spot_img
Home Blog Page 2153

ବଢିଲା ପଞ୍ଚାୟତ ପ୍ରତିନିଧିଙ୍କ ପାରିତୋଷିକ, ଖର୍ଚ୍ଚ ହେବ ୧୬୨.୬୮ କୋଟି ଟଙ୍କା

ଭୁବନେଶ୍ବର: ରାଜ୍ୟର ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପାରିତୋଷିକ ଓ ଭତ୍ତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୃଦ୍ଧି କରିଛନ୍ତି।

ସୂଚନାଯୋଗ୍ୟ ଯେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲାଗସ୍ତ ସମୟରେ ପଞ୍ଚାୟତିରାଜ ପ୍ରତିନିଧିମାନେ ତାଙ୍କୁ ଭେଟି ଏହି ପାରିତୋଷିକ ବୃଦ୍ଧି ସମ୍ପର୍କରେ ଅନୁରୋଧ ଓ ପ୍ରସ୍ତାବ ଦେଇଥିଲେ।

ନିଷ୍ପତ୍ତି ଅନୁଯାୟୀ ଜିଲ୍ଲା ପରିଷଦ ସଭାପତିମାନେ ୯,୩୮୦ ଟଙ୍କା ପରିବର୍ତ୍ତେ ୩୦,୦୦୦ ଟଙ୍କା ମାସିକ ପାରିତୋଷିକ ପାଇବେ। ସେମାନଙ୍କ ଦୈନିକ ଭତ୍ତା DA+Sitting fee ମଧ୍ୟ 300 ଟଙ୍କାରୁ 600 ଟଙ୍କାକୁ ବୃଦ୍ଧି କରାଯାଇଛି। ଜିଲ୍ଲା ପରିଷଦ ଉପ-ସଭାପତି ମାନଙ୍କ ପାରିତୋଷିକ ୭,୦୪୦ ଟଙ୍କାରୁ ୨୦,୦୦୦ ଟଙ୍କା କୁ ବୃଦ୍ଧି କରାଯାଇଛି ଏବଂ ସେମାନଙ୍କ ଭତ୍ତା DA+SF ମଧ୍ୟ 300ଟଙ୍କାରୁ 600 ଟଙ୍କାକୁ ବୃଦ୍ଧି କରାଯାଇଛି। ଜିଲ୍ଲା ପରିଷଦ ସଦସ୍ୟମାନେ ପୂର୍ବରୁ ୩,୫୩୦ ଟଙ୍କା ପାଉଥିବା ବେଳେ ଏବେ ୧୦,୦୦୦ ଟଙ୍କା ମାସିକ ପାରିତୋଷିକ ପାଇବେ ଏବଂ ସେମାନଙ୍କ ଦୈନିକ ଭତ୍ତା DA+SFମଧ୍ୟ 300ଟଙ୍କାରୁ 600 ଟଙ୍କାକୁ ବୃଦ୍ଧି କରାଯାଇଛି।

ସେହିଭଳି ପଞ୍ଚାୟତ ସମିତି ଅଧ୍ୟକ୍ଷମାନେ ୩,୫୩୦ ଟଙ୍କା ପାଉଥିଲେ । ଏବେ ୧୫,୦୦୦ ଟଙ୍କା ପାଇବେ। ପଞ୍ଚାୟତ ସମିତି ଉପାଧ୍ୟକ୍ଷମାନେ ପୂର୍ବରୁ ପାରିତୋଷିକ ୨,୩୫୦ ଟଙ୍କା ପାଉଥିଲେ । ଏବେ ୭,୫୦୦ ଟଙ୍କା ପାଇବେ। ପଞ୍ଚାୟତ ସମିତି ସଦସ୍ୟମାନେ ପୂର୍ବରୁ ୨,୩୫୦ ଟଙ୍କା ପାଉଥିଲେ । ଏବେ ୭,୫୦୦ ଟଙ୍କା ପାଇବେ। ସେହିଭଳି ସରପଞ୍ଚମାନେ ପୂର୍ବରୁ ୨,୩୫୦ ଟଙ୍କା ପାଉଥିବା ବେଳେ ଏବେ ୧୦,୦୦୦ ଟଙ୍କା ପାଇବେ। ନାଏବ ସରପଞ୍ଚମାନେ ପୂର୍ବରୁ ୯୪୦ ଟଙ୍କା ପାଉଥିବା ବେଳେ ଏବେ ୪,୦୦୦ ଟଙ୍କା ପାଇବେ। ପଞ୍ଚାୟତ ସମିତି ଅଧ୍ୟକ୍ଷ ,ଉପାଧକ୍ଷ ,ପଞ୍ଚାୟତ ସମିତି ସଭ୍ୟ , ସରପଞ୍ଚ ନାଏବ ସରପଞ୍ଚ ଏବଂ ୱାର୍ଡମେମ୍ବରମାନଙ୍କର ଦୈନିକ ଭତ୍ତା DA+SF 240 ଟଙ୍କାରୁ 480 ଟଙ୍କାକୁ ବୃଦ୍ଧି କରାଯାଇଛି।

ସୂଚନାଯୋଗ୍ୟ ଯେ ପୂର୍ବରୁ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପାରିତୋଷିକ ଓ ଭତ୍ତା ବାବଦରେ ୭୯.୮୮ କୋଟି ଟଙ୍କା ଖର୍ଚ୍ଚ ହୋଉଥିଲା। ବର୍ଦ୍ଧିତ ରାଶି ଅନୁଯାୟୀ ଏବେ ୨୪୨.୫୬ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟ ସରକାର ଏଥିପାଇଁ ୧୬୨.୬୮ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ବହନ କରିବେ।

ଏହା ବ୍ୟତିତ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପଦବୀରେ ଥିବା ସମୟରେ ବିୟୋଗ ଘଟିଲେ ଅନୁକମ୍ପମୂଳକ ସହାୟତା ରାଶି ବାବଦରେ ୨ ଲକ୍ଷ ଟଙ୍କା ମିଳିବ । ଏହା ସହିତ ଦୂର୍ଘଟଣାଜନିତ ପୂର୍ଣ୍ଣ ଅକ୍ଷମତା କ୍ଷେତ୍ରରେ (Irrecoverable Loss of both eyes, hands and feet) ୨ ଲକ୍ଷ ଟଙ୍କା ସହାୟତା ଦିଆଯିବ। ସେହିପରି ଆଂଶିକ ଅକ୍ଷମତା କ୍ଷେତ୍ରରେ (Irrecoverable Loss of one eye, one hand or one leg) ୧ ଲକ୍ଷ ଟଙ୍କା ସହାୟତା ଦିଆଯିବ।

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ମାମଲା, ଓସେପାର ମେରିଟ ଲିଷ୍ଟ ଖାରଜ

ଭୁବନେଶ୍ବର: ରାଜ୍ୟ କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ଓସେପା ପକ୍ଷରୁ ଜାରି ହୋଇଥିବା ମେରିଟ ଲିଷ୍ଟ ଖାରଜ। ଜିଲ୍ଲାୱାରୀ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କନିଷ୍ଠ ଶିକ୍ଷକ ନିଯୁକ୍ତି ନିୟମ ଅନୁଯାୟୀ ଜିଲ୍ଲାୱାରୀ ମେରିଟ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହାସହ ମାମଲାର ଅନ୍ତ ଘଟେଇଛନ୍ତି କୋର୍ଟ। କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ନେଇ ହାଇକୋର୍ଟରେ ଏକାଧିକ ଆବେଦନ ହୋଇଥିଲା।

ସରକାରୀ ମହିଳା କର୍ମଚାରୀଙ୍କୁ ମିଳିବ ଅଧିକ ୧୦ ଦିନ ଛୁଟି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ଷିକ ୨୫ ଦିନର ସାମୟିକ ଛୁଟି ଘୋଷଣା କରିଛନ୍ତି।

