ବିକାଶକୁ ସ୍ବୀକୃତି, ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଗଠନ ପାଇଁ ଜାରି ରହିଛି ନିରନ୍ତର ପ୍ରୟାସ

ଭୁବନେଶ୍ୱର : ଓଡିଶାର ବିକାଶ ଧାରାକୁ ପୁଣି ମିଳିଲା ସ୍ବୀକୃତି। ନିରନ୍ତର ବିକାଶ ଧାରା ପାଇଁ ଉତ୍ପାଦନଭିତ୍ତିକ ଶିଳ୍ପର ପ୍ରଥମ ପସନ୍ଦ ହୋଇଛି ଓଡିଶା ।.. .. ଏକ ନୂଆ ଓ ସଶକ୍ତ ଓଡିଶା ଗଠନ ପାଇଁ ଜାରି ରହିଥିବା ବିକାଶ ଧାରା ପାଇଁ ଓଡିଶା ପାଇଛି ନୂଆ ପରିଚୟ । ବିକାଶ ଓ ରୂପାନ୍ତରଣ ଏବେ ରାଜ୍ୟର ଗରିମା ବୃଦ୍ଧି କରିଛି । ସ୍କୁଲ ଠାରୁ ଆରମ୍ଭ କରି ଐତିହ୍ୟ ପ୍ରକଳ୍ପର ରୂପାନ୍ତରଣ ହେଉ କି ସ୍ବାସ୍ଥ୍ୟ ଭିତ୍ତିଭୂମିର ସୁଦୃଢୀକରଣ ଠାରୁ ଶିଳ୍ପାୟନ । ସବୁଠି ବିକାଶର ନୂଆ ଧାରା ଆରମ୍ଭ ହୋଇଛି । ଯାହାଦ୍ବାରା ରାଜ୍ୟର ଗରିବଗୁରୁବାଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବା ସହ ଯୁବାବର୍ଗ ପାଇଁ ନିଯୁକ୍ତିର ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି ହୋଇଛି । କେବଳ ରାଜ୍ୟ ସ୍ବାର୍ଥ ପାଇଁ କାମ କରୁଥିବା ନବୀନ ପଟ୍ଟନାୟକଙ୍କୁ ସେଇଥିପାଇଁ ଓଡିଶାବାସୀ କ୍ରମାଗତ ଭାବେ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରିଆସୁଛନ୍ତି ।

ରାଜ୍ୟ ସରକାର କେବଳ ଯୋଜନା ପ୍ରସ୍ତୁତ କରୁନାହାଁନ୍ତି ବରଂ ସେସବୁ ଯୋଜନାକୁ ନିଷ୍ଠା ଓ ସ୍ବଚ୍ଛତାର ସହ କାର୍ଯ୍ୟକାରୀ କରୁଛନ୍ତି । ଦେଶର ବିକାଶ ଧାରାରେ ଓଡିଶାର ଯୋଗଦାନ ମଧ୍ୟ ମହତ୍ବପୂର୍ଣ୍ଣ । ରାଜ୍ୟର ଏହି ବିକାଶ ଧାରାକୁ ନେଇ ଅନେକ ସମୟରେ ବିରୋଧୀ ପ୍ରଶ୍ନ ଉଠାଇଥାନ୍ତି । କିନ୍ତୁ ବିକାଶ ବିରୋଧୀଙ୍କୁ କେବେ ବି ରାଜ୍ୟବାସୀ ଗ୍ରହଣ କରିନାହାଁନ୍ତି ।