ଆଜି ପବିତ୍ର ପଙ୍କ ଉଦ୍ଧାର ଏକାଦଶୀ, ଶ୍ରୀଲୋକନାଥ ପୀଠରେ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ: ଆଜି ପବିତ୍ର ପଙ୍କ ଉଦ୍ଧାର ଏକାଦଶୀ। ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥଙ୍କ ମନ୍ଦିରରେ ଦିବ୍ୟ ଦର୍ଶନ ପାଇଁ ସକାଳୁ ସକାଳୁ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ବର୍ଷ ତମାମ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରଦତ୍ତ ଭୋଗ ନୈବେଦ୍ୟ କଢ଼ା ଯାଇନଥିବା ବେଳେ ଆଜି ଏକାଦଶୀରେ ଏସବୁକୁ ବାହାର କରାଯାଇଛି।

ଏ ନେଇ ଆଜି ବଡି ଭୋରରୁ ସ୍ବତନ୍ତ୍ର ନୀତିକାନ୍ତି କରାଯିବା ସହ ମନ୍ଦିର ଦ୍ବାର ଖୋଲିଥିଲା। ପରେ ନୀତି କରାଯାଇ ପଙ୍କ ଉଦ୍ଧାର କାର୍ଯ୍ୟ କରାଯାଇଥିବା ବେଳେ ନୀତି ଶେଷ ପରେ ସର୍ବସାଧାରଣ ଦର୍ଶନ ଚାଲିଛି।