ସରକାରୀ କର୍ମଚାରୀମାନଙ୍କ ପାଇଁ ସାଧାରଣତଃ ବର୍ଷକୁ ୧୫ ଦିନର ସାମୟିକ ଛୁଟି ଦିଆଯାଉଥିବା ବେଳେ ମହିଳା ସରକାରୀ କର୍ମଚାରୀମାନଙ୍କ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଆଉ ଅଧିକ ୧୦ ଦିନର ଛୁଟି ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ ମହିଳା କର୍ମଚାରୀମାନେ ବର୍ଷକୁ ୨୫ ଦିନର ସାମୟିକ ଛୁଟି ଉପଭୋଗ କରିପାରିବେ।

ମହିଳାମାନଙ୍କ ପାରିବାରିକ ଦାୟିତ୍ୱ ଓ ବିଭିନ୍ନ ସମସ୍ୟକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ ଯେ ୯୦ ଦଶକରେ ମହିଳାମାନଙ୍କ ପାଇଁ ସରକାରୀ ଚାକିରିରେ ୩୩% ସ୍ଥାନ ସଂରକ୍ଷଣ ଭଳି ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିବାରେ ଓଡିଶା ଥିଲା ଦେଶର ପ୍ରଥମ ରାଜ୍ୟ।

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମନୋହର ଲାଲ ଖଟ୍ଟର

ଚଣ୍ଡିଗଡ: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ନିଜ ପଦରୁ ଇସ୍ତଫା ଦେଇଛନ୍ତି  । ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି  । ହରିୟାଣାରେ ଏବେ ବିଜେପି ନିଜ ଦମ୍‌ରେ ସରକାର ଗଠନ କରିବ  । ଏହା ସହ ଖଟ୍ଟରଙ୍କ କ୍ୟାବିନେଟ ବି ଇସ୍ତଫା ଦେଇଛନ୍ତି  ।

ମଙ୍ଗଳବାର ସକାଳ ୧୧ଟାରେ ବିଜେପି ବିଧାୟକ ଦଳ ସହ ବୈଠକ କରିଛନ୍ତି ମନୋହର ଲାଲ ଖଟ୍ଟର  । ଏହାପରେ ହରିୟାଣା ରାଜ୍ୟପାଲଙ୍କୁ ଭେଟିବା ପାଇଁ ସେ ବାହାରିଥିଲେ  । ଆଜି ସନ୍ଧ୍ୟା ସୁଦ୍ଧା ହରିୟାଣାରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜନ ହେବ  । ରାଜଭବନରେ ଶପଥ ଗ୍ରହଣକୁ ନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି  । ମୁଖ୍ୟମନ୍ତ୍ରୀ କିଏ ହେବେ ଏ ସସପେନ୍ସରୁ ପରଦା ହଟିନି  ।

 

ଗୁଣିଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ମାଟିତଳେ ପୋତିଦେଲେ

ନବରଙ୍ଗପୁର: ଝରିଗାଁ ବ୍ଲକ ବେଲଗାଁ ପଞ୍ଚାୟତ କାନଝରନ ଗାଁରେ ଅଭାବନୀୟ ଘଟଣା। ମାଟିତଳୁ ବାହାରିଲା ବୃଦ୍ଧାଙ୍କ ମୃତଦେହ। ଗୁଣିଗାରେଡି ସନ୍ଦେହରେ ଜଣେ ୫୦ ବର୍ଷୀୟ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି।

ତିନି ଦିନ ହେବ ବୃଦ୍ଧାଙ୍କୁ କିଛି ଲୋକ କୁଆଡେ ନେଇ ଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ବୃଦ୍ଧା ରଇବାରୀ ସାନ୍ତାଙ୍କ ପରିବାର ଲୋକ। ଏନେଇ ବୃଦ୍ଧାଙ୍କ ଝିଅ କେନ୍ଦୁଗୁଡା ଗ୍ରାମର ସାରଧି ସାନ୍ତା, କଜୁଳୀ ସାନ୍ତା, ମୁଗୁରି ସାନ୍ତା ଓ ଚମ୍ପା ସାନ୍ତାଙ୍କ ନାଁରେ ଝରିଗାଁ ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଦୁଇ ଜଣ ଝରିଗାଁ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ବୃଦ୍ଧାଙ୍କୁ ହତ୍ୟା ପରେ ଗାତରେ ପୋତି ଦେଇଥିଲେ ବୋଲି ପୋଲିସକୁ କହିଥିଲେ। ସୂଚନା ଆଧାରରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ମୃତଦେହ ଜବତ କରିତଦନ୍ତ ଜାରି ରଖିଛି।

