spot_img
Home Blog Page 2218

ଏସଏଚଜିକୁ ଏସଏମଇରେ ପରିଣତ କରିଛି ମିଶନ ଶକ୍ତି

ଭୁବନେଶ୍ବର: ୭୦ଲକ୍ଷ ମିଶନ ଶକ୍ତି ମହିଳାଙ୍କୁ  ଆତ୍ମନିର୍ଭର ସହିତ ସଶକ୍ତ କରିବାକୁ ରାଜ୍ୟ ସରକାର ପୁଣି ବଡ଼ ନିଷ୍ପତ୍ତି ନେଇଛନ୍ତି । ନିଜ ପସନ୍ଦର ୟୁନିଫର୍ମ କିଣିବା ପାଇଁ ମାଆମାନଙ୍କୁ ହଜାର ଟଙ୍କା ସହାୟତା ଦେବେ ରାଜ୍ୟ ସରକାର । ଏହାସହ ଗ୍ରାମାଞ୍ଚଳ,  ସହରାଞ୍ଚଳ, ବ୍ଲକ ମହାସଂଘର ପରିଚାଳନା କମିଟି ସଦସ୍ୟାମାନେ  ନିଜ ପସନ୍ଦର ବ୍ଲେଜର କିଣିବା ପାଇଁ ମଧ୍ୟ ସହାୟତା ଯୋଗାଇ ଦିଆଯିବ । ମହିଳା ସଶକ୍ତିକରଣ ଓ ବିକାଶ ପାଇଁ କ୍ୟାବିନେଟ  ନିଷ୍ପତ୍ତିକୁ ସବୁ ମହଲରେ ସ୍ବାଗତ କରାଯାଇଛି ।

ଏସଏଚଜିକୁ ଏସଏମଇରେ ପରିଣତ କରିଛି ମିଶନ ଶକ୍ତି। ମିଶନ ଶକ୍ତିର ମହିଳାଙ୍କ ପାଇଁ ରାଜ୍ୟ ସରକାର ଖୋଲିଦେଇଛନ୍ତି ଭଣ୍ଡାର । ମହିଳାମାନଙ୍କୁ ସଶକ୍ତ ଓ ଆତ୍ମନିର୍ଭର କରି ଗଢିତୋଳିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ । ରାଜ୍ୟର ୭୦ ଲକ୍ଷ ମିଶନ ଶକ୍ତି ମହିଳାମାନେ ନିଜ ପସନ୍ଦର ୟୁନିଫର୍ମ କିଣିବା ପାଇଁ  ହଜାରେ ଟଙ୍କା ଲେଖାଏଁ ସହାୟତା ଦେବେ ରାଜ୍ୟ ସରକାର । ଏହାସହ ୧.୫ ଲକ୍ଷ କାର୍ଯ୍ୟନିର୍ବାହୀ ସଦସ୍ୟାଙ୍କୁ ବ୍ଲେଜର ପାଇଁ  ୨୦୦୦ ହଜାର ଟଙ୍କା ସହାୟତା ଦିଆଯିବ । ସ୍ବଂୟ ସହାୟତା ଗୋଷ୍ଠୀ ଓ ମହାସଂଘର ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଜମା ହେବ ଏହି ଟଙ୍କା । ଏଥିଲାଗି  ୨୦୨୩-୨୪ ଆର୍ଥିକ ବର୍ଷରେ ୭୩୦କୋଟି ଟଙ୍କା ଅନୁମୋଦନ କରିଛନ୍ତି ରାଜ୍ୟ ସରକାର । ଯାହାକୁ ଶୁକ୍ରବାର କ୍ୟାବିନେଟର ମଞ୍ଜୁର ମିଳିଛି । ଯାହାକୁ ନେଇ ଉତ୍ସାହିତ ମିଶନ ଶକ୍ତି ମାଆ।

ମିଶନ ଶକ୍ତି ମହିଳାମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଆର୍ଥିକ ସହାୟତା ସେମାନଙ୍କୁ ଅଧିକ ଉତ୍ସାହିତ କରିଛି । ବିଶେଷକରି ୟୁନିଫର୍ମ ଓ ବ୍ଲେଜର ପାଇଁ ଆର୍ଥିକ ସହାୟତା ଦ୍ବାରା ମାଆ ମାନେ ବିଦେଶଗସ୍ତବେଳେ ସ୍ବତନ୍ତ୍ର ପରିଚୟ ପାଇପାରିବେ । ରାଜ୍ୟରେ 5T ଉପକ୍ରମ ଯୋଗୁଁ ମିଶନ ଶକ୍ତି ଦେଶରେ ମହିଳା ସଶକ୍ତିକରଣରେ ଏକ ଆଦର୍ଶ ମଡେଲ ହୋଇପାରିଛି । ମିଶନ ଶକ୍ତି ମହିଳାମାନେ ସଶକ୍ତ ହେବା ସହ ସାମାଜିକ ସୁରକ୍ଷା ବୃଦ୍ଧି ପାଇଥିବାରୁ ସଦସ୍ଯାମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ କ୍ୟାନିନେଟ ନିଷ୍ପତ୍ତିରେ ଖୁସି ମନାଇଛନ୍ତି ।

ବଢିଲା ପାଚିକାଙ୍କ ପାରିଶ୍ରମିକ

ଭୁବନେଶ୍ବର: ବଢିଲା ପାଚିକାଙ୍କ ପାରିଶ୍ରମିକ । ପାଚିକାମାନଙ୍କ ପାରିଶ୍ରମିକ ୨ ହଜାର ଟଙ୍କାକୁ ବୃଦ୍ଧି ହୋଇଛି । ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଜନାରେ ପାଚିକା ତଥା ସହାୟିକା ଭାବରେ କାମ କରୁଥିବା କର୍ମଚାରୀମାନଙ୍କ ପାରିଶ୍ରମିକ ରାଶିରେ ବୃଦ୍ଧି ଘୋଷଣା କରିଛନ୍ତି ରାଜ୍ଯ ସରକାର । ପାଚିକା ଓ ସହାୟିକା ମାନଙ୍କ ପାରିଶ୍ରମିକ ରାଶି ୧ ହଜାର ୪୦୦ ଟଙ୍କାରୁ ୨ ହଜାର ଟଙ୍କାକୁ ବୃଦ୍ଧି ହୋଇଛି । ଏହାଦ୍ୱାରା ରାଜ୍ୟର ମୋଟ ୫୫ ହଜାର ସ୍କୁଲରେ କାମ କରୁଥିବା ପାଚିକା ଓ ସହାୟିକା ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୭୪ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହା ସହିତ ପାଚିକା ଏବଂ ସହାୟିକା ଯଦି ସେମାନଙ୍କ କାର୍ଯ୍ୟକାଳ ମଧ୍ୟରେ ମୃତ୍ୟୁବରଣ କରନ୍ତି ତେବେ ସେମାନଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ୧ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ମଧ୍ୟ ପ୍ରଦାନ କରାଯିବ। ଏହାଦ୍ବାରା ରାଜ୍ୟର ୫୫ ହଜାର ବିଦ୍ୟାଳୟରେ କାମ କରୁଥିବା ଏକ ଲକ୍ଷ ଦଶ ହାଜର ପାଚିକା ଓ ସହାୟିକା ଉପକୃତ ହେବେ । ବର୍ଦ୍ଧିତ ପାରିଶ୍ରମିକ ପିଛି ଭାବେ ଗତ ଅକ୍ଟୋବର ମାସରୁ ଲାଗୁ ହେବ ।

ପ୍ରସିଦ୍ଧ ଊର୍ଦ୍ଦୁ କବି ତଥା ଗୀତିକାର ଗୁଲଜାର ଏବଂ  ସଂସ୍କୃତ ବିଦ୍ବାନ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ପାଇବେ ଜ୍ଞାନପୀଠ ପୁରସ୍କାର

ନନ୍ଦିଘୋଷ ବ୍ୟୁରୋ: ପ୍ରସିଦ୍ଧ ଊର୍ଦ୍ଦୁ କବି ତଥା ଗୀତିକାର ଗୁଲଜାର ପାଇବେ ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର। ଏହା ସହ ସଂସ୍କୃତ ବିଦ୍ବାନ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ମଧ୍ୟ ପାଇବେ ଜ୍ଞାନପୀଠ ପୁରସ୍କାର । ୫୮ ତମ ଜ୍ଞାନପୀଠ ପୁରସ୍କାର କମିଟି ଦ୍ବାରା ଉଭୟ ମେନୋନୀତ ହୋଇଛନ୍ତି । ହିନ୍ଦୀ ସିନେମା ଜଗତର ଜଣେ ଜଣାଶୁଣା ନାଁ ଗୁଲଜାର। ସେ ୨୦୦୨ରେ ଊର୍ଦ୍ଦୁ  ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୩ରେ ଦାଦା ସୋହେବ ଫାଲକେ ପୁରସ୍କାର, ୨୦୦୪ରେ ପଦ୍ମଭୂଷଣ ସମେତ ୫ଟି ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ପାଇସାରିଛନ୍ତି।

 

ଶତକ ପରେ ରିଟାର୍ଡ ହଟ୍ ହୋଇ କାହିଁକି ପାଭିଲିୟନକୁ ଫେରିଲେ ଜଶସ୍ବୀ ଜୟସ୍ବାଲ

ନନ୍ଦିଘୋଷ ବ୍ୟୁରୋ: ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ଖେଳାଯାଉଥିବାବେଳେ ଟିମ ଇଣ୍ଡିଆ ଦ୍ବିତୀୟ ପାଳିରେ ଦମଦାର ବ୍ୟାଟିଂ କରୁଛି । ତୃତୀୟ ଦିନ ଖେଳ ଶେଷସୁଦ୍ଧା ଭାରତ ୧୯୨ ରନରେ ଦୁଇଟି ଓ୍ବିକେଟ ହରାଇଥିବାବେଳେ ୩୨୨ ରନର ଲିଡରେ ରହିଛି ରୋହିତ ବାହିନୀ । ଜୟସ୍ବାଲ ଦ୍ବିତୀୟ ପାଳିରେ ଏକ ଦମଦାର ଶତକ ହାସଲ କରିଥିଲେ ସୁଦ୍ଧା ପଡ଼ିଆରେ ଦୀର୍ଘ ସମୟ ରହିପାରିନାହାନ୍ତି । ତାଙ୍କ ପିଠି ଏବଂ ଗୋଡ଼ରେ ଆଘାତ ଲାଗିଥିବାବେଳେ ରିଟାର୍ଡ ହଟ ହୋଇ ପାଭିଲିୟନକୁ ଫେରିଛନ୍ତି । ୧୨୨ ବଲରୁ ଶତକ ହାସଲ କରିଥିବାବେଳେ ଏଥିରେ ୯ଟି ଚୌକା ଏବଂ ୫ଟି ଛକା ରହିଛି ।ଟେଷ୍ଟ କ୍ୟାରିୟରରେ ଏହା ଜୟସ୍ବାଲଙ୍କ ତୃତୀୟ ଶତକ । ତେବେ ଜୟସ୍ବାଲଙ୍କ ସ୍ଥାନରେ ବ୍ୟାଟିଂ କରିବା ପାଇଁ ଆସିଥିବା ରଜତ ପଟିଦାର ୧୦ଟି ବଲର ସମ୍ମୁଖୀନ ହୋଇଥିଲେ ସୁଦ୍ଧା କୌଣସି ରନ ସଂଗ୍ରହ କରିପାରିନଥିଲେ । ରଜତ ଆଉଟ ହେବାପରେ କୁଲଦୀପ ଯାଦବ ନାଇଟ ଓ୍ବାଚରଭାବେ ମଇଦାନକୁ ଆସିଥିଲେ । କୁଲଦୀପ ୧୫ ବଲରୁ ୩ ରନ ସଂଗ୍ରହ କରିଛନ୍ତି । ଅନ୍ୟପଟେ ଶୁଭମନ ଗିଲ ୬୫ ରନର ପାଳି ଖେଳି ମଇଦାନରେ ମହଜୁଦ ରହିଛନ୍ତି ।

 

ବାଣପୁର ବିଜ୍ଞାପିତ ଅଞ୍ଚଳର ବିକାଶକୁ ଫୋକସ

ଖୋର୍ଦ୍ଧା: ବାଣପୁର ବିଜ୍ଞାପିତ ଅଞ୍ଚଳର ବିକାଶକୁ ଫୋକସ। ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମିତ ୧ କୋଟି ୩୦ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦଘାଟିତ। ୫ଟି ପ୍ରକଳ୍ପ ଉଦଘାଟନ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ଏହା ସହ ୨ କୋଟି ୪୦ ଲକ୍ଷ ଟଙ୍କାର ୪ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ସାଂସଦ। ଉଦଘାଟିତ ପ୍ରକଳ୍ପଗୁଡିକ ହେଉଛି ଭେଣ୍ଡିଂ ଜୋନ, ଇଦଗା ମଇଦାନ, ୱାକିଙ୍କ ଟ୍ରାକ, ବଡ଼ ହନ୍ତୁଆଡ଼ ଇଦ୍ ପଡିଆ ଓ ମିଶନ ଶକ୍ତି ଗୃହ। ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିବା ପ୍ରକଳ୍ପଗୁଡିକ ହେଲା ସାଇ କମ୍ଯୁନିଟି ସେଣ୍ଟର, ଅତ୍ଯାଧୁନିକ ଶବଦାହ ଗୃହ ଓ ପାର୍କ। ଉଦଘାଟନ ଉତ୍ସବରେ ସାମିଲ ହୋଇଥିଲେ ବାଣପୁର ଏନଏସି ଚେୟାରମ୍ଯାନ ମିଟୁ ନାୟକ।

ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନାରେ ୬ଟି ପୋଖରର ହେବ ପୁନରୁଦ୍ଧାର

ଭୁବନ: ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନାରେ ୬ଟି ପୋଖରୀ ପୁନରୁଦ୍ଧାର ହେବ। ଦୀର୍ଘ ୧୭ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଚିନରା ପୋଖରୀ ସମେତ ଆଉ ୫ ପୋଖରୀ ପାଇଁ ପାଖାପାଖି ଅଢେଇ କୋଟି ଟଙ୍କାରୁ ଊର୍ଦ୍ଧ୍ବ ବ୍ୟୟ  ଅଟକଳ କରାଯାଇଥିବା ବେଳେ ୨୦ ଗୋଟି ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ କାର୍ଯ୍ଯାଦେଶ ବଣ୍ଟନ କରାଯାଇଛି ।

ଦୀର୍ଘ ଦିନର ଦାବି ହୋଇଛି ପୂରଣ।  ଢେଙ୍କାନାଳ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ଓ୍ବାର୍ଡରେ ୬ଟି ପୋଖରୀ ପୁନରୁଦ୍ଧାର ପାଇଁ ଅର୍ଥ ମଞ୍ଜୁର ହୋଇଛି। ମୁକ୍ତା ଯୋଜନାରେ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି। ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏହାର ଶିଳାନ୍ଯାସ କରିଛନ୍ତି । ପୋଖରୀ ପାଇଁ ଭୁବନ NACର ମହିଳାମାନଙ୍କର ବହୁ ଦିନର ଦାବି ରହିଆସିଥିଲା।

ପୋଖରୀ ପୁନରୁଦ୍ଧାର ପାଇଁ ଅଢେଇ କୋଟିରୁ ଊର୍ଦ୍ଧ୍ବ ଟଙ୍କା ମଞ୍ଜୁର ହୋଇଛି। ୨୦ ଟି ସ୍ବୟଂ ସହାୟକ ଗୋଷ୍ଠୀକୁ ଏଥିରେ ନିୟୋଜିତ କରାଯିବ। ଚିନରା ପୋଖରୀ , ଗୋଡି ପୋଖରୀ , ଝରଣ ପୋଖରୀ , ଦୁର୍ଗାସାଗର ପୋଖରୀ , ନୂଆ ପୋଖରୀ ପାଇଁ  ଏବଂ ପୃଷ୍ଟି ପୋଖରୀ ର ପୁନରୁଦ୍ଧାର ହେବ। ଏଥିପାଇଁ ମୁଖ୍ଯମନ୍ତ୍ରୀଙ୍କୁ ଧନ୍ଯବାଦ ଜଣାଇଛନ୍ତି ଅଞ୍ଚଳବାସୀ। ତୁରନ୍ତ ପୋଖରୀ କାମ ହେବ ବୋଲି ଆଶା ରଖାଯାଇଛି। ମୁକ୍ତା ଯୋଜନାରେ ୬ଟି ପୋଖରୀର ପୁନଃରୁଦ୍ଧାର ପାଇଁ ନିର୍ବାହୀ ଅଧିକାରୀ, ନଗରପାଳ ସମେତ ସମସ୍ତ କାଉନସିଲରଙ୍କ ସହଯୋଗରେ ଭଲ କାମ ହୋଇପାରିବ ବୋଲି କହିଛନ୍ତି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ।

 

ସଞ୍ଜିବନୀ ସାଜିଛି BSKY କାର୍ଡ

ଜଗତସିଂହପୁର: ଗରିବ ଲୋକଙ୍କର ଦୂର ହୋଇଛି ସ୍ୱାସ୍ଥ୍ୟ ସମସ୍ଯା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଏସକେୱାଇ କାର୍ଡ ଦ୍ବାରା ହେଉଛି ମାଗଣା ଚିକିତ୍ସା। ଜଗତସିଂହପୁରର ଦୁଇ ଜଣ ରୋଗୀ ଦୀର୍ଘ ଦିନ ହେବ ସ୍ବାସ୍ଥ୍ଯ ସମସ୍ଯା ଭୋଗୁଥିବା ବେଳେ ମାଗଣାରେ କରାଇଛନ୍ତି ଚିକିତ୍ସା।

ସଞ୍ଜିବନୀ ସାଜିଛି ବିଏସକେୱାଇ କାର୍ଡ। ମାଗଣା ଚିକିତ୍ସାରୁ ରୋଗମୁକ୍ତ ହେଉଛନ୍ତି ଲୋକେ।  ଜଗତସିଂହପୁର ବ୍ଲକ ବେନୁପୁର ଗାଁର ସନାତନ ବାରିକ। ଦୀର୍ଘ ଦିନ ଧରି ହାର୍ନିଆ ରୋଗରେ ପୀଡିଥ ଥିଲେ। ଅସହ୍ଯ ରୋଗ ଯନ୍ତ୍ରଣା ଭୋଗୁଥିଲେ। ଡାକ୍ତରଙ୍କୁ ଦେଖାଇବାରୁ  ଅପରେସନ କରିବାକୁ କହିଥିଲେ। ଗରିବ ପରିବାରର ସନାତନଙ୍କ ପାଖରେ ଅର୍ଥର ଅଭାବ ଥିଲା। ଚିକିତ୍ସା ପାଇଁ ଚିନ୍ତାରେ ଥିବା ବେଳେ BSKY କାର୍ଡ ସାଜିଲା ବରଦାନ। କାର୍ଡ ଦେଖାଇ ମାଗଣାରେ ଚିକିତ୍ସା କଲେ ସନାତନ। ଏବେ ସେ ସୁସ୍ଥ ଅଛନ୍ତି।

ସେହିପରି ଜଗତସିଂହପୁର ପୌର ପରିଷଦ ଅଧୀନ ଦୁଇ ନଂ ୱାର୍ଡ ବଡ଼ବାଗ ଗାଁର 60 ବର୍ଷର ବୃଦ୍ଧା ସଖୀ ବେହେରା। ପେଟରେ ଷ୍ଟୋନ ହେବାରୁ ବହୁତ କଷ୍ଟ ଅନୁଭବ କରୁଥିଲେ। କଟକର ଏକ ଘରୋଇ ହସ୍ପିଟାଲରେ ଦେଖାଇଲେ। ଚିକିତ୍ସା ପାଇଁ ୩୦ ରୁ ୪୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି କହିଲେ ଡାକ୍ତର। ପାଖରେ ଟଙ୍କା ନଥିବାରୁ BSKY କାର୍ଡ ଦ୍ବାରା ଚିକିତ୍ସିତ ହୋଇଛନ୍ତି ସଖୀ। ମାଗଣାରେ ଅପରେସନ ହୋଇଛି। ଏବେ ପୁରା ସୁସ୍ଥ ଅଛନ୍ତି ସୁଖୀ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ଅଭୂତପୂର୍ବ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ରେ ଲୋକମାନଙ୍କୁ ସାମିଲ କରିଥିବାରୁ ଲୋକେ ଉପକୃତ ହେଉଛନ୍ତି।

 

ଉପାନ୍ତରୁ ଉପକୂଳ ସବୁଠି ବଢିଛି ତାତି

ଭୁବନେଶ୍ବର: ଉପରମୁହାଁ ପାରଦ। ଉପାନ୍ତରୁ ଉପକୂଳ ସବୁଠି ବଢିଛି ତାତି। ରାତ୍ରୀର ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ବେଳେ ଆଗାମୀ ଦିନରେ ଦିନର ତାପମାତ୍ରା ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୬ ଦିନ ପର୍ଯ୍ୟନ୍ତ ଏଭଳି ତାପମାତ୍ରା ବଢିବ। ମେଘମୁକ୍ତ ଆକାଶ ସହ ସୂର୍ଯ୍ୟଙ୍କ ତେଜ କିରଣ ତାତି ବୃଦ୍ଧି କରିବାରେ ସହାୟକ ହେବ। ହେଲେ ଆସନ୍ତା ୨୩ ତାରିଖ  ବେଳକୁ ଏକ ପଶ୍ଚିମା ଝଡର ପ୍ରଭାବ ରାଜ୍ୟ ଉପରେ ରହିବ। ଏହି ପଶ୍ଚିମା ଝଡ ପ୍ରଭାବରେ  ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।  ଏହାସହ  ରାଜ୍ୟରେ  ବର୍ତ୍ତମାନ ଏକ ଗୁରୁଚାପ  ବଳୟ ସକ୍ରିୟ ରହୁଥିବାରୁ  ଆଗାମୀ ତିନିଦିନ ଯାଏ ଘନ  କୁହୁଡିର  ସମ୍ଭାବନା  ରହିଛି । ବିଶେଷ କରି  ମଧ୍ୟରାତ୍ରୀରୁ ସକାଳ ଭିତରେ  କୁହୁଡିର ଘନତା ୫୦ ରୁ ୩୦ ମିଟର ରହିବ। ତେଣୁ ଜାତୀୟ  ରାଜପଥ ରେ ଯାତାୟାତ କରୁଥିବା ସମୟରେ ସତର୍କତାର ସହ ଗାଡି ଚାଳନା ପାଇଁ ପରାମର୍ଶ ଦେଇଛି ପାଣିପାଗ  କେନ୍ଦ୍ର। ଉପକୂଳ ଓ ତାର ପାର୍ଶ୍ଵବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଆଗାମୀ ୩ ଦିନ ଯାଏ ଘନ କୁହୁଡି ଲାଗି ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନ କୁହୁଡି ପାଇଁ  ୧୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣି ଜାରି କରାଯାଇଛି। ବିଶେଷ କରି ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, ଜଗତସିଂହପୁର, ଭଦ୍ରକ, କଟକ,ଅନୁଗୁଳ,ଢେଙ୍କାନାଳ, କେନ୍ଦ୍ରାପଡା, କନ୍ଧମାଳ, ସୋନପୁର,ବୌଧ,ଯାଜପୁର ଏବଂ ରାୟଗଡା କୁ ସତର୍କତା ଜାରି କରାଯାଇଛି। ସେହିପରି ଆସନ୍ତାକାଲି ୧୩ ଜିଲ୍ଲାକୁ  ଘନ  କୁହୁଡ଼ିପାଇଁ  ୟେଲୋ ଓ୍ବାର୍ଣ୍ଣି ଜାରି କରିଛି  ପାଣିପାଗ କେନ୍ଦ୍ର।  ଆଜି ଭୁବନେଶ୍ଵର ରେ ଦିନ ତାପମାତ୍ରା ୩୩ ରୁ ୩୪ ଡିଗ୍ରୀ ମଧ୍ୟରେ ରହିବା ସହ ଆକାଶ ନିର୍ମଳ ରହିବ। ଗତ ୨୪ ଘଣ୍ଟାରେ ସର୍ବୋଚ୍ଚ ଦିନ ତାପମାତ୍ରା ପାରଳାଖେମୁଣ୍ଡି ରେ ୩୫.୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଓଡିଶା ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ସଙ୍ଘ

ବଲାଙ୍ଗୀର: କେନ୍ଦୁପତ୍ର କର୍ମଚାରୀ ଓ ଶ୍ରମିକଙ୍କ ଦାବି ପୂରଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଲେ ଓଡିଶା ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ସଙ୍ଘ । ସମସ୍ତ ସିଜିନାଲ କର୍ମଚାରୀ ମାନଙ୍କ କାର୍ଯ୍ଯକାଳ ଏକ ମାସ ବୃଦ୍ଧି କରିବା ସହିତ ୩ ରୁ ୪ ହଜାର ଟଙ୍କା ବୃଦ୍ଧି କରିଛନ୍ତି । ଏଥିସହିତ କେନ୍ଦୁପତ୍ର ତୋଳାଳୀଙ୍କ ବୟସ ସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି କରିବା ସହିତ ଆହୁରି ଅନେକ ସହାୟତା ଘୋଷଣା କରିଛନ୍ତି । ଏଥିପାଇଁ ପଶ୍ଚିମ ଓଡିଶାର ୮ଲକ୍ଷ କେନ୍ଦୁପତ୍ର ତୋଳାଳୀ ଓ ୧୮ ହଜାର କର୍ମଚାରୀ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଓ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି । ଏହି ପରିପରେକ୍ଷୀରେ ବଲାଙ୍ଗୀର ସାମ୍ବାଦିକ ଭବନଠାରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳୀ ମହାସଂଘ ବଲାଙ୍ଗୀର ସର୍କଲ କର୍ମକର୍ତ୍ତା ମାନେ ମୁଖ୍ଯମନ୍ତ୍ରୀଙ୍କୁ ଧନ୍ଯବାଦ ଜଣାଇଛନ୍ତି ।.

୧୫ ଜିଲ୍ଲାର ୭୩ଟି ସରକାରୀ ଡାକ୍ତରଖାନା ଆମ ହସ୍ପିଟାଲେରେ ରୂପାନ୍ତରିତ

ଭୁବନେଶ୍ବର: ସ୍ବାସ୍ଥ୍ୟସେବାରେ ନୂଆ ଇତିହାସ। ୧୫ ଜିଲ୍ଲାର ୭୩ଟି ସରକାରୀ ଡାକ୍ତରଖାନା ଆମ ହସ୍ପିଟାଲେରେ ରୂପାନ୍ତରିତ। ଲୋକାର୍ପିତ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହ ଆଇଭିଆର ପଦ୍ଧତିରେ ରୋଗୀଙ୍କର ମତାମତ ସଂଗ୍ରହ ବ୍ଯବସ୍ଥା ଏବଂ କର୍ମଚାରୀଙ୍କର ମୁହଁ ଚିହ୍ନଟ କରି ବାୟୋମେଟ୍ରିକ ଉପସ୍ଥାନ ବ୍ଯବସ୍ଥାର ବି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ଯମନ୍ତ୍ରୀ କହିଛନ୍ତି- ଆଜି ସ୍ବାସ୍ଥ୍ଯ ସେବାରେ ସୃଷ୍ଟି ହୋଇଛି ନୂଆ ଇତିହାସ। ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆମ ହସ୍ପିଟାଲରେ ବ୍ଯବସ୍ଥା କରାଯାଇଛି। ବର୍ତ୍ତମାନ ଚାଲିଥିବା ରୂପାନ୍ତରଣର ନୂଆ ଯୁଗରେ ସରକାର ଆମ ହସ୍ପିଟାଲର ରୂପାନ୍ତରଣକୁ ଗୁରୁତ୍ବ ଦେଉଛନ୍ତି। ଫାଇଭ-ଟି ଉପକ୍ରମରେ ହସ୍ପିଟାଲର ରୂପାନ୍ତରଣ କରାଯାଉଛି। ଏହି ପ୍ରକ୍ରିୟାରେ ୧୮୪୮ ହସ୍ଟିଟାଲକୁ ଆମ ହସ୍ପିଟାଲରେ ରୂପାନ୍ତରଣ କରାଯିବ। ମୁଖ୍ଯମନ୍ତ୍ରୀ କହିଛନ୍ତି- ବିଏସକେୱାଇ ସ୍ବାସ୍ଥ୍ୟସେବାର  ମଡେଲ ହୋଇଛି। ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀ ଓ ବିଧାୟକମାନେ ଉପସ୍ଥିତ ରହି କାର୍ଯ୍ଯକ୍ରମରେ ସାମିଲ ହୋଇଥିଲେ। ନିଜ ଅଞ୍ଚଳରେ ସ୍ବାସ୍ଥ୍ୟସେବାର ନବକଳେବରକୁ ନେଇ ସବୁଠି ଶୁଭିଥିଲା ହୁଳହୁଳି ଓ କରତାଳି।