spot_img
Home Blog Page 2152

ଫେବୃଆରୀ ୬ରେ ଓଡ଼ିଶା ଆସିବେ ରାହୁଲ୍ ଗାନ୍ଧୀ

ଭୁବନେଶ୍ବର: ଫେବୃଆରୀ ୬ରେ ଓଡ଼ିଶା ଆସିବେ ରାହୁଲ୍ ଗାନ୍ଧୀ। ୬ତାରିଖ ସନ୍ଧ୍ୟାରେ ତାଙ୍କୁ ବୀରମିତ୍ରପୁରରେ ସ୍ଵାଗତ କରାଯିବ। ତିନିଟି ସାଂଗଠନିକ ଜିଲ୍ଲାରେ ରାହୁଲଙ୍କ ଭାରତ ନ୍ୟାୟ ଯାତ୍ରା କାର୍ଯ୍ୟକ୍ରମ ରହିଛି। ରାଉରକେଲା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ରେ ୭ ଓ ୮ ତାରିଖରେ କାର୍ଯ୍ୟକ୍ରମ। ସୂଚନା ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ। ଏବେ ରାହୁଲଙ୍କ ଭାରତ ନ୍ୟାୟ ଯୋଡ଼ୋ ଯାତ୍ରା ବିହାରରେ ଚାଲିଛି ।

ଫେବୃଆରୀ ଶେଷ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ବସ୍

ଭୁବନେଶ୍ବର: ଫେବୃଆରୀ ଶେଷ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ବସ୍ । ରାଜ୍ୟର ସବୁ ଜିଲ୍ଲାରେ ପଞ୍ଚାଯତରୁ ବ୍ଲକକୁ ଗଡ଼ିବ ଲକ୍ଷ୍ମୀ । ବୁଧବାର ଆଉ ତିନି ଜିଲ୍ଲାରେ ଲକ୍ଷ୍ମୀ ବସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେବଗଡ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହୋଇଛି । ୩ଟି ଜିଲ୍ଲାର ୪୪୦ଟି ପଞ୍ଚାୟତରେ ୧୦୧ଟି ବସ୍ ଚାଲିବ । ଏହା ଦ୍ୱାରା ୨୭ ଲକ୍ଷରୁ ଅଧିକ ଲୋକ ଉପକାର ପାଇବେ । ଦେବଗଡର ୬୯ଟି ପଞ୍ଚାୟତରେ  ୧୭ଟି ବସ୍ ଚାଲିବାକୁ ଥିବାବେଳେ ଏହାଦ୍ବାରା ୩ ଲକ୍ ଉପକୃତ ହେବେ । ଅନୁଗୁଳରେ ୧୭୬ଟି ପଞ୍ଚାୟତରେ  ୨୯ଟି ବସ୍ ଚାଲିବ ଏବଂ ୧୧ ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ । ସେହିପରି ଢେଙ୍କାନାଳର ୧୯୫ଟି ପଞ୍ଚାୟତରେ  ୫୫ଟି ବସ୍ ଚାଲିବ ଏବଂ ୧୩ ଲକ୍ଷ ଲୋକ ଉପକୃତ ହେବେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଲକ୍ଷ୍ମୀ ବସ୍ ଆମ ଜୀବନକୁ ସହଜ କରିଛି । ଗାଁର ଅର୍ଥନୀତିକୁ ମଜବୁତ କରିବାରେ ଏହା ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ । ଲକ୍ଷ୍ମୀ ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା।  ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି ଓ କୋରାପୁଟ ଜିଲ୍ଲାବାସୀ ଲକ୍ଷ୍ମୀ ବସ୍ ସେବା ପାଇଥିଲେ ।