ବିଏମସି ଅଫିସ୍ ଘେରିଲେ ସଫେଇ କର୍ମଚାରୀ, ମେୟରଙ୍କ ସହ ଆଲୋଚନା ବିଫଳ

ଭୁବନେଶ୍ୱର: ଦ୍ବିତୀୟ ଦିନରେ ମହାନଗର ନିଗମର ସଫେଇ କର୍ମଚାରୀମାନଙ୍କ ଆନ୍ଦୋଳନ। ଆଜି ସଫେଇ ବନ୍ଦ କରି ରାଜମହଲ ଓଭରବ୍ରିଜ୍ ତଳୁ ହଜାର ହଜାର ସଫେଇ କର୍ମଚାରୀ ବିଶାଳ ପଦଯାତ୍ରା କରି ବିଏମସି ଅଫିସ୍ ଘେରାଉ କରିଛନ୍ତି ।

୯ ହଜାର ଟଙ୍କା ରୁ ୧୫ ହଜାର ଟଙ୍କା ଦରମା ବୃଦ୍ଧି, ସଫେଇ କର୍ମଚାରୀମାନେ ଅଳିଆ ଆବନା ପୃଥକୀକରଣ ନ କରିବା , ଚାକିରୀରୁ ଛଟେଇ ପାଇଁ ବିଭିନ୍ନ ସମୟରେ ଧମକ ଦେଉଛନ୍ତି ଅଧିକାରୀ ତେଣୁ ଚାକିରୀ ସହ ସାମାଜିକ ସୁରକ୍ଷା ପ୍ରଦାନ ଦାବି ନେଇ ବିଏମସି ଘେରିଲେ ସଫେଇ କର୍ମଚାରୀ।

ବହୁ ଦିନରୁ BMC ନିକଟରେ ଦାବି ଜଣେଇ ଆସୁଥିଲେ ମଧ୍ୟ ଦାବି ପୂରଣ ନହେବାରୁ ଏବେ ଆନ୍ଦୋଳନକୁ ଓହ୍ଲେଇଛନ୍ତି ସଫେଇ କର୍ମଚାରୀ। ସହର ସଫେଇ ବାଧାପ୍ରାପ୍ତ ହେଉଛି । ବିଭିନ୍ନ ଓ୍ବାର୍ଡରେ ରାସ୍ତା କଡ଼ରେ ଅଳିଆ ଆବର୍ଜ୍ଜନା ପଡି ରହିଛି । ଗତ କାଲି ମେୟର ସୁଲୋଚନା ଦାସଙ୍କ ଆଲୋଚନା ବିଫଳ ହେବା ପରେ ଆଜି ସଫେଇ କର୍ମଚାରୀମାନେ ବିଏମସି ଅଫିସ୍ ଘେରାଉ କରିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ସହର ସଫେଇ ବନ୍ଦ ରହିବ ଓ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଫେଇ କର୍ମଚାରୀ ସଂଘ ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି।

ହରିୟାଣାରେ ଭାଙ୍ଗିଲା ବିଜେପି ଜେଜେପି ମେଣ୍ଟ, ଅମିତ ଶାହାଙ୍କୁ ଭେଟିବେ ଦୁଷ୍ୟନ୍ତ

ଚଣ୍ଡିଗଡ: ହରିୟାଣାରେ ଭାଙ୍ଗିଲା ବିଜେପି ଜେଜେପି ମେଣ୍ଟ  । ମଙ୍ଗଳବାର ସକାଳେ ଏନେଇ ବଡ ଘୋଷଣା କରିଛନ୍ତି ଦୁଷ୍ୟନ୍ତ ଚୌଟାଲା  । ସୁତ୍ର ଅନୁସାରେ ବିଜେପିର କିଛି ମନ୍ତ୍ରୀ ଇସ୍ତଫାଦେଇ ପାରନ୍ତି  । ଏଭଳି କ୍ଷେତ୍ରରେ ନିର୍ଦ୍ଦଳୀୟ ବିଧାୟକଙ୍କ ଲଟେରୀ ଲାଗିପାରେ  । ସେମାନଙ୍କୁ ହରି୍ୟାଣା ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବା ନେଇ ସମ୍ଭାବନା ରହିଛି  । ସେପଟେ ଖୁବଶୀଘ୍ର ଇସ୍ତଫା ଦେଇ ପାରନ୍ତି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର  ।

ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ନୂଆ ମନ୍ତ୍ରୀମଣ୍ଡଳ ଶପଥ ନେଇପାରନ୍ତି  । ଜନତା ଜନନାୟକ ପାର୍ଟି (ଜେଜେପି) ମୁଖ୍ୟ ଦୁଷ୍ୟନ୍ତ ଚୌଟାଲା ଦିଲ୍ଲୀରେ ବିଧାୟକ ଦଳ ବୈଠକ ଡାକିଛନ୍ତି  । ଜେଜେପିର ୫ ବିଧାୟକ ବର୍ତ୍ତମାନ ଚଣ୍ଡିଗଡରେ ଅଛନ୍ତି  । ସେମାନେ ବୈଠକରେ ସାମିଲ ହେବେନି  । ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଭେଟିବା ପରେ ଜଣେ ନିର୍ଦ୍ଦଳୀୟ ବିଧାୟକ କହିଛନ୍ତି ଯେ ହବିଜେପି ଜେଜେପି ମେଣ୍ଟ ଭାଙ୍ଗିବାକୁ ଯାଉଛି  । ଏଭଳି ପରିସ୍ଥିତିରେ ସମସ୍ତ ୧୦ ଲୋକସଭା ଆସନରେ ଏକାକୀ ଲଢିବ ବିଜେପି  ।

ଶୁଣିବାକୁ ମିଳୁଛି ଯେ ଡେପୁଟି ସିଏମ ଦୁଷ୍ୟନ୍ତ ଚୌଟାଲା ମଙ୍ଗଳବାର ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଚି ପାରନ୍ତି  । ଏହା ପୂର୍ବରୁ ଦୁଷ୍ୟନ୍ତ ଚୌଟାଲା ଜେପି ନଡ୍ଡାଙ୍କୁ ଦିଲ୍ଲୀରେ ଭେଟିଥି୍ଲେ  । ଲୋକସଭା ନିର୍ବାଚନରେ ଏକରୁ ଦୁଇଟି ସିଟ୍‌ ପାଇଁ ବିଜେପି ନିକଟରେ ଦାବି ରଖିଥିଲା ଜେଜେପି  । କିନ୍ତୁ ଭାଜପା ଦୁଇଟି ସିଟ୍‌ ଦେବା ପାଇଁ ମନା କରିଛି  ।

ଦେଶର ୧୦ଟି ସ୍ଥାନକୁ ଗଡିଲା ବନ୍ଦେ ଭାରତ, ବିଶାଖାପାଟଣାରୁ ଭୁବନେଶ୍ବରକୁ ଗଡ଼ିଲା

ଭୁବନେଶ୍ବର: ଓଡ଼ିଶାକୁ ଗଡ଼ିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ। ବିଶାଖାପାଟଣାରୁ ଭୁବନେଶ୍ବରକୁ ଗଡ଼ିଲା ବନ୍ଦେ ଭାରତ। ଓଡ଼ିଶା ସମେତ ଦେଶରେ ୧୦ଟି ସ୍ଥାନରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହୋଇଛି । ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ବନ୍ଦେ ଭାରତ ଏକ୍ସପ୍ରେସ ସହ ୨୭୪ଟି ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ।

ରେଳବାଇ ଭିତ୍ତିଭୂମିର ଅଭିବୃଦ୍ଧି ଓ ଭାରତୀୟ ରେଳ ସଂଯୋଗୀକରଣ ପ୍ରକ୍ରିୟାର ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ସାରା ଦେଶରେ ୨୭୪ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଲୋକାର୍ପଣ କରିଛନ୍ତି । ୮୫ ହଜାର କୋଟି ଟଙ୍କାର ୬ ହଜାର ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ୧୦ଟି ବନ୍ଦେ ଭାରତ ଟ୍ରେନର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ଏହା ଭିତରେ ରହିଛି ଭୁବନେଶ୍ବର ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ । ଓଡ଼ିଶାବାସୀଙ୍କ ପାଇଁ ତୃତୀୟ ବନ୍ଦେ ଭାରତ ଟ୍ରେନର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଭୁବନେଶ୍ବର ବିଶାଖାପାଟଣା ମଧ୍ୟରେ ଚାଲିବାକୁ ଥିବା ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ ରୋଡ୍ ଓ ବିଜୟନଗରମ ଠାରେ ରହିବ । ଶନିବାରକୁ ଛାଡ଼ି ଅନ୍ୟ ସମସ୍ତ ଦିନ ଏହି ଟ୍ରେନ ଚାଲିବ ।

ବରଯାତ୍ରୀରୁ ଫେରିବା ବେଳେ ଅଘଟଣ, ୩୦ ଫୁଟ ତଳକୁ ଖସିଲା କାର

ଆନନ୍ଦପୁର: କେନ୍ଦୁଝରରେ ଭାରସାମ୍ଯ ହରାଇ ୩୦ ଫୁଟ୍ ତଳକୁ ଖସିଲା କାର୍। ଆନନ୍ଦପୁର ବ୍ରିଜ୍ ଛକ ଶିଶୁପାର୍କ ନିକଟରେ ଦୁର୍ଘଟଣା । ୨ ଜଣ ଗୁରୁତର ଥିବା ବେଳେ ଅନ୍ଯ ୩ ଜଣ ସାମାନ୍ଯ ଆହତ ହୋଇଛନ୍ତି। ସମସ୍ତ ଆହତ ପଦ୍ମପୁରର ବୋଲି ଜଣାପଡିଛି।

ମୟୂରଭଞ୍ଜ ଠାକୁରମୁଣ୍ଡାରୁ ବରଯାତ୍ରୀ ଯାଇ ଫେରୁଥିବା ବେଳେ ଘଟିଥିଲା ଦୁର୍ଘଟଣା। ୧୦୮ ଆମ୍ବୁଲାନ୍ସ ସହାୟତାରେ ସମସ୍ତ ଆହତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ବଲାଙ୍ଗୀରରେ ମିଳିଲା କଳାହାଣ୍ଡି ଯୁବକଙ୍କ କ୍ଷତାକ୍ତ ମୃତଦେହ

ବଲାଙ୍ଗୀର: ଯୁବକଙ୍କ ସନ୍ଦେହଜନକ ମୃତ୍ଯୁ। ବଲାଙ୍ଗୀର କଣ୍ଟାବାଞ୍ଜି ଝୁପଡିପଡା ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ଭବାନୀପାଟଣାର ଜଗନ୍ନାଥ ଗହୀର। ଜଗନ୍ନାଥ ଝୁପଡିପଡା ତାଙ୍କ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ।

ରକ୍ତାକ୍ତ ଅବସ୍ଥାରେ ସମ୍ପର୍କୀୟ ଡାକ୍ତରଖାନା ଆଣିଥିବା ବେଳେ, ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଜଗନ୍ନାଥଙ୍କ ମୃତ୍ୟୁ କେମିତି ହେଲା ତାର କାରଣ ଅସ୍ପଷ୍ଟ ରହିଛି । କଣ୍ଟାବାଞ୍ଜି ପୋଲିସ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି।