spot_img
Home Blog Page 2226

ଭାଇକୁ ମାରିବାକୁ ଭାଇ ଦେଇଥିଲା ସୁପାରୀ, ବାଲେଶ୍ବରରେ ଚାଞ୍ଚଲ୍ୟକର ଘଟଣା

ନୀଳଗିରି: ଭାଇକୁ ମାରିବାକୁ ଭାଇ ଦେଇଥିଲା ସୁପାରୀ। ବାଲେଶ୍ବର ନୀଳଗିରି କାଂଶ ଗାଁରେ ଘଟିଥିବା ଦୁଇ ସାଙ୍ଗଙ୍କ ନିଖୋଜ ଘଟଣା ନେଇ ଆସିଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ। ମାମଲାରେ ଜଣେ ମହିଳାଙ୍କ ସମେତ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଲେଶ୍ଵର ପୋଲିସ। ସେମାନଙ୍କ ପାଖରୁ ହତ୍ୟାରେ ବ୍ୟବହୃତ ୨ କଟୁରୀ ସହ ୬ ମୋବାଇଲ ଫୋନ ଜବତ କରିଛି ପୋଲିସ।

ଅଭିଯୁକ୍ତଙ୍କ ଠାରୁ ୭୦ ହଜାର ଟଙ୍କା ମଧ୍ୟ ଜବତ ହୋଇଛି। ମୃତକ ଦୁଇ ସାଙ୍ଗ ଭବାନୀ ଶଙ୍କର ରାଉତ ଓ ମନୋରଞ୍ଜନ ମହାପାତ୍ରଙ୍କ ମୃତଦେହ ଆଜି ଜବତ ହୋଇଥିଲା। ଉଭୟ ଗତ ୫ ତାରିଖରୁ ନିଖୋଜ ଥିଲେ। ଆଜି ମିତ୍ରପୁର ବ୍ଲୁ-ଲେକରୁ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି। ନୀଳଗିରି ଏସଡିପିଓ ସରୋଜ ଉପାଧ୍ୟାୟ, ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣଙ୍କ ସମେତ ନୀଳଗିରି ଅଗ୍ନିଶମ ବିଭାଗ ଓ ବାଲେଶ୍ୱରରୁ ସାଇଣ୍ଟିଫିକ ଟିମ ପହଞ୍ଚି ତନାଘନା ଚଳାଇଛନ୍ତି।ଦୁଇ ସାଙ୍ଗଙ୍କୁ ହତ୍ୟା କରି ପାଣିରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ଘଟଣାରେ ଭାଇ ଓ ଭାଉଜଙ୍କ ସମେତ ୫ ସୁପାରୀ କିଲରଙ୍କ ସମ୍ପୃକ୍ତି ସନ୍ଦେହ କରିଛି ପୋଲିସ।

ଏ ମାଟିର ଅବଦାନ ବହୁ ଅଧିକ, ଓଡ଼ିଶା ପାଇଁ କାମ କରିବା ଭାଗ୍ୟର କଥା: ସଂତୃପ୍ତ ମିଶ୍ର

ଭୁବନେଶ୍ୱର: ଓଡ଼ିଶା ପାଇଁ କିଛି କରିବାର ସ୍ୱପ୍ନ ଥିଲା। ସେଥିପାଇଁ ବିଜୁ ଜନତା ଦଳରେ ସାମିଲ ହୋଇଛି ବୋଲି କହିଛନ୍ତି କର୍ପୋରେଟର କିଙ୍ଗ ସଂତୃପ୍ତ ମିଶ୍ର। ସେ କହିଛନ୍ତି ଭୁବନେଶ୍ୱରରେ ସ୍କୁଲରେ ପାଠ ପଢିଥିଲି। ଓଡ଼ିଶା ପାଇଁ କାମ କରିବା ଭାଗ୍ୟର କଥା। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି, ବିକାଶମୂଳକ କାମ, ଆଧ୍ୟାତ୍ମିକ ଶାସନ ବ୍ୟବସ୍ଥା ଆକର୍ଷିତ କରିଛି। ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେଇ ସହାୟତା କରିବି ବୋଲି ସଂତୃପ୍ତ କହିଛନ୍ତି।