ଯୋଜନାରେ ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ । 5T ଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚାଳନା ଦାୟିତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପଞ୍ଚାୟତକୁ ବିକାଶର କେନ୍ଦ୍ର କରିବା ଆମର ଲକ୍ଷ୍ୟ ରହିଛି । ଗାଁର ଅର୍ଥନୀତିକୁ ମଜବୁତ କରିବା ଆମର ଲକ୍ଷ୍ୟ। ଲକ୍ଷ୍ମୀ ବସ୍ ଏଥିରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ । ସେହିପରି ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍ ବସ୍ ସେବା ବିଷୟରେ ଉଲ୍ଲେଖକରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଭବ ନେବା ପାଇଁ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍ ବସ୍ ସେବା ଆରମ୍ଭ କରାଯାଇଛି। ଏଥିରେ ମା’ମାନଙ୍କ ପାଇଁ ବସ୍ ଟିକେଟ ମୂଲ୍ୟ ଅଧା କରାଯାଇଛି । ଗାଁର ରୂପାନ୍ତର ପାଇଁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଜାରି ରହିଛି ।

ଗ୍ରାମାଞ୍ଚଳରେ ଗମନାଗମନର ବହୁ ସମସ୍ୟା ରହିଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଏ ବିଷୟରେ ଜାଣି ନିଷ୍ପତ୍ତିକ୍ରମେ ଏହି ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ କରାଗଲା । ଲକ୍ଷ୍ମୀ ବସ ସାମାଜିକ ଓ ଆର୍ଥିକ ଜୀବନକୁ ମଜବୁତ କରିବ। ପିଲାଙ୍କୁ ସ୍କୁଲ କଲେଜ ନେବ। ଚାଷୀଙ୍କୁ ମାର୍କେଟ ସହିତ ଯୋଡିବ। ମା’ମାନେ ଓ ଛାତ୍ରଛାତ୍ରୀମାନେ ମାତ୍ର ୫ ଟଙ୍କା ମୂଲ୍ୟରେ ଏହି ବସରେ ଯିବାଆସିବା କରିପାରିବେ । ଏହି ଅବସରରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କହିଥିଲେ, ଲକ୍ଷ୍ମୀ ବସ୍ ହେଉଛି  ଆପଣଙ୍କ ସମ୍ପତ୍ତି। ଆପଣମାନେ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରନ୍ତୁ। ଲୋକଙ୍କୁ ଉପଯୁକ୍ତ ସମ୍ମାନ ଦେଇ ସେମାନଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହେବାକୁ ସେ  ବସ୍ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଟି-୨୦ ବିଶ୍ବକପ ପୂର୍ବରୁ ପାକିସ୍ତାନ ଟିମର ବ୍ୟାଟିଂ ଏବଂ ବୋଲିଂକୁ ନେଇ ଏମିତି କହିଲେ ସାହିଦ ଆଫ୍ରିଦ୍

ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ ପାକିସ୍ତାନ ଅଧିନାୟକ ସାହିଦ ଆଫ୍ରିଦ ପିସିବିକୁ ଏକ ଖାସ ସନ୍ଦେଶ ଦେଇଛନ୍ତି । ସେ କହିଛନ୍ତି କି, ତିନୋଟି ଯାକ ଫର୍ମାଟରେ ପାକିସ୍ତାନ ଜଣେ ଅଧିନାୟକ ରଖିବା ଉଚିତ । ଏପରିକି ବ୍ୟାଟିଂକ୍ରମକୁ ନେଇ ମଧ୍ୟ ଆଫ୍ରିଦ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି । ୨୦୨୩ ଦିନିକିଆ ବିଶ୍ବକପରେ ପାକିସ୍ତାନର ଖରାପ ପ୍ରଦର୍ଶନକୁ ନେଇ ସବୁଠି ସମାଲୋଚନା କରାଯାଇଛସି । ତେବେ ଏହି ଭୁଲକୁ ସୁଧାରି ୨୦୨୪ରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ବକପରେ ଭଲ ପ୍ରଦର୍ଶନ କରିବା ପାଇଁ ସନ୍ଦେଶ ଦେଇଛନ୍ତି ଆଫ୍ରିଦ । ଏବେ ସାହିନ ଆଫ୍ରିଦ ଟି-୨୦ ଦଳର ଅଧିନାୟକ ରହିଥିବାବେଳେ ସାନ ମସୁଦ ଟେଷ୍ଟ ଦଳର ଅଧିନାୟକ ରହିଛନ୍ତି । ଏଣୁ ସାହିଦ କହିଛନ୍ତି କି, ତିନୋଟି ଯାକ ଫର୍ମାଟରେ ଜଣେ ଅଧିନାୟକ ରହିବା ଉଚିତ । ଏବଂ ଉପଅଧିନାୟକ ରହିବା ଅନୁଚିତ ।

