spot_img
Home Blog Page 2172

ଜାତୀୟ ବିଜ୍ଞାନ ଦିବସ ଅବସରରେ ବିଭିନ୍ନ ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ତଥା ପ୍ଲାନେଟୋରିୟମର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଜାତୀୟ ବିଜ୍ଞାନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲା ଜୟପୁରରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର, ରାୟଗଡାରେ ପ୍ଲାନେଟାରିୟମ, କେନ୍ଦୁଝର ଜିଲ୍ଲା ଘଟଗାଁରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟାରିୟମ ଓ ମୟୂରଭଞ୍ଜ ଜିଲ୍ଲା ବାରିପଦାଠାରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟାରିୟମ ଉଦ୍‌ଘାଟନ କରିବା ସହିତ କଳାହାଣ୍ଡି, ବୌଦ୍ଧ, କେନ୍ଦ୍ରାପଡା, ଝାରସୁଗୁଡା, ଗଜପତି, ନୂଆପଡା ଓ ଜଗତସିଂହପୁର ଜିଲ୍ଲା ବିଜ୍ଞାନ କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତି ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ- ବିଜ୍ଞାନ ଓ ବିକାଶ ସମତାଳରେ ଆଗକୁ ବଢିଥାଏ। ବିଜ୍ଞାନ ବିନା ବିକାଶ ଅସମ୍ପୂର୍ଣ୍ଣ । ପ୍ରତିଦିନ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ସମାଜର ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି। ଶିକ୍ଷା କ୍ଷେତ୍ରରେ ଏହାର ବିଶେଷ ଗୁରୁତ୍ୱ ରହିଛି। 5T ସ୍କୁଲ ରୂପାନ୍ତରଣରେ ବୈଷୟିକ ଜ୍ଞାନକୌଶଳକୁ ବ୍ୟବହାର କରି ସ୍ମାର୍ଟ କ୍ଲାସ ରୁମ୍‌, ଇ- ଲାଇବ୍ରେରୀ, ମଡର୍ଣ୍ଣ ଲାବୋରଟୋରୀ ଆଦି ବିକାଶ କରାଯାଇଛି। ବିଜ୍ଞାନକୁ ଲୋକପ୍ରିୟ କରିବା ଓ ବୈଷୟିକ ଜ୍ଞାନକୈଶଳର ବ୍ୟବହାରରେ ବୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରତି ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥି ସହିତ ପ୍ଲାନେଟୋରିୟମ ତଥା ସ୍କୁଲମାନଙ୍କରେ ଇନୋଭେସନ ସେଣ୍ଟର ଖୋଲିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଆଗାମୀ ଦିନରେ ଭଦ୍ରକରେ ବିଜ୍ଞାନ କେନ୍ଦ୍ର ଏବଂ ବଲାଙ୍ଗିର, ସୁନ୍ଦରଗଡ ଓ ଗଂଜାମ ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ସହିତ ପ୍ଲାନେଟୋରିୟମ ମଧ୍ୟ ଖୋଲାଯିବ । 5T ଉପକ୍ରମରେ ନିର୍ମିତ ପ୍ରତ୍ୟେକ ବିଜ୍ଞାନ କେନ୍ଦ୍ର ପାଇଁ ୬.୫ କୋଟି ଟଙ୍କା, ପ୍ଲାନେଟାରିୟମ ପାଇଁ ୧୫ କୋଟି ଟଙ୍କା ଏବଂ ବିଜ୍ଞାନ କେନ୍ଦ୍ର ତଥା ପ୍ଲାନେଟାରିୟମ ପାଇଁ ୨୧.୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। କାର୍ଯ୍ୟକ୍ରମରେ ରାଜ୍ୟ ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ  ଅଶୋକ ଚନ୍ଦ୍ର ପଣ୍ଡା ଜୟପୁରରେ ଯୋଗଦେଇଥିଲେ।5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପିଲାମାନଙ୍କ ସହିତ ଆଲୋଚନା କରି ବିଜ୍ଞାନ ଶିକ୍ଷା ସେମାନଙ୍କ ଜୀବନକୁ ପରିବର୍ତ୍ତନ କରିବା ସହିତ ସମାଜକୁ ମଧ୍ୟ ପରିବର୍ତ୍ତନ କରିଥାଏ ବୋଲି କହିଥିଲେ।

 

 

ଝାଡ଼ଖଣ୍ଡରେ ୧୨ ଜଣଙ୍କ ଉପରେ ଚଢ଼ିଗଲା ଟ୍ରେନ୍

ନନ୍ଦିଘୋଷ ବ୍ୟୁରୋ: ପୁଣି ସାମନାକୁ ଆସିଲା ଟ୍ରେନ୍ ଟ୍ରାଜେଡି । ୧୨ ଜଣଙ୍କ ଉପରେ ଚଢ଼ିଗଲା ଟ୍ରେନ୍ । ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ତେବେ ଆହୁରି ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଇଛି । କରମାଟାଣ୍ଡ ନିକଟ କଳାଝରିଆରେ ଏହି ଘଟଣା ଘଟିଛି। ରେଳବାଇ ପୁଲିସ ଓ ସ୍ଥାନୀୟ ପ୍ରଶାସନର ଟିମ୍ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏହା ମଧ୍ୟ କୁହାଯାଉଛି ଯେ ବାଙ୍ଗାଲୋର-ଯଶବନ୍ତପୁର ଏକ୍ସପ୍ରେସ ଡାଉନ ଲାଇନରେ ଯାଉଥିଲା । ଏହି ସମୟରେ ଲାଇନ୍ ପାର୍ଶ୍ୱରେ ରଖାଯାଇଥିବା ବାଲିର ଧୂଳି ଉଡୁଥିଲା, କିନ୍ତୁ ଧୂଳି ଦେଖି ଡ୍ରାଇଭରଙ୍କୁ ମେସେଜ୍ ଆସିଲା ଯେ ଟ୍ରେନରେ ନିଆଁ ଲାଗିଛି ଏବଂ ଧୂଆଁ ବାହାରୁଛି, ଯାହା ଫଳରେ ଟ୍ରେନ୍ ଅଟକିବା ମାତ୍ରେ ଯାତ୍ରୀମାନେ ମଧ୍ୟ ତଳକୁ ଓହ୍ଲାଇ ଯାଇଥିଲେ। ସେପଟେ ଅପ୍ ଲାଇନରେ ଯାଉଥିବା ଏକ ଡିଏମୟୁ ଟ୍ରେନ୍ ଧକ୍କାରେ ଅନେକ ଯାତ୍ରୀଙ୍କ ମୃତ୍ୟୁ ଘଟିଛି।

ରାଜ୍ୟର ଶିଳ୍ପାୟନକୁ ଏଣିକି ଗତିଶୀଳ କରିବ ଅକ୍ଷୟ ଶକ୍ତି

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟର ଶିଳ୍ପାୟନକୁ ଏଣିକି ଗତିଶୀଳ କରିବ ଅକ୍ଷୟ ଶକ୍ତି । ପରିବେଶ ଅନୁକୂଳ ଶକ୍ତି ଉତ୍ସ ବ୍ୟବହାର କରି ଶିଳ୍ପ ସମୃଦ୍ଧ ହେବ ଓଡ଼ିଶା । ଗ୍ରୀନ୍ ଆମୋନିଆ ଓ ଗ୍ରୀନ୍ ହାଇଡ୍ରୋଜେନ୍ ବ୍ୟବହାର କରି ହେବ ଇସ୍ପାତ ଉତ୍ପାଦନ । ଆସନ୍ତା ୫ ବର୍ଷରେ ଓଡ଼ିଶାର ଶିଳ୍ପ ଉତ୍ପାଦନ ୪୦ ବିଲିୟନ୍ ଡଲାରରେ ପହଞ୍ଚିବାକୁ ଲକ୍ଷ୍ୟ ରହିଛି । ଆଜି ଭୁବନେଶ୍ବରରେ ଅନୁଷ୍ଠିତ ମାନ୍ୟୁଫକ୍ଚରିଂ କନକ୍ଲେଭରେ ଓଡ଼ିଶା ସରକାରଙ୍କ ବଳିଷ୍ଠ ପଦକ୍ଷେପକୁ ବହୁରାଷ୍ଟ୍ରୀୟ ଶିଳ୍ପ ସଂସ୍ଥା ଓ ଶିଳ୍ପ ସଂଘ ପ୍ରଶଂସା କରିଛନ୍ତି ।

ଦିନଥିଲା ଖଣି ଓ ଧାତବ ଶିଳ୍ପରେ ପୁଞ୍ଜି ଆକୃଷ୍ଟ କରୁଥିଲା । ଏବେ ଶିଳ୍ପାୟନର ନୂଆ ପରିଭାଷା ଲେଖିଲାଣି ଓଡ଼ିଶା । ପ୍ରତିରକ୍ଷା ଉପକରଣଠୁ ଆରମ୍ଭ କରି ପୋଷାକ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ଓଡ଼ିଶା ହବ୍ ହେବାକୁ ଯାଉଛି । ଭାରି ଶିଳ୍ପ ହେଉକି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ । ଇସ୍ପାତ ହେଉ କି ଔଷଧ ଉତ୍ପାଦନ । ଉତ୍ପାଦନରେ ସବୁଜ ଶକ୍ତିକୁ ରାଜ୍ୟ ସରକାରଙ୍କ ଗୁରୁତ୍ବ । ଗ୍ରୀନ୍ ହାଇଡ୍ରୋଜେନ୍ ଦ୍ବାରା ଇସ୍ପାତ ଉତ୍ପାଦନ, ଆମୋନିଆ ଶିଳ୍ପ, ଶକ୍ତି ଉତ୍ପାଦନର ବର୍ଜ୍ଯର ହେବ ସୁବିନିଯୋଗ । ଅକ୍ଷୟ ଶକ୍ତିର ବଡ଼ ପ୍ରୟୋଗଶାଳା ହୋଇଛି ଓଡ଼ିଶା । ପରିବେଶ ଅନୁକୂଳ ନିରନ୍ତର ବିକାଶ ପଥରେ ଆଗେଇ ନେବା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଲକ୍ଷ୍ୟ । ଭୁବନେଶ୍ବରରେ ଆସୋଚାମ ପକ୍ଷରୁ ଆୟୋଜିତ ଏକଦିବସୀୟ ମାନ୍ୟୁଫାକ୍ଚରିଂ କନ୍କ୍ଲେଭ-୨୦୨୪ରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ବହୁରାଷ୍ଟ୍ରୀୟ କମ୍ପାନୀ ଓ ବିଭିନ୍ନ ଶିଳ୍ପ ସଂଘ । ସମଗ୍ର ବିଶ୍ବକୁ ଓଡ଼ିଶା କେତେକ ମହାନ୍ ଷ୍ଟାର୍ଟ୍ଅପ୍ ଲିଡର ଦେଇଥିବା କନକ୍ଲେଭ୍ରେ ଆଲୋଚନା ହୋଇଛି ।

ରାଜ୍ୟର ଅଭିବୃଦ୍ଧିରେ ମାନ୍ୟୁଫାକଚରିଂ ଶିଳ୍ପର ୧୪.୪୨ ପ୍ରତିଶତ ଯୋଗଦାନ ରହିଛି । ଏହି ଶିଳ୍ପରେ ୨୦୧୫ରୁ ୨୦୨୨ ଭିତରେ ୪.୭୪ ଲକ୍ଷ କୋଟି ଟଙ୍କାର ପୁଞ୍ଜି ରାଜ୍ୟକୁ ଆସିଛି । ୨୦୨୪ରୁ ୨୦୨୮ ଭିତରେ ଓଡ଼ିଶାର ବାର୍ଷିକ କମ୍ପାଉଣ୍ଡ୍ ଅଭିବୃଦ୍ଧି ୮.୨୧ ପ୍ରତିଶତ ହିସାବରେ ରହିବ । ଏବର୍ଷ ଶିଳ୍ପ ଉତ୍ପାଦନ ପ୍ରାୟ ୧୩୬୦ ବିଲିୟନ୍ ଡଲାର ହେବ ବୋଲି ଆଶା କରାଯାଉଛି । ଏସବୁ ସମ୍ଭବ ହୋଇପାରିଛି ରାଜ୍ୟ ସରକାରଙ୍କ ବଳିଷ୍ଠ ପଦକ୍ଷେପ ଯୋଗୁ । ୨୦୩୦ ସୁଦ୍ଧା ରାଜ୍ୟକୁ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଓଡ଼ିଶା ସରକାର ନିରନ୍ତର ବିକାଶ ମାପକାଠିର ସବୁ ଦିଗକୁ ପୂରା କରୁଛନ୍ତି । କନ୍କ୍ଲେଭରେ ଆସୋଚାମ ପକ୍ଷରୁ ରିସର୍ଜେଣ୍ଟ୍, ରି-ଇମାଜିନିଂ ମାନ୍ୟୁଫାକ୍ଚରିଂ, ସ୍ମାର୍ଟ୍ ଆପ୍ରୋଚେସ୍ ଫର୍ ନେକ୍ସଟ୍ ଫେଜ୍ ନାମକ ରିପୋର୍ଟ ପ୍ରକାଶ ପାଇଥିଲା ।

ଟିକେଟ ନେଇ ରାଜନୀତି ପାରଦ ଉପରମୁହାଁ

ଭୁବନେଶ୍ବର: ୨୦୨୪ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସବୁ ଦଳରେ ଟିକେଟ କସରତ। ବିଜେଡିରେ ଟିକେଟ ଆଶାୟୀଙ୍କ ଲମ୍ବା ଧାଡ଼ି ଲାଗିଥିବାବେଳେ ଦଳୀୟ ନେତାଙ୍କ ସହ ଘନଘନ ବୈଠକ ବସୁଛି । ଦୁଇ ବିରୋଧୀ ବିଜେପି ଓ କଂଗ୍ରେସରେ ମଧ୍ୟ ଟିକେଟ ଅଡ଼ୁଆ ବଢିବାରେ ଲାଗିଛି । ବିଜେପି ନେତାଏ ଖୋଲାଖୋଲି ନିଜ ପସନ୍ଦର  ନିର୍ବାଚନ ମଣ୍ଡଳୀ ପାଇଁ ଲବି ଆରମ୍ଭ କରିଥିବା ବେଳେ କଂଗ୍ରେସର ଆଗୁଆ ଟିକେଟ ଦେବା ପ୍ଲାନରେ କେଁ ପଶିଛି ।

ତାରିଖ ଘୋଷଣା ହୋଇନାହିଁ । ତଥାପି ଟିକେଟ ନେଇ ରାଜନୀତି ପାରଦ ଉପରମୁହାଁ । ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳରେ ଜୋରଦାର ଟିକେଟ କସରତ । ୨୪ରେ ବିଜେଡି ବଡ଼ ବିଜୟ ସହ ବିଧାନସଭା ଓ ଲୋକସଭାରେ ରେକର୍ଡ଼ ସଂଖ୍ୟକ ଆସନ ଦଖଲ କରିବ। ବିଭିନ୍ନ ଜାତୀୟ ଗଣମାଧ୍ୟମର ସର୍ଭେ ରିପୋର୍ଟ ଆସିବା ପରେ ବିଜେଡି ଟିକେଟ ପାଇଁ ଆଶାୟୀଙ୍କ ଲମ୍ବା ଧାଡ଼ି ଲାଗିଛି । କିଏ କେଉଁଠୁ ନିର୍ବାଚନ ଲଢିବେ ତାହାକୁ ନେଇ ଶଙ୍ଖଭବନରୁ ନବୀନ ନିବାସ ଯାଏ ଘନଘନ ବୈଠକ । ୧୦ହଜାରରୁ ଅଧିକ ଆଶାୟୀ ବିଜେଡି ଟିକେଟ ପାଇଁ ଆବେଦନ କରିସାରିଥିବା ଦଳ କହିଛି । ତେବେ ସବୁକିଛି ନିଷ୍ପତ୍ତି ନେବେ ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେପଟେ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସରେ ମଧ୍ୟ ଟିକେଟ ଟେନସନ ଜାରି ରହିଛି । ବିଜେପିରେ କେତେ ଆଶାୟୀ ଆବେଦନ କରିଛନ୍ତି ତାହା ଦଳ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ବରିଷ୍ଠ ବିଜେପି ନେତାମାନେ କିନ୍ତୁ  ଟିକେଟ ହାତେଇବା ପାଇଁ  ଖୋଲାଖୋଲି ନିଜ ମତ ପ୍ରକାଶ କରିଛନ୍ତି। ସେହିପରି କଂଗ୍ରେସରେ ବି ଟିକେଟ ଅଡ଼ୁଆ ବଢିବାରେ ଲାଗିଛି । ଓଡ଼ିଶାରୁ ଦିଲ୍ଲୀ ଯାଏ  କଂଗ୍ରେସର ଟିକେଟ ଅଙ୍କ ଛିଣ୍ଡିନାହିଁ ।  ବିଧାୟକ ପାଇଁ ପ୍ରଗମନ ଆପ ଜରିଆରେ ୩ହଜାର ଓ ସାଂସଦ ପାଇଁ ୭୦୦ ଆଶାୟୀ ଆବେଦନ କରିଥିବା ଦଳ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଇଣ୍ଡିଆ ମେଣ୍ଟ ସହ ଦଳର ଆସନ ବୁଝାମଣା ନେଇ କୌଣସି ସୁଫଳ ମିଳିନାହିଁ । ଦଳର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ କହିଛନ୍ତି- ଦଳ କୌଣସିମତେ ଆଗୁଆ ଟିକେଟ ବାଣ୍ଟିପାରିବ ନାହିଁ । ରାଜନୀତି ସମୀକ୍ଷକ କିନ୍ତୁ ଭିନ୍ନ ଆକଳନ କରିଛନ୍ତି ।

ରାଇରଙ୍ଗପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ଲୋକାର୍ପଣ କଲେ ରାଷ୍ଟ୍ରପତି

ରାଇରଙ୍ଗପୁର: ୪ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । ପ୍ରଥମ ଦିନରେ ରାଇରଙ୍ଗପୁରର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ଲୋକାର୍ପଣ କରିଛନ୍ତି ରାଷ୍ଟ୍ରପତି । ମହୁଲଢିହା ଠାରେ ଅବକାଶ ଗୃହ ଶିଳାନ୍ୟାସ, ରାଇରଙ୍ଗପୁର ୨୨୦ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣର ଶୁଭାରମ୍ଭ କରିଥିଲେ ରାଷ୍ଟ୍ରପତି । ପରେ ରାଇରଙ୍ଗପୁର ସ୍ପୋର୍ଟସ କମ୍ପ୍ଲେକ୍ସର  ଶିଳାନ୍ୟାସ କରିବା ସହ  ବଡ଼ସାହି ଏକଲବ୍ୟ ମଡେ଼ଲ ସ୍କୁଲର ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । ପ୍ରଥମେ ସେ ମୟୂରଭଞ୍ଜ ଜିଲ୍ଲାର ଖିଚିଂ ମନ୍ଦିରେ ପହଞ୍ଚିଥିଲେ ।  ମା କୀଚକେଶ୍ୱରୀଙ୍କୁ ଦର୍ଶନ କରିବା ସହ  ପ୍ରସାଦ ସେବନ କରିଥିଲେ । ସେଠାରୁ ରାଇରଙ୍ଗପୁର ଅଭିମୁଖେ ବାହାରିଥିଲେ ରାଷ୍ଟ୍ରପତି । ଚାରି ଦିନିଆ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ସମେତ କେନ୍ଦୁଝର, କଟକ, ଭୁବନେଶ୍ବର, ସମ୍ବଲପୁର ଓ ବ୍ରହ୍ମପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି।

ଏଥିମଧ୍ୟରେ କେନ୍ଦୁଝର ଧରଣୀଧର ବିଶ୍ବବିଦ୍ଯାଳୟରେ କେନ୍ଦୁଝରର ଜନଜାତିଙ୍କ ଉପରେ ଆୟୋଜିତ ଆଲୋଚନା ଚକ୍ରର ଉଦଘାଟନ କରିବେ। ଏହାପରେ ଭୁବନେଶ୍ବର ଆସି ଉତ୍କଳ ବିଶ୍ବବିଦ୍ଯାଳୟର ୫୩ତମ ସମାବର୍ତ୍ତନ ଉପରେ ମୁଖ୍ଯ ଅତିଥି ଭାବେ ଯୋଗଦେବେ । ବ୍ରହ୍ମପୁର ବିଶ୍ବବିଦ୍ଯାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବାର ବି କାର୍ଯ୍ୟକ୍ରମ ରହିଛି । କଟକ ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ଯାଳୟର ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ ।  ୨ତାରିଖରେ ସମ୍ବଲପୁର ଗସ୍ତ କରି କଦଳୀଗଡ଼ ଓ ରେଢାଖୋଲରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

 

ସତ୍ୟନଗରରେ ମଦର ଟେରେସାଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ୱର ସତ୍ୟନଗର ଛକରେ ମଦର ଟେରେସାଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ପ୍ରତିମୂର୍ତ୍ତି ଲୋକାର୍ପିତ କରିଛନ୍ତି। ଏହି ଅବସରରେ ସତ୍ୟନଗର ଚର୍ଚ୍ଚର ଫାଦର ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବା ପରେ ସମସ୍ତେ ବାଇବେଲ ପାଠ କରିଥିଲେ।  ଅହରହ ନିସ୍ବାର୍ଥପର ଭାବରେ ନିଜକୁ ଓଡ଼ିଶାର ଜନସାଧାରଣଙ୍କ ସେବାରେ ଉତ୍ସର୍ଗ କରି କାମ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ହାତରେ ମଦର ଟେରେସାଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ କରି ଆମେ ବହୁତ ଖୁସି ବୋଲି କହିଛନ୍ତି ଫାଦର।

BCCI ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ୍ ପଡ଼ିଲେ ଶ୍ରେୟସ ଏବଂ ଇଶାନ, ଜାଣନ୍ତୁ କାହାକୁ ମିଳିଲା କେଉଁ ଗ୍ରେଡରେ ସ୍ଥାନ..

ନନ୍ଦିଘୋଷ ବୁ୍ରୋ: BCCI ପକ୍ଷରୁ ଘୋଷଣା ହେଲା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକା । ବାଦ୍ ପଡ଼ିଲେ ଶ୍ରେୟସ ଆୟାର ଏବଂ ଇଶାନ କିଶାନ । ତେବେ ବହୁ ଯୁବ ଖେଳାଳି ବିଭିନ୍ନ ଗ୍ରେଡରେ ସାମିଲ ହୋଇଛନ୍ତି । ବୁଧବାର ବିସିଆଇ ପକ୍ଷରୁ ଏହି ବାର୍ଷିକ ଚୁକ୍ତିନାମା ଘୋଷଣା କରାଯାଇଛି । ରଣଜୀ ଖେଳିବା ପାଇଁ ଶ୍ରେୟସ ଏବଂ ଇଶାନଙ୍କୁ କୁହାଯାଇଥିବା ସତ୍ତ୍ବେ ଉଭୟ ଖେଳିନଥିବାରୁ ଏମାନଙ୍କୁ ଏକପ୍ରକାର ଏପରି ଦଣ୍ଡ ଦିଆଯାଇଛି । ନିୟମିତ ଦଳରେ ସାମିଲ ହୋଇ ଭାରତୀୟ ଟିମରେ ଖେଳୁଥିବା ଜୟସ୍ବାଲଙ୍କୁ ଗ୍ରେଡରେ ସାମିଲ କରାଯାଇଛି । ଆନ୍ତର୍ଜାତୀୟ ଖେଳୁଥିବା ଖେଳାଳିଙ୍କୁ BCCI ପକ୍ଷରୁ ୪ଟି ଗ୍ରେଡରେ ସାମିଲ କରାଯାଇଛି । ଏହି ଗ୍ରେଡ ହିସାବରେ ଦରମା ମଧ୍ୟ ମିଳିଛି । A+, A,B ଏବଂ C ଗ୍ରେଡରେ ରହିଛନ୍ତି । A+ ଖେଳାଳି ବାର୍ଷିକ ୭ କୋଟି, A ଗ୍ରେଡ ଖେଳାଳି ୫ କୋଟି, B ଗ୍ରେଡ ଖେଳାଳି ୩ କୋଟି ଏବଂ C ଗ୍ରେଡ ଖେଳାଳିମାନେ ବର୍ଷକୁ ୧ କୋଟି ଟଙ୍କା ପାଇଥାନ୍ତି ।

A+ ଗ୍ରେଡରେ ରହିଥିବା ଖେଳାଳି ତିନୋଟି ଯାକ ଫର୍ମାଟରେ ଖେଳିଥାନ୍ତି । ତେବେ ଏହି ତାଲିକାରେ ରହିଛନ୍ତି ରୋହିତ ଶର୍ମା, ବିରାଟ କୋହଲି, ରବିନ୍ଦ୍ର ଜାଡେଜା ଏବଂ ଜଶପ୍ରିତ୍ ବୁମରା । A ଗ୍ରେଡରେ ୬ ଜଣ ଖେଳାଳି ରହିଛନ୍ତି । ଏମାନେ ହେଲେ କେ.ଏଲ. ରାହୁଲ, ମହମ୍ମଦ ସିରାଜ, ଶୁଭମନ ଗିଲ, ରବିଚନ୍ଦ୍ରନ ଅଶ୍ବିନୀ, ମହମ୍ମଦ ସାମି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା । ରାହୁଲ,ସିରାଜ ଏବଂ ଗିଲଙ୍କୁ ପ୍ରମୋସନ ମିଳି ଏହି ଗ୍ରେଡରେ ସାମିଲ କରାଯାଇଛି ।

B ଗ୍ରେଡରେ ୫ଜଣ ଖେଳାଳି ରହିଛନ୍ତି ଏମାନେ ହେଲେ ଋଷଭ ପନ୍ଥ, ଅକ୍ଷର ପଟେଲ, ସୂର୍ଯ୍ୟ କୁମାର ଯାଦବ, କୁଲଦୀପ ଯାଦବ ଏବଂ ଜଶସ୍ବୀ ଜୟସ୍ବାଲ । ଜୟସ୍ବାଲ ପ୍ରଥମଥର ପାଇଁ ଏବଂ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ସାମିଲ ହୋଇଛନ୍ତି ।

ଜାଣନ୍ତୁ ମିଶନ ଗଗନୟାନରେ କାହିଁକି ନାହାନ୍ତି ମହିଳା ?

ନନ୍ଦିଘୋଷ ବ୍ୟୁରୋ: ଗଗନୟାନ ସ୍ପେଶ୍ ମିଶନ ପାଇଁ ୪ ମହାକାଶଚାରୀଙ୍କ ନାମ ଘୋଷଣା କରାଯାଇଛି । ଗ୍ରୁପ୍ କ୍ୟାପଟେନ ପ୍ରଶାନ୍ତ ନାୟର, ଅଙ୍ଗଦ ପ୍ରତାପ, ଅଜିତ କ୍ରିଷ୍ଣନ ଏବଂ ଓ୍ବିଙ୍ଗ କମାଣ୍ଡର ଶୁଭାଂଶୁ ଶୁକ୍ଲା ମହାକାଶ ଯାତ୍ରା କରିବେ । ଏହି ଚାରିଜଣ ଦକ୍ଷ ପାଇଲଟ ସବୁ ପ୍ରକାର ଫାଇଟର ଜେଟ୍ ଉଡ଼ାଇସାରିଛନ୍ତି । ରୁଷ ଯାଇ ପ୍ରଶିକ୍ଷଣ ନେଇଛନ୍ତି ଏହି ପାଇଲଟମାନେ । ୪୦ ବର୍ଷ ପରେ ଭାରତୀୟଙ୍କୁ ଅନ୍ତରିକ୍ଷ ଯିବାପାଇଁ ମଉକା ମିଳିଛି । ଏହା ପୂର୍ବରୁ ୧୯୮୪ ମସିହାରେ ରାକେଶ ଶର୍ମା ଅନ୍ତରିକ୍ଷ ଯାଇଥିଲେ । କିନ୍ତୁ ଏବେ ପ୍ରଶ୍ନ ଉଠୁଛି କାହିଁକି କେହି ମହିଳା ଅନ୍ତରିକ୍ଷ ଯାଉ ନାହାନ୍ତି । ୪ ଜଣ ପୁରୁଷଙ୍କୁ ହିଁ କାହିଁକି ବଛାଯାଇଛି ?

ଏହି ମିଶନ ପାଇଁ ଯେଉଁ ୪ ଜଣଙ୍କ ନାଁ ଏବେ ସାମ୍ନାକୁ ଆସିଛି ସେମାନଙ୍କୁ ୪ ବର୍ଷ ପୂର୍ବରୁ ଚୟନ କରାଯାଇଥିଲା । ସେମାନେ ସମସ୍ତେ ଟେଷ୍ଟ ପାଇଲଟ୍ । ବହୁତ ଟେଷ୍ଟ ପାସ୍ କରିବା ପରେ ମୋଟ ୧୨ ଜଣ ଲୋକଙ୍କୁ ଚୟନ କରାଯାଇଥିଲା । ସେଥିମଧ୍ୟରୁ ମାତ୍ର ୪ ଜଣଙ୍କୁ ବଛା ଯାଇଛି । ୪ ବର୍ଷ ପୂର୍ବରୁ ଯେଉଁ ଚୟନ ହୋଇଥିଲା ସେତେବେଳେ କେହି ମହିଳା ଟେଷ୍ଟ ପାଇଲଟ ନଥିଲେ । ଏଥିପାଇଁ ମିଶନରେ କେହି ମହିଳା ନାହାନ୍ତି । ଟେଷ୍ଟ ପାଇଲଟ୍ ଅତ୍ୟଧିକ କୁଶଳ ହୋଇଥାନ୍ତି । ଏମର୍ଜେନ୍ସି ସମୟରେ ନିଜକୁ ଶାନ୍ତ ରଖି ମିଶନ ଉପରେ ଧ୍ୟାନ ଦେଇଥାନ୍ତି । ସେମାନଙ୍କୁ ସର୍ବଶ୍ରେଷ୍ଠ ଏୟାର ଓ୍ବାରିୟର୍ କୁହାଯାଏ ।

ଆଗାମୀ ଦିନରେ ମହିଳା ମହାକାଶଚାରୀଙ୍କୁ ଅନ୍ତରିକ୍ଷକୁ ପଠଇବା ଆମ ପାଇଁ ଖୁସିର ବିଷୟ ହେବ ବୋଲି ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଛନ୍ତି । କିନ୍ତୁ ଏହି ମିଶନରେ ଯେଉଁମାନଙ୍କୁ ଚୟନ କରାଯାଇଛି ଏବଂ ପ୍ରଶିକ୍ଷଣ ଦିଆଯାଇଛି ସେହିମାନେ ହିଁ  ଯିବେ । ଇସ୍ରୋର ଆଗାମୀ ମିଶନରେ ମହିଳାଙ୍କୁ ସାମିଲ କରାଯିବ ବୋଲି କହିଛନ୍ତି ବିକ୍ରମ ସାରାଭାଇ ସ୍ପେଶ୍ ସେଣ୍ଟରର ଡାଇରେକ୍ଟର ଏମ୍ ଉନ୍ନିକ୍ରିଷ୍ଣନ । ଏହି ବର୍ଷ ଶେଷ ସୁଦ୍ଧା ଅନ୍ତରାଷ୍ଟ୍ରୀୟ ଅନ୍ତରିକ୍ଷ ଷ୍ଟେସନ ପାଇଁ ନାସା ଏବଂ ଇସ୍ରୋର ମାନବ ମିଶନ ରହିଛି । ଏଥିରେ ଭାରତୀୟ ବାୟୁସେନାର ଦକ୍ଷ ମହିଳା ଯୁଦ୍ଧ ବିମାନ ପାଇଲଟଙ୍କୁ ସୁଯୋଗ ମିଳିବ ।

ଗଗନୟାନ ଭାରତର ପ୍ରଥମ ମାନବ ମିଶନ୍ । ଏହି ମହାକାଶଚାରୀଙ୍କୁ ପୃଥିବୀର ୪ଶହ କିଲୋମିଟର ତଳେ ଥିବା କକ୍ଷପଥକୁ ପଠାଯିବ ଏବଂ ତାଙ୍କୁ ପୁଣି ପୃଥିବୀକୁ ଅଣାଯିବ।  ଏହି ମିଶନ ୨୦୨୫ରେ ଲଞ୍ଚ ହେବ । ଯଦି ଭାରତର ଏହି ମିଶନ ସଫଳ ହୁଏ ତାହାଲେ ଅନ୍ତରିକ୍ଷକୁ ମାନବ ପଠାଇବାରେ ଭାରତ ଚତୁର୍ଥ ଦେଶ ହେବ । ଏହା ପୂର୍ବରୁ ରୁଷ, ଆମେରିକା ଏବଂ ଚୀନ ମଣିଷଙ୍କୁ ଅନ୍ତରିକ୍ଷକୁ ପଠାଇସାରିଛି ।

 

ମାତ୍ର ୩ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ନୟାଗଡ଼ର ବିସ୍ମୟ ବାଳକ ସାଇ ସୁଧାଂଶୁ ବେହେରା

ନୟାଗଡ଼: ନୟାଗଡ଼ର ବିସ୍ମୟ ବାଳକ ସାଇ ସୁଧାଂଶୁ ବେହେରା । ମାତ୍ର ୩ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ହାସଲ କରିଛନ୍ତି । ସୁଧାଂଶୁଙ୍କ ମୁଖରୁ ବାହାରୁଛି ବେଦପାଠ ,ଶ୍ଳୋକ, ରାଷ୍ଟ୍ରପତିଙ୍କ ନାମ ସହ  ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବଡ଼ ଠାକୁର ଜଗନ୍ନାଥଙ୍କ ଠାରୁ ଆରମ୍ଭ କରି ବଡ଼ ନଦୀରନାମ ଇଂରାଜୀରେ ଏବଂ ଓଡ଼ିଆରେ କହିବା ଏବଂ ଲେଖିବା ସହ ୫୪ଟି କୁଇଜ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ଫଟାପଟ  ଉତ୍ତର ଦେଇ ଇଣ୍ଡିଆ ବୁକ ଅଫ ରେକର୍ଡ ହାସଲ କରିଛନ୍ତି। ଏଥି ସହିତ ଇଂରାଜୀ ବର୍ଣ୍ଣମାଳା, ଇଂରାଜୀ ଏବଂ  ଓଡିଆ ରାଇମ୍, ଇଂରାଜୀରେ 12ର ମାସର ନାମ , ଶରୀରର ବିଭିନ୍ନ ଅଙ୍ଗ ,ବିଭିନ୍ନ ପ୍ରକାର ରଙ୍ଗ ସହ ପଶୁପକ୍ଷୀ, ଫଳମୂଳ, ପନିପରିବା ,ଶବ୍ଦ ସହିତ ଇଂରାଜୀ ବର୍ଣ୍ଣମାଳା, ଓଡିଆ ଇଂରାଜୀ ରାଇମ୍ ଏବଂ କୁଇଜ ପ୍ରଶ୍ନର ଉତ୍ତର ଦେଇ ଇଣ୍ଡିଆ ବୁକ ଅଫ ରେକର୍ଡ ହାସଲ କରିଛନ୍ତି । ପିଲାଟି ବେଳୁ ସାଇ ସୁଧାଂଶୁଙ୍କ ଏଭଳି ପ୍ରତିଭା ସମସ୍ତଙ୍କୁ ଚକିତ କରିଛି । ଏବଂ ପିଲାଟି ବେଳୁ ପୁଅର ଏଭଳି ପ୍ରତିଭା ଦେଖି ବାପା ,ମାଆ ଏବଂ ପରିବାର ବର୍ଗ ବେଶ ଖୁସି ପ୍ରକାଶ କରିଛନ୍ତି,।

ପାକିସ୍ତାନୀ ଏୟାର ହୋଷ୍ଟେସ କାନାଡାରେ ନିଖୋଜ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନୀ ଏୟାର ହୋଷ୍ଟେସ କାନାଡାରେ ନିଖୋଜ। ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ମରିୟମ ରଜା ନାମକ ଏୟାର ହଷ୍ଟେସ କାନାଡା ଟରୋଣ୍ଟୋ ଅବତରଣ ପରେ ନିଖୋଜ ହୋଇଯାଇଥିବା ଜଣାପଡିଛି। ସେ ଡ୍ୟୁଟିରେ ଥିବାବେଳେ ନିଖୋଜ ହୋଇ ଯାଇଛନ୍ତି। ସୋମବାର ଇସଲାମାବାଦରୁ ପାକିସ୍ତାନର ଏହି ବିମାନ ଉଡାଣ ଭରି ଟରୋଣ୍ଟୋରେ ଅବତରଣ କରିଥିଲା। ତେବେ କରାଚୀ ଅଭିମୁଖେ ବିମାନ ଯାତ୍ରା କରିବା ପୂର୍ବରୁ ଏୟାର ହଷ୍ଟେସ ମରିୟମ ରିପୋର୍ଟ କରିନଥିଲେ। ତାଙ୍କ ହୋଟେଲ ରୁମ ଖୋଲିବା ପରେ କର୍ତ୍ତୃପକ୍ଷ ତାଙ୍କ ୟୁନିଫର୍ମ ଆବିଷ୍କାର କରିଥିଲେ ଯେଉଁଥିରେ ଲେଖାଥିଲା ଧନ୍ୟବାଦ PIA।୧୫ ବର୍ଷ ଧରି ପାକିସ୍ତାନର ଏହି ବିମାନରେ ନିୟୋଜିତ ହୋଇଥିଲେ ମରିୟମ ରଜ୍ଜା।

ଏୟାରଲାଇନ୍ସ ମୁଖପାତ୍ରଙ୍କ ସୂଚନା ଅନୁସାରେ କାନାଡାରେ ପହଞ୍ଚିବା ପରେ ମରିୟମ ହୋଟେଲ ରୁମରୁ କେଉଁଆଡେ ଚାଲି ଯାଇଥିଲେ । ପାକିସ୍ତାନୀ ଇଣ୍ଟରନ୍ୟାସନାଲ ବିମାନର କ୍ରୁ ମେମ୍ବର ନିଖୋଜର ଏହା ଚଳିତ ବର୍ଷ ଦ୍ଵିତୀୟ ଘଟଣା। ଗତ ବର୍ଷ କାନାରେ ୭ ପାକିସ୍ତାନୀ କ୍ରୁ ମେମ୍ବର ନିଖୋଜ ହୋଇଯାଇଥିଲେ। ଅନେକ ସଦସ୍ୟ କାନାଡାରେ ସବୁଦିନ ପାଇଁ ଅବସ୍ଥାପିତ ହୋଇଯାଉଥିବା ଜଣାପଡିଛି। ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା ପାଇଁ PIA ପରିଚାଳନା କାନାଡା କର୍ତ୍ତୃପକ୍ଷଙ୍କ ସହ ସହଯୋଗ କରୁଛିନ୍ତି।