ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ୨ଟି ବୁଝାମଣା ପତ୍ର ସ୍ୱାକ୍ଷର

ଭୁବନେଶ୍ୱର : ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ୨ଟି ବୁଝାମଣା ପତ୍ର ସ୍ୱାକ୍ଷର।  ଅମୃତା ବିଶ୍ଵ ବିଦ୍ୟାପୀଠମ୍ ,କେରଳ ସହିତ ଭୂସ୍ଖଳନ ବିପର୍ଯ୍ୟୟ ପରିଚାଳନା ସଂପର୍କିତ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ବ୍ୟାଙ୍କ ସ୍ଥିତ “ରାଇମସ” ଅନୁଷ୍ଠାନର ସହିତ ବହୁମୁଖୀ ପ୍ରଭାବ ଆଧାରିତ ବିପର୍ଯ୍ୟୟ ପୂର୍ବାନୁମାନ ସଂପର୍କରେ ଏମଓୟୁ ସ୍ୱାକ୍ଷରିତ ହୋଇଛି ।

ବୁଝାମଣାପତ୍ରଗୁଡ଼ିକ ସରକାରଙ୍କ ‘ମିଶନ ଜିରୋ କାଜୁଆଲିଟି’ ଏବଂ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ଉଦ୍ୟମକୁ ସଫଳ କରାଇବା ଦିଗରେ ସହାୟକ ହେବ । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓସଡମାର ପରିଚାଳନା ନିର୍ଦ୍ଦେଶକ ସତ୍ୟବ୍ରତ ସାହୁଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।

ଚୁକ୍ତିନାମାକୁ ଓସଡମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁସ୍ମିତା ବେହେରା ଏବଂ ଅମୃତା ବିଶ୍ଵ ବିଦ୍ୟାପୀଠମ୍ ର ନିର୍ଦ୍ଦେଶକ ଡଃ. ମନିଷା ବିନୋଦିନୀ ରମେଶ ସ୍ୱାକ୍ଷର କରିଛନ୍ତି । ସେହିପରି ରାଇମସ୍ ଅନୁଷ୍ଠାନ ସହିତ ସ୍ୱାକ୍ଷରିତ ବୁଝାମଣା ପତ୍ରରେ ଓଏସଡିଏମଏର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁସ୍ମିତା ବେହେରା ଏବଂ ରାଇମସ୍ ପକ୍ଷରୁ ବରିଷ୍ଠ ଉପଦେଷ୍ଟା ଡଃ. କେ. ଜେ. ରମେଶ ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି ।