିଛି ପ୍ରମୁଖ ଭୂମିକା। ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶିତା ଯୋଗୁଁ ପୋଲିସ ଲୋକାଭିମୁଖୀ ହୋଇଛି । ପୋଲିସ ବ୍ୟବସ୍ଥା ପରିଚାଳନାରେ ବଡ ସଫଳତା ମିଳିଛି । ଗୁଣାତ୍ମକ ପୋଲିସ ସେବା ଆମର ମୂଳମନ୍ତ୍ର ବୋଲି କହିଛନ୍ତି  ଡିଜିପି ଅରୁଣ ଷଡଙ୍ଗୀ।