spot_img
Home Blog Page 2150

ବଜେଟ୍ ୨୦୨୪ : କରଦାତ୍ତାଙ୍କୁ କେବଳ ‘ଥ୍ୟାଙ୍କ୍ ୟୁ’ ,ମିଳିଲାନି କୌଣସି ରିହାତି

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ୍ ଉପସ୍ଥାପନ କରିଛନ୍ତି। ଚଳିତବର୍ଷ ନିର୍ମଳା ସୀତାରମଣ ଷଷ୍ଠ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ତାଙ୍କର ଏହି ବଜେଟ୍ ଉପସ୍ଥାପନା ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା ​​| ଅର୍ଥମନ୍ତ୍ରୀ ସରକାରୀ ଯୋଜନା ସହିତ ବଜେଟ୍ ଆରମ୍ଭ କରି ମଧ୍ୟବିତ୍ତଙ୍କ ଯୋଜନାରେ ଶେଷ କରିଥିଲେ। ଆୟକର ସ୍ଲାବରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସେ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁଏକ ବଡ଼ ଝଟକା, କାରଣ ପ୍ରତ୍ୟେକ ଥର ସେମାନେ ସ୍ଲାବରେ ଆଶ୍ୱସ୍ତିର ଆଶା ନେଇ ବଜେଟକୁ ଅପେକ୍ଷା କରିଥାନ୍ତି |

କରଦାତ୍ତା ଆଶା କରିଥିଲେ ଭୋଟ୍ ବର୍ଷ ହୋଇଥିବାରୁ ଅର୍ଥମନ୍ତ୍ରୀ କରଦାତ୍ତାଙ୍କୁ କିଛି ଆଶ୍ୱାସ୍ତି ଦେବେ , କିନ୍ତୁ ସେମିତି କିଛି ବଡ଼ ପରିବର୍ତ୍ତନ ଘଟିଲାନାହିଁ। ଅର୍ଥମନ୍ତ୍ରୀ କରଦାତ୍ତାଙ୍କୁ କେବଳ ‘ଥ୍ଯାଙ୍କ ୟୁ ’ ଧରେଇ ଦେଇ ଯାଇଛନ୍ତି । ଟ୍ୟାକ୍ସ ବ୍ରାକେଟ ହ୍ରାସ କିମ୍ବା ଅନ୍ୟକିଛି ରିହାତି କଥା କହିନାହନ୍ତି । ଅର୍ଥମନ୍ତ୍ରୀ ତାଙ୍କ ଭାଷଣରେ ଗତ ୧୦ ବର୍ଷରେ ଆୟକର ଦାତ୍ତାଙ୍କ ସଂଖ୍ୟା ୨.୪୦ ଗୁଣ ବଢିଛି ବୋଲି କହିଥିଲେ । ଏହି ଆୟକରଦାତ୍ତାଙ୍କ କର ଟଙ୍କାର ସଠିକ ଉପଯୋଗ ହେଉଛି ବୋଲି ମଧ୍ୟ ସେ କହିଥିଲେ । ଆୟକର ଦେଉଥିବା ନାଗରିକଙ୍କୁ ଦେଶର ବିକାଶରେ ସେମାନଙ୍କ ଅବଦାନ ପାଇଁ ଧନ୍ୟବାଦ ଜଣାଇଥିଲେ । କିନ୍ତୁ କୌଣସି ରିହାତି ଘୋଷଣା କରିନଥିଲେ । ପୂର୍ବଭଳି ଟ୍ୟାକ୍ସ ବ୍ରାକେଟ୍ ଜାରି ରହିବ ବୋଲି କହିଥିଲେ ।ସୂଚନାଯୋଗ୍ୟ ଯେ, ଆଜିର ବଜେଟରେ ପ୍ରତ୍ୟକ୍ଷ କିମ୍ବା ଅପ୍ରତ୍ୟକ୍ଷ କର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଆୟକର ସୀମା ଅପରିବର୍ତ୍ତିତ

ଅପରିବର୍ତ୍ତିତ ରହିଲା ଆୟକର ସୀମା । ଆୟକର ସ୍ଲାବରେ ସରକାର କୌଣସି ପରିବର୍ତ୍ତନ କରିନାହାନ୍ତି । ଡାଇରେକ୍ଟ ଓ ଇନଡାଇରେକ୍ଟ ଟ୍ୟାକ୍ ଅପରିବର୍ତ୍ତିତ ରଖାଯାଇଛି । ଅର୍ଥାତ ପୂର୍ବରୁ ଥିବା ଟ୍ୟାକ୍ସ ସ୍ଲାବ ପ୍ରଯୁଜ୍ୟ ରହିବ ।

ବନ୍ଦେ ଭାରତ ସହିତ ୪୦ହଜାର ବଗି ସଂଯୋଗ ହେବ

ରେଳବାଇ ପାଇଁ ଘୋଷଣା କରିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଯାତ୍ରୀଙ୍କ ସୁରକ୍ଷା, ସୁବିଧା ଏବଂ ଆରାମ ପାଇଁ ୪୦ହଜାର ସାଧାରଣ ରେଳ ବଗିକୁ ବନ୍ଦେ ଭାରତ ବଗି ଭଳି କରାଯିବ ।

ସ୍କିଲ ଇଣ୍ଡିଆ ୧.୪ କୋଟି ଲୋକଙ୍କୁ ତାଲିମ ଦେଇଛି

ନିର୍ମଳା ସୀତାରମଣ କହିଛନ୍ତି ଯେ ସ୍କିଲ ଇଣ୍ଡିଆ ମିଶନ ୧.୪ କୋଟି ଯୁବକଙ୍କୁ ତାଲିମ ଦେଇଛି । ୫୪ ଲକ୍ଷ ଯୁବକଙ୍କୁ ମଗଣା ତାଲିମ ଦିଆଯାଇଛି ଏବଂ ଏବଂ ୩ ହଜାର ନୂଆ ଆଇଟିଆଇ ଅନୁଷ୍ଠାନ ସ୍ଥାପନ  ହୋଇଛି | ଏଥିସହିତ ବହୁ ସଂଖ୍ୟକ ଅନୁଷ୍ଠାନ ଉଚ୍ଚଶିକ୍ଷା କେନ୍ଦ୍ର, ୭ଟି ଆଇଆଇଟି(IIT) , ୧୬ଟି ଆଇଆଇଆଇଟି(IIIT),୭ଟି ଆଇଆଇଏମ୍ (IIM), ୧୫ଟି ଏଆଇଏମ୍ଏସ୍ ଏବଂ ୩୯୦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି।

୩ କୋଟି ମହିଳା ହେବେ ଲକ୍ଷପତି ଦିଦି

୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯିବ। ଅନ୍ତରୀଣ ବଜେଟରେ ଅର୍ଥମନ୍ତ୍ରୀ ଏହି ଘୋଷଣା କରି ମହିଳା ଭୋଟବ୍ୟାଙ୍କୁ ଆକର୍ଷିତ କରିଛନ୍ତି। ସେ କହିଛନ୍ତି ଏଯାବତ୍‌ ୧ କୋଟି ମହିଳାଙ୍କୁ ଲକ୍ଷପତି ଦିଦି ତିଆରି କରାଯାଇଛି। ଏହି ଲକ୍ଷ୍ୟକୁ ୨ କୋଟିରୁ ବୃଦ୍ଧି କରି ୩ କୋଟି କରାଯିବ। ଅର୍ଥାତ ସରକାର ଆଉ ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯିବ ବୋଲି ଘୋଷଣା କରିଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ କାର୍ଯ୍ୟକାରୀ ହେବ ଲକ୍ଷପତି ଦିଦି ଯୋଜନା।  ସ୍ବୟଂସହାୟକ ଗୋଷ୍ଠୀ ମାଙ୍କୁ ମିଳିବ ଡ୍ରୋନ। ଏମାନଙ୍କୁ ଡ୍ରୋନ ଚଳାଇବା ଏବଂ ମରାମତି ପ୍ରଶିକ୍ଷଣ ଦିଆଯିବ। ଡ୍ରୋନ ପାଇଲଟ ମହିଳାଙ୍କୁ ମିଳିବ ମାସିକ ୧୫ ହଜାର ଟଙ୍କା।  ସେହିଭଳି ମହିଳାଙ୍କ ଭିତରେ ବଢୁଥିବା ସର୍ଭାଇକାଲ ସରଭାଇକାଲ କ୍ୟାନସର ପାଇଁ ଟିକାକରଣ ବୃଦ୍ଧି କରାଯିବ। ଏହି ରୋଗର ସମ୍ପୂର୍ଣ୍ଣ ନିରାକରଣ ଦିଗରେ କାମ କରାଯିବ। ଏଥିପାଇଁ ୯ରୁ ୧୪ ବର୍ଷର ଝିଅମାନଙ୍କୁ ବିନାମୂଲ୍ୟରେ ଟିକା ଦିଆଯିବ। ମାତୃଶକ୍ତି ଓ ଶିଶୁକନ୍ୟାମାନଙ୍କ ପାଇଁ ନୂଆ କାର୍ଯ୍ୟକ୍ରମ ଅଣାଯିବ। ଏବଂ ସେମାନଙ୍କୁ ତାହାର ଲାଭ ପ୍ରଦାନ କରାଯିବ ବୋଲି ବଜେଟରେ ଘୋଷଣା କରାଯାଇଛି।  ସରକାରଙ୍କ ଫୋକସରେ ମହିଳା, ଯୁବପିଢି, ଗରିବ ଓ ଚାଷୀ ରହିଥିବା ଦର୍ଶାଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ ୭୦ ପ୍ରତିଶତ ମହିଳାଙ୍କ ନାଁରେ ଘର ତିଆରି ହୋଇଛି। ଆୟୁଷ୍ମାନ ଭାରତ ଯୋଜନାରେ ମଧ୍ଯ ସରକାର ବଡ଼ ପରିବର୍ତ୍ତନ କରୁଥିବା ବେଳେ  ଅଙ୍ଗନବାଡ଼ି କର୍ମଚାରୀଙ୍କୁ ସରକାର ଏଥିରେ ସାମିଲ କରିଥିବା ଅର୍ଥମନ୍ତ୍ରୀ କହିଛନ୍ତି।

୨କୋଟି ଘର ଏବଂ ମାଗଣା ବିଦ୍ୟୁତ୍

ନିର୍ମଳା ସୀତାରମଣ କହିଛନ୍ତି ଯେ, ଏହି ବଜେଟ୍ ଆତ୍ମୀୟତା ନୁହେଁ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବ। ଦେଶରେ ଯୁବକମାନଙ୍କ ଉପରେ ବହୁତ ବିଶ୍ୱାସ ରହିଛି | ଆମେ ସାମଗ୍ରିକ ବିକାଶ ଉପରେ ଧ୍ୟାନ ଦେଉଛୁ | ଆମର ଅର୍ଥନୀତି ବହୁତ ଭଲ କାମ କରୁଛି | ଲୋକଙ୍କ ଆଶା ବହୁତ ବଢିଛି | ଅର୍ଥମନ୍ତ୍ରୀ କହିଛନ୍ତି ଯେ ଆମ ସରକାର ମଧ୍ୟ ବିକାଶ ପାଇଁ ରାଜ୍ୟମାନଙ୍କୁ ସାହାଯ୍ୟ କରିବେ। ଆସନ୍ତା ୫ ବର୍ଷରେ ୨ କୋଟି ଅଧିକ ଘର ନିର୍ମାଣ କରାଯିବ | ଏଥିସହିତ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇବା ପାଇଁ ଲକ୍ଷ୍ୟ ରଖାଯାଇଛି |

୮୦ କୋଟି ଲୋକଙ୍କୁ ଦିଆଯାଇଛି ମାଗଣା ଖାଦ୍ୟ

ଅର୍ଥନୀତିରେ ସକରାତ୍ମକ ପରିବର୍ତ୍ତନ ଦେଖାଯାଉଛି ବୋଲି ସୀତାରମଣ କହିଛନ୍ତି | ସେ କହିଛନ୍ତି ଯେ ଆମ ସରକାର ପ୍ରତ୍ୟେକ ପରିବାରକୁ ଜଳ, ବିଦ୍ୟୁତ, ଗ୍ୟାସ, ଆର୍ଥିକ ସେବା ଏବଂ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ କାର୍ଯ୍ୟ କରିଛନ୍ତି।  ଖାଦ୍ୟଶସ୍ୟର ଚିନ୍ତା ଦୂର ହୋଇଛି,ଏଥିସହିତ ୮୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଇଛି। ସଭିଙ୍କର ମୌଳିକ ଆବଶ୍ୟକତା ପୂରଣ ହୋଇଛି, ଯେଉଁଥିପାଇଁ ଗ୍ରାମାଞ୍ଚଳର ଲୋକଙ୍କ ଆୟ ବୃଦ୍ଧି ପାଇଛି | ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବ ।

 

୩0 ବର୍ଷ ପରେ ଜ୍ଞାନବ୍ୟାପୀ ପୂଜାର୍ଚ୍ଚନା, କୋର୍ଟ ଅନୁମତି ପରେ ପୂଜା ଆରମ୍ଭ

ନୂଆଦିଲ୍ଲୀ : ୩0 ବର୍ଷ ପରେ ଜ୍ଞାନବ୍ୟାପୀ ମସଜିଦରେ ମଙ୍ଗଳା ଗୌରୀଙ୍କ ଭବ୍ୟ ପୂଜାର୍ଚ୍ଚନା । କୋର୍ଟଙ୍କ ଅନୁମତି ପରେ ଭୋରରୁ ପୂଜାର୍ଚ୍ଚନା କରିଛନ୍ତି ପୂଜକ । ଯାହା ପାଇଁ ରାତି ୧.୩୦ରୁ ଆରମ୍ଭ ହୋଇଯାଇଥିଲା ପ୍ରସ୍ତୁତି । ଏହି ପୂଜାରେ ସାମିଲ ହେବା ପାଇଁ ବହୁ ସଂଖ୍ୟାରେ ଭକ୍ତ ମଧ୍ୟ ଏକାଠି ହୋଇଥିଲେ  । କିନ୍ତୁ କିଛି ପ୍ରମୁଖ ଲୋକଙ୍କ କେବଳ ଏହି ପୂଜାରେ ସାମିଲ ହୋଇଥିଲେ ଏବଂ ଅନ୍ୟ ସଭିଙ୍କୁ ବ୍ୟାରିକେଟ୍ ଲଗାଇ ଅଟକାଇ ଦେଇଥିଲେ  । ସୂଚନା ରହିଛି ଯେ, ଆସନ୍ତା ୨-୩ ଦିନ ଭିତରେ ଏଠାକୁ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଖୋଲାଯିବ ।

ସୂଚନା ଅନୁସାରେ ଆଜି ରାତି ୩ଟାରୁ କାଶୀ ବିଶ୍ୱନାଥ ମନ୍ଦିରର ପୂଜକ ମାନଙ୍କ ଦ୍ୱାରା ‘ବ୍ୟାସ୍ କା ତହଖାନା’ରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ୩୦ବର୍ଷ ପରେ ପୁଣିଥରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏହି ପୂଜାର୍ଚ୍ଚନାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ସପ୍ତାହକ ମଧ୍ୟରେ ଏହା ପରିସରରୁ ବ୍ୟାରିକେଡ ହଟାଇବାକୁ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶ ରହିଛି ।

 

ବଜେଟ୍ ଦିନ ମହଙ୍ଗା ଝଟକା , ମହଙ୍ଗା ହେଲା ଏଲପିଜି ସିଲିଣ୍ଡର

ନୂଆଦିଲ୍ଲୀ : ବଜେଟ୍ ଦିନ ମହଙ୍ଗା ଝଟକା । ବଢିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର । ଅଏଲ ମାର୍କେଟିଙ୍ଗ କମ୍ପାନୀଗୁଡିକ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି କରିଛନ୍ତି । ପ୍ରତି କମର୍ସିଆଲ ସିଲିଣ୍ଡର ପିଛା ୧୪ ଟଙ୍କା ବୃଦ୍ଧି ହୋଇଛି । ଏହାପରେ ଦିଲ୍ଲୀରେ କମର୍ସିଆଲ ସିଲିଣ୍ଡରର ଦର ୧୭୬୯. ୫୦ ଟଙ୍କାରେ ପହଞ୍ଚିଛି ।

ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀଣ ବଜେଟ୍ ଆଗତ କରିବେ । କିନ୍ତୁ ଏହା ପୂର୍ବରୁ ଦେଶରେ ଏଲପିଜି ଦର ବୃଦ୍ଧି ଘଟିଛି । ଦର ବୃଦ୍ଧି ପରେ ଦିଲ୍ଲୀରେ ୧୯ କେଜି ଏଲପିଜି ସିଲିଣ୍ଡର ଦର ୧୭୫୫.୫୦ ଟଙ୍କାରୁ ବୃଦ୍ଧି ହୋଇ ୧୭୬୯.୫୦ ଟଙ୍କାରେ ପହଞ୍ଚିଛି । ସେହିପରି କୋଲକାତାରେ ସିଲିଣ୍ଡର ୧୮୬୯,୦୦ ଟଙ୍କାରୁ ବୃଦ୍ଧି ପାଇ ୧୮୮୭ ଟଙ୍କାରେ ପହଞ୍ଚିଛି , ମୁମ୍ବାଇରେ ୧୯ କେଜି ସିଲିଣ୍ଡର ଦର ୧୭୦୮ରୁ ବଢି ୧୭୨୩ଟଙ୍କାରେ ପହଞ୍ଚିଛି । ସେହିପରି ଚେନ୍ନାଇରେ କମର୍ସିଆଲ ସିଲିଣ୍ଡର ଦର ୧୯୨୪. ୫୦ଟଙ୍କାରୁ ବଢି ୧୯୩୭ ଟଙ୍କାରେ ପହଞ୍ଚିଛି ।

ରାଜ୍ୟରେ ପୁଣି ରାଜ କରିବ କୋହଲା ପାଗ, ସକ୍ରିୟ ରହିଛି ପଶ୍ଚିମା ଝଡ଼

ଭୁବନେଶ୍ୱର : ରାଜ୍ୟରେ ପୁଣି ରାଜ କରିବ କୋହଲା ପାଗ । ଆଜିଠୁ ଦକ୍ଷିଣ ଓଡିଶାରେ ହାଲୁକା କୁହୁଡି ସହ ଉତ୍ତର ଓଡିଶାରେ ହାଲୁକା ବର୍ଷା କରିବ ଅସ୍ତବ୍ୟସ୍ତ । ରାଜ୍ୟରେ ସକ୍ରିୟ ଥିବା ପଶ୍ଚିମା ଝଡ ପ୍ରଭାବରେ ଉତ୍ତର ଓଡ଼ିଶାର ସୁନ୍ଦରଗଡ, ଝାରସୁଗୁଡ଼ା, କେନ୍ଦୁଝର ଏବଂ ମୟୂରଭଞ୍ଜରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସେହିଭଳି ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର ଏବଂ କେନ୍ଦୁଝରରେ ବର୍ଷା ନେଇ ଆକଳନ କରାଯାଇଛି । ୩ ତାରିଖ ବେଳକୁ ରାଜ୍ୟରେ ପୁଣି ପାଗରେ ପରିବର୍ତ୍ତନ ହେବ। ଅଧିକାଂଶ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି। ସେପଟେ ବାୟୁମଣ୍ଡଳରେ ଜଳିୟବାଷ୍ପ ର ପରିମାଣ ଅଧିକ ରହୁଥିବା ରୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୂତ ହେବ। ବିଶେଷ କରି କୋରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ ଏବଂ ନୟାଗଡ଼ରେ ହାଲୁକା କୁହୁଡି ଦୃଶ୍ୟମାନ ହେବ। ବର୍ତ୍ତମାନ ଓଡିଶା ଉପରେ କୌଣସି ପାଣିପାଗ ନିୟାମକ ନଥିବା ରୁ ୪, ୫ ଏବଂ ୬ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାର ପାଗ ଶୁଖିଲା ରହିବ ।

ବାଣିଜ୍ୟ କ୍ଷେତ୍ରରେ ବିପ୍ଳବ ଆଣିବ ଓଡ଼ିଶା, ଆକାଶ ର୍ମାଗରେ ହେବ କାର୍ଗୋ ସେବା

ଭୁବନେଶ୍ୱର : ବାଣିଜ୍ୟ କ୍ଷେତ୍ରରେ ବିପ୍ଳବ ଆଣିବ ଓଡ଼ିଶା, ଆକାଶ ର୍ମାଗରେ ହେବ କାର୍ଗୋ ସେବା । ଭୁବନେଶ୍ଵର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଆରମ୍ଭ ହେଲା ଅନ୍ତରାଷ୍ଟ୍ରୀୟ ଏୟାର କାର୍ଗୋ ସେବା । ଏହାଦ୍ବାରା ଆମଦାନୀ ରପ୍ତାନି ସହଜ ହେବ । ଅନ୍ତରାଷ୍ଟ୍ରୀୟ କନେକ୍ଟିଭିଟି ସହ ମିଳିବ ଇଣ୍ଟରନ୍ଯାାସନାଲ ଏୟାର କାର୍ଗୋ ସେବା ।

ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ଆଇ କ୍ଲାସ ନାମକ ସଂସ୍ଥାକୁ ୨ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଏହି ସେବା ମାଧ୍ୟମରେ କ୍ଷୁଦ୍ର ଉଦ୍ୟୋଗପତି ଅଧିକ ସୁବିଧା ପାଇପାରିବେ ବୋଲି କହିଛନ୍ତି ଏମଏସଏମଇ ବିଭାଗ ମନ୍ତ୍ରୀ ପ୍ରତାପ ଦେବ । ସହଜରେ ଓ ସୁବିଧାରେ ଭୁବନେଶ୍ଵର ବିମାନ ବନ୍ଦରରୁ ଓଡ଼ିଶାର ସାମୁଦ୍ରିକ ମାଛ ,କଙ୍କଡା, ଚିଙ୍ଗୁଡ଼ି, ମସ ଲା, କୃଷି ଓ କୃଷିଜାତ ସାମଗ୍ରୀ, ଇଲେକ୍ଟ୍ରୋନିକ ସାମଗ୍ରୀ, ଔଷଧ, ହସ୍ତତନ୍ତ ,ଖାଦ୍ୟ ପ୍ରକ୍ରିୟାକରଣ ସାମଗ୍ରୀ, ମିଲେଟ ସିଧାସଳଖ ବିଦେଶ ପଠାଯାଇପାରିବ ।

ରପ୍ତନୀ ପାଇଁ ଅନ୍ୟ କୌଣସି ବିମାନ ବନ୍ଦର ଉପରେ ନିର୍ଭର କରିବାକୁ ପଡ଼ିବନି । ଓଡିଶାରୁ ବାର୍ଷିକ ୧୯ ହଜାର କୋଟି ଟଙ୍କାର ଖାଦ୍ୟ ପ୍ରକ୍ରିୟାକରଣ ସାମଗ୍ରୀ ବିଦେଶ କୁ ରପ୍ତାନି କରାଯାଇଥାଏ । ଏହା ମଧ୍ୟରୁ ପ୍ରାୟ ୧୦ ହଜାର କୋଟିଁ ଟଙ୍କାର ଚିଙ୍ଗୁଡ଼ି କଙ୍କଡା ସହ ସାମୁଦ୍ରିକ ମାଛ ବିଦେଶକୁ ରପ୍ତାନି କରାଯାଉଥିବା ନେଇ ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ବିମାନ ବନ୍ଦରରେ କଷ୍ଟମ, ଇମିଗ୍ରେସନ, ସହ cisf ସହଯୋଗ କରିବେ। ଏହି ସେବା ଆରମ୍ଭ ଦ୍ବାରା ଓଡ଼ିଶାର ଅର୍ଥନୌତିକ ବିକାଶ ହୋଇପାରିବ ବୋଲି କହିଛନ୍ତି ବୁଦ୍ଧିଜୀବୀ ।

କେନ୍ଦ୍ର ବଜେଟ କାଉଣ୍ଟଡାଉନ; ରହିଛି ଦେଶବାସୀଙ୍କ ନଜର

ନୂଆଦିଲ୍ଲୀ : କେନ୍ଦ୍ର ବଜେଟ କାଉଣ୍ଟଡାଉନ । ମୁଣ୍ଡ ଉପରେ ସାଧାରଣ ନିର୍ବାଚନ । ଏହାରି ଭିତରେ ଆଜି ଆସିବ କେନ୍ଦ୍ର ବଜେଟ । ଅନ୍ତରୀଣ ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଷଷ୍ଠ ଥର ଲାଗି ବଜେଟ ଆଗତ କରିବେ ନିର୍ମଳା । ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଏହା ହେଉଛି ଶେଷ ବଜେଟ । ଦିନ ୧୧ଟା ବେଳେ ସଂସଦରେ ବଜେଟ ଆଗତ ହେବ । ନିର୍ବାଚନୀ ବଜେଟରେ ସବୁ ବର୍ଗକୁ ଖୁସି କରିବାକୁ ପ୍ରୟାସ କରିବେ କେନ୍ଦ୍ର ସରକାର ।

ଆୟକର ସୀମାଠାରୁ ଆରମ୍ଭ କରି ଶିଳ୍ପ, ଭିତ୍ତିଭୂମି ଆଦି ଉପରେ କଣ ରହିବ ସରକାରଙ୍କ ଫୋକସ ସେଥିପ୍ରତି ଦେଶବାସୀଙ୍କ ରହିଛି ନଜର । ବଜେଟରେ କେଉଁ କ୍ଷେତ୍ରକୁ ମିଳିବ ଫୋକସ? ନିର୍ବାଚନୀ ବର୍ଷରେ କାମଚଳା ବଜେଟ ଆସୁଥିଲେ ମଧ୍ୟ ଦେଶବାସୀଙ୍କ ନଜର ବଜେଟ ଉପରେ ରହିବ । ମୁଦ୍ରାସ୍ଫୀତି ନିୟନ୍ତ୍ରଣ ସାଙ୍ଗକୁ ଦରଦାମ ବୃଦ୍ଧି ଉପରେ ରୋକ ଲଗାଇବା ଅର୍ଥମନ୍ତ୍ରୀଙ୍କ ପାଇଁ ବଡ଼ ଆହ୍ବାନ ହେବ ।

ଅଧିକ ନିଯୁକ୍ତି ସୃଷ୍ଟି କରିବାକୁ କ୍ୟାପିଟାଲ ଏକ୍ସପେଣ୍ଡିଚର ଉପରେ ଫୋକସ କରିବେ କେନ୍ଦ୍ର ସରକାର । ଆୟକର ଟିକସ ସ୍ଲାବରେ ବିଶେଷ କିଛି ପରିବର୍ତ୍ତନ ନେଇ ଆଶଙ୍କାରେ ଚାର୍ଟାର୍ଡ଼ ଆକାଉଣ୍ଟାଣ୍ଟ । ଚାଷୀ, ଶ୍ରମିକ, ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ପାଇଁ କିଛି ଉପହାର ବଜେଟରେ ମିଳିବାର ସମ୍ଭାବନା ରହିଛି। ହେଲେ ଏଥର ଅନ୍ତରୀଣ ବଜେଟ ଆସିବାକୁ ଥିବାରୁ ପଲିସିରେ ବିଶେଷ କିଛି ପରିବର୍ତ୍ତନ ହୋଇନପାରେ। ଭିତ୍ତିଭୂମି ଉପରେ ସରକାରଙ୍କ ଫୋକସ ଗତବର୍ଷ ଭଳି ଏଥର ବି ଜାରି ରହିପାରେ ।

ବଢ଼ିଲା କାଳିଆ ଛାତ୍ରବୃତ୍ତି ଅନଲାଇନ ଆବେଦନ ସମୟସୀମା

ଭୁବନେଶ୍ବର: କାଳିଆ ଛାତ୍ରବୃତ୍ତି ଅନଲାଇନ ଆବେଦନ ସମୟସୀମା ଫେବୃଆରୀ ୮ ତାରିଖକୁ ବୃଦ୍ଧି ହୋଇଛି । ଜାନୁୟାରୀ ୩୧ ତାରିଖରେ ଏହି ଅବଧି ସରିବାକୁ ଥିବାବେଳେ ଫେବୃଆରୀ ୮ ତାରିଖକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସମୟସୀମା ବୃଦ୍ଧି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । କାଳିଆ ହିତାଧିକାରୀଙ୍କ ପିଲାମାନେ ରାଜ୍ୟର ଉଭୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ ପ୍ରିମିୟର ଶିକ୍ଷାନୁଷ୍ଠାନରେ ବୈଷୟିକ ଶିକ୍ଷାନୁଷ୍ଠାନ ନିମନ୍ତେ କାଳିଆ ଛାତ୍ରବୃତ୍ତି ପାଇବା ପାଇଁ ଅନଲାଇନରେ ଆବେଦନ କରିପାରିବେ । ଜାନୁଆରୀ ୯ ତାରିଖରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଏହି ପୋର୍ଟାଲ  ଖୋଲା ରଖିବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଥିଲା । ମାତ୍ର କାଳିଆ ଛାତ୍ରବୃତ୍ତି ନିମନ୍ତେ ପିଲାମାନଙ୍କ ମଧ୍ୟରେ ଆଗ୍ରହ ଏବଂ ଆବେଦନ ସମୟସୀମା ବୃଦ୍ଧି ନିମନ୍ତେ ଅନେକ ଛାତ୍ରଛାତ୍ରୀଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ  ପରାମର୍ଶ କ୍ରମେ ଅନଲାଇନ ଆବେଦନ ସମୟସୀମା ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି  ।

ଭାରତର କେଉଁ ସହରକୁ ପ୍ରଥମେ ଆସିଥିଲା କାର?

ନନ୍ଦିଘୋଷ ବ୍ୟୁରୋ: ଭାରତର ଛୋଟ ହେଉ କିମ୍ବା ବଡ ସହରକୁ  ଯାଆନ୍ତୁ, ରାସ୍ତାରେ ଅଗଣିତ କାର ଚାଲୁଥିବାର ନଜର ଆସିବ। କିନ୍ତୁ ଆପଣ ଜାଣନ୍ତି କି ଯେତେବେଳେ ଭାରତକୁ ପ୍ରଥମେ କାର୍ ଆସିଥିଲା ଏହା କେଉଁ ସହରକୁ ଆସିଥିଲା। ଆପଣ ଭାବୁଥିବେ ଦିଲ୍ଲୀ କିମ୍ବା ମୁମ୍ବାଇ ପରି ବଡ ସହରକୁ ପ୍ରଥମେ କାର୍ ଆସିଥିବ। ଯେଉଁଠାରେ ଦେଶର ସବୁଠାରୁ ଧନୀ ଲୋକ ବାସ କରନ୍ତି। ଯଦି ଆପଣ ଏଭଳି ଭାବୁଛନ୍ତି ତେବେ ଏହା ସମ୍ପୂର୍ଣ୍ଣ ଭୁଲ। ବାସ୍ତବରେ ଦେଶର ପ୍ରଥମ କାର କଲିକତାରେ ପହଞ୍ଚିଥିଲା। କାରଣ ସେତେବେଳେ କଲିକତା ଭାରତର ଏପରି ଏକ ସହର ଥିଲା ଯାହା ନିଜର ଶିଳ୍ପ ଉଦ୍ୟଗ ପାଇଁ ଜଣାଶୁଣା ଥିଲା। ଏହି କାରଣରୁ କଲିକତାରେ ଅନେକ ଧନୀ ଲୋକ ଥିଲେ ତେଣୁ ଭାରତକୁ ପ୍ରଥମ କାର ୧୮୯୭ରେ ଆସିଥିଲା। ୧୮୯୭ ମସିହାରେ ଭାରତର ପ୍ରଥମ କାର କିଣାଯାଇଥିଲା। ଏହି କାରଟି ଫ୍ରାନ୍ସର ଡେଡିଅନ୍ ଥିଲା। ଏହାକୁ କିଣିଥିଲେ କ୍ରମ୍ପଟନ୍ ଗ୍ରୀଭସ୍ କମ୍ପାନୀ ସହିତ ଜଡିତ ଶ୍ରୀ ଫୋଷ୍ଟର। ଯେତେବେଳେ କଲିକତାରେ ଏହି କାରର ଶୁଭାରମ୍ଭ ପାଇଁ ବିଜ୍ଞାପନ ଲାଗିଥିଲା ସେତେବେଳେ କୋଲାତା ରାସ୍ତାରେ ଦେଖିବାକୁ ମିଳିଥିଲା ଲୋକଙ୍କ ଗହଳି। ତେବେ ଟାଟା ଗ୍ରୁର ମୁଖ୍ୟ ଜାମସେଦ୍ ଜି ଟାଟା ପ୍ରଥମ ଭାରତୀୟ ଯିଏକି ପ୍ରଥମେ କାର କିଣିଥିଲେ। ୧୮୯୮ରେ ଜାମସେଦ ଜି ଟାଟା ଏହି କାର କିଣିଥିଲେ। ଯେତେବେଳେ ଜାମସେଦ ଟାଟା ଏହି କାର କିଣିଥିଲେ ସେତେବେଳେ ମୁମ୍ବାଇରେ ଆଉ ୩ଟି କାର ବିକ୍ରି ହୋଇଥିଲା। ଏହାକୁ ପାର୍ସୀ ସମ୍ପ୍ରଦାୟର ଲୋକ କିଣିଥିଲେ।

ସ୍କୁଲ ଭିତରେ ଫୁଟିଲା ଗୁଳି, ସାଙ୍ଘାତିକ ହେଲା ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପ୍ରେମ

ନନ୍ଦିଘୋଷ ବ୍ୟୁରୋ: ଜଣେ ଶିକ୍ଷୟିତ୍ରୀଙ୍କ ପ୍ରେମ ପଡ଼ିଥିଲେ ଦୁଇ ଜଣ ଶିକ୍ଷକ। ଏକାସଙ୍ଗରେ ଦୁଇ ଜଣଙ୍କ ସହ ରୋମାନ୍ସ କରୁଥିଲେ ଶିକ୍ଷୟିତ୍ରୀ। ହେଲେ ଶିକ୍ଷୟିତ୍ରୀଙ୍କ ପ୍ରେମ ଜଟିଳ ଫର୍ମୁଲାକୁ ବୁଝି ପାରି ନଥିଲେ ଦୁଇ ଶିକ୍ଷକ । ଶେଷରେ ଏହି ତ୍ରିପାକ୍ଷିକ ପ୍ରେମ କାହାଣୀ ଭୟଙ୍କର ରୂପ ନେଇଛି। ସ୍କୁଲ ଭିତରେ ଫୁଟିଛି ଗୁଳି। ଜଣେ ଶିକ୍ଷକ ପ୍ରେମରେ ଧୋକା ଖାଇବା ପରେ ଶିକ୍ଷୟିତ୍ରୀ ଓ ତାଙ୍କର ସହଯୋଗୀ ଶିକ୍ଷକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଦୁଇ ଜଣଙ୍କୁ ହତ୍ୟା କରିବା ପରେ ଶିକ୍ଷକ ଜଣଙ୍କ ନିଜ ମୁଣ୍ଡକୁ ମଧ୍ୟ ଗୁଳି କରି ଦେଇଛନ୍ତି। ଏବେ ସେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । ଝାରଖଣ୍ଡର ଗୋଡ୍ଡା ଜିଲ୍ଲାରେ ଥିବା ଗୋଟିଏ ସରକାରୀ ସ୍କୁଲରେ ଏପରି ଘଟଣା ଘଟିଛି। ପୁଲିସ୍ କହିଛି ଯେ ରାଜଧାନୀ ରାଞ୍ଚି ଠାରୁ ୩୦୦ କିମି ଦୂର ପୋରାଇୟାହାଟ ଅଞ୍ଚଳରେ ଥିବା ଛାତ୍ରା ଅପଗ୍ରେଡେଡ ସ୍କୁଲରେ ୩ ଜଣ ଯାକ ପିଲାଙ୍କୁ ପାଠ ପଢ଼ାଉଥିଲେ। ସ୍କୁଲ ଚାଲିଥିବା ବେଳେ ଏହି ଘଟଣା ଘଟିଛି। ସ୍କୁଲର ଗୋଟିଏ ରୁମରୁ ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ସେହିପରି ଅଭିଯୁକ୍ତ ଶିକ୍ଷକ ଗୁଳିମାଡ଼ରେ ଗୁରୁତର ଆହତ ହୋଇଛନ୍ତି । ଗୁଳିମାଡ଼ର ଶବ୍ଦ ଶୁଣି ସ୍କୁଲର ପିଲା ଓ ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀମାନେ ରୁମ ଆଡ଼କୁ ଦୌଡ଼ିଥିଲେ।

କିନ୍ତୁ ଉକ୍ତ ରୁମଟି ଭିତରୁ ବନ୍ଦ ରହିଥିଲା । ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲା। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚିବା ସହ କବାଟ ଭାଙ୍ଗି ରୁମ ଭିତରକୁ ପଶିଥିଲା। କିନ୍ତୁ ସେତେବେଳକୁ ଦୁଇ ଜଣଙ୍କର ମୃତ୍ୟୁ ହୋଇସାରିଥିଲା। ସେହିପରି ଅଭିଯୁକ୍ତ ଶିକ୍ଷକ ଜଣଙ୍କୁ ନିଜକୁ ମୁଣ୍ଡର ଡାହାଣ ପଟକୁ ଗୁଳି କରି ସାରିଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ତ୍ରିପାକ୍ଷିକ ପ୍ରେମ ସମ୍ପର୍କରୁ ଏତେ ବଡ଼ ଘଟଣା ଘଟିଛି। ଗାଁ ଲୋକ ଓ ସ୍କୁଲ ପିଲାଙ୍କ କହିବା କଥା ଯେ ଦୁଇ ଶିକ୍ଷକଙ୍କ ସହ ଶିକ୍ଷୟିତ୍ରୀଙ୍କ ସମ୍ପର୍କ ରହିଥିଲା । ମୃତ ଦୁଇ ଜଣ ହେଲେ ସୁଜାତା ମିଶ୍ରା ଓ ଆଦର୍ଶ ସିଂହ। ସୁଜାତାଙ୍କ ଘର ପୋରାଇୟାହାଟରେ ହୋଇଥିବା ବେଳେ ଆଦର୍ଶଙ୍କ ଘର ଉତ୍ତର ପ୍ରଦେଶର ଚାଣ୍ଡୋଲିରେ। ଆହତ ଶିକ୍ଷକ ଜଣଙ୍କ ହେଲେ ୪୨ ବର୍ଷୀୟ ରବି ରଞ୍ଜନ। ରବି ରଞ୍ଜନ ୩ଟି ଗୁଳି ଆଦର୍ଶଙ୍କ ଉପରୁ ଚଳାଇଥିଲେ। ସେହିପରି ସୁଜାତା ଗୋଟିଏ ଗୁଳିରେ ପ୍ରାଣ ହରାଇଛନ୍ତି। ରବିଙ୍କ ଠାରୁ ଦୁଇଟି ଦେଶ ବନ୍ଧୁକ ଜବତ ହୋଇଛି। କିନ୍ତୁ ହତ୍ୟାକାଣ୍ଡ ପାଇଁ ସେ ଗୋଟିଏ ବନ୍ଧୁକର ବ୍ୟବହାର କରିଥିଲେ।

ଗିରଫ ହେଲେ ହେମନ୍ତ ସୋରେନ

ନନ୍ଦିଘୋଷ ବ୍ୟୁରୋ: ଜମି ଦୁର୍ନୀତୀ ମାମଲାରେ ଶେଷରେ ଝାଡ଼ଖଣ୍ଡର ବିଦାୟୀ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରିଛି ଇଡି । ଜମି ଦୁର୍ନୀତି ମାମଲାରେ ଆଜି ଇଡି ତାଙ୍କୁ ଦୀର୍ଘ ୮ ଘଣ୍ଟାରରୁ ଅଧିକ ସମୟ ଜେରା କରିବା ପରେ ଗିରଫ କରିଛି । କିଛି ସମୟ ପୂର୍ବରୁ ଇସ୍ତଫା ଦେଇଥିଲେ ଝାଡ଼ଖଣ୍ଡ ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନ। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ବରିଷ୍ଠ ନେତା ତଥା ଦଳର ପ୍ରତିଷ୍ଠାତା ଶିବୁ ସୋରେନଙ୍କ ନିକଟତର ଚମ୍ପଇ ସୋରେନ ହେବେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ । ହେମନ୍ତ ସୋରେନଙ୍କୁ ଇଡି ମାରଥାନ ଜେରା କରିବା ପରେ ତାଙ୍କୁ ଗିରଫ କରିଛି । ଏହି କାରଣରୁ ଚମ୍ପଇ ସୋରେନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଚମ୍ପଇ ସୋରେନ ଝାରଖଣ୍ଡ ଟାଇଗର ଭାବେ ମଧ୍ୟ ପରିଚିତ । ଇଡି ଆଜି ଅପରାହ୍ନରୁ ହେମନ୍ତଙ୍କୁ ଜେରା ଆରମ୍ଭ କରିଥିଲା। ୮ ଘଣ୍ଟାରୁ ଅଧିକ ସମୟ ଜେରା କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ଇଡିର ଅଧିକାରୀମାନେ ବାହାରିଥିଲେ । ଜେରା ଶେଷ ହେବା ପରେ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।