spot_img
Home Blog Page 2167

ଝାରସୁଗୁଡ଼ାରେ ହେବ ଏଣ୍ଟରପ୍ରାଇଜ ଓଡିଶା ରୋଡ ଶୋ’, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ରାଉରକେଲା: ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଓ ସହଯୋଗରେ ଓଡିଶାରେ ଶିଳ୍ପର ଅଭିବୃଦ୍ଧି ହୋଇଛି । ପଶ୍ଚିମ ଓଡିଶାରେ ଅଧିକ ଶିଳ୍ପ ପ୍ରତିଷ୍ଠା ପାଇଁ ଯୁବ ଉଦ୍ୟୋଗକୁ କରାଯାଉଛି ଉତ୍ସାହିତ । ଏଥିପାଇଁ ଝାରସୁଗୁଡ଼ାରେ ପ୍ରଥମ ଥର ୩ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଯାଉଛି ଏଣ୍ଟରପ୍ରାଇଜ ଓଡିଶା ରୋଡ ଶୋ’ । ରାଉରକେଲାରେ ଏହାର ପ୍ରସ୍ତୁତି ବୈଠକ କରାଯାଇଛି । ଏଥିରେ ବହୁ ଉଦ୍ୟୋଗୀ ସାମିଲ ହୋଇଥିବାବେଳେ ଆସନ୍ତା ୧୯ ତାରିଖରେ ଏହାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ।

ଶିଳ୍ପ ସମୃଦ୍ଧ ହେଉଛି ଓଡ଼ିଶା । ବଢୁଛି ନିଯୁକ୍ତି ସୁଯୋଗ, ବଢୁଛି ରୋଜଗାର । ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରୁ ଓଡ଼ିଶା ମୁହାଁ ଉଦ୍ୟୋଗୀ । ଯୁବଗୋଷ୍ଠୀଙ୍କୁ ଆଗକୁ ଆଣିବାକୁ ପ୍ରୟାସ । ଏମିତି ଏକ ଲକ୍ଷ୍ୟ ନେଇ ଝାରସୁଗୁଡ଼ାରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ଏଣ୍ଟରପ୍ରାଇଜ ଓଡ଼ିଶା ରୋଡ଼ ଶୋ’ । ଆସନ୍ତା ୧୯ରୁ ୨୧ ତାରିଖ ଯାଏଁ ୩ ଦିନ ବ୍ୟାପୀ ଆୟୋଜିତ ହେବ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବାକୁ ଥିବାବେଳେ ରାଉରକେଲାରେ ଏହାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ହକି ଭିଲେଜରେ ଅନୁଷ୍ଠିତ ହୋଇଥିବା ଏହି ପ୍ରସ୍ତୁତି ବୈଠକରେ ବହୁ ଶିଳ୍ପପତି ଓ ଯୁବ ଉଦ୍ୟୋଗୀ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବହୁ ବରିଷ୍ଠ ଅଧିକାରୀ, ଶିଳ୍ପପତି, ଉଦ୍ୟୋଗୀ, ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପଶ୍ଚିମ ଓଡିଶାରେ ବିଜୁ ଏକ୍ସପ୍ରେସ ଓ୍ବେ ନିର୍ମାଣ କରାଯିବା ସହ ବିଜୁ ଇକୋନୋମିକ କରିଡର ନିର୍ମାଣ କରାଯାଇଛି । ଏହାସହ ରାଜ୍ୟ ସରକାର ସମସ୍ତ ସହାୟତା ଯୋଗାଇ ଦେଇଥିବାରୁ କଳ କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ରାଉରକେଲା ପାନ୍ଥନିବାସ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୫୦ କୋଟି ଟଙ୍କା ବ୍ୟୟରେ ୧୧ ମହଲାର ଆଇଟି ଟାଓ୍ବାର ନିର୍ମାଣ ହେଉଛି । ଏହାଦ୍ବାରା ନିଯୁକ୍ତି ସୁଯୋଗ ବଢୁଥିବାରୁ ଯୁବ ଉଦ୍ୟୋଗୀ ବି ବେଶ ଉତ୍ସାହିତ ଅଛନ୍ତି ।

ଓଡ଼ିଶାରେ ଶିଳ୍ପ ଅଭିବୃଦ୍ଧି ହେବା ସହ ୧୩ଟି ସ୍ଥାନରେ ଆଇଟି ଟାୱାର ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିବାରୁ ଉଦ୍ୟୋଗୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ରାଜଧାନୀରେ ଗୋଲାପ ପ୍ରଦର୍ଶନୀ, ଦେଖିବାକୁ ମିଳିଲା ୧୫ ଶହ ପ୍ରକାରର ଗୋଲାପ

ଭୁବନେଶ୍ବର: ପ୍ରେମର ପ୍ରତୀକ ନାଲି ଗୋଲାପ । ବନ୍ଧୁତ୍ବ ପାଇଁ ହଳଦିଆ ଓ ଶାନ୍ତିର ବାର୍ତ୍ତା ଦିଏ ଧଳା ଗୋଲାପ । ସିଏ ଭାଲେଣ୍ଟାଇନ ଡେ’ ହେଉ କି ବିବାହ ଉତ୍ସବ ଅଥବା ସ୍ବାଗତ ସମ୍ବର୍ଦ୍ଧନା, ସବୁଠି ରହିଛି ଗୋଲାପ ଫୁଲର ଚାହିଦା । ବର୍ଷ ତମାମ ପ୍ରତିଟି କାର୍ଯ୍ୟରେ ଏହି ଫୁଲକୁ ସମସ୍ତେ ପସନ୍ଦ କରନ୍ତି । ଲୋକଙ୍କ ଭିତରେ ଥିବା ଗୋଲାପ ପ୍ରତି ଆକର୍ଷଣକୁ ଦେଖି ଭୁବନେଶ୍ବରେ ଆୟୋଜିତ ହୋଇଛି ୪୦ ତମ ରୋଜ କନଭେନସନ ଓ ରୋଜ ଶୋ’ । ଯେଉଁଠି ୧୫ ଶହରୁ ଉର୍ଦ୍ଧ୍ବ ପ୍ରଜାତୀର ଗୋଲାପ ଓ ଓଡ଼ିଶାରୁ ୪ ପ୍ରକାର ଗୋଲାପ ପ୍ରଦର୍ଶିତ ହୋଇଛି ।  ନାରଙ୍ଗ, ସୋଲିଏର, ଜୁମେଲିଆ, ହଟସଟ, ଟପ ସିକ୍ରେଟ, ରିଭାଇଭାଲ, ମିକ୍ସ ପଲି ହାଉସ ରୋଜେସ ପରିର ଅନେକ ଦାମୀକା ଗୋଲାପ ପ୍ରଦର୍ଶନ କରାଯାଇଛି । ଯାହା ଦେଶବ୍ୟାପୀ କୃଷକମାନଙ୍କ କଳାକୁ ପ୍ରଦର୍ଶନ କରିବବୋଲି ଆୟୋଜକ ଆଶା ରଖିଛନ୍ତି ।

ଏହି ଶୋ’ ଦ୍ୱାରା ଗୋଲାପର ବ୍ୟବସାୟିକରଣ ବିଷୟରେ ଜ୍ଞାନ ଆହରଣ କରିବା ପାଇଁ ଚାଷୀଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇଛି । ଦେଶର ପ୍ରାୟ ୪ଶହ ରୁ ଅଧିକ ବୈଜ୍ଞାନିକ, ନର୍ସରୀମ୍ୟାନ୍, କୃଷକ, ଉଦ୍ୟୋଗୀ ଓ ଫୁଲ ପ୍ରେମୀ ସାମିଲ ହୋଇଛନ୍ତି । ୨୦୦୬ ପ୍ରଥମ କରି ଏପରି ଶୋ ହୋଇଥିବାବେଳେ ଚଳିତବର୍ଷ  ଓୟୁଏଟି, ଓଡ଼ିଶା ଉଦ୍ୟାନ କୃଷି ସମାଜ ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ, କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ, ଓଡିଶା ରୋଜ ସୋସାଇଟି, ଇଣ୍ଡିଆନ ରୋଜ ଫେଡେରେସନ ଓ କିଟ ରୋଜ ସୋସାଇଟି ମିଳିତ ଭାବେ ଏହାର ଆୟୋଜନ କରିଛନ୍ତି ।

କିଟ କ୍ୟାମ୍ପସରେ ଏହି ମେଗା ଶୋ’ ୩ଦିନ ଧରି ଚାଲିବ । ଉତ୍ସବରେ ଦେଶର ଲେଖକମାନଙ୍କ ଦ୍ୱାରା ଲେଖାଯାଇଥିବା ଗୋଲାପ ଉପରେ ଲୋକପ୍ରିୟ ପ୍ରବନ୍ଧକୁ ନେଇ ଏକ ପତ୍ରିକା ଉନ୍ମୋଚନ କରାଯାଇଛି ।

ମହାପ୍ରଭୁ ଲିଙ୍ଗରାଜ ଓ ମୁଖ୍ୟମନ୍ତ୍ରୀଙ୍କୁ ମା’ ସମଲେଶ୍ବରୀଙ୍କ ନିମନ୍ତ୍ରଣ

ଭୁବନେଶ୍ବର: ପୁରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ପରେ ମାସ ଶେଷ ବେଳକୁ ହେବ ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ଏଥିପାଇଁ ଏକାମ୍ର କ୍ଷେତ୍ରରେ ପହଞ୍ଚିଛି ମା’ ସମଲେଶ୍ବରୀଙ୍କ ନିମନ୍ତ୍ରଣ ପତ୍ର । ମହାପ୍ରଭୁ ଲିଙ୍ଗରାଜ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମା’ ସମଲେଶ୍ବରୀଙ୍କ ପ୍ରତିନିଧି ଦେଇଛନ୍ତି ନିମନ୍ତ୍ରଣ ପତ୍ର ।

ସମଲେଶ୍ବରୀ ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁଙ୍କ ନେତୃତ୍ବରେ ମନ୍ଦିରର ପୂଜକ, ସମ୍ବଲପୁର ଏଡିଏମ୍, ସମ୍ବଲପୁର ମ୍ୟୁନିସିପାଲଟି କମିଶନଙ୍କ ସହ ଅନେକ ପ୍ରଶାସନିକ ଅଧିକାରୀ ଭୁବନେଶ୍ବର ପହଞ୍ଚି ଲିଙ୍ଗରାଜ ମନ୍ଦିରରେ ନିମନ୍ତ୍ରଣ ପତ୍ର ଦେଇଛନ୍ତି । ପ୍ରଭୁ ଲିଙ୍ଗରାଜଙ୍କୁ ନିଉତା ଦେବା ପରେ ଟିମ୍ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ଦେଇଛନ୍ତି ।

ସୂଚନାଯୋଗ୍ୟ ସମଲେଇ ଲୋକର୍ପଣ ଉତ୍ସବରେ ଯୋଗ ଦେବାକୁ ଲିଙ୍ଗରାଜଙ୍କୁ ଦେବ ନିମନ୍ତ୍ରଣ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେବାକୁ ଭୁବନେଶ୍ବର ଆସିଛନ୍ତି ଏକ ପ୍ରତିନିଧି ଦଳ । ପ୍ରତିନିଧି ମଣ୍ଡଳୀ ମା’ ସମଲେଶ୍ବରୀ ମନ୍ଦିରରୁ ବାହାରି ସମ୍ବଲପୁରର  ମା’ ପାଟଣେଶ୍ବରୀ, ମା’ ଦଶମତି, ମା’ ବାଟମଙ୍ଗଳା, ବାବା ସୋମନାଥ, ପୁରୀ ଶ୍ରୀମନ୍ଦିର ଯାଇ ପ୍ରଥମେ ନିମନ୍ତ୍ରଣ କରିଛନ୍ତି । ସମ୍ବଲପୁରର ବିଭିନ୍ନ ମନ୍ଦିରରେ ନିମନ୍ତ୍ରଣ ଦେଇ ସାରିବା ପରେ ଭୁବନେଶ୍ବର ଆସି ଲିଙ୍ଗରାଜ ଓ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି ନିମନ୍ତ୍ରଣ ପତ୍ର ।

କୌଳିକ ବୃତ୍ତିକୁ ରାଜ୍ୟ ସରକାରଙ୍କ ପ୍ରାଧାନ୍ୟ, ଚିଲିକାରେ ହେବ ମତ୍ସ୍ୟ ଅବତରଣ କେନ୍ଦ୍ର

ଭୁବନେଶ୍ବର: କୌଳିକ ବୃତ୍ତିକୁ ମିଳିବ ଧାର । ଅଣ୍ଟା ଭିଡିଲେ ରାଜ୍ୟ ସରକାର । ଚିଲିକାରେ ପ୍ରତିଷ୍ଠା ହେବ ମତ୍ସ୍ୟ ଅବତରଣ କେନ୍ଦ୍ର । ପୂରଣ ହେବ ଚିଲିକାରେ ମାଛ ଧରି ଜୀବିକା ନିର୍ବାହ କରୁଥିବା ଲୋକ ଦାବି । ଦୀର୍ଘଦିନ ହେବ ମାଛ ଧରା ଜେଟି ନିର୍ମାଣ କରିବାକୁ ଦାବି ହୋଇ ଆସୁଥିଲା । ରାଜ୍ୟ ସରକାର ୧୮ କୋଟି ଟଙ୍କା ମଞ୍ଜୁର କରିବା ପରେ ଜେଟି ନିର୍ମାଣ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା ।

ଟଙ୍କା ମଞ୍ଜୁର ପରେ ରାଜସ୍ୱ ବିଭାଗ ପକ୍ଷରୁ ଆରମ୍ଭ ହୋଇଯାଇଛି ଜମି ହସ୍ତାନ୍ତର ପ୍ରକ୍ରିୟା । ଚିଲିକା ତହସିଲଦାର ଦଧିବାମନପୁର ମୌଜାରେ ୫ ଏକର ପରିମିତ ଜମିକୁ ଫିସରୀ ବିଭାଗକୁ ହସ୍ତାନ୍ତର କରିଛନ୍ତି । ଏଥିରେ ରହିବ ଡଙ୍ଗା ଅବତରଣ କେନ୍ଦ୍ର, ମାଛ ନିଲାମ ହଲ, ପାନୀୟ ଜଳ ସହ ପାଇଖାନାର ବ୍ୟବସ୍ଥା । ଫଳରେ ଦଲାଲ ରାଜ ଲୋକ ପାଇବା ସହ ମତ୍ସ୍ୟଜୀବୀଙ୍କୁ ମିଳିବ ଉଚିତ ମୂଲ୍ୟ । ଏହାଦ୍ବାରା ପ୍ରାୟ ୫୦ ହଜାର ମତ୍ସ୍ୟଜୀବୀ ଲାଭବାନ ହୋଇପାରିବେ । ଦୀର୍ଘଦିନର ଦାବି ସରକାର ପୂରଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଞ୍ଚଳବାସୀ ।

ଘରେ କେଉଁ ଦିଗରେ କ’ଣ ରହିବା ଉଚିତ୍? ଏପରି କଲେ ଘରେ ଆସେ ସୁଖ ସମୃଦ୍ଧି

ନନ୍ଦିଘୋଷ ବ୍ୟୁରୋ: ବାସ୍ତୁ ଶାସ୍ତ୍ର ଅନୁସାରେ, ଘରର ମୁଖ୍ୟ ଦ୍ୱାର ସର୍ବଦା ପୂର୍ବ କିମ୍ବା ଉତ୍ତର ଦିଗରେ ରହିବା ଉଚିତ୍ ।ଘରର କୋଠରୀ, ହଲ୍, ରୋଷେଇ ଘର, ବାଥରୁମ୍ ଏବଂ ଶୋଇବା ଘର ସବୁ ଏକ ନିର୍ଦ୍ଦିଷ୍ଟ ଦିଗରେ ରହିବା ଉଚିତ୍ | ବିଶ୍ୱାସ କରାଯାଏ ଯେ ଘର ସହିତ ଜଡିତ କିଛି ବିଶେଷ ବାସ୍ତୁକୁ ନ ମାନିଲେ ଘରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଥାଏ । ଆପଣ ଯଦି ଘର ତିଆରି କରିବାକୁ ଯାଉଛନ୍ତି ତାହାଲେ ଏହି ସବୁ ନିୟମ ନହାତି ମାନନ୍ତୁ । ଜାଣନ୍ତୁ କେଉଁ ଦିଗରେ କେଉଁ କୋଠରୀ ତିଆରି କରିବେ।

ଘରର ମୁଖ୍ୟ ଫାଟକରେ କଦାପି ମଇଳା ଜମା କରିବା ଉଚିତ୍ ନୁହେଁ | ଏହାକୁ ସର୍ବଦା ସଫା ରଖିବା ଉଚିତ୍ | ଏହା କରିବା ଦ୍ୱାରା ଘରେ ସମୃଦ୍ଧତା ଆସିଥାଏ | ଯଦି ଏହି ନିୟମକୁ କେହି ପାଳନ ନ କରନ୍ତି ତାହାଲେ ଘରେ ସମସ୍ୟା ସୃଷ୍ଟି ହୋଇଥାଏ  ।

ଉତ୍ତରପଶ୍ଚିମ ଦିଗ
ବାସ୍ତୁରେ, ଉତ୍ତର-ପଶ୍ଚିମ ଦିଗକୁ ଶୁଭ ବୋଲି ବିବେଚନା କରାଯାଏ | ବିଶ୍ବାସ କରାଯାଏ ଯେ, ଏହି ଦିଗରେ ଶୋଇବା ଘର, ସୁଇମିଂ ପୁଲ୍, ପୂଜା ସ୍ଥଳ ଇତ୍ୟାଦି ରହିବା ଉଚିତ୍ | ଏମିତି କଲେ ଘରେ କିଛି ବି ସମସ୍ୟା ସୃଷ୍ଟି ହୁଏ ନାହିଁ ।

ଦକ୍ଷିଣପୂର୍ବ ଦିଗ
ବାସ୍ତୁ ଅନୁଯାୟୀଏହି ଦିଗରେ କୌଣସି ୱିଣ୍ଡୋ କିମ୍ବା କବାଟ ରହିବା ଉଚିତ୍ ନୁହେଁ |

ପୂର୍ବ ଦିଗ
ପୂର୍ବ ଦିଗକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ | ଏହି ଦିଗରୁ ସୂର୍ଯ୍ୟୋଦୟ ହୁଏ |  ଘରର ମୁଖ୍ୟ ଫାଟକ ଏହି ଦିଗରେ ରହିବା ଅତ୍ୟନ୍ତ ଭଲ।

ପଶ୍ଚିମ ଦିଗ
ଘରର ରୋଷେଇ ଘର କିମ୍ବା ଶୌଚାଳୟ ଏହି ଦିଗରେ ରହିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ବାସ୍ତୁ ଅନୁଯାୟୀ, ରୋଷେଇ ଘର ଏବଂ ଶୌଚାଳୟ କେବେବି ପାଖରେ ରହିବା ଉଚିତ୍ ନୁହେଁ।

ଦକ୍ଷିଣ ଦିଗ 
ଏହି ଦିଗରେ ବିଲକୁଲ ଶୌଚାଳୟ କରନ୍ତୁ ନାହିଁ । ଏହାକୁ ଅଶୁଭ ବୋଲି ବିବେଚନା କରାଯାଏ ।

ଘରେ ଅଗଣା ରହିବା ନିହାତି ଆବଶ୍ୟକ ଏବଂ ଅଗଣାରେ ତୁଳସୀ, ଅଁଳା, ଫୁଲ ଗଛ ଇତ୍ୟାଦି ଲଗାଇବା ଉଚିତ୍ |

ଭାରତର ସୂର୍ଯ୍ୟ ମିଶନକୁ ବଡ଼ ସଫଳତା: L1 ପଏଣ୍ଟରେ ପହଞ୍ଚିଲା ଆଦିତ୍ୟ ସାଟେଲାଇଟ୍

ନୂଆଦିଲ୍ଲୀ: ନୂଆବର୍ଷରେ ଇତିହାସ ରଚିଲା ଇସ୍ରୋ । ଆଦିତ୍ୟ ଏଲ-୧ ସାଟେଲାଇଟ ନିର୍ଦ୍ଧାରିତ L1 ପଏଣ୍ଟର ହେଲୋ ଅର୍ବିଟରେ ପହଞ୍ଚି ସାରିଛି । ଏବେ ଆଦିତ୍ୟ ପୃଥିବୀଠାରୁ ୧୫ ଲକ୍ଷ କିମି ଦୂରରେ ରହିଛି । ୨ ସେପ୍ଟେମ୍ବର ୨୦୨୩ରେ ଆରମ୍ଭ ହୋଇଥିବା ଆଦିତ୍ୟର ଯାତ୍ରା ଶେଷ ହୋଇଛି । ୪ ଶହ କୋଟି ଟଙ୍କା ଖର୍ଚ୍ଚରେ ଭାରତର ଏହି ମିଶନ ସାରା ଦୁନିଆର ସାଟେଲାଇଟକୁ ସୂର୍ଯ୍ୟଝଡ଼ରୁ ସୁରକ୍ଷା ଦେବ । L1 ପଏଣ୍ଟରେ ପହଞ୍ଚିବା ପରେ ଏହାର ଚାରିପାଖରେ ଥିବା ସୋଲାର ହେଲୋ ଅର୍ବିଟରେ ଆଦିତ୍ୟ ସ୍ଥାପିତ ହୋଇସାରିଛି । ହେଲୋ ଅର୍ବିଟରେ ପ୍ରବେଶ ପାଇଁ ଆତିଦ୍ୟ ଏଲ-୧ ସାଟେଲାଇଟର ଥ୍ରଷ୍ଟର୍ସକୁ କିଛି ସମୟ ପାଇଁ ଚାଲୁ କରାଯାଇଥିଲା ।

ସୂର୍ଯ୍ୟର ନିରୀକ୍ଷଣ କରୁଥିବା ନାଶାର ୪ଟି ସାଟେଲାଇଟ ସମୂହରେ ଆତିଦ୍ୟ ସାମିଲ ହୋଇଛି । ତେବେ ଆତିଦ୍ୟକୁ L1 ପଏଣ୍ଟରେ ପ୍ରବେଶ କରାଇବା ଏତେ ସହଜ ନଥିଲା । ଏଥିପାଇଁ ସାଟେଲାଇଟର ଗତି ଓ ଦିଗରେ ତାଳମେଳ ରହିବା ନିହାତି ଆବଶ୍ୟ ଥିଲା । ଏଥିପାଇଁ ଇସ୍ରୋକୁ ଏହା ଜାଣିବାର ଥିଲା ଆଦିତ୍ୟ କେଉଁଠି ଥିଲା, କେଉଁଠି ଅଛି ଓ କେଉଁଆଡେ ଯାଉଛି । ଏମିତି ଟ୍ରାକ କରିବା ପ୍ରକ୍ରିୟାକୁ ଅର୍ବିଟ ଡିଟରମିନେଶନ କୁହାଯାଇଥାଏ ।

ରାମ ମନ୍ଦିରରେ ବ୍ୟବହାର ହୋଇନି ଟିକିଏ ବି ଲୁହା, କାହିଁକି ଜାଣନ୍ତୁ

ଅଯୋଧ୍ୟା: ଯେଉଁ ମୁହୂର୍ତ୍ତକୁ ରାମ ଭକ୍ତମାନେ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲେ, ତାହା ଏବେ ଆସି ପହଞ୍ଚିଛି। ଅଯୋଧ୍ୟାରେ ରାମଙ୍କ ମନ୍ଦିର ପ୍ରସ୍ତୁତ ହୋଇସାରିଛି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ମଧ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ଜାରି ରହିବ । କାରଣ ଏହି ମନ୍ଦିର ତିନି ମହଲା ବିଶିଷ୍ଟ ହେବ, ଯାହାର ପ୍ରଥମ ମହଲା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି | ବହୁତ ଗୁଡ଼ିଏ କାରଣ ପାଇଁ ରାମ ମନ୍ଦିର ଏବେ ଚର୍ଚ୍ଚାରେ ରହିଛି । ଏହି ସବୁ କାରଣ ମଧ୍ୟରୁ ଗୋଟିଏ କାରଣ ହେଲା ମନ୍ଦିର ନିର୍ମାଣରେ ଗୋଟିଏ ଗ୍ରାମ ବି ଲୁହା ବ୍ୟବହାର କରାଯାଇ ନାହିଁ?

ରାମ ମନ୍ଦିରର ଦୈର୍ଘ୍ୟ (ପୂର୍ବରୁ ପଶ୍ଚିମ) ୩୮୦ ଫୁଟ, ମୋଟେଇ ୨୫୦ ଫୁଟ ଏବଂ ଉଚ୍ଚତା ୧୬୧ ଫୁଟ ହେବ ଏବଂ କୌଣସି ଲୁହା ବିନା ଏହାକୁ ତିଆରି କରାଯାଇଛି । ପାରମ୍ପାରିକ ନାଗର ଶୖଳୀରେ ରାମ ମନ୍ଦିର ନିର୍ମାଣ କରାଯାଇଛି। ଶ୍ରୀ ରାମ ଜନ୍ନଭୂମୀ ତିର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି ଯେ,  ଲୁହା ବ୍ୟବହାର ନହେବା ହେତୁ ଏହି ମନ୍ଦିରର ବୟସ ଅତି କମରେ ଏକ ହଜାର ବର୍ଷ ହେବ।

ରାମ ମନ୍ଦିରକୁ ହଜାରେ ବର୍ଷ ଯାଏ ଯେପରି କିଛି ହେବନି ସେହି ଭାବେ ଡିଜାଇନ୍ କରାଯାଇଛି। ଏହାର ଅର୍ଥ ଏହା ଏକ ହଜାର ବର୍ଷ ପାଇଁ ମରାମତି ଆବଶ୍ୟକ ପଡ଼ିବ ନାହିଁ | ଏହାର ନିର୍ମାଣରେ ସିମେଣ୍ଟ, କଂକ୍ରିଟ୍ ଏବଂ ଲୁହା ଆଦି ବ୍ୟବହୃତ ହୋଇନାହିଁ | ମନ୍ଦିରର ମୂଳଦୁଆ ଭାବରେ କୃତ୍ରିମ ପଥର ବ୍ୟବହାର କରାଯାଇଛି।

ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ରାମ ମନ୍ଦିରରେ କାହିଁକି ଲୁହା ବ୍ୟବହାର କରାଯାଇ ନାହିଁ? ଏହାକୁ ବ୍ୟବହାର ନ କରିବାର ମୁଖ୍ୟ କାରଣ ହେଉଛି ମନ୍ଦିରର ଆୟୁଷ | ଯଦି ଲୁହା ବ୍ୟବହାର କରାଯାଇଥାନ୍ତା ଲୁହା କଳଙ୍କିତ ହେବା କାରଣରୁ ଏହାକୁ ବାରମ୍ବାର ମରାମତି ଆବଶ୍ୟକ ହୋଇଥାନ୍ତା | ଏହି କାରଣରୁ ମନ୍ଦିରର ମୂଳଦୁଆ ଦୁର୍ବଳ ହୋଇଥାନ୍ତା । ଏହି ପଥର ବ୍ୟବହାର ଯୋଗୁ ପୂର୍ବରୁ ଅଧିକାଂଶ ମନ୍ଦିର ଏବଂ ଅଟ୍ଟାଳିକା ଆଜି ଯାଏ ସେମିତି ଠିଆ ହୋଇଛ ।

 

ବାଣପୁରରେ 5T ଅଧ୍ୟକ୍ଷଙ୍କ ବିକାଶ ସମୀକ୍ଷା ପୂର୍ବରୁ ପ୍ରସ୍ତୁତି ବୈଠକ

ବାଣପୁର: ଆସନ୍ତା ୧୦ ତାରିଖରେ 5T ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବାଣପୁରର ପଲଟନ ପଡିଆରେ ଏକ ସାଧାରଣ ସଭାରେ ଯୋଗଦେବେ । ଏହି ଅବସରରେ ଚିଲିକା ନିର୍ବାଚନମଣ୍ଡଳୀରେ ବିଭିନ୍ନ ବିକାଶ କାର୍ଯ୍ୟର ତଦାରଖ କରିବେ 5T ଅଧ୍ୟକ୍ଷ  । ଏନେଇ ଆଜି ମଧ୍ୟାହ୍ନରେ ନାଚୁଣି ସୁନାଖଳା ଡାକବଙ୍ଗଳା ଠାରେ ଏକ ପ୍ରସ୍ତୁତି ବୈଠକରେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଯୋଗଦେଇଥିଲେ । ତାଙ୍କ ସହ ଚିଲିକା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ରାଜା ଚକ୍ର, ଖୋର୍ଦ୍ଧା ଜିଲ୍ଲା ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଣପୁର ନଗରପାଳ ମିଟୁ ନାୟକ, ପ୍ରଭାସ ସୁନ୍ଦରାୟ ଓ ବିଜୁ ଜନତା ଦଳର ସମସ୍ତ ନେତା ଓ କର୍ମୀ  ବୈଠକରେ ଉପସ୍ଥିତ ଥିଲେ l

ଚିଲିକାର ସାମଗ୍ରିକ ବିକାଶ ଏବଂ ପୁରୀ ପରିକ୍ରମା ପ୍ରକଳ୍ପର ରଥ ଆସିବା ନେଇ ପ୍ରସ୍ତୁତି ସଂପର୍କରେ ଟିକିନିଖି ଆଲୋଚନା କରିଥିଲେ ସାଂସଦ ମାନସ ମଙ୍ଗରାଜ  । ପରିକ୍ରମା ପ୍ରକଳ୍ପ ରଥ କେମିତି ସମସ୍ତ ପଞ୍ଚାୟତର ଘରେ ଘରେ ପହଞ୍ଚିବ  । ବୁଲି ଅରୁଆ ଚାଉଳ, ଗୁଆ ସଂଗ୍ରହ କିପରି  କରାଯିବ  । ସେଥିପାଇଁ ସମସ୍ତେ ସହଯୋଗ କରିବାକୁ ସାଂସଦ ମାନସ ମଙ୍ଗରାଜ ଆଲୋଚନା କରିଥିଲେ  । ସଭାସ୍ଥଳ, ବ୍ୟାରିକେଡ, ଜନସାଧାରଣଙ୍କ ଗମନାଗମନର ସୁବିଧା, ଟ୍ରାଫିକ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ ସାଂସଦ ମାନସ ମଙ୍ଗରାଜ  ।

ଲିଙ୍ଗରାଜ ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ ପରେ ତିନି ନିଯୋଗଙ୍କୁ ନୋଟିସ୍

ଭୁବନେଶ୍ବର: ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ରାଜ୍ୟ ବାହାରର ଜଣେ ଶ୍ରଦ୍ଧାଳୁଙ୍କୁ ପ୍ରଭୁ ଲିଙ୍ଗରାଜଙ୍କ ସେବାରେ ନିୟୋଜିତ ସେବାୟତ ଦୁର୍ବ୍ୟବହାର କରିବା ସହ ଜୋର ଜବରଦସ୍ତ ଟଙ୍କା ଆଦାୟ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମେଲ୍ ଯୋଗେ ଅଭିଯୋଗ ପରେ ତଦନ୍ତ ଆରମ୍ଭ । ଅଭିଯୋଗ ପରେ ତିନି ନିଯୋଗଙ୍କୁ ନୋଟିସ୍ ଜାରି କଲା ମନ୍ଦିର ପ୍ରଶାସନ ।

ସୂଚନା ଅନୁସାରେ ଲିଙ୍ଗରାଜ ମନ୍ଦିରରେ ପର୍ଯ୍ୟଟକଙ୍କୁ ଖରାପ ବ୍ୟବହାର ଓ ଦର୍ଶନ ପାଇଁ ଜବରଦସ୍ତ ଟଙ୍କା ଆଦାୟ କରାଯାଉଥିବା ନେଇ ଅନ୍ୟ ରାଜ୍ୟରୁ ଆସିଥିବା ଜଣେ ଶ୍ରଦ୍ଧାଳୁ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନିଜର ତିକ୍ତ ଅନୁଭୂତି ଜଣାଇବା ସହ ଏଥିରେ ସଂସ୍କାର ଆଣିବା ଓ ବେଆଇନ ଦାନଥାଳି ବଦଳରେ ଦାନହୁଣ୍ଡି ବସାଇବାକୁ ନିବେଦନ କରିଛନ୍ତି ।

ଅଭିଯୋଗ ଅନୁସାରେ, ଆନନ୍ଦ ବାଜପେୟୀ ନାମକ ଜଣେ ବରିଷ୍ଠ ନାଗରିକ ଗତ ଡିସେମ୍ବର ୭ ତାରିଖରେ ସପତ୍ନୀକ ଲିଙ୍ଗରାଜଙ୍କୁ ଦର୍ଶନ ପାଇଁ ଆସିଥିଲେ । ମନ୍ଦିର ଭିତରେ ପହଞ୍ଚିବା ପରେ କିଛି କଥା ତାଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା । ବିଶେଷକରି କିଛି ସେବାୟତଙ୍କ ବ୍ୟବହାର ଦମ୍ପତିଙ୍କୁ ମର୍ମାହତ କରିଥିଲା । ସେ ତାଙ୍କ ଅଭିଯୋଗରେ ଲେଖିଛନ୍ତି, ‘ଦର୍ଶନ ପାଇଁ ଯିବା ବେଳେ ଆଡକାଠ ନିକଟରେ ଦୁଇ ଜଣ ପୂଜାରୀ ଠାକୁରଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ । ସେଠାରେ ଥିବା ଏକ ଟଙ୍କା ଭର୍ତ୍ତି ବଡ଼ ଷ୍ଟିଲ୍ ଥାଳିରେ ୫୦୦, ୧୫୦୦ ଓ ୨୦୦୦ ଟଙ୍କା ପକାଇବାକୁ ତାଙ୍କୁ ବାଧ୍ୟ କରିଥିଲେ । ସେ ଟଙ୍କା ନଦେବାରୁ ତାଙ୍କୁ ଖରାପ ବ୍ୟବହାର କରିବା ସହ ଦର୍ଶନ କରିବାକୁ ଦେଇ ନଥିଲେ । ସେମାନେ ଏତେ ଜୋର୍‌ରେ ପାଟି କରୁଥିଲେ ଯେ ଦୁଇ ମିନିଟ୍ ମଧ୍ୟ ଶାନ୍ତିରେ ଠାକୁରଙ୍କୁ ଦର୍ଶନ କରି ପାରି ନଥିଲୁ ।’

ଏହାପରେ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମେଲ୍ କରି ଘଟଣାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଭୁବନେଶ୍ଵର ଅତିରିକ୍ତ ଜିଲ୍ଲାପାଳ ତଥା ମନ୍ଦିର ନିର୍ବାହୀ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ବଡୁ ନିଯୋଗ, ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗର ସମ୍ପାଦକଙ୍କୁ ନୋଟିସ୍ ଦିଆଯାଇଛି । ଉଠିଥିବା ଅଭିଯୋଗ ସମ୍ପର୍କରେ ୩ ନିଯୋଗ ୩ ଦିନ ମଧ୍ୟରେ ବିବରଣୀ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉତ୍ତର ମିଳିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ରିପୋର୍ଟ ପଠାଯିବ ବୋଲି ନୋଟିସ୍‌ରେ ଲେଖାଯାଇଛି ।

ଭିତରକନିକାରେ ବିଦେଶୀ ପକ୍ଷୀଙ୍କ ଗଣନା ଆରମ୍ଭ

କେନ୍ଦ୍ରାପଡ଼ା: ଭିତରକନିକାରେ ବିଦେଶୀ ପକ୍ଷୀଙ୍କ ଗଣନା ହୋଇଛି । ଭିତରକନିକା ଜାତୀୟ ଉଦ୍ୟାନ ଏବଂ ଏଥିରେ ଥିବା ଆର୍ଦ୍ରଭୂମିରେ ଏବେ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଛି। ଆଜି ଆଗନ୍ତୁକ ବିଦେଶାଗତ ପକ୍ଷୀମାନଙ୍କ ଗଣନାକାର୍ଯ୍ୟ ଆରମ୍ଭ ହୋଇଛି । ଭିତରକନିକା, ଗହୀରମଥା, ରାଜନଗର, ମହାକାଳପଡା, କୁଜଙ୍ଗ ସମେତ ୫ଟି ରେଂଜରେ ଏହି ପକ୍ଷୀମାନଙ୍କର ଗଣନା ହୋଇଛି । ଏହି ବିଦେଶାଗତ ପକ୍ଷୀଙ୍କ ଗଣନା ପାଇଁ ୧୮ଟି ଟିମ୍ ନିୟୋଜିତ ହୋଇଥିଲେ ।  ପ୍ରତ୍ୟେକଟି ଟିମ୍‌ରେ ୪ ରୁ ୫ଜଣ ବନକର୍ମଚାରୀ ରହି ଗଣନା କରିଥିଲେ ।  ଏହି ଗଣନା କାର୍ଯ୍ୟରେ ପକ୍ଷୀ ବିଷାରଦଙ୍କ ସମେତ ଏନଜିଓ ସଂସ୍ଥାର କର୍ମଚାରୀ ଓ ପରିବେଶବିତ୍ ମାନେ ସାମିଲ ଥିଲେ ।