ବାବର ଆଜମ ଏବଂ ମହମ୍ମଦ ରିଜଓ୍ବାନ ପାଳି ଆରମ୍ଭ କରୁଥିବାବେଳେ ଏହାକୁ ନିଜର ପ୍ରତିକ୍ରିୟାରେ ସାହିଦ ଆଫ୍ରିଦ କହିଛନ୍ତି କି, ଉଭୟ ଧିମା ଖେଳୁଛନ୍ତି । ଯାହାକି ଟି-୨୦ରେ ଦଳ ଉପରେ ବହୁତ ପ୍ରଭାବ ପକାଉଛି । ଏଣୁ ଟି-୨୦ରେ ଓପନିଂ ଯୋଡ଼ି ବଦଳାଇବାକୁ ପଡ଼ିବ ।ଫକର ଜମନ ଏବଂ ସାମ ଆୟବୁ ଓପନିଂ କରିବା ଉଚିତ୍ । ଅନ୍ୟପଟେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ବକପରେ ସମସ୍ତ ଦଳ ଦମଦାର ଫର୍ମରେ ରହିଥିବାବେଳେ ଏହା ବେଶ ସଂଘର୍ଷପୂର୍ଣ୍ଣ ହେବାକୁ ଯାଉଛି । ଏଣୁ ପାକିସ୍ତାନ ଦଳରେ କୌଣସି ପରିବର୍ତ୍ତନ ନହେବା ଭଲ ।

ଜ୍ଞାନବ୍ୟାପୀରେ ହିନ୍ଦୁଙ୍କୁ ପୂଜା ଅନୁମତି

ନନ୍ଦିଘୋଷ ବ୍ୟୁରୋ: ଜ୍ଞାନବ୍ୟାପୀ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ବାରଣାସୀ କୋର୍ଟ । ହିନ୍ଦୁ ପକ୍ଷଙ୍କୁ ପୂଜା କରିବା ପାଇଁ ଅଧିକାର ମିଳିଛି । ବ୍ୟାସ ତହଖାନାରେ ହିନ୍ଦୁ ପକ୍ଷମାନେ ପୂଜା କରିପାରିବେ ବୋଲି କୋର୍ଟ କହିଛନ୍ତି । ୭ ଦିନ ମଧ୍ୟରେ ବ୍ୟବସ୍ଥା କରିବାକୁ ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁ ଶଙ୍କର ଜେନା କହିଛନ୍ତି ତହଖାନାରେ ପୂଜା ପାଠ ପାଇଁ ଅନୁମତି ଦିଆଯାଇଛି । ହିନ୍ଦୁ ପକ୍ଷ ତଳ ମହଲାରେ ପୂଜା କରିବା ପାଇଁ ଅନୁମତି ମାଗିଥିଲେ । ସୋମନାଥ ଭାୟାସଙ୍କ ପରିବାର ୧୯୯୩ ପର୍ଯ୍ୟନ୍ତ ତଳ ମହଲାରେ ପୂଜା କରୁଥିଲେ । ୧୯୯୩ ପରେ ତତ୍କାଳୀନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ତଳ ମହଲାରେ ପୂଜା ବନ୍ଦ ହୋଇଯାଇଥିଲା । କାଶୀ ବିଶ୍ବନାଥ ମନ୍ଦିରର ପୂଜାରୀ ଆସି ପୂଜା କରିପାରିବେ ବୋଲି କୋର୍ଟ କହିଛନ୍ତି। ହିନ୍ଦୁ ପକ୍ଷଙ୍କ ଓକିଲ ବିଷ୍ଣୁ ଶଙ୍କର କହିଛନ୍ତି ଏହା ଆମ ପାଇଁ ବଡ଼ ବିଜୟ । ୧୯୯୨ ମସିହା ପର୍ଯ୍ୟନ୍ତ ନିୟମିତ ପୂଜା କରାଯାଉଥିବା । ମାତ୍ର ବାବରି ମସଜିଦ ବିବାଦ ପରେ ୬ ଡିସେମ୍ବର ୧୯୯୨ ମସିହାଠାରୁ ପୂଜା ବନ୍ଦ ରହିଥିଲା ।

 

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପଞ୍ଚମଥର ପାଇଁ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଇଡିର ନୋଟିସ୍

ନୂଆଦିଲ୍ଲୀ: ପୁଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଇଡି ନୋଟିସ ଜାରି କରିଛି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପଞ୍ଚମ ଥର ପାଇଁ ଇଡି ପକ୍ଷରୁ ନୋଟିସ ଜାରି କରାଯାଇଛି । ଆସନ୍ତୁ ଫେବୃଆାରୀ ୯ ତାରିଖରେ ଇଡିରେ ହାଜର ହେବା ପାଇଁ କୁହାଯାଇଛି । ଏହା ପୂର୍ବରୁ କେଜ୍ରିଓ୍ବାଲଙ୍କୁ ୪ଥର ନୋଟିସ ଜାରି କରାଯାଇଥିଲେ ସୁଦ୍ଧା ସେ ହାଜର ହୋଇନାହାନ୍ତି । ଆପର ଶିକ୍ଷାମନ୍ତ୍ରୀ ମନୀଷ ସିଶୋଦିଆ ଏବଂ ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଏହି ମାମଲାରେ ଜେଲରେ ଅଛନ୍ତି ତେବେ  ନିକଟରେ ଦିଲ୍ଲୀରେ ଏହାକୁ ନେଇ ଏକ ଦସ୍ତଖତ ଅଭିଯାନ କରାଯାଇଥିବାବେଳେ ଲୋକେ କେଜ୍ରିଓ୍ବାଲଙ୍କୁ ସମର୍ଥନ କରିଥିବା ଦେଖିବାକୁ ମିଳିଛି । ସାଧାରଣ ଲୋକେ କହିଛନ୍ତି କି, ଯଦି କେଜ୍ରିଓ୍ବାଲ ଗିରଫ ହୁଅନ୍ତି ତେବେ ସେ ଜେଲରେ ରହି ସରକାର ଚଳାନ୍ତୁ ।

କେଜ୍ରିଓ୍ବାଲଙ୍କୁ ୨୦୨୩ ନଭେମ୍ବର ୨ ତାରିଖରେ ପ୍ରଥମ ନୋଟିସ ଆସିଥିଲା । ଏହାପରେ ୨୧ ଡିସେମ୍ବର ଏବଂ ୨୦୨୪ ଜାନୁଆରୀ ୩ ଜାନୁଆରୀ ୧୩ରେ ଚତୁର୍ଥଥର ଲାଗି ନୋଟିସ ଜାରି କରାଯାଇଛି । କେନ୍ଦ୍ର ସରକାର ଜାଣିଶୁଣି ଏଭଳି ରାଜନୈତିକ ଚାଲ କରି ନୋଟିସ କରୁଛନ୍ତି ବୋଲି କେଜ୍ରିଓ୍ବାଲ ପୂର୍ବରୁ ମଧ୍ୟ ଅଭିଯୋଗ କରିଛନ୍ତି । ହରିୟାଣାର ଏକ ସାଧାରଣ ସଭାରେ କେଜ୍ରିଓ୍ବାଲ ସମ୍ବୋଧନ କରିବା ଅବସରରେ କହିଛନ୍ତି କି, କେନ୍ଦ୍ର ସରକାର ତାଙ୍କ ପଛରେ ଆତଙ୍କବାଦୀ ଭଳି ପଡ଼ିଛନ୍ତି । ଉଦ୍ଦେଶ୍ୟମୂଳକ ଭାବେ ଏଭଳି କରୁଥିବାବେଳେ ଜେଲ ଯିବାକୁ କେବେ କେଜ୍ରିଓ୍ବାଲ ଭୟ କରନ୍ତି ନାହିଁ ବୋଲି କହିଛନ୍ତି ।

