କେକେଆରର ଏହି ଭୁଲ ନିଷ୍ପତ୍ତି ନେଇ ଗମ୍ଭୀର କଲେ ଖୁଲାସା

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୪ ବେଶ ରୋମାଞ୍ଚକ ହେଉଛି । ପ୍ରଥମ ଦଳ ଭାବେ କୋଲକାତା ନାଇଟ ରାଇଡର୍ସ ପ୍ଲେଅଫରେ ପ୍ରବେଶ କରିଛି । ଏବେ ବାକି ୩ଟି ସ୍ଥାନ ପାଇଁ ୭ ଟିମ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳୁଛି । ତେବେ କୋଲକାତା ଦମଦାର ପ୍ରଦର୍ଶନ କରୁଥିବାବେଳେ ଗମ୍ଭୀରଙ୍କୁ ମଧ୍ୟ ଶ୍ରେୟ ଯାଉଛି । ଗୌତମ ଗମ୍ଭୀର ଟିମର ମେଣ୍ଟର ରହିଥିବାବେଳେ ଦଳର ସଫଳତାକୁ ନେଇ ସେ ଅନେକ ଗୁମର କଥା କହିଛନ୍ତି ।

ଏହାସହ ଗମ୍ଭୀର କୋଲକାତା ନାଇଟ ରାଇଡର୍ସର ଏକ ଭୁଲ ନିଷ୍ପତ୍ତି ସମ୍ପର୍କରେ କହିଛନ୍ତି । ସେ କହିଛନ୍ତି ସୂର୍ଯ୍ୟକୁମାର ଯାଦବ ଏବେ ଦମଦାର ଫର୍ମରେ ରହିଛନ୍ତି । ଗମ୍ଭୀର ଅଧିନାୟକତ୍ବ ସମୟରେ ସେ କୋଲକାତା ନାଇଟ ରାଇଡର୍ସ ଦଳର ସଦସ୍ୟ ଥିଲେ । ମାତ୍ର ୨୦୧୭ରେ କୋଲକାତା ତାଙ୍କୁ ଛାଡ଼ି ଦେଇଥିଲା । ଆଉ ସେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଖେଳିଥିବାବେଳେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । ଏହା କେକେଆରର ଏକ ଭୁଲ ନିଷ୍ପତ୍ତି ବୋଲି ଗମ୍ଭୀର କହିଛନ୍ତି ।