ଭୁବନେଶ୍ବର: ନୟାପଲ୍ଲୀ ବ୍ରିଟ୍ କଲୋନୀରେ ହୋଲି ଦିନ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣା। ଆଠ ଅଭିଯୁକ୍ତଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା। ଗିରଫ ଅଭିଯୁକ୍ତଙ୍କ ନିକଟରୁ ଗଣ୍ଡଗୋଳରେ ବ୍ୟବହୃତ ଖଣ୍ଡା, ଭୁଜାଲି, ଠେଙ୍ଗା,ବାଇକ ଜବତ କରିଛି ପୋଲିସ। ହୋଲି ସନ୍ଧ୍ୟାରେ ନୟାପଲ୍ଲୀ ବ୍ରିଟ୍ କଲୋନୀରେ ଏମାନେ ଆତଙ୍କରାଜ ଘଟାଇଥିଲେ। ମୋଟ ଉପରେ ଏ ନେଇ ୪ ଟି କେସ ରୁଜୁ କରାଯାଇଥିଲା । ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ଗାଧୋଇବାକୁ ନେଇ ସୃଷ୍ଟି ହୋଇଥିଲା ଝଗଡା । ପରବର୍ତ୍ତୀ ସମୟରେ ଏହା ଉଗ୍ର ରୂପ ନେଇଥିଲା । କିଛି ଯୁବକ ସନ୍ଧ୍ୟା ସମୟରେ ଆସି ଅତର୍କିତ ଆକ୍ରମଣ କରିଥିଲେ। କିଛି ନିରୀହ ଲୋକେ ମଧ୍ୟ ଏହି ଆକ୍ରମଣର ଶିକାର ହୋଇଥିଲେ । ପରବର୍ତ୍ତୀ ସମୟରେ ଘଟଣାସ୍ଥଳରୁ ସିସିଟିଭି ଜବତ କରାଯାଇଥିଲା । ଯାହା ଆଧାରରେ ୮ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଅଭିଯୁକ୍ତଙ୍କ ନିକଟରୁ ଏକ କାର ଓ ସ୍କୁଟି ମଧ୍ୟ ଜବତ କରିଛି ପୋଲିସ । ଅଭିଯୁକ୍ତଙ୍କ ନାଁ ରେ ପୂର୍ବରୁ ଅପାରାଧିକ ମାମଲା ମଧ୍ୟ ରହିଛି ।
ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
କଳାହାଣ୍ଡି: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। କଳାହାଣ୍ଡି ଜିଲ୍ଲାରେ ଅଭାବନୀୟ ଘଟଣା। ଯୁବକର ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଜବତ କରିଛି ପୁଲିସ। ବିବିଶି ପଡା ସେବକ କୋଳନିର ପରମେଶ୍ୱର ନାଏକଙ୍କ ବଡ଼ପୁଅ ସାଗର ନାଏକ ବିଳମ୍ବିତ ରାତିରେ ମଧ୍ୟ ଘରେ ପହଞ୍ଚି ନଥିଲେ। ପରିବାର ଲୋକେ ଖୋଜାଖୋଜି ପରେ ଏକ ପରିତ୍ୟକ୍ତ ଆବାସ ଘରେ ମୃତ ଦେହ ଥିବା ଜାଣିବାକୁ ପାଇଥିଲେ। ଟାଉନ ଥାନା ପୁଲିସକୁ ଖବର ଦିଆଯାଇଥିଲା। ଘଟଣାରେ ପୁଲିସ ରାମ ସାଗର ପଦର ଇଲୁ ସରାପ ନାମକ ଜଣେ ଯୁବକକୁ ଅଟକ ରଖି ପଚରା ଉଚୁରା କରୁଛି।
ରାଜଧାନୀର ସାଇକେଲ ଚା’ବାଲା, ଝିଅକୁ ପାଠ ପଢ଼ାଇବାକୁ କରୁଛନ୍ତି ସଂଘର୍ଷ
ଭୁବନେଶ୍ବର: ରାଜଧାନୀ ରାସ୍ତାରେ ଗଡୁଛି ସାଇକେଲ ଚା। ଘଣ୍ଟି ବଜାଇ ସାଇକେଲରେ ଭଳିକି ଭଳି ସ୍ଵାଦିଷ୍ଟ ଚା ବିକ୍ରି କରୁଛନ୍ତି ଘନଶ୍ୟାମ। ୧୦ ବର୍ଷ ତଳେ ବିହାର ଛାଡ଼ି ଓଡ଼ିଶା ଆସିଥିଲେ ଘନଶ୍ୟାମ। ଆଉ ସେବେଠୁ ଭୁବନେଶ୍ୱରର ଗଳି କନ୍ଦିରେ ବୁଲିବୁଲି ସାଇକେଲରେ ବିକ୍ରି କରନ୍ତି ଚା। ଘଣ୍ଟି ବାଜୁଛି ସାଇକେଲର ଚକା ଗଡୁଛି , ଆଉ ବଡପାଟିରେ ଜଣେ ଅଭାବୀ ମଣିଷ ପାଟି କରି ଡାକୁଛି ଚା ପିଇବେ ଚା। ନା ଖରା କୁ ଖାତିର ଅଛି ନା ବର୍ଷା । କାରଣ ଚା ବିକ୍ରି କଲେ ଦୁଇପାଇସା ଆସିବ ଘରେ ତାଙ୍କର ରୋଗିଣା ସ୍ତ୍ରୀ ପାଇଁ ମେଡ଼ିସିନ୍ ଆଉ ଝିଅର ପାଠପଢା ପାଇଁ ପଇସା ରୋଜଗାର କରିବାର ଅଛି । ସେଥିପାଇଁ ତ ଏ ଅଭାବୀ ବାପାକୁ ଖରା ଡରାଇ ପାରୁନି। ଆଭାବ ଅନାଟନ ରୁ ନିସ୍ତାର ପାଇଁ ବିହାର ଛାଡ଼ି ଦେଇଥିଲେ ଘନଶ୍ୟାମ ପାରିବାର। ଓଡ଼ିଶା ଚା ବିକ୍ରି କରି ଦିନକୁ ଭଲ ପଇସା ସିନା ରୋଜଗାର ହେଉଛି ହେଲେ ଭୁବନେଶ୍ବରରେ ଝିଅକୁ ପାଠ ପଢ଼ାଇବା ଖର୍ଚ୍ଚ ସହିତ ସ୍ତ୍ରୀ ର ମେଡ଼ିସିନ୍ ଖର୍ଚ୍ଚ ଉଠାଇବା ସତେ ଯେମିତି ବୋଝ ଉପରେ ଲଳିତା ବିଡା ପରି ହେଲେ ବି ହାର ମାନି ନାହାନ୍ତି ଘନଶ୍ୟାମ।
ଓାଲ୍ଡଡ ଟାଉନ ଅଞ୍ଚାଲରେ ଏକ ଭଡ଼ା ଘରେ ରୁହନ୍ତି ବଢ଼ି ଭୋରୁ ସାଇକେଲ ଚା ବିକ୍ରି କରିବା ପାଇଁ ବାହାରି ଯାଆନ୍ତି ସେ। ଦିନ ତମାମ ରାଜଧାନୀ ର ରାସ୍ତାରେ ଘୁରି ବୁଲନ୍ତି। ଦୁଃଖକୁ ଛାତିରେ ଚାପି ଧରି ମୁଣ୍ଡଫଟା ଖରାରେ ନିଜକୁ ସିଜାଇ ଗରମର ଝାଞ୍ଜି ପବନରେ ନିଜକୁ ଜଳାଇ ଆଗକୁ ବଢ଼ି ଚାଲନ୍ତି ଘନଶ୍ୟାମ। ଉଦ୍ଦେଶ୍ୟ ହେଉଛି ଝିଅ କୁ ମଣିଷ । ବାପାଙ୍କ କଷ୍ଟକୁ ବି ବେଶ୍ ଅନୁଭବ କରିଛି ଝିଅ ମଧୁ। କେମିତି ନିଜ ପାଇଁ କିଛି ବି ନକରି ତା ପାଇଁ ତା ବାପା ମା ସବୁ କିଛି ଜଳାଞ୍ଜଳି ଦେଉଛନ୍ତି ସେଥି ପାଇଁ କ୍ୟାମେରା ଆଗରେ କାନ୍ଦି କାନ୍ଦି ମୁଖ୍ୟମନ୍ତ୍ରୀ ଙ୍କ ପାଖରେ ଗୁହାରି କରିଛି କି ବିଜୁ ସ୍ୱାସ୍ଥ୍ୟ କାର୍ଡ ପାଇଁ। ତା ମାଙ୍କ ରୋଗ ପାଇଁ ବଡ ସହାୟତା ହୋଇପାରିବ ବୋଲି।