ଏଥର ବଜେଟରେ ଖୁସି ଖବର ଦେବେ ସରକାର, ୧୫ ହଜାର ଟଙ୍କା କମିବ ଆପଲ ଫୋନ୍ ଦର

ନୂଆଦିଲ୍ଲୀ: ସ୍ମାର୍ଟଫୋନ ୟୁଜର୍ସଙ୍କ ପାଇଁ ଖୁସି ଖବର ଆସିବାକୁ ଯାଉଛି । ସରକାର ମୋବାଇଲ ପାଟର୍ସ ଆମଦାନୀ ଶୁଳ୍କ କମାଇପାରନ୍ତି । ୧୦ରୁ ୧୫ ପ୍ରତିଶତ ଶୁଳ୍କ କମିପାରେ । ଏମିତି ହେଲେ ୫୦ ହଜାର ଟଙ୍କାର ସ୍ମାର୍ଟଫୋନର ଦାମ ୭ ହଜାର ୫ଶହ ଟଙ୍କା କମିଯିବ । ୧ ଲକ୍ଷ ଟଙ୍କାର ଫୋନରେ ୧୫ ହଜାର ଟଙ୍କା କମିପାରେ ।

ଅର୍ଥ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ, ବ୍ୟାଟେରୀ, ମେନ୍ ଲେନ୍ସ ଏବଂ ଅନ୍ୟ ଜିନିଷ ଉପରେ ଆମଦାନୀ ଶୁଳ୍କ ୧୦ ପ୍ରତିଶତ ହ୍ରାସ ହୋଇପାରେ। ତେବେ ଏହି ପଦକ୍ଷେପ ଭାରତୀୟ ଅର୍ଥନୀତି ପାଇଁ ଲାଭଦାୟକ କେମିତି ହେବ? ତେବେ ଏଠାରେ ଆପଣଙ୍କୁ କହି ରଖିବାକୁ ଚହୁଁଛୁ ଯେ, ଭାରତରେ ସ୍ମାର୍ଟଫୋନର ଦର କମିବା ଯୋଗୁ ରପ୍ତାନି ବୃଦ୍ଧି ପାଇବ। ମୋବାଇଲ୍ ଉତ୍ପାଦନରେ ବୃଦ୍ଧି ଘଟିବ ଭାରତରେ ନୂଆ ନିଯୁକ୍ତି ସୃଷ୍ଟି ହେବ । ଯାହା ଭାରତୀୟ ଅର୍ଥନୀତି ପାଇଁ ଠିକ୍ ପଦକ୍ଷେପ ହେବ ।

ଆମଦାନୀ ଶୁଳ୍କ ହଟାଇବା ଦ୍ୱାରା ଆପଲ, ସାମସଙ୍ଗ, ଭିଭୋ ଏବଂ ଓପୋ ସ୍ମାର୍ଟଫୋନର ମୂଲ୍ୟ କମିପାରେ । ରିପୋର୍ଟ ଅନୁଯାୟୀ, ଭାରତରେ ବିକ୍ରି ହେଉଥିବା ମୋବାଇଲ୍ ଫୋନର ୯୯.୨ ପ୍ରତିଶତ ଆମ ଦେଶରେ ତିଆରି ହେଉଛି। ପୂର୍ବ ବର୍ଷ ତୁଳନାରେ ୨୦୨୩ ଆର୍ଥିକ ବର୍ଷରେ ଭାରତର ସ୍ମାର୍ଟଫୋନ୍ ରପ୍ତାନି ଶହେ ପ୍ରତିଶତ ବୃଦ୍ଧି ହୋଇ ୧୧.୧ ବିଲିୟନ ଡ଼ଲାରରେ ପହଞ୍ଚିଛି। ତେବେ ଏହି ସଂଖ୍ୟା ବୃଦ୍ଧି କରିବାକୁ ଭାରତ ସରକାର ଆଶାବାଦୀ ଅଛନ୍ତି।

ଡ. ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମାନ

ବ୍ୟୁରୋ ରିପୋର୍ଟ: ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମାନରେ ସମ୍ମାନିତ ହେବେ ବିଶିଷ୍ଟ ଭାଷାବିତ୍ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ। ଦେବୀପ୍ରସନ୍ନଙ୍କୁ ମାନପତ୍ର ସହ କୋଡ଼ିଏ ଲକ୍ଷ ଟଙ୍କା ପୁରସ୍କାର ରାଶିରେ ସମ୍ମାନିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅବସରରେ ତାଙ୍କୁ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମାନରେ ସମ୍ମାନିତ କରାଯିବ। ଓଡ଼ିଆ  ଭାଷା  ଉପରେ ତାଙ୍କର  ଉଚ୍ଚକୋଟିର  ଗବେଷଣା  ଦିଗରେ ଜୀବନବ୍ୟାପୀ  ସାଧନାର ସ୍ୱୀକୃତି ସ୍ଵରୂପ ତାଙ୍କୁ ବିଶ୍ଵ ଓଡିଆ ସମ୍ମାନରେ  ସମ୍ମାନିତ କରିବେ ମୁଖ୍ଯମନ୍ତ୍ରୀ।

ଦେବୀପ୍ରସନ୍ନଙ୍କ ଗବେଷଣା ଓଡ଼ିଆ ଭାଷାକୁ ବହୁ ଭାବରେ ସମୃଦ୍ଧ କରିଛି। ଭାରତର ଜଣେ ବିଶିଷ୍ଟ ବିଦ୍ୱାନ ଓ ଭାଷାବିତ୍  ଭାବରେ ଦେବୀପ୍ରସନ୍ନଙ୍କର ବେଶ୍ ନାଁ ରହିଛି। ଭାରତୀୟ ଭାଷା ପ୍ରତିଷ୍ଠାନର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବରେ ସେ ଅନେକ  ସୁନାମ ଅର୍ଜନ କରିଛନ୍ତି। ଭାରତୀୟ ଭାଷା ସମୂହର ବିକାଶ ଦିଗରେ ତାଙ୍କର ସମର୍ପିତ ଉଦ୍ୟମ ପାଇଁ ତାଙ୍କୁ  ପଦ୍ମଶ୍ରୀ  ସମ୍ମାନରେ  ସମ୍ମାନିତ କରିଛନ୍ତି ଭାରତ ସରକାର।

ସେହିପରି ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ଦିଗରେ ଡକ୍ଟର ପଟ୍ଟନାୟକଙ୍କ ବହୁମୂଲ୍ୟ ଅବଦାନ ରହିଛି। ରାଜ୍ଯ ସରକାରଙ୍କ ଦ୍ୱାରା  ଗଠିତ କମିଟି ସର୍ବସମ୍ମତି କ୍ରମେ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ନାମକୁ ଏହି ସମ୍ମାନଜନକ ପୁରସ୍କାର ପାଇଁ ସୁପାରିସ କରିଥିଲେ। କମିଟିରେ ଭାରତୀୟ  ଭାଷା ପରିଷଦର ସଭାପତି ତଥା ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ଭାଷା  ବିଭାଗର ପୂର୍ବତନ ପ୍ରଫେସର ଜି. ଉମା ମହେଶ୍ଵର ରାଓ, ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ପ୍ରଧାନ, ଉତ୍କଳ  ସଂସ୍କୃତି  ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପି. କେ.  ସ୍ଵାଇଁ  ଏବଂ କେନ୍ଦ୍ରଶିକ୍ଷା ବିଭାଗର ଶାସ୍ତ୍ରୀୟ ଓଡ଼ିଆ ଅଧ୍ୟୟନ ଉତ୍କର୍ଷ କେନ୍ଦ୍ରର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡା ପ୍ରମୁଖ ବିଦ୍ବାନ ବିଚାରକଙ୍କୁ ନିଆଯାଇଥିଲା।

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାସଭବନରେ ଇଡି

ଝାଡଖଣ୍ଡ : ହେମନ୍ତ ସୋରେନଙ୍କ ବାସଭବନରେ ଇଡି। ଖଣି ଦୁର୍ନୀତି ମାମଲାରେ ଝାରଖଣ୍ଡ ରାଞ୍ଚି ସ୍ଥିତ ମୁଖ୍ଯମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛି ଇଡି। ଆଉ କିଛି ସମୟପରେ ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପଚରାଉଚରା କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଇଡି ଟିମ ମୁଖ୍ଯମନ୍ତ୍ରୀଙ୍କ ବାସଭବନ ମଧ୍ଯରେ ରହିଛି। ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜେରା ନେଇ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ବିରୋଧ କରିବା ସମ୍ଭାବନା ଥିବାରୁ ସୁରକ୍ଷା କଡ଼ାକଡ଼ି କରି ଦିଆଯାଇଛି। ମୁଖ୍ଯମନ୍ତ୍ରୀଙ୍କ ବାସଭବନ ଶହେ ମିଟର ମଧ୍ଯରେ ଧାରା ୧୪୪ ଲାଗୁ କରାଯାଇଛି। ଏହି ପ୍ରତିବନ୍ଧକ ରାତି ୧୦ଟା ପର୍ଯ୍ଯନ୍ତ ଲାଗୁ ରହିବ। ବହୁମାତ୍ରାରେ ସିଆରପିଏଫର ଯବାନ ମୁତୟନ ହୋଇଛନ୍ତି।