ସଂତୃପ୍ତ ଆହୁରି କହିଛନ୍ତି, କଟକ ଜିଲ୍ଲା ବୀରପ୍ରତାପପୁରରେ ମୋ ଗାଁ। ଛୋଟ ଜାଗାରେ ପଢ଼ି ବଡ଼ ହୋଇଛି। ବଡ଼ ବଡ଼ ଦେଶରେ କାମ କରିଛି। ଏ ମାଟିର ଅବଦାନ ବହୁ ଅଧିକ। ସମସ୍ତଙ୍କ ସହ ମିଶି ପଜିଟିଭ ଦୃଷ୍ଟିକୋଣରେ କାମ କରିବୁ। ଚିନ୍ତା କରି ଦଳ ଜାତୀୟ ମୁଖପାତ୍ର ଦାୟିତ୍ୱ ଦେଇଛି। ସାମ୍ବାଦିକଙ୍କ ସହ ଆଗରୁ ସମ୍ପର୍କ ରହିଛି। ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସ ମୋ ପାଇଁ ପ୍ରେରଣା। ଯେଉଁ ଦାୟିତ୍ବ ମିଳିଛି ତାହାକୁ ସୁଚାରୁରୂପେ ନିର୍ବାହ ଉପରେ କାମ କରିବି।

ରାଜନୀତିର ପ୍ରଥମ ଶ୍ରେଣୀରେ ଯୋଗ ଦେଇଛି। ଓଡ଼ିଶା ପାଇଁ କାମ କରିବାକୁ ଆସିଛି। ରାଜ୍ୟସଭା, ଲୋକସଭା ଆସନ ହେଉଛି ଦଶମ ଶ୍ରେଣୀ। ବିଜେଡି ମୋତେ ଗ୍ରହଣ କରି ଉଚ୍ଚ ମାନ ସ୍ଥାପନ କରିଛି। ବିଜେଡିରେ ବିଭିନ୍ନ ବ୍ୟକ୍ତିଙ୍କ ପାଇଁ ଜାଗା ଅଛି ତାହା ଦେଖାଇ ଦେଇଛନ୍ତି। ଏକ ଦଳ ସହ ବିଭିନ୍ନ ବିଚାର ଧାରାର ଲୋକ ଯୋଡିହେଲେ ରାଜ୍ୟର ପ୍ରଗତି ହେବ। ଜୀବନରେ ଶୃଙ୍ଖଳାର ଆବଶ୍ୟକତା ସବୁଠି ଅଛି। ରାଜନୈତିକ ଦଳମାନଙ୍କରେ ମଧ୍ୟ ଶୃଙ୍ଖଳା ଅଛି ବୋଲି ସଂତୃପ୍ତ କହିଛନ୍ତି।

ଟ୍ରେନ୍ ହାଇଜ୍ୟାକ କରିବାକୁ ଉଦ୍ୟମ, ହ୍ୱାଟ୍ସଆପରେ କରାଗଲା ଆଲୋଚନା

ସିଙ୍ଗାପୁର: ୪ ଘଣ୍ଟାର ସସପେନ୍ସରେ ଅନ୍ତ। ମୁକୁଳିଲେ ୧୫ ପଣବନ୍ଦୀ। ଏହାସହ ପ୍ରାଣ ହରାଇଛି ଅଭିଯୁକ୍ତ। ସୁଇଜରଲ୍ୟାଣ୍ଡର ଏକ ଟ୍ରେନରେ ଜଣେ ଅଭିଯୁକ୍ତ ୧୫ ଜଣ ଯାତ୍ରୀଙ୍କୁ ପଣବନ୍ଦୀ ରଖିବା ପରେ ଆତଙ୍କ ଖେଳିଯାଇଥିଲା। ଯାତ୍ରୀମାନେ ପଶ୍ଚିମ ସୁଇଜରଲ୍ୟାଣ୍ଡର ୟେଭରଡନରୁ ସେଣ୍ଟ କ୍ରୋକ୍ସକୁ ଯାଉଥିବାବେଳେ ଜଣେ ବ୍ୟକ୍ତି ସେମାନଙ୍କୁ ପଣବନ୍ଦୀ ରଖିଥିଲା।

ଅଭିଯୁକ୍ତ ଜଣକ ଏକ କୁରାଢି ଓ ଛୁରି ଧରିଥିବାବେଳେ ପାର୍ସୀ ଓ ଇଂରାଜୀରେ କଥା ହେଉଥିଲା। ଯାତ୍ରୀଙ୍କ ଜୀବନ ବିପଦରେ ଥିବାରୁ ପୋଲିସ ସନ୍ତର୍ପଣର ସହ ଘଟଣାର ମୁକାବିଲା କରିଥିଲା। କୌଶଳକ୍ରମେ ପୋଲିସ ଅଭିଯୁକ୍ତକୁ ଗୁଳି କରିବା ପରେ ଯାତ୍ରୀମାନେ ମୁକ୍ତ ହୋଇଥିଲେ। କୌଣସି ଯାତ୍ରୀ ଆହତ ହୋଇ ନଥିବା ସୂଚନା ମିଳିଛି।

ଟ୍ରେନରେ ୧୪ ଜଣ ଯାତ୍ରୀ ଏବଂ କଣ୍ଡକ୍ଟରଙ୍କ ସମେତ ମୋଟ୍ ୧୫ ଜଣ ରହିଥିଲେ । ସେମାନଙ୍କୁ ସନ୍ଧ୍ୟା ପ୍ରାୟ ୬ଟା ୩୫ମି.ରୁ ରାତି ୧୦ଟା ୩୦ମି. ପର୍ଯ୍ୟନ୍ତ ଅର୍ଥାତ୍ ଦୀର୍ଘ ଚାରି ଘଣ୍ଟା ଧରି ବନ୍ଧକ ରଖାଯାଇଥିଲା । ସନ୍ଦିଗ୍ଧ ବ୍ୟକ୍ତି ଜଣକ ୟଭରଡୋନ୍ ନିକଟରେ ଟ୍ରେନ୍ ଅଟକାଇଥିଲା । ପରେ କଣ୍ଡକ୍ଟର ଜଣକ ଉପସ୍ଥିତ ବୁଦ୍ଧି ଲଗାଇ ପୋଲିସକୁ ଘଟଣା ସମ୍ପର୍କରେ ଅବଗତ କରାଇ ଦେଇଥିଲା।

ପରେ ପୋଲିସ ସନ୍ଦିଗ୍ଧଙ୍କ ସହ ହ୍ୱାଟ୍ସଆପରେ କଥା ହୋଇଥିଲା। ସେ ପାର୍ସୀ ଏବଂ ଇଂରାଜୀ କହୁଥିବା ବେଳେ ବାର୍ତ୍ତାଳାପ ପାଇଁ ଜଣେ ପାର୍ସୀ ଅନୁବାଦକଙ୍କ ସାହାଯ୍ୟ ଲୋଡାଯାଇଥିଲା। ତେବେ ରିପୋର୍ଟ ଅନୁଯାୟୀ, ଶେଷରେ ବନ୍ଧକମାନଙ୍କୁ ଉଦ୍ଧାର କରିବା ପାଇଁ ପୋଲିସ ଅଧିକାରୀମାନେ ଟ୍ରେନରେ ପଶିବାକୁ ନିଷ୍ପତ୍ତି ନେଇଥିଲେ।

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ସ୍ୱ-ନକ୍ଷତ୍ର

ଯାଜପୁର: ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା। ଏହି ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ସ୍ୱ-ନକ୍ଷତ୍ର ପାଳନ ହେଉଛି। ପରମ୍ପରା ଅନୁଯାୟୀ ସମସ୍ତ କାର୍ଯ୍ୟ ସ୍ଥିର କରାଯାଇଥିବା ବେଳେ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବ୍ରାହ୍ମମୁହୂର୍ତରେ ଦେବୀଙ୍କ ନିତ୍ୟସ୍ନାନ ଓ ବେଶ କାର୍ଯ୍ୟ ସରିବା ପରେ ଦେବୀଙ୍କୁ ସ୍ୱ-ନକ୍ଷତ୍ର ବିହିତ ମହାସ୍ନାନ କରାଯାଇଛି ।

ସ୍ନାନ ପରେ ମା ସାବିତ୍ରୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ପରେ ସିଂହାସନ ଉପରେ ଷୋଡଶୋପଚାର ପୂଜାବିଧି କରାଯିବ। ଆଜିର ଦିନରେ ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କୁ ଦର୍ଶନ କରିବାର ଲକ୍ଷ୍ୟ ରଖାଯାଇଛି। ଯାହାକି ଶୃଖଳିତ ଦର୍ଶନ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମନ୍ଦିରକୁ ଫୁଲ ସଜା, ଆଲୋକମାଳାରେ ସୁସଜିତ କରାଯାଇଛି।

ବିଜେଡିରେ ମିଶିଲେ କର୍ପୋରେଟ କିଙ୍ଗ ସଂତୃପ୍ତ ମିଶ୍ର

ଭୁବନେଶ୍ବର: ବିଜେଡିରେ ମିଶିଲେ କର୍ପୋରେଟ କିଙ୍ଗ ତଥା ଓଡିଆ ପୁଅ ସଂତୃପ୍ତ ମିଶ୍ର । ନବୀନ ନିବାସରେ ଆଜି ସେ ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ଏହି ଅବସରରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ । ଉପସ୍ଥିତ ଥିଲେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସହ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ସେହ୍ନାଙ୍ଗିନୀ ଛୁରିଆଙ୍କ ପ୍ରମୁଖ ନେତା ।

ଆଦିତ୍ଯ ବିର୍ଲା ଗ୍ରୁପର ପୂର୍ବତନ ସିଇଓ ତଥା ଏକାମ୍ର ପ୍ରକଳ୍ପ ଉପଦେଷ୍ଟା କମିଟିର ଅଧ୍ଯକ୍ଷ ଥିବା ସଂତୃପ୍ତ ମିଶ୍ର କର୍ପୋରେଟ ଜଗତର ଜଣେ ବଡ଼ ବ୍ଯକ୍ତିତ୍ବ । ସୀମିତ ସମୟରେ ସଫଳତାର ଏତେ ସୋପାନ ଆରୋହଣ କରିବାର ସ୍ବପ୍ନ ଦେଖୁଥିବା ଅଧିକାଂଶ ଯୁବ ପିଢି ପାଇଁ ସେ ହେଉଛନ୍ତି ଆଦର୍ଶ । ବିର୍ଲା ଗ୍ରୁପର ସଫଳତା ପଛରେ ତାଙ୍କର ଅବଦାନ ବେଶ ଗୁରୁତ୍ବପୂର୍ଣ୍ଣ । କମ୍ପାନୀର ପାଞ୍ଚ ପାଞ୍ଚଟି ପଦବୀରେ ରହି ସେ ସଫଳତାର ସହ ଦାୟିତ୍ବ ତୁଲାଇବାରେ ସମର୍ଥ ହୋଇଥିଲେ । ବିଚକ୍ଷଣ ବିଜିନେସ୍ ଅପରେସନ୍, ଷ୍ଟ୍ରାଟେଜି, ଭିଜନ୍, ମ୍ୟାନେଜମେଣ୍ଟ ଓ ଚେଞ୍ଜ୍ ଅପରେସନ୍ ପାଇଁ ଜଣାଶୁଣା ସଂତୃପ୍ତ ମିଶ୍ର ଦେଶ ବିଦେଶରୁ ଅନେକ କର୍ପୋରେଟ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ସଂତୃପ୍ତ ମିଶ୍ର ଉଭୟ ଭାରତ ଓ ଇଂଲଣ୍ଡରେ ରାଜନୀତି ବିଜ୍ଞାନ ଏବଂ ପର୍ସୋନେଲ ମ୍ୟାନେଜମେଣ୍ଟ ଅଫ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିଲେସନରେ ପିଜି କରିଛନ୍ତି । ସେହିପରି ଭାରତରେ ପବ୍ଲିକ୍ ଆଡମିନିଷ୍ଟ୍ରେସନ୍ ଓ ଇଂଲଣ୍ଡରେ ଇଣ୍ଡଷ୍ଟ୍ରିଆଲ ରିଲେସନରେ ପିଏଚଡି କରିଛନ୍ତି । ଉତ୍କଳ ବିଶ୍ବବିଦ୍ୟାଳୟରରୁ ଶିକ୍ଷା ସଂପୂର୍ଣ୍ଣ ପରେ ଟାଟା ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନ୍ସରେ ଶିକ୍ଷା ସମାପ୍ତ କରିଥିଲେ । ପରେ ଆଷ୍ଟନ୍ ବିଜିନେସ୍ ସ୍କୁଲରେ ନାମ ଲେଖାଇ ଡିଗ୍ରୀ ପ୍ରାପ୍ତ ହୋଇଥିଲେ । ଯେତେବେଳେ ଯେଉଁ ବିଶ୍ବବିଦ୍ୟାଳୟରେ ପଢିଛନ୍ତି, ସବୁଠି ଫାଷ୍ଟ କ୍ଲାସ୍ ଫାଷ୍ଟ ହୋଇଛନ୍ତି । ଛାତ୍ର ଜୀବନରେ ୪ ଥର ଗୋଲଡ ମେଡାଲ ପାଇଛନ୍ତି । ଇଂଲଣ୍ଡର ଆଷ୍ଟନ୍ ବିଶ୍ବବିଦ୍ୟାଳୟ ତାଙ୍କୁ ସମ୍ମାନସୂଚକ ଡିଏସସି ଉପାଧି ପ୍ରଦାନ କରିଛି ।

ଚୌଧୁରୀ ଚରଣ ସିଂ, ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହା ରାଓ ଏବଂ ବୈଜ୍ଞାନିକ ଏମଏସ ସ୍ବାମୀନାଥନଙ୍କୁ ଭାରତ ରତ୍ନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଘଷାଷଣା କରିଛନ୍ତି ଭାରତ ରତ୍ନ ସମ୍ମାନ । ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହା ରାଓ ଏବଂ ଚୌଧୁରୀ ଚରଣ ସିଂ, ବୈଜ୍ଞାନିକ ଏମଏସ ସ୍ବାମୀନାଥନ ପାଇବେ ଭାରତ ରତ୍ନ ସମ୍ମାନ । ସୋସିଆଲ ମିଡିଆ ଏକ୍ସରେ ଏନେଇ ପୋଷ୍ଟ କରି ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଚୌଧୁରୀ ଚରଣ ସିଂଙ୍କୁ ସ୍ମରଣ କରି ମୋଦି ଲେଖିଛନ୍ତି, ‘ଆମ ସରକାରର ଏହା ସୌଭାଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବାକୁ ଯାଉଛୁ । ଦେଶ ପାଇଁ ତାଙ୍କ ଅତୁଳନୀୟ ଯୋଗଦାନ ଓ ସମର୍ପଣର ଉପହାର ହେଉଛି ଏହି ସମ୍ମାନ । ସେ କୃଷକଙ୍କ ଅଧିକାର ଓ କଲ୍ୟାଣ ପାଇଁ ନିଜ ଜୀବନକୁ ସମର୍ପଣ କରି ଦେଇଥିଲେ । ରାଷ୍ଟ୍ର ନିର୍ମାଣକୁ ଏକ ଦିଗ ଦେଇଥିଲେ । ଜରୁରୀକାଳୀନ ପରିସ୍ଥିତି ବିରୋଧରେ ଦୃଢ଼ ଭାବେ ଛିଡ଼ା ହୋଇଥିଲେ । କୃଷକଙ୍କ ପାଇଁ ସମର୍ପଣ ଭାବ ଓ ଜରୁରୀ ପରିସ୍ଥିତି ବେଳେ ଲୋକତନ୍ତ୍ରର ସୁରକ୍ଷା ପାଇଁ ତାଙ୍କ ପ୍ରତିବଦ୍ଧତା ସବୁ ବେଳେ ପ୍ରରଣା ଦେଇଥାଏ । ସୂଚନାଯୋଗ୍ୟ, ଆରଏଲଡି ମୁଖିଆ ଜୟନ୍ତ ସିଂଙ୍କ ଜେଜେ ଓ କୃଷକଙ୍କ ଉଦ୍ଧାରକର୍ତ୍ତା ଚରଣ ସିଂଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା ।

କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହା ରାଓଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରାଯିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ନରସିଂହଙ୍କୁ ନେଇ ସେ କହିଛନ୍ତି, ‘ଜଣେ ପ୍ରତିଷ୍ଠିତ ବିଦ୍ବାନ ଏବଂ ରାଜନେତା ଭାବେ ନରସିଂହ ରାଓ ବିଭିନ୍ନ ପଦରେ ରହି ଭାରତର ସେବା କରିଛନ୍ତି । ତାଙ୍କ ଦୂରଦର୍ଶୀ ନେତୃତ୍ବ ଭାରତକୁ ଆର୍ଥିକ ରୂପରେ ଉନ୍ନତ କରିବା ସହ ବିକାଶ ପାଇଁ ମୂଳଦୁଆ ପକାଇଥିଲା ।

ସେହିପରି ପ୍ରତିଷ୍ଠିତ ବୈଜ୍ଞାନିକ ଡ. ଏମ.ଏସ. ସ୍ବାମୀନାଥନ ଭାରତୀୟ କୃଷିକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏକ୍ସରେ ସେ ଲେଖିଛନ୍ତି, ‘ଏହା ଖୁସିର କଥା ଭାରତ ସରକାର କୃଷି ଓ କୃଷକଙ୍କ କଲ୍ୟାଣରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ସ୍ବାମୀନାଥଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବାକୁ ଯାଉଛି । ଜଟିଳ ସମୟରେ ସେ ଭାରତୀୟଙ୍କୁ କୃଷି କ୍ଷେତ୍ରରେ ଆତ୍ମନିର୍ଭର କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହାସହ ଭାରତୀୟ କୃଷିକୁ ଆଧୁନିକ କରିବାରେ ମହତ୍ବପୂର୍ଣ୍ଣ ଯୋଗଦାନ କରିଛନ୍ତି ।

ଭୂତ ଦେଖି ରିଭର୍ସ ଗିୟର ପକାଇଲା ଡ୍ରାଇଭର !

ଶିୟୋପୁର: ମଧ୍ୟପ୍ରଦେଶ ଶିୟୋପୁରରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା । ଜବରଦଖଲ ଉଚ୍ଛେଦ ପାଇଁ ଯାଇଥିବା ବୁଲଡୋଜର ଡ୍ରାଇଭର ଆଗରେ ଭୂତ ଦେଖି ଗାଡିର ପକାଇଲେ ରିଭର୍ସ ଗିୟର । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଘଟଣା ବୀରପୁର ତହସିଲ ବଣ୍ଡାଗାଁର ।

ସୂଚନା ଅନୁସାରେ, ଗାଁର କିଛି ଲୋକ ସରକାରୀ ଜମିକୁ ଜବରଦଖଲ କରି ରଖିଛନ୍ତି । ଏନେଇ ଅଭିଯୋଗ ହେବା ପରେ ସ୍ଥାନୀୟ ତହସିଲଦାର ସିଦ୍ଧାର୍ଥ ଗୌତମ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ସାଙ୍ଗରେ ବୁଲଡୋଜର ମଧ୍ୟ ଯାଇଥିଲା । ଜବରଦଖଲ ଉଚ୍ଛେଦ ନେଇ ଗାଁ ଲୋକେ ପୂର୍ବରୁ ଖବର ପାଇ ଯାଇଥିଲେ । ଉଚ୍ଛେଦକାରୀ ଦଳ ପହଞ୍ଚିବା ପୂର୍ବରୁ ଗାଁର ମହିଳାମାନେ ହାତରେ ପଥର ଧରି ଘରୁ ବାହାରକୁ ଚାଲି ଆସିଥିଲେ । ମହିଳାମାନେ ଉଚ୍ଛେଦକାରୀଙ୍କୁ ବିରୋଧ କରିବା ଆରମ୍ଭ କରିବା ସହ ପଥର ଫିଙ୍ଗିବା ଆରମ୍ଭ କରି ଦେଇଥିଲେ । ଏପରିକି ନିଜ ମୁଣ୍ଡକୁ ପଥରରେ ଛେଚି ଦେବାକୁ ଧମକ ଦେଇଥିଲେ । ଫଳରେ ଉଚ୍ଛେଦକାରୀ ଦଳଙ୍କୁ ଘଟଣା ସ୍ଥଳରୁ ଫେରିବାକୁ ପଡ଼ିଥିଲା ।

ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ପେନସନ ପାଇଁ ଯାଇ ପାରୁନଥିବା ହିତାଧିକାରୀ ମଧୁବାବୁ ପେନସନ ଯୋଜନାରେ ସାମିଲ ହେବେ

ଭୁବନେଶ୍ବର: ରାଜ୍ଯରେ ଆଜି ସୁଦ୍ଧା ୨୧ ହଜାର ୩୮୬ ହିତାଧିକାରୀ ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ପେନସନ ପାଉଛନ୍ତି । ସେମାନଙ୍କ ଭିତରୁ ଯେଉଁମାନେ ବ୍ୟାଙ୍କ ଯିବାକୁ ଅସମର୍ଥ, ସେମାନଙ୍କୁ ମଧୁବାବୁ ପେନସନ ଯୋଜନା ଅଧୀନକୁ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଏହାଦ୍ୱାରା ସେମାନଙ୍କ ଘର ଦୁଆରେ ପେନସନ ଦିଆଯାଇରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତି ପଞ୍ଚାୟତରେ ଆମ ବ୍ୟାଙ୍କ ସୁବିଧା କରୁଛନ୍ତି । ଯାହା ଜାତୀୟ ସାମାଜିକ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ଲାଭ ଦେବ । ୨୦୧୭ ମସିହାରେ ୪୮ ଲକ୍ଷ ହିତାଧିକାରୀ ପେନସନ ପାଉଥିଲେ । ଯେଉଁଥିରେ ୨୮ ଲକ୍ଷ ମଧୁବାବୁ ପେନସନ ଓ ୨୦ ଲକ୍ଷରୁ ଅଧିକ ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ଥିଲେ । ତିନି ଦିନ ତଳେ ଅଧିକ ୪ ଲକ୍ଷ ୧୩ ହଜାର ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ମୁଖ୍ୟମନ୍ତ୍ରୀ ସାମିଲ କରିଛନ୍ତି । ୩ ଦଶମିକ ୩୫ ଲକ୍ଷ ପେନସନ ଆବେଦନ କରି ଅପେକ୍ଷା କରିଛନ୍ତି । ୬୫ ହଜାର ଅନଲାଇନ ଆବେଦନ କରିଥିଲେ । ସେମାନେ ଆସନ୍ତା ଫେବୃଆରୀ ୧୫ ତାରିଖରେ ପେନସନ ପାଇବେ । ବର୍ତ୍ତମାନ ପେନସନ ହିତାଧିକାରୀଙ୍କ ସଂଖ୍ୟା ୫୮ ଲକ୍ଷରେ ପହଁଚିଛି ।

ଅନୁଷ୍କା ଗର୍ଭବତୀ ଥିବା ଖବରକୁ ନେଇ ଡିବିଲିୟର୍ସଙ୍କ ସଫେଇ, କହିଲେ- ଭୁଲ ହୋଇଗଲା

ନୂଆଦିଲ୍ଲୀ: କ୍ରିକେଟ୍ ଷ୍ଟାର ବିରାଟ କୋହଲ ଏବଂ ଅନୁଷ୍କା ଶର୍ମାକୁ ନେଇ ଚାଲିଥିବା ଚର୍ଚ୍ଚାରେ ଭୁଲ ମାଗିଲେ ଏବି ଡିବିଲିୟର୍ସ । ଅନୁଷ୍କା ଗର୍ଭବତୀ ଥିବା ନେଇ କହିଥିବା ଡିବିଲିୟର୍ସ କହିଛନ୍ତି, ‘ମୋ ଦ୍ବାରା ବହୁତ ବଡ଼ ଭୁଲ ହୋଇଗଲା । ପ୍ରଶଂସକ ମୋତେ କ୍ଷମା କରିବେ ।’

ସୂଚନାଯୋଗ୍ୟ, ଇଂଲଣ୍ଡ ସହ ଭାରତ ୫ ଟିକିଆ ସିରିଜ ଖେଳୁଛି । ପ୍ରଥମ ଦୁଇଟି ମ୍ୟାଚରେ ବିରାଟ ଟିମ୍ ଇଲେଭେନରେ ନଥିଲେ । ବିଶ୍ରାମ ପାଇଁ ବିରାଟ ବିସିସିଆ ପାଖରେ ଆପ୍ଲାଏ କରିଥିବାରୁ ପ୍ରଥମ ଦୁଇଟି ମ୍ୟାଚରେ ତାଙ୍କୁ ସାମିଲ କରାଯାଇଥିଲା । ସିରିଜର ବାକି ୩ଟି ମ୍ୟାଚ୍ କୋହଲି ଖଷଳିବେ କି ନାହିଁ ତାହା ସ୍ପଷ୍ଟ ହୋଇନି । ତେବେ ଦକ୍ଷିଣ ଆଫ୍ରିକାର ଷ୍ଟା କ୍ରିକେଟର ଏବି ଡିବିଲିୟର୍ସ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ କହିଥିଲେ, ବିରାଟ ଦ୍ବିତୀୟ ଥର ବାପା ହେବାକୁ ଯାଉଛନ୍ତି । ସେ ପତ୍ନୀ ଅନୁଷ୍କାଙ୍କ ସହ ସମୟ ବିତାଇବାକୁ ଚାହୁଁଛନ୍ତି । ଏଥିପାଇଁ ସେ କ୍ରିକେଟରୁ ଦୂରରେ ଅଛନ୍ତି ।

ସୂଚନାଯୋଗ୍ୟ, ବିରାଟ ଯେତେବେଳେ ପ୍ରଥମ ଦୁଇଟି ମ୍ୟାଚରେ ଟଇମରୁ ବାହାରେ ରହିଥିଲେ, ସେତେବେଳେ କୁହାଯାଇଥିଲା ତାଙ୍କ ମାଆ ଅସୁସ୍ଥ ଅଛନ୍ତି । କିଛିଦିନ ପରେ ବିରାଟଙ୍କ ବଡ଼ ଭାଇ ବିକାଶ ସୋସିଆଲ ମିଡିଆରେ ଏହା କଥାକୁ ଖଣ୍ଠନ କରିଥିଲେ । ବିକାଶ କହିଥିଲେ, ମା’ ସମ୍ପୂର୍ଣ୍ଣ ଠିକ୍ ଅଛି । ଦୟାକରି ଗଣମାଧ୍ୟମରେ ଭୁଲ ଖରବ ପ୍ରଚାର କରନ୍ତୁ ନାହିଁ । ଆଉ କିଛି ଲୋକ ଅନୁଷ୍କା ମା’ ହେବାକୁ ଯାଉଥିବା କହିଥିଲେ । ଏହି ସମୟରେ ଡିବିଲିୟର୍ସ ସୋସିଆଲ ମିଡିଆରେ ବିରାଟ ମାଆ ହବା କଥା କହିଥିଲେ । ଯାହାକୁ ଉଭୟଙ୍କ ପ୍ରଶଂସକ ସହଜରେ ଗ୍ରହଣ କରିନେଇଥିଲେ ।

ଚାକିରି ବଦଳରେ ଜମି ଘୋଟାଲାରେ ଲାଲୁ ଯାଦବଙ୍କ ପରିବାରକୁ ମିଳିଲା ଜାମିନ

ପାଟନା: ଚାକିରି ବଦଳରେ ଜମି ଘୋଟାଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ପାଇଁ ଭଲ ଖବର । ଲାଲୁ, ପତ୍ନୀ ରାବଡି ଦେବୀ, ଝିଅ ମୀସା ଭାରତୀ ଏବଂ ହେମା ଯାଦବଙ୍କୁ ଦିଲ୍ଲୀ ରାଉଜ ଲଭେନ୍ୟୁ କୋର୍ଟ ଜାମିନି ପ୍ରଦାନ କରିଛନ୍ତି । କୋର୍ଟ ମାମଲାର ବିଚାର କରିବା ସହ ଲାଲଙ୍କ ପରିବାର ସହ ଅନ୍ୟତମ ଅଭିଯୁକ୍ତ ହୃଦୟାନନ୍ଦ ଚୌଧୁରୀଙ୍କୁ ମଧ୍ୟ ଜାମିନ ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ, ଚାକିରି ପାଇଁ ଜମି ମାମଲାରେ ଲାଲୁ ଏବଂ ତାଙ୍କ ପରିବାରକୁ ନିୟମିତ ରାଜନୈତିକ କଟାକ୍ଷର ଶିକାର ହେବାକୁ ପଡୁଛି ।

ଏହା ପୂର୍ବରୁ ଶୁକ୍ରବାର କୋର୍ଟରେ ହାଜର ହେବାକୁ ରାବଡି ଦେବୀ, ଝିଅ ମୀସା ଓ ହେମା ପଣ୍ଡାରା ରୋଡ ବାସଭବନରୁ ଗୋଟିଏ ଗାଡିରେ ଆସିଥିଲେ । ସେମାନଙ୍କ ଜାମିନ ଉପରେ ଜଷ୍ଟିସ୍ ବିଶାଲ ଗୋଗନେ ଶୁଣାଣି କରିଥିଲେ । ଏହାସହ କୋର୍ଟ ଇଡିକୁ ମାମଲାରେ ଜବାବ ତଲବ କରିଛନ୍ତି । ଏହାସହ ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ୨୮ ତାରିଖରେ କରାଯିବ ।