ପୂରଣ ହେଲା ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ ଦୀର୍ଘଦିନର ସ୍ଵପ୍ନ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ହେଲା ପୂରଣ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠାର ଲୋକାର୍ପଣ କରିଛନ୍ତି ମୁଖ୍ଯମନ୍ତ୍ରୀ । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆସିଲା ବୈପ୍ଲବିକ ପରିବର୍ତ୍ତନ । ଚିକିତ୍ସାଳୟରେ ଅତ୍ଯାଧୁନିକ ଚିକିତ୍ସା ସୁବିଧା ପାଇବେ ରୋଗୀ । ଫଳରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଜିଲ୍ଲାରେ ଆଉ ଏକ ବିକାଶର ଫର୍ଦ ଯୋଡି ହୋଇଯାଇଛି ।

ପୂରଣ ହେଲା ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ ଦୀର୍ଘଦିନର ସ୍ଵପ୍ନ। ସ୍ଵାସ୍ଥ୍ଯସେବା କ୍ଷେତ୍ରରେ ଆସିଲା ବୈପ୍ଲବିକ ପରିବର୍ତ୍ତନ । ନିର୍ମାଣ ହୋଇଛି ମୁଖ୍ଯ ଚିକିତ୍ସାଳୟର ନୂତନ କୋଠା । ସୃଷ୍ଟି କରୁଛି ବେସରକାରୀ ଚିକିତ୍ସାଳୟର ଭ୍ରମ । ମୁଖ୍ଯମନ୍ତ୍ରୀ ସୁବର୍ଣ୍ଣପୁର ଜିଲ୍ଲାରେ ୩୦୦ ଶର୍ଯ୍ଯା ବିଶିଷ୍ଟ ଚିକିତ୍ସାଳୟର ଲୋକାର୍ପଣ କରିଛନ୍ତି । ଏଠାରେ ମିଳିବ ଅତ୍ଯାଧୁନିକ ଚିକିତ୍ସା ସୁବିଧା । ବିଗତ ଦିନରେ ୧୨୦ଶଯ୍ୟା ବିଶିଷ୍ଟ ବେଡ ଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ନୂତନ କୋଠା ନିର୍ମାଣ ଓ ଶର୍ଯ୍ଯା ସଂଖ୍ଯା ୩ଶହକୁ ବୃଦ୍ଧି ପରେ ସ୍ଥାନୀୟ ଲୋକମାନେ ମୁଖ୍ଯମନ୍ତ୍ରୀଙ୍କୁ ଧନ୍ଯବାଦ ପ୍ରଦାନ କରିଛନ୍ତି ।

ଏଠାରେ ଅତ୍ଯାଧୁନିକ ଚିକିତ୍ସା ସିଟି ସ୍କାନ ,ଡାଏଲେସିସ ,ଡିଆଇସି, ଏନଆରସି ,ସେଣ୍ଟ୍ରାଲ ଲାବ, ସେଣ୍ଟ୍ରାଲ ଡାଇଗ୍ନୋଷ୍ଟିକ ୟୁନିଟ ଓ ସ୍ୱତନ୍ତ୍ର ଇନଫେକସନ୍ ୟୁନିଟ ଆଦି ରହିଛି । ବିଶେଷ କରି ରୋଗୀଙ୍କ ସଂପର୍କୀୟ ମାନଙ୍କ ପାଇଁ ୬୦ଶଯ୍ୟା ବିଶିଷ୍ଟ ବିଶ୍ରାମାଗାର ନିର୍ମାଣ ହୋଇଛି । ଏହି କୋଠାଟି ମୁଖ୍ୟମନ୍ତ୍ରୀ ଓ ୫ଟି ଅଧକ୍ଷଙ୍କ ତତ୍ୱାବଧାନରେ ଲୋକାର୍ପଣ ହୋଇପାରିଛି ବୋଲି ସ୍ଥାନୀୟ ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।