ତେବେ କୌଣସି ପ୍ରକାରର ଧାରଣା ଏବଂ ଆନ୍ଦୋଳନ ଉପରେ ରୋକ ଲଗାଯାଇଛି। ପଚରାଉଚରା ପରେ ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରାଯାଇପାରେ। ଏଥିପାଇଁ ତା ପୂର୍ବରୁ ମୁଖ୍ଯମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ହେମନ୍ତ ସୋରେନ। ଇଡିର ଘନ ଘନ ଚଢ଼ାଉ ଭିତରେ ଝାଡ଼ଖଣ୍ଡରେ ଜାରି ରହିଛି ରାଜନୈତିକ ହଲଚଲ । ଯଦି ହେମନ୍ତ ସୋରେନ୍ ଇସ୍ତଫା ଦିଅନ୍ତି ତାଙ୍କ ପତ୍ନୀ କଳ୍ପନା ସୋରେନଙ୍କୁ ସେ ମୁଖ୍ୟମନ୍ତ୍ରୀ ଘୋଷଣା କରିପାରନ୍ତି ।

ଦୁଇ ଦିନ ଧରି ହେମନ୍ତ ସୋରେନ୍ ଗାଏବ ଥିଲେ। ହଠାତ୍ ରାଞ୍ଚିରେ ପହଞ୍ଚିବା ପରେ ବିଧାୟକଙ୍କ ସହ ମିଶି ନିଜ ସରକାରର ସେ ଏକତା ପ୍ରଦର୍ଶନ କରିଛନ୍ତି।ସେପଟେ ମୁଖ୍ୟମନ୍ତ୍ରୀ ସୋରେନ୍ଙ୍କୁ ଇଡି ସମନ୍ ଓ ତାଙ୍କ ନିଖୋଜ ହୋଇଥିବା ପୋଷ୍ଟର ଜାରି କରିବାକୁ ନେଇ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ବିଜେପି ଉପରେ ବର୍ଷିଛି । ଜେଏମ୍ଏମ୍ କର୍ମୀ ସୁପ୍ରିୟୋ ଭଟ୍ଟାଚାର୍ଯ୍ୟ କହିଛନ୍ତି, ‘ନିଜ ବ୍ୟକ୍ତଗତ କାମ ପାଇଁ ଶନିବାର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇଥିଲେ। କାମ ସରିବା ପରେ ସେ ଦିଲ୍ଲୀରୁ ଫେରି ଆସିଛନ୍ତି। ମୁଖ୍ୟମନ୍ତ୍ରୀ ଜଣେ ବ୍ୟକ୍ତି ନୁହନ୍ତି, ଏକ ସଂସ୍ଥା। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଜେପି ଯେଉଁ ଶବ୍ଦ ପ୍ରୟୋଗ କରିଛି ତାହା ବିରୋଧରେ ସିଆର୍ପିସି ଧାରା ୪୯୯ ଲାଗୁ ହେଉଛି। ଖୁବଶୀଘ୍ର ମାନହାନୀ ମକଦ୍ଦମା କରିବୁ ବୋଲି ଜେଏମଏମ୍ କହିଛି ।

୪୧ ଟଙ୍କା ଆକାଉଣ୍ଟରେ ରଖି ପଞ୍ଚତାରକା ହୋଟେଲ ଯାଇଥିଲେ ମହିଳା, ବିଲ ଆସିଲା ୬ ଲକ୍ଷ

ନୂଆଦିଲ୍ଲୀ: କିଛି ଲୋକ ଥାଆନ୍ତି ଜରୁରୀଠୁ ଅଧିକା ଖର୍ଚ୍ଚ କରିଥାନ୍ତି । କିନ୍ତୁ ପାଖରେ ଟଙ୍କା ନଥାଇ କେହିଁ ଖର୍ଚ୍ଚ କରିବା ଆପଣ ଦେଖିଛନ୍ତି କି? ଦିଲ୍ଲୀର ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ ଚକିତ କରିଦେଇଛି । ଜଣେ ମହିଳାଙ୍କ ଉପରେ ୬ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ହୋଇଛି । ଜାଣନ୍ତୁ କ’ଣ ରହିଛି ପୂରା ମାମଲା ।

ଜଣେ ମହିଳା ୧୩ ଡିସେମ୍ବରରେ ମିଛ ନାଁରେ ହୋଟେଲ ବୁକିଂ କରିଥିଲେ । ୧୫ ଦିନ ଯାଏ ମହିଳା ଜଣଙ୍କ ହୋଟେଲରେ ରହିଥିଲେ । ରହିବା ଭିତରେ ତାଙ୍କର ୨ ଲକ୍ଷ ୧୧ ହଜାର ଟଙ୍କାର କେବଳ ସ୍ପା ସର୍ଭିସ ଥିଲା । ୧୫ ଦିନ ପରେ ୫ ଲକ୍ଷ ୮୦ ହଜାର ବିଲ୍ ଆସିଥିଲା । ମହିଳା ଜଣଙ୍କ UPI କରିଥିଲେ । କିନ୍ତୁ ହୋଟେଲବାଲାଙ୍କୁ କୌଣସି ବି ପେମେଣ୍ଟ ହୋଇ ନଥିଲା । ଯେତେବେଳେ ହୋଟେଲରେ ମହିଳାଙ୍କୁ ବ୍ୟାଙ୍କ ଷ୍ଟେଟମେଣ୍ଟ ଦେବାକୁ କହିଥିଲେ ସେତେବେଳେ ମହିଳା ଜଣଙ୍କ ମନା କରିଦେଇଥିଲେ । ଏହା ପରେ ମହିଳା ଜଣଙ୍କ ଦୌଡ଼ିବାକୁ ଲାଗିଲେ । ହୋଟେଲ ଷ୍ଟାପ୍ ତାଙ୍କୁ ଧରି ବ୍ୟାଙ୍କ ଆକାଉଣ୍ଟ ଚେକ୍ କଲାଠୁ ଆକାଉଣ୍ଟରେ କେବଳ ୪୧ ଟଙ୍କା ଥିଲା ।

ଏହା ପରେ ପୋଲିସ୍ ମହିଳାଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣି ଅଧିକା ତଦନ୍ତ କରୁଛି ।

ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଧସ୍ତାଧସ୍ତି, ଅଳ୍ପକେ ବର୍ତ୍ତିଲେ ରାହୁଲ

ପାଟନା: ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଏବେ ବିହାରରେ ଅଛି । କାଟିହାରରେ ରାହୁଲ ଗାନ୍ଧି ପଦଯାତ୍ରା କରିବା ବେଳେ ସେ ଲୋକଙ୍କ ସହ କଥା ହୋଇଥିଲେ । ଏହି ଯାତ୍ରା ସମୟରେ ଲୋକଙ୍କ ଠେଲାପେଲା ଯୋଗୁ ରାହୁଲଙ୍କ କାର୍ ଭାଙ୍ଗିଯାଇଛି ଏବଂ ରାହୁଲ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କାରରୁ ଓହ୍ଲାଇ ରାହୁଲ ବସରେ ବସି ଯାଇ ଲୋକଙ୍କୁ ଶାନ୍ତ କରିଥିଲେ ।

ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଆଜି ୧୮ ତମ ଦିନ । ଏହି ଯାତ୍ରା ବିହାରରୁ ପଶ୍ଚିମବଙ୍ଗକୁ ଯିବ । ବିହାରରେ ରାହୁଲ କହିଥିଲେ ଯେ, ଅନ୍ୟାୟ ବିରୋଧରେ ଜାରି ଥିବା ନ୍ୟାୟର ମହାଯାତ୍ରାକୁ ଲୋକଙ୍କ ସମର୍ଥନ ମିଳିଥିଲା । ଏହି ଯାତ୍ରା ଜାରି ରହିବ ।