ଭୁବନେଶ୍ବର: ରାଜ୍ଯର ଯୁବଶକ୍ତିଙ୍କୁ ଆତ୍ମନିର୍ଭର କରିବାକୁ ରାଜ୍ଯ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଯୁବପିଢିଙ୍କୁ ସ୍ବତନ୍ତ୍ର ଯୁବ ଉଦ୍ଯମୀ ଭାବେ ଗଡିତୋଳିବାକୁ ରାଜ୍ଯ ସରକାର ଆରମ୍ଭ କରିଛନ୍ତି ନୂଆ ଯୋଜନା ସ୍ବୟଂ । ଯୋଜନାରେ ବ୍ଯବସାୟ କରିବା ଓ ବ୍ଯବସାୟକୁ ସଂପ୍ରସାରଣ ନିମନ୍ତେ ମିଳିବ ସୁଧମୁକ୍ତ ଋଣ । ଏହାକୁ କ୍ଯାବିନେଟରେ ଅନୁମୋଦନ କରାଯାଇଛି । ଯୋଜନାରେ ଗ୍ରାମୀଣ ବେରୋଜଗାର ଯୁବକଯୁବତୀ ଅଥବା ରାଜ୍ଯ ସହାୟକ କୌଣସି ଯୋଜନାରେ ଋଣ ନେଇନଥିବା ଏବଂ ଋଣ ନେଇ ପରିଶୋଧ କରିସାରିଥିବା ଯୁବବର୍ଗ ଯୋଜନାର ଲାଭପାଇବେ । ୧୮ରୁ ୩୫ ବର୍ଷୀୟ ଯୁବକଯୁବତୀମାନେ ନୂତନ ବ୍ଯବସାୟ ଆରମ୍ଭ ଓ ବ୍ଯବସାୟକୁ ସଂପ୍ରସାରଣ ନିମନ୍ତେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପାଇପାରିବେ । ପ୍ରାଥମିକ ପର୍ଯ୍ୟାୟରେ ଏକ ଲକ୍ଷ ଯୋଗ୍ଯ ଗ୍ରାମୀଣ ଯୁବକ ଓ ଯୁବତୀଙ୍କୁ ଋଣ ଯୋଗାଇ ଦେବାକୁ ରାଜ୍ଯ ସରକାର ଲକ୍ଷ ରଖିଛନ୍ତି । ଏଥିପାଇଁ ବଜେଟରେ ୪୪୮ କୋଟି ଟଙ୍କାର ବ୍ଯୟ କରାଯିବ । ଯୋଜନାଟି ବିଜ୍ଞପ୍ତି ପ୍ରକାଶ ପାଇବାଠାରୁ ୨ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ । ଋଣ ସମ୍ପୂର୍ଣ୍ଣ ସୁଧ ରାଜ୍ଯ ସରକାର ବହନ କରିବେ । ଋଣ ନିମନ୍ତେ କୋ-ଲାଟେରାଲ ଏବଂ ପ୍ରକ୍ରିୟାକରଣ ଦେୟ ଦେବାକୁ ପଡ଼ିବ ନାହିଁ । ଋଣ ପରିଶୋଧର ଅବଧି ୪ ବର୍ଷ ରଖାଯାଇଛି । ଏଥିରେ ୩ରୁ ୬ ମାସ ପର୍ଯ୍ୟନ୍ତ ରିହାତି ଅବଧି ରହିଛି । ସମ୍ପର୍ଣ୍ଣ ସୁଧଭାର ଏବଂ ବାର୍ଷିକ ଗ୍ଯାରେଣ୍ଟି ନିମନ୍ତେ ନିର୍ଦ୍ଧାରିତ ଦେୟ ଭାର ବହନ କରିବାକୁ ରାଜ୍ଯ ସରକାର ୨୨୪ କୋଟି ଟଙ୍କା ବ୍ଯୟବରାଦ କରିବେ ।
ରାଜ୍ଯ କ୍ଯାବିନେଟରେ ବଡ଼ ଘୋଷଣା, ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ୧୦୦୦ ଟଙ୍କା
ଭୁବନେଶ୍ବର: ରାଜ୍ଯ କ୍ଯାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ୨୭ଟି ପ୍ରସ୍ତାବରେ ବାଜିଛି କ୍ଯାବିନେଟ ମୋହର । ରାଜ୍ଯ ଖାଦ୍ଯ ସୁରକ୍ଷା ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ଯ ସରକାର । ରାଜ୍ଯର ୯୫ ଦଶମିକ ୯୦ ଲକ୍ଷ ହିତାଧିକାରୀ ପରିବାରକୁ ମିଳିବ ଆର୍ଥିକ ସହାୟତା । ପ୍ରତି ପରିବାରକୁ ୧ ହଜାର ଟଙ୍କା ସହ ୨ଟି ଲେଖାଏଁ ଝୋଟ ତିଆରି ବ୍ଯାଗ ପ୍ରଦାନ କରାଯିବ । ରାଜ୍ଯ ସରକାରଙ୍କ ଏହି ନିଷ୍ପତ୍ତି ଖାଦ୍ଯ ସୁରକ୍ଷା ଯୋଜନା ଅଧିନରେ ଥିବା ସମସ୍ତ ହିତାଧିକାରୀ ପରିବାରକୁ ଦୈନନ୍ଦିନ ଜୀବନରେ ବ୍ଯବହୃତ ହେଉଥିବା ସାମଗ୍ରୀକୁ ନେବାଆଣିବାରେ ସହାୟତା କରିବ । ସେହିପରି ଆର୍ଥିକ ସହାୟତା ବଜାରରେ ଦରଦାମ ବୃଦ୍ଧି ସମୟରେ ଅତ୍ଯାବଶ୍ଯକ ସାମଗ୍ରୀ କ୍ରୟ କରିବାରେ ସାହାଯ୍ଯ କରିବ । ହିତାଧିକାରୀଙ୍କୁ ମୋଟ ୧ କୋଟି ୯୧ ଲକ୍ଷ ୮୧ ହଜାର ୫୨ଟି ବ୍ଯାଗ ବଣ୍ଟନ ହେବ । ଏଥିପାଇଁ ୧୭୮ କୋଟି ୬୯ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏହା ସହ ଏକ ହଜାର ଟଙ୍କା ଲେଖାଏ ସହାୟତା ବାବଦକୁ ୯୫୯ କୋଟି ୫ ଲକ୍ଷ ଟଙ୍କା ବହନ କରିବେଲ ରାଜ୍ଯ ସରକାର ।
ରାଜ୍ଯ କ୍ଯାବିନେଟରେ ୨୭ ପ୍ରସ୍ତାବରେ ବାଜିଲା ମୋହର
ଭୁବନେଶ୍ବର: ରାଜ୍ଯ କ୍ଯାବିନେଟରେ ୨୭ ପ୍ରସ୍ତାବକୁ ବାଜିଛି ମୋହର । ମୁଖ୍ଯମନ୍ତ୍ରୀ ମତ୍ସ୍ଯଜୀବୀ କଲ୍ଯାଣ ଯୋଜନାକୁ କ୍ଯାବିନେଟ ଆଜି ଅନୁମୋଦନ କରିଛି । ୨୦୨୩-୨୪ ଆର୍ଥୀକ ବର୍ଷରେ ୪୪୮ କୋଟିଟଙ୍କା କାର୍ଯ୍ଯକାରୀ ହେବ। ଯୋଜନାରେ ୧୧ ହଜାର ମହିଳା ଏସଏଜଜିଙ୍କ ସମେତ ୫୦ ହଜାର ମତ୍ସ୍ଯଜୀବୀ ଉପକୃତ ହେବେ। ମାଆ ସମଲେଶ୍ବରୀ ମନ୍ଦିରର ଯୋଜନା କାର୍ଯ୍ଯ କାରିତା ବୃଦ୍ଧିକୁ କ୍ଯାବିନେଟ ମୋହର ମାରିଛି । ଏହା ୨୦୨୧-୨୨ରୁ ବଢି ୨୦୨୪-୨୫ ପର୍ଯ୍ଯନ୍ତ ଜାରି ରହିବ। ସେହିପରି ପ୍ରଭୁ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ଯକରଣ ଏକାମ୍ର ପ୍ରକଳ୍ପର ଅବଧି ୨୦୨୪-୨୫ ପର୍ଯ୍ଯନ୍ତ ବୃଦ୍ଧି କରାଯାଇଛି । ମାଳତି ପ୍ରାକ ବିଦ୍ଯାଳୟ ପରିଧାନ ଯୋଜନାକୁ ୨୦୨୬-୨୭ ପର୍ଯ୍ଯନ୍ତ ବୃଦ୍ଧି କରାଯାଇଛି। ଏଥିରେ ୩ରୁ ୬ ବର୍ଷ ଶିଶୁ ମାନଙ୍କୁ ପୋଷାକ, ଜୋତା, ମୋଜା ଓ ସ୍ବିଟର ଦିଆଯାଉଛି । ସେହିପରି ସ୍କୁଲରେ ପ୍ରଚଳିତ ଖୁସି ଯୋଜନାକୁ ଖୁସି ପ୍ଲସକୁ ବିସ୍ତାର କରାଯାଇଛି। ଏହାଦ୍ବାରା ରାଜ୍ଯର ୩୦ଟି ଜିଲ୍ଲାରେ ସାନିଟାରୀ ନାପକିନକୁ ମାଗଣାରେ ମହାଳାମାନଙ୍କୁ ପ୍ରସବ ଓ ଗର୍ଭପାତ ନିମନ୍ତେ ଯୋଗାଇ ଦିଆଯିବାର ବ୍ଯବସ୍ଥା କରାଯାଇଛି। ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ସହ ସୋନପୁର ଜିଲ୍ଲାର ବୀରମହାରାଜପୁରକୁ ସଂଯୋଗ ପାଇଁ ମହାନଦୀ ଉପରେ ଦ୍ବତୀୟ ଉଚ୍ଚସେତୁ ନିର୍ମାଣ ପାଇଁ କ୍ଯାବିନେଟ ମୋହର ମାରିଛି।
୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳିବେ ବେନ ଷ୍ଟୋକ୍ସ, ଭାରତକୁ..
ନନ୍ଦିଘୋଷ ବ୍ୟୁରୋ: ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ଆସନ୍ତା ୧୫ ତାରିଖରୁ ଖେଳାଯିବ । ପ୍ରଥମ ଦୁଇ ମ୍ୟାଚ ୧-୧ ରହିଥିବାବେଳେ ଶେଷ ତିନୋଟି ମ୍ୟାଚ ଉପରେ ନଜର ରହିଛି । ତେବେ ଇଂଲଣ୍ଡର ବେନ ଷ୍ଟୋକ ନିଜର ୧୦୦ତମ ମ୍ୟାଚ ଖେଳିବେ । ଇଂଲଣ୍ଡର ୧୪ତମ ଖେଳାଳିଭାବେ ଶହେ ଟେଷ୍ଟ ମ୍ୟାଚ ଖେଳିବେ ବେନ ଷ୍ଟୋକ । ଜେମ୍ସ ଆଣ୍ଡରସନ, ଜୋ ରୁଟଙ୍କ ଭଳି ଖେଳାଳି ଏହି ତାଲିକାରେ ରହିଛନ୍ତି । ତେବେ ଷ୍ଟୋକ୍ସ ନିଜର ୧୦୦ତମ ମ୍ୟାଚରେ ଦମଦାର ପ୍ରଦର୍ଶନ କରିବା ଦଳକୁ ବିଜୟ କରାଇବେ ବୋଲି ପ୍ରଶଂସକ ମାନେ ଆଶା ରଖିଛନ୍ତି । ତେବେ ଟେଷ୍ଟରେ ସ୍ବାଧିକ ମ୍ୟାଚ ଖେଳିଥିବା ଖେଳାଳିଙ୍କ କଥା ଯଦି କହିବା ତାହେଲେ ଶୀର୍ଷରେ ରହିଛନ୍ତି ଭାରତୀୟ କ୍ରିକେଟ କିମ୍ବଦନ୍ତୀ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ସେ ୨୦୦ ଟେଷ୍ଟ ମ୍ୟାଚ ଖେଳିଛନ୍ତି । ୧୫ ହଜାରରୁ ଅଧିକ ସ୍କୋର ମଧ୍ୟ ଟେଷ୍ଟରେ ସଂଗ୍ରହ କରିଛନ୍ତି ।
ଭାରତ-ଇଂଲଣ୍ଡ ୫ଟି ଟେଷ୍ଟ ମ୍ୟାଚ ପାଇଁ ଇଂଲଣ୍ଡ ପ୍ରଥମରୁ ସିରିଜ ପାଇଁ ଖେଳାଳିଙ୍କ ନାମ ଘୋଷଣା କରିଥିବାବେଳେ ଭାରତ ପ୍ରଥମ ଦୁଇ ମ୍ୟାଚ ପାଇଁ ଖେଳାଳିଙ୍କ ନାମ ଘୋଷଣା କରିଥିଲା । ଏବେ ବାକି ତିନୋଟି ମ୍ୟାଚ ପାଇଁ ଟିମ ଘୋଷଣା କରିଛି । ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚଟି ଜିତିଥିବାବେଳେ ଭାରତ ଦ୍ବିତୀୟ ମ୍ୟାଚ ଜିତିଛି । ବାକି ତିନୋଟି ମ୍ୟାଚରେ କଣ ହେବ ତାକୁ ନେଇ କ୍ରିଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି ।
ଦଳ ଛାଡିଲେ ବରଗଡର ଟାଣୁଆ କଂଗ୍ରେସ ନେତା ନିହାର ରଞ୍ଜନ ମହାନନ୍ଦ
ବରଗଡ଼: କଂଗ୍ରେସ ଛାଡିଲେ ବରଗଡର ଟାଣୁଆ କଂଗ୍ରେସ ନେତା,ପୁର୍ବତନ ବିଧାୟକ ତଥା ବରଗଡ ଜିଲ୍ଲା କଂଗ୍ରେସର ପୁର୍ବତନ ସଭାପତି ନିହାର ରଞ୍ଜନ ମହାନନ୍ଦ । କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ନେଇ AICC ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେଙ୍କୁ ଚିଠି ଲେଖିଛନ୍ତି । ନିହାର ମହାନନ୍ଦ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଅତାବିରା ସଂରକ୍ଷିତ ଆସନରୁ କଂଗ୍ରେସ ଦଳରୁ ବିଧାୟକ ଥିଲେ । ଗତକାଲି ଜିଲ୍ଲା କଂଗ୍ରେସ ସଭାପତି ଚୟନ ନେଇ,ନିହାର ଅସନ୍ତୋଷ ଥିବା କୁହାଯାଉଛି । ହେଲେ ଏ ସଂପର୍କରେ ନିହାର ମହାନନ୍ଦଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ସେହିପରି ରାଉରକେଲା ମହିଳା କଂଗ୍ରେସ ସଭାପତି ନିରୁପମା ବଳିୟାର ସିଂହ ଛାଡିଲେ କଂଗ୍ରେସ । ରାଉଲକେଲା ସାଂଗଠନିକ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପଦରୁ ଓ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ପ୍ରଦେଶ ମହିଳା କଂଗ୍ରେସ ସଭାପତି ମୀନାକ୍ଷୀ ବାହିନୀପତି ଓ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । କଂଗ୍ରେସ ଦଳର ବିଚାର ଧାରାରେ କଂଗ୍ରେସ ନେତାମାନେ କାମ କରୁନଥିବା ଅଭିଯୋଗ କରିଛନ୍ତି ନିରୁପମା । ରାଉରକେଲା ସହରରୁ ରାହୁଲ ଗାନ୍ଧୀ ପଦଯାତ୍ରା କରିବା ଵଦଳରେ ଗାଡ଼ିରେ ନ୍ୟାୟ ଯାତ୍ରା କରିବାରୁ ସ୍ଥାନୀୟ ଜନସାଧାରଣ ଅସନ୍ତୋଷ ହୋଇଥିଲେ ବୋଲି କହିଛନ୍ତି ନିରୁପମା ।
କାରର ସିକ୍ରେଟ ଚାମ୍ବରରେ ହେଉଥିଲା ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଚାଲାଣ
ନନ୍ଦିଘୋଷ ବ୍ୟୁରୋ: ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ । କାରର ସିକ୍ରେଟ ଚାମ୍ବରରେ ଚାଲାଣ ହେଉଥିଲା ୩୦ ଲକ୍ଷ ଟଙ୍କାର ଗଞ୍ଜେଇ । ଏକ ଘଣ୍ଟାର ଛକାପଞ୍ଝା ପରେ ଝାଡଖଣ୍ଡର ୩ ଯୁବକଙ୍କୁ କାବୁକଲା ସ୍ପେଶାଲ କ୍ରାଇମ ୟୁନିଟ । ମାଲକାନଗିରିରୁ ପଶ୍ଚିମବଙ୍ଗ ଭାୟା ଭୁବନେଶ୍ୱର । ଫିଲ୍ମ ଷ୍ଟାଇଲରେ ପୋଲିସ ମାଫିଆଙ୍କ ଭିତରେ ଛକାପଞ୍ଝା । ଘଣ୍ଟାଏ ମିଶନ ପରେ ସ୍ପେଶାଲ କ୍ରାଇମ ୟୁନିଟକୁ ସଫଳତା । ଆପଣ ସାଧାରଣତଃ ଫିଲ୍ମରେ ଏଭଳି ଦୃଶ୍ୟ ଦେଖିଥିବେ । କିନ୍ତୁ ଏ କୌଣସି ଫିଲ୍ମ ନୁହେଁ । ରିୟଲ ଲାଇଫରେ ଘଟିଥିବା ଏଭଳି ଘଟଣା ନିଶା ମାଫିଆଙ୍କ ନିଦ ହଯାଇଦେଇଛି ।
ମାଲକନାଗିରିରୁ ପଶ୍ଚିମବଙ୍ଗ ଏକ ଇଣ୍ଡେଭର କାରରେ ଗଞ୍ଜେଇ ଚାଲାଣ ନେଇ ଖବର ମିଳିଥିଲା। ସୁରାକ ପାଇବା ମାତ୍ରେ ଅତିରିକ୍ତ ଡିସିପି ସଞ୍ଜୀବ ଶତପଥୀଙ୍କ ଟିମ ଖୋର୍ଦ୍ଧା ପିତାପଲ୍ଲୀ ଛକ ନିକଟରେ ଛକି ବସିଥିଲା । ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିଲା ଟିମ । କିନ୍ତୁ ପଛରୁ ଆସୁଥିବା ଏହି ନାଲି ରଙ୍ଗର କାର ପୋଲିସକୁ ଧକ୍କା ଦେଇ ଖସିଯାଇଥିଲା । କିନ୍ତୁ ଟିମ ସଞ୍ଜୀବ ଥିଲେ ନଛୋଡବନ୍ଧା । ପ୍ରାୟ ୬୦ କିଲୋମିଟର ଚକାପଞ୍ଝା ପରେ ପାହାଳ ନିକଟରେ ଦୁଇଟି ଗାଡି, ୩ ଅଭିଯୁକ୍ତଙ୍କ ସହ ୩ ଶହ କେଜି ଗଞ୍ଜେଇ ଜବତ କରିଛି ପୋଲିସ ।
ଜବତ ଗଞ୍ଜେଇର ମୂଲ୍ୟ ୩୦ ଲକ୍ଷରୁ ଉର୍ଦ୍ଧ ହେବ । ୩ ଅଭିଯୁକ୍ତଙ୍କ ଘର ଝାଡଖଣ୍ଡ ବୋଲି ଜଣାପଡିଛି । ଦେଖନ୍ତୁ କିଭଳି ଗାଡି ସିଟ ପଛପଟେ ଚାମ୍ବର କରି ଗଞ୍ଜେଇ କାରବାର କରୁଥିଲେ ଅଭିଯୁକ୍ତ । କିଲେ କିମ୍ବା ଦୁଇକିଲୋ ନୁହେଁ, ଚାମ୍ବର ଭିତରେ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ରାଜ୍ୟ ବାହାରକୁ ଯାଉଥିଲା । ପୋଲିସକୁ ଚକମା ଦେବା ପାଇଁ ଭିନ୍ନ ଭିନ୍ନ ନମ୍ବର ପ୍ଲେଟ ବ୍ୟବହାର କରୁଥିଲେ ମାଫିଆ । ୩ ଦିନିଆ ରିମାଣ୍ଡରେ ଆଣି ସେମାନଙ୍କ ପୁରୁଣା କେସ ହିଷ୍ଟ୍ରି, ମାଷ୍ଟରମାଇଣ୍ଡ ସମ୍ପର୍କରେ ଖୋଳତାଡ଼ କରିବ ସ୍ପେଶାଲ କ୍ରାଇମ ୟୁନିଟ ।
ସାରା ଓଡ଼ିଶାରେ ବୌଦ୍ଧ ଜିଲ୍ଲା ଗଞ୍ଜେଇର ହଟସ୍ପଟ ପାଲଟିଥିବା ବେଳେ ପଛକୁ ରହିଛି ମାଲକନାଗିରି ଓ କନ୍ଧମାଳ । ନିଶାଦ୍ରବ୍ୟ ଜବତରେ ସାରା ଦେଶରେ ଓଡିଶା ପୋଲିସ ଏକ ନମ୍ବର ପାଲଟିଥିବା ବେଳେ ମାଫିଆଙ୍କ ବିରୋଧରେ ଦଣ୍ଡବିଧାନ ହାର ବଢିଛି ।
ଗୁପ୍ତେଶ୍ବର ଜଙ୍ଗଲକୁ ଜୈବ ବିବିଧତା ହେରିଟେଜ ସାଇଟର ମାନ୍ୟତା
ନନ୍ଦିଘୋଷ ବ୍ୟୁରୋ: ଗୁପ୍ତେଶ୍ବର ଜଙ୍ଗଲକୁ ଜୈବ ବିବିଧତା ହେରିଟେଜ ସାଇଟର ମାନ୍ୟତା ମିଳିଛି । ଗୁପ୍ତେଶ୍ବର ଶିବ ମନ୍ଦିର ଠାରୁ ଜୟପୁର ଫରେଷ୍ଟ ଡିଭିଜନର ଧନ୍ଦ୍ରାଖୋଲ ସଂରକ୍ଷିତ ଜଙ୍ଗଲ ପର୍ଯ୍ୟନ୍ତ ପରିବ୍ୟାପ୍ତ ଅଞ୍ଚଳକୁ ଜୈବ ବିବିଧତା ହେରିଟେଜ ସାଇଟର ମାନ୍ୟତା ଦେବାକୁ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ୩୫୦ ହେକ୍ଟର ପରିମିତ ଏହି ସଂରକ୍ଷିତ ଜଙ୍ଗଲରେ ଅନେକ ପବିତ୍ର ଗଛ ରହିଛି, ଯାହାକୁ ସ୍ଥାନୀୟ ଲୋକେ ପୂଜା କରନ୍ତି । ଓଡିଶା ଜୈବ ବିବିଧତା ବୋର୍ଡ ପକ୍ଷରୁ ଏକ ସର୍ଭେ ପରେ ଏହି ନିଷ୍ପତ୍ତି ନିଆଯାଇଥିଲା । ସର୍ଭେ ଅନୁଯାୟୀ, ଏହି ସଂରକ୍ଷିତ ଜଙ୍ଗଲରେ ୬୦୮ ପ୍ରଜାତିର ଜୀବଜନ୍ତୁ ଅଛନ୍ତି । ୨୮ ପ୍ରଜାତିର ସ୍ତନ୍ଯପାୟୀ, ୧୮୮ ପ୍ରଜାତିର ପକ୍ଷୀ, ୪୮ ପ୍ରଜାତିର ସରିସୃପ, ୧୪୧ ପ୍ରକାରର ପ୍ରଜାପତି, ୩୦ ପ୍ରଜାତିର ବୁଢିଆଣୀ, ୪୩ ପ୍ରଜାତିର କୀଟ, ୬ ପ୍ରକାରର ବିଛା ଓ ୨୦ ପ୍ରକାର ଅମେରୁଦଣ୍ଡୀ ପ୍ରାଣୀ ଅଛନ୍ତି । ଏହାସହ ମଗର ପ୍ରଜାତିର କୁମ୍ଭୀର, ବୁଦା ବେଙ୍ଗ ମଧ୍ୟ ଏଠାରେ ଅଛନ୍ତି । ଗୁପ୍ତେଶ୍ବରର ଚୁନପଥର ଗୁମ୍ଫାରେ ଅଛନ୍ତି ୮ ପ୍ରଜାତିର ବାଦୁଡି । ଦକ୍ଷିଣ ଓଡିଶାରେ ୧୬ ପ୍ରକାର ବାଦୁଡି ଦେଖାଯାଆନ୍ତି ।
ସେମଧ୍ୟରୁ କେବଳ ଗୁପ୍ତେଶ୍ବରରେ ୮ ପ୍ରଜାତିର ବାଦୁଡି ଅଛନ୍ତି । ଏହାଛଡା ଏହି ସଂରକ୍ଷିତ ଜଙ୍ଗଲରେ ରହିଛି ୧୮୨ ପ୍ରଜାତିର ଗଛ, ୭୬ ପ୍ରଜାତିର ଗୁଳ୍ମ, ୬୨ ପ୍ରକାରର ଔଷଧୀୟ ବୃକ୍ଷ ଓ ୧୪ ପ୍ରକାରର ଅର୍ଚିଡ । ଏହି ସଂରକ୍ଷିତ ଜଙ୍ଗଲରେ ରହିଛି ଅନେକ ଲୁପ୍ତପ୍ରାୟ ଔଷଧୀୟ ବୃକ୍ଷ । ଗୁପ୍ତେଶ୍ବର ସଂରକ୍ଷିତ ଜଙ୍ଗଲକୁ ଜୈବ ବିବିଧତା ହେରିଟେଜ ସାଇଟର ମାନ୍ୟତା ମିଳିବା ପରେ ଏଠାରେ ଥିବା ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ଓ ବୃକ୍ଷରାଜିର ସୁରକ୍ଷା କରାଯାଇପାରିବ । ଜୈବ ବିବିଧତା ହେରିଟେଜ ସାଇଟ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ଓ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ୩୫ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ଏବେ ରାଜ୍ୟରେ ବୈଜ ବିବିଧତା ହେରିଟେଜ ସାଇଟ ସଂଖ୍ୟା ଚାରିକୁ ବୃଦ୍ଧି ପାଇଛି । ଅନ୍ୟ ଜୈବ ବିବିଧତା ହେରିଟେଜ ସାଇଟ ଗୁଡିକ ହେଲା କନ୍ଧମାଳର ମଣ୍ଡାସୁର, ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ଏବଂ ବରଗଡ ଓ ବଲାଙ୍ଗିର ଜିଲ୍ଲାରେ ଥିବା ଗନ୍ଧମାର୍ଦ୍ଦନ ପର୍ବତ ।
ଧୋନୀ କାହିଁକି ନିଆରା ଅଧିନାୟକ? ମୋଇନ୍ ଅଲ୍ଲୀ କହିଲେ ଏହା ପଛର କାରଣ
ନନ୍ଦିଘୋଷ ବ୍ୟୁରୋ: ମହେନ୍ଦ୍ର ସିଂ ଧୋନୀ । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଦୁଇ ଦୁଇଥର ଟିମ ଇଣ୍ଡିଆକୁ ବିଶ୍ବକପ ଜିତାଇଥିବା ଅଧିନାୟକ ଧୋନୀଙ୍କ ପ୍ରଶଂସକଙ୍କ ସଂଖ୍ୟା ଢ଼େର ରହିଛନ୍ତି । ସେ ସମସ୍ତଙ୍କର ପ୍ରିୟ ଖେଳାଳି ହୋଇଥିବାବେଳେ ଆଇପିଏଲର ୧୭ତମ ସଂସ୍କରଣରେ ପୁଣି ନଜର ଆସିଲେ ମାହି । ଚେନ୍ନାଇ ସୁପର କିଙ୍ଗସଙ୍କୁ ୫ଥର ଚାମ୍ପିୟନ କରିଥିବା ଧୋନୀ ଚଳିତ ସିଜିନରେ ଦମଦାର ପ୍ରଦର୍ଶନ କରିବେ ବୋଲି କ୍ରିକେଟ ପ୍ରେମୀମାନେ ଆଶା ରଖିଛନ୍ତି । ତେବେ ଧୋନୀଙ୍କ ପ୍ରଶଂସା କରିଛନ୍ତି ଦକ୍ଷିଣ ଆଫ୍ରିକୟ ଖେଳାଳି ମୋଇନ ଅଲ୍ଲୀ । ମୋଇନ କହିଛନ୍ତି କି, ଧୋନୀ କାହିଁକି ଅନ୍ୟ ଅଧିନାୟକଙ୍କଠାରୁ ଭିନ୍ନ ।
ଦଳରେ ଅଧିନାୟକଙ୍କ ଭୂମିକା ବେଶ ଗୁରୁତ୍ବ ବହନ କରିଥାଏ । ଜଣେ ଖେଳାଳିଙ୍କ ଭବିଷ୍ୟତ ମଧ୍ୟ ଅଧିନାୟକଙ୍କ ଉପରେ ନିର୍ଭର କରିଥାଏ । ପଡ଼ିଆରେ ଖେଳ ଚାଲିଥିବା ସମୟରେ ଅଧିନାୟକଙ୍କ ନିଷ୍ପତ୍ତି ଖେଳର ମୋଡ଼କୁ ମଧ୍ୟ ବଦଳାଇ ଦେଇଥାଏ । ତେବେ ଧୋନୀ ଏଭଳି ଜଣେ ଅଧିନାୟକ ଯିଏକି କ୍ୟାପଟେନ କୁଲଭାବେ ବେଶ ପରିଚିତ । ସେ ସାଥୀ ଖେଳାଳିଙ୍କ ଉପରେ ଏତେ ସହଜରେ ରାଗନ୍ତି ନାହିଁ । ଯାହାକି ଅନ୍ୟ ଖେଳାଳିଙ୍କ ଉପରେ ଏକ ସକରାତ୍ମକ ପ୍ରଭାବ ପକାଇଥାଏ । ଏମିତିରେ ମଧ୍ୟ ଧୋନୀ ବିଫଳ ହେଉଥିବା ଖେଳାଳିଙ୍କୁ ଡ୍ରପ ନକରି ଦଳରେ ସ୍ଥାନ ଦେଇଥାନ୍ତି । ଯାହାଦ୍ବାରା ଜଣେ ଖେଳାଳିଙ୍କ ମେନାବଳ ଅଧିକ ବଢ଼ିଥାଏ ।
ତିନୋଟି ସିଜିନ ହେବ ଚେନ୍ନାଇ ସୁପରକିଙ୍ଗସ ସହ ଖେଳୁଛନ୍ତି ମୋଇନ ଅଲ୍ଲୀ । ଧୋନୀଙ୍କ ଅଧିନାୟକତ୍ବରେ ଖେଳିବାକୁ ତାଙ୍କୁ ବହୁତ ଭଲଲାଗେ ବୋଲି ସେ କହିଛନ୍ତି । ନିଷ୍ପତ୍ତି ନେବାରେ ମାହି ମାହିର ବୋଲି ସେ କହିଛନ୍ତି । ଗତ ସିଜିନରେ ମୋଇନ ଅଲ୍ଲୀ ବ୍ୟାଟିଂ ଏବଂ ବୋଲିଂରେ କୌଣସି ଚମତ୍କାର ପ୍ରଦର୍ଶନ କରିନଥିଲେ । ମାତ୍ର ସିଏସକେ ତାଙ୍କୁ ରିଲିଜ କରିନାହିଁ । ଚଳିତ ସିଜିନରେ ପୁଣିଥରେ ପୁଣି ସିଏସକେ ପକ୍ଷରୁ ଖେଳିବାକୁ ଥିବାବେଳେ ଦମଦାର କମବ୍ୟାକ କରିବେ ବୋଲି ସିଏସକେ ପ୍ରଶଂସକମାନେ ଆଶା ରଖିଛନ୍ତି ।
ଦିନରେ ସାମ୍ବାଦିକ ରାତିରେ ଆତଙ୍କବାଦୀ
ନନ୍ଦିଘୋଷ ବ୍ୟୁରୋ: ଦିନରେ ସାମ୍ବାଦିକ ରାତିରେ ଆତଙ୍କବାଦୀ। ଦିନରେ ଆନ୍ତର୍ଜାତିକ ଗଣମାଧ୍ୟମ ସଂସ୍ଥା ଲାଗି କରୁଥିଲେ ସାମ୍ବାଦିକତା। ଆଉ ରାତିରେ ଇସ୍ରାଏଲ ବିରୋଧରେ ହମାସ ଆତଙ୍କୀ ହୋଇ ଲଢେଉ କରୁଥିଲେ। ଇସ୍ରାଏଲ ଡିଫେନ୍ସ ଫୋର୍ସେସ ପକ୍ଷରୁ ଆନ୍ତର୍ଜାତିକ ଗଣମାଧ୍ୟମ ସଂସ୍ଥା ଅଲଜଜିରାର ସାମ୍ବାଦିକ ମହମ୍ମଦ ୱାସାଙ୍କ ବିରୋଧରେ ଏଭଳି ଗୁରୁତର ଅଭିଯୋଗ ଆଣିଛି ଇସ୍ରାଏଲ ସେନା। ସାମ୍ବାଦିକଙ୍କ ଫଟୋ ଜାରି କରି ଇସ୍ରାଏଲ ସେନା ପକ୍ଷରୁ ଏହି ଦାବି କରାଯାଇଛି। ସାମ୍ବାଦିକ ମହମ୍ମଦ ୱାସା ଆତଙ୍କୀ ସଂଗଠନ ହମାସର ଜଣେ ସିନିୟର କମାଣ୍ଡର ବୋଲି କହିଛି ଇସ୍ରାଏଲ ସେନା। ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏବେ ଯୁଦ୍ଧ ଜାରି ରହିଥିବାବେଳେ, ଏଭଳି ଦାବି କରିଛି ଇସ୍ରାଏଲ ସେନା। ସାମ୍ବାଦିକ ମହମ୍ମଦ ମଧ୍ୟ ଯୁଦ୍ଧରେ ସାମିଲ ହେଉଥିବା ଇସ୍ରାଏଲ କହିଛି। କିଛି ଦିନ ତଳେ ଗାଜାରେ ଏକ ଅପରେସନ ସମୟରେ ମହମ୍ମଦ ୱାସାର ଲାପଟପ ଜବତ କରାଯାଇଥିଲା।
ଲାପଟପରୁ ଅନେକ ଫଟୋ ମଧ୍ୟ ମିଳିଥିଲା। ଏହି ସମସ୍ତ ଫଟୋକୁ ଆଧାର କରି ସାମ୍ବାଦିକ ମହମ୍ମଦ ୱାସା ହମାସ ଆର୍ମି ୱିଂଙ୍ଗର ଜଣେ ସିନିୟର କମାଣ୍ଡର ବୋଲି ଜଣାପଡିଛି। ଅନେକ ଥର ଯୁଦ୍ଧରେ ମଧ୍ଯ ସାମିଲ ହୋଇଥିବା ନେଇ ଏହି ତଥ୍ୟ ମିଳିଥିଲା। ଏକ ଲାପଟପରୁ ସାମ୍ବାଦିକଙ୍କ ବିରୋଧରେ ଏହି ସମସ୍ତ ପ୍ରମାଣ ମିଳିଛି ବୋଲି କହିଛି ଇସ୍ରାଏଲ ସେନା। ମହମ୍ମଦ ୱାସା ନିକଟରେ ଅଲଜଜୀରା ଚ୍ୟାନେଲର ଏକ କାର୍ଯ୍ୟକ୍ରମରେ ନଜର ଆସିଥିଲେ। ୱାସା ଟ୍ୟାଙ୍କ ନିରୋଧି ମିସାଇଲ ୟୁନିଟରେ ମୁଖ୍ୟ କମାଣ୍ଡର ଥିଲା। ୨୦୨୨ରେ ସେ ଆତଙ୍କବାଦୀ ସଂଗଠନର ଏୟାର ୟୁନିଟ ଲାଗି ରିସର୍ଚ୍ଚ ଏବଂ ଡେଭଲପମେଣ୍ଟ କାମ କରୁଥଲେ। ହମାସ ସହ ମହମ୍ମଦଙ୍କ ଲିଙ୍କ୍ ଥିବା ମଧ୍ୟ ଜଣାପଡିଛି। ସାମ୍ବାଦିକତାର ଆଢୁଆଳରେ ଆତଙ୍କବାଦଙ୍କ ସପକ୍ଷରେ ଲଢୁଥିବା କହିଛି ଇସ୍ରାଏଲ ସେନା। ପୂର୍ବରୁ ମଧ୍ୟ ଅନେକ ଥର ଅଲଜଜିରାକୁ ନେଇ ଟାର୍ଗେଟ କରିଛି ଇସ୍ରାଏଲ ସେନା।
ପ୍ରେମ ପାଇଁ ପଙ୍ଖାରେ ଝୁଲିପଡ଼ିଲେ ବିଟେକ୍ ଛାତ୍ର
ନନ୍ଦିଘୋଷ ବ୍ୟୁରୋ: ଚାଲି ପ୍ରେମ ସପ୍ତାହ । ଭାଲେଣ୍ଟାଇନ ଓ୍ବିକରେ ନିଜର ମନର କଥା ଜୀବନ ସାଥୀଙ୍କୁ ଜଣାଉଛନ୍ତି । କିଏ ନିଜର ପ୍ରେମକୁ ପାଇ ଖୁସି ହେଉଛି ତ ଆଉ କିଏ ପ୍ରେମକୁ ନପାଇ ଦୁଃଖ ଅନୁଭବ କରୁଛି । ଏଭଳି ଏକ ଦୁଃଖ ଭିତରେ ସାମନାକୁ ଆସିଛି ଜଣେ ଛାତ୍ରଙ୍କ ଆତ୍ମହତ୍ୟା । ପ୍ରେମ ପାଇଁ ବିଟେକ୍ ଛାତ୍ର ଜଣକ ଜୀବନ ହାରିଥିବା କୁହାଯାଉଛି । ଉତ୍ତରପ୍ରଦେଶର ବାନ୍ଦାରୁ ଆସିଛି ଏଭଳି ଦୁଃଖଦ ଖବର । ତେବେ ପୋଲିସ ଖବର ପାଇ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ମୃତକଙ୍କ ପରିବାର ଏହି ଖବର ପାଇବା ପରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।
ମିଳିଥିବା ସୂଚନା ମୁତାବକ, ମୃତକ ଛାତ୍ରଙ୍କ ରୁମମେଣ୍ଟ ପୋଲିସ ଆଗରେ କହିଛନ୍ତି କି, ସେ ରବିବାର ଦିନ ବାହାରକୁ ଯାଇଥିବାବେଳେ ମୃତକ ଛାତ୍ର ଜଣକ ରୁମରେ ଏକାଥିଲେ । ସେ ମୋବାଇଲରେ ରାତିସାରା କଥା ହୋଇଥିବା ଅନ୍ୟମାନେ କହିଛନ୍ତି । ସକାଳୁ ଯେତେବେଳେ ଆସି କବାଟ ପିଟିଥିଲେ ସେ ଖୋଲି ନଥିଲେ । ପରେ ସିନିୟରଙ୍କ ସହାୟତାରେ କବାଟ ଭାଙ୍ଗି ବାହାର କରିଥିଲେ । ଫ୍ୟାନରେ ଝୁଲନ୍ତା ମୃତଦେହ ଝୁଲିଥିବାବେଳେ କାନ୍ଥରେ ଲେଖା ରହିଥିଲା କି, Love at first sight । ପୋଲିସ ମୋବାଇଲ ଫୋନ ଜବତ କରିଥିବାବେଳେ ତଦନ୍ତ ଆରମ୍ଭ କରିଛି । ତେବେ ମୃତକ ଜଣକ ପ୍ରଥମ ବର୍ଷ ଛାତ୍ର । ତାଙ୍କ ନାମ ହେଉଛି ଅମନ ସିଂ